ଇଣ୍ଟରନ୍ୟାଶନାଲ ଟ୍ରେଡ ଫେୟାରକୁ ବିପୁଳ ରେସ୍‌ପନ୍ସ

ଭୁବନେଶ୍ୱର,୧୫-୧୦: ସ୍ଥାନୀୟ ଜନତା ମୈଦାନଠାରେ ଚାଲୁଥିବା ଭୁବନେଶ୍ୱର ଇଣ୍ଟରନ୍ୟାଶନାଲ ଟ୍ରେଡ ଫେୟାରକୁ ଗ୍ରାହକଙ୍କ ପକ୍ଷରୁ ଭଲ ରେସ୍‌ପନ୍ସ ମିଳୁଛି। ଚତୁର୍ଥଥର ପାଇଁ ଏହା ଆୟୋଜନ ହୋଇଥିବା ବେଳେ ଦେଶ ବିଦେଶର ବିଭିନ୍ନ ସାମଗ୍ରୀ କ୍ରୟ ଲାଗି ଏଠାରେ ଲୋକଙ୍କ ଭିଡ଼ ଜମୁଥିବା ଆୟୋଜକ ପ୍ରକାଶ କରିଛନ୍ତି। ପ୍ରତିଦିନ ୨୦-୩୦ ହଜାର ଲୋକ ଫେୟାର ବୁଲିବା ସହ ବିଭିନ୍ନ ସାମଗ୍ରୀ କ୍ରୟ କରିବାର ସୁଯୋଗ ପାଉଛନ୍ତି। ଭୁବନେଶ୍ୱର ବଜାରରେ ଉପଲବ୍ଧ ହେଉ ନ ଥିବା ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ବଜାରର ପ୍ରଡକ୍ଟ ଏଠାରେ ସ୍ଥାନିତ ଥିବାରୁ ଲୋକମାନେ ମେଳାକୁ ଆସି ମନ ପସନ୍ଦ ଅନୁସାରେ ସାମଗ୍ରୀ କ୍ରୟ କରୁଛନ୍ତି। ଦୈନିକ ପ୍ରାୟ ୨ କୋଟି ଟଙ୍କାର କାରବାର ଫେୟାରରେ ହେଉଥିବା ଆୟୋଜକ ଗୁପ୍ତା ଇଭେଣ୍ଟସ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡର ସ୍ବତ୍ୱାଧିକାରୀ ସୁଜିତ କୁମାର ଗୁପ୍ତା କହିଛନ୍ତି। ମେଳାରେ ସବୁ ବର୍ଗକୁ ସୁହାଇଲା ଭଳି ପ୍ରଡକ୍ଟ ସାମିଲ କରାଯାଇଛି। ୫୦୦ ଷ୍ଟଲରେ ବିଭିନ୍ନ ବର୍ଗରେ ପ୍ରଡକ୍ଟ ଉପଲବ୍ଧ ହେଉଛି। ଲୋକଙ୍କର ମନୋରଞ୍ଜନ ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମ, ଫୁଡ୍‌କୋର୍ଟ, ସେଲ୍ଫିଜୋନ, ଫନ୍‌ଜୋନ ରହିଛି। ଏହାବାଦ ସ୍ମାର୍ଟ ଶ୍ରୀମତି ଏବଂ ଲିଟିଲ କିଙ୍ଗ୍‌ ଓ କ୍ୱିନ ପ୍ରତିଯୋଗିତା ଆୟୋଜନ କରାଯିବା ନେଇ ନିଷ୍ପତ୍ତି ହୋଇଛି। ଏସିଡ୍‌ ସର୍ଭାଇଭରଙ୍କ ଲାଗି ଏକ ସ୍ବତନ୍ତ୍ର ଷ୍ଟଲ ସ୍ଥାପନ କରାଯାଇଛି। ମେଳାରେ ରହିଥିବା ପ୍ରପର୍ଟି ଏକ୍ସପୋ ଆକର୍ଷଣ ସାଜିଥିବା ଗୁପ୍ତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ବିଆଇ ହ୍ରାସ କଲା ରିସ୍କ ଓ୍ବେଟ୍‌;ଶସ୍ତା ହେବ କଞ୍ଜ୍ୟୁମର, ପର୍ସନାଲ ଲୋନ

ଓ୍ବାଶିଂଟନ,୧୪-୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପାର୍ବଣ ଋତୁରେ ଖର୍ଚ୍ଚ ବଢ଼ାଇବା ଲାଗି ପଦକ୍ଷେପ ନେଇଛନ୍ତି। କଞ୍ଜ୍ୟୁମର ଲୋନ୍‌ ପାଇଁ ଆବଶ୍ୟକ ହେଉଥିବା ରିସ୍କ ଓ୍ବେଟ୍‌କୁ ୧୨୫ରୁ...

ବଢୁଛି ସୁନା ଚାହିଦା

ଭୁବନେଶ୍ୱର,୧୪ା୨: ଆମେରିକା ସମେତ ସାରା ବିଶ୍ୱରେ ମୁଦ୍ରାସ୍ଫୀତି ହାର ବଢିବା ପରେ ସୁନାର ଦାମ୍‌ ମଧ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ...

ବିଦ୍ୟୁତ୍‌ ବିତରଣ କମ୍ପାନୀଙ୍କ ଲାଗି ନିୟମ କୋହଳ

ନୂଆଦିଲ୍ଲୀ,୨୦।୮: ବିଦ୍ୟୁତ୍‌ ବିତରଣ କମ୍ପାନୀଗୁଡିକ ଲାଗି କେନ୍ଦ୍ର କ୍ୟାବିନେଟ୍‌ ପରିଚାଳନା ପୁଞ୍ଜି ସୀମା ନିୟମରେ କୋହଳ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ଉଜ୍ଜ୍ୱଳ ଡିସ୍‌କମ୍‌ ଆସ୍ୟୁରାନ୍ସ...

ଆଇସ୍କ୍ରିମ ଦ୍ୱାରା କରୋନା ସଂକ୍ରମଣ ସମ୍ଭାବନା ନାହିଁ: ଆଇଆଇସିଏମ୍‌ଏ

ନୂଆଦିଲ୍ଲୀ,୧୮-୩: ଆଇସ୍କ୍ରିମ ଦ୍ୱାରା କରୋନା ସଂକ୍ରମଣ ହେବାର ଗୁଜବ ହେଉଛି। ଏହା ଦ୍ୱାରା ଆଇସ୍କ୍ରିମ ଶିଳ୍ପ ବିକ୍ରି ପ୍ରଭାବିତ ହୋଇଛି। ଏହାକୁ ନେଇ ଶିଳ୍ପ ପକ୍ଷରୁ...

ଜିଓର ୩ ନୂଆ ‘ଅଲ୍‌ ଇନ୍‌ ଓ୍ବାନ୍‌’ ପ୍ଲାନ୍‌: ମାଗଣା କଲ୍‌ ସହ ୩୩୬ ଦିନ ପର୍ଯ୍ୟନ୍ତ ମିଳିବ ଡାଟା, ଜାଣନ୍ତୁ..

ନୂଆଦିଲ୍ଲୀ,୬।୧୧: ଦେଶରେ ଗୋଟିଏ ପଟେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ, ଅନ୍ୟପକ୍ଷେ ଗ୍ରାହକଙ୍କ ମଧ୍ୟରେ ଇଣ୍ଟରନେଟ ଡାଟାର ଚାହିଦା ବୃଦ୍ଧି ପାଇଛି। ଏହାକୁ...

ଆଜି ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର,୧୫-୧: ବୁଧବାର ମକର ସଂକ୍ରାନ୍ତି ଯୋଗୁ ରାଜ୍ୟରେ ବିଭିନ୍ନ ବ୍ୟାଙ୍କ ଏବଂ ବ୍ୟାଙ୍କିଙ୍ଗ୍‌ ପ୍ରତିଷ୍ଠାନଗୁଡିକ ବନ୍ଦ ରହିବ। ଫଳରେ ଲୋକଙ୍କୁ ସେବା ଉପଲବ୍ଧ ହେବ ନାହିଁ।...

ଜିଏସ୍‌ଟିଦାତାଙ୍କ ଲାଗି ନିୟମ କୋହଳ

ନୂଆଦିଲ୍ଲୀ,୫।୪: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ବ୍ୟବସ୍ଥାରେ ତ୍ରୈମାସିକ ରିଟର୍ନ ଫାଇଲିଂ ଏବଂ ମାସିକ ଟିକସ ପ୍ରଦାନ (କ୍ୟୁଆର୍‌ଏମ୍‌ପି) ଯୋଜନାରେ ସରକାର ଟିକସ ଦାତାଙ୍କ ଲାଗି...

ୟୁନିୟନ ବ୍ୟାଙ୍କ ପକ୍ଷରୁ ଋଣ ମୁକ୍ତି ଶିବିର

ଭୁବନେଶ୍ୱର : ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଋଣ ମୁକ୍ତି ଶିବିର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଶିବିର ଚଳିତ ମାସ ୧ ତାରିଖରୁ...

Advertisement
Archives

Model This Week