ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ ଓଡ଼ିଶା ଝିଅ ଚେଲ୍‌ସି

ଭୁବନେଶ୍ୱର, ୭ା୧୦(ବ୍ୟୁରୋ): ପୁଣି ଜାତୀୟସ୍ତରୀୟ ରିଆଲିଟି ଶୋ’ରେ ଆସିବେ ଓଡ଼ିଆ ଝିଅ ଚେଲ୍‌ସି ବେଉରା। ସୋନି ଟିଭି ପକ୍ଷରୁ ପ୍ରସାରିତ ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ ଚେଲ୍‌ସି ଭାଗ ନେଇଛନ୍ତି। ଏହି ଶୋ’ର ଏକ ଭିଡିଓରେ ଚେଲ୍‌ସିଙ୍କ ଝଲକ୍‌ ଦେଖିବାକୁ ମିଳିଛି। ଏହି ଭିଡିଓରେ ସେ ଇଶକ୍‌ଜାଦେ ଫିଲ୍ମର ‘ମେ ପରିଶାନ’ ଗୀତ ଗାଉଥିବାର ଦେଖାଯାଉଛି। ତାଙ୍କ ଗୀତକୁ ଜଜ୍‌ମାନେ ପ୍ରଶଂସା କରିବା ସହିତ ବିଶାଲ ଦଦ୍‌ଲାନି ଚେଲ୍‌ସିଙ୍କୁ ‘ଫ୍ୟୁଚର୍‌ ଷ୍ଟାର’ ବୋଲି କହିଛନ୍ତି। ତେବେ ଚେଲ୍‌ସି ପୂର୍ବରୁ ମଧ୍ୟ ଜାତୀୟସ୍ତରୀୟ ପ୍ଲାଟ୍‌ଫର୍ମରେ ଅଂଶଗ୍ରହଣ କରି ଦର୍ଶକଙ୍କ ଭଲପାଇବା ସାଉଁଟିଛନ୍ତି। ମ୍ୟୁଜିକ୍‌ ରିଆଲିଟି ଶୋ’ ରାଇଜିଂ ଷ୍ଟାର୍‌ ଓ ଇଣ୍ଡିଆନ୍‌ ଆଇଡଲ୍‌ରେ ସେ ଶିଶୁ କଳାକାର ଭାବେ ଭାଗ ନେଇଥିଲେ। ରାଇଜିଂ ଷ୍ଟାରରେ ସେ ଟପ୍‌-୧୧ ପର୍ଯ୍ୟନ୍ତ ଯାଇଥିଲେ। ଏବେ ପୁଣିଥରେ ସାରା ଓଡ଼ିଶାକୁ ଗର୍ବିତ କରିବା ପାଇଁ ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ ଆସୁଛନ୍ତି ଚେଲ୍‌ସି। ଏଥର ଆରମ୍ଭରୁ ଏତେ ଭଲ ପ୍ରଦର୍ଶନ କରିଛନ୍ତି ଯେ ଆଗକୁ ଆହୁରି ଭଲ କରିବେ ବୋଲି କୁହଯାଉଛି। ସୂଚନାଯୋଗ୍ୟ, ଆସନ୍ତା ୧୨ତାରିଖରେ ଇଣ୍ଡିଆନ୍‌ ଆଇଡଲ୍‌-୧୧ ଶୋ’ ଆରମ୍ଭ ହେବାକୁ ଯାଉଛି। ଏନେଇ ଚ୍ୟାନେଲ୍‌ ବିଭିନ୍ନ ପ୍ରତିଯୋଗୀଙ୍କ ଉତ୍ତମ ପ୍ରଦର୍ଶନର ଛୋଟ ଛୋଟ ଭିଡିଓ କ୍ଲିପ୍ସ ସୋସିଆଲ୍‌ ମିଡିଆରେ ଛାଡ଼ି କାର୍ଯ୍ୟକ୍ରମର ଆରମ୍ଭ ସମ୍ପର୍କରେ ସୂଚନା ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନବ ନିର୍ମିିତ ବର୍ହିଚିକିତ୍ସା, ଅର୍ନ୍ତଚିକିତ୍ସା ବିଭାଗ ଗୃହର ଶୁଭ ଉଦ୍‌ଘାଟନ କଲେ ସାଂସଦ-ବିଧାୟକ

ଗଞ୍ଜାମ,୨୨।୫ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ ନବନିର୍ମିିତ ବର୍ହିଚିକିତ୍ସା ଓ ଅର୍ନ୍ତଚିକିତ୍ସା ବିଭାଗ ଗୃହକୁ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ…

ପ୍ରେମିକା ପାଇଁ ଝୁଲିପଡିଲେ ପ୍ରେମିକ, ଏହି କଥାକୁ ନେଇ ଝଗଡ଼ା ହେବାରୁ…

ପାଟଣା,୨୨।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମିରିଖୋଜି ପଞ୍ଚାୟତ ଅନ୍ତର୍ଗତ ଭାଲିଆଡାଳ ଗ୍ରାମର ଚକ୍ରଧର ସାହୁଙ୍କ ପୁଅ ଜିତେନ୍ଦ୍ର ସାହୁ (୧୮) ଶୁକ୍ରବର ଘର…

OBC ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ: ଯଦି ମାତାପିତା ଆଇଏଏସ ଅଧିକାରୀ ତେବେ…

ନୂଆଦିଲ୍ଲୀ,୨୨।୫: ସୁପ୍ରିମକୋର୍ଟ ଓବିସି ସଂରକ୍ଷଣ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି କରିଛନ୍ତି। କୋର୍ଟ ଟିପ୍ପଣୀ କରିଛନ୍ତି ଯେ, ଯଦି ମାତାପିତା ଆଇଏଏସ ଅଧିକାରୀ, ତେବେ ସେମାନେ…

ପନିର ଖାଇ ICUରେ ୭ ଛାତ୍ର! NCC ଶିବିରରେ ଆତଙ୍କ

ଜବଲପୁର,୨୨।୫: ମଧ୍ୟ ପ୍ରଦେଶର ଜବଲପୁରର ଡୁମନାରେ IIITDM କ୍ୟାମ୍ପସ ମଧ୍ୟରେ ଚାଲିଥିବା NCC ଶିବିରରେ ଆତଙ୍କ ସୃଷ୍ଟି ହୋଇଛି। ରାତ୍ରୀଭୋଜନ ପରେ ହଠାତ୍‌ ୫୦ରୁ ଅଧିକ କ୍ୟାଡେଟଙ୍କ…

ଖଣ୍ଡଦେଉଳି ଗ୍ରାମର ମୃତ ପରିବାରକୁ ଭେଟି ସମବେଦନା ଜଣାଇଲେ ବିଧାୟକ, ନିଜସ୍ବ ପାଣ୍ଠିରୁ ଦେଲେ ଆର୍ଥିକ ସହାୟତା

ଗଞ୍ଜାମ,୨୨। ୫(ଅନାଥ ତରାଇ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଏହି ଗ୍ରାମର ବାସିନ୍ଦା ପୂର୍ଣ୍ଣ…

୧୯ ବର୍ଷୀୟା ବଧୂ, ୪୦ ବର୍ଷୀୟ ବର: ବରମାଳା ପୂର୍ବରୁ ଧରାପଡିଲେ ନକଲି ବର, ଗାଁ ଲୋକେ କାବୁ କରି ….

ପାଟନା,୨୨ା୫: ବିହାରର ମୁଜାଫରପୁର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଦମ୍ପତି ପବିତ୍ର ବନ୍ଧନରେ ବାନ୍ଧିହେବା ପୂର୍ବରୁ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା । ରାଜସ୍ଥାନର…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା ଅନୁଷ୍ଠିତ: ଏକର ପିଛା ଏତେ କୋଟି ଦାବି କଲେ…

ପାଟଣା,୨୨।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଯମୁନାପଶୀ ଓ ଚେମେଣା ପଞ୍ଚାୟତରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଶୁକ୍ରବାର ଯମୁନାପଶି ପଞ୍ଚାୟତ ଗୋଡି…

ଆଉ ୧୦ଦିନ ପରେ ଓଡ଼ିଶାରେ ପ୍ରଳୟ! ଏବେଠୁ ପ୍ରଭାବ ପଡିବା ଆରମ୍ଭ?

ଭୁବନେଶ୍ବର,୨୨ା୫: ଦେଶର ଅଧିକାଂଶ ଭାଗରେ ପାରଦ ଏବେ ୪୫ ରୁ ୪୮ ଡିଗ୍ରୀ ସେଲସିୟସ ପାର୍‌ କରିସାରିଲାଣି। ଦିଲ୍ଲୀ-ଏନସିଆର, ଉତ୍ତର ଭାରତ ଏବଂ ଓ ସମେତ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri