ଇଚ୍ଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଚିକିତ୍ସା ଦାୟିତ୍ୱ ନେଲା ପ୍ରଶାସନ

ମାଲକାନଗିରି,୧୯।୧୦(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ସର୍ଗିଗୁଡ଼ା ଗ୍ରାମର ଜଣେ ଗରିବ ଆଦିବାସୀ ଝିଅ ଚମ୍ପା କାଲାକୁରା ଇଚ୍ଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲା ପତ୍ର ଲେଖିବା ପରେ ଜିଲା ପ୍ରଶାସନ ତାଙ୍କର ଚିକିତ୍ସା ଦାୟିତ୍ୱ ନେଇଛି। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ଜିଲାପାଳ ମନୀଷ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରିରୁ ଏକ ଡାକ୍ତରୀ ଦଳ ଓ ବ୍ଲକର କର୍ମକର୍ତ୍ତା ତାଙ୍କ ଗ୍ରାମକୁ ଯାଇ ଆମ୍ବୁଲାନ୍ସ ଯୋଗେ ଆଣି ଶୁକ୍ରବାର ରାତିରେ ଜିଲା ସଦର ମହକୁମା ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। ଅପରପକ୍ଷରେ ଯାହା ଆବଶ୍ୟକ ପଡ଼ିବ ସେଭଳି ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଜିଲାପାଳ କହିଛନ୍ତି।
ସୂଚନାଯୋଗ୍ୟ, ସର୍ଗିଗୁଡ଼ା ଗ୍ରାମର ନରସିଂହ କାଲାକୁରାଙ୍କ ଝିଅ ଚମ୍ପା କାଲାକୁରା ଗତ ୨୦୦୬ ମସିହାରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ ହଠାତ୍‌ ହାତ ଗୋଡ଼ ଝିମା ମାରିଯାଇଥିଲା ା କିଛିଦିନ ଏହି ଭଳି ହେବା ପରେ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ହୋଇଯାଇଥିଲେ। ଅଜଣା ରୋଗରେ ପୀଡ଼ିତ ହୋଇ ଚମ୍ପା ଦୀର୍ଘ ୧୩ ବର୍ଷ ବିଛଣାରେ ପଡ଼ି ରହିଥିଲେ। ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ କେବଳ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଅସହ୍ୟ ହେବାରୁ ଇଚ୍ଛାମୃତ୍ୟୁ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହା ପରେ ଜିଲା ପ୍ରଶାସନ ତତ୍ପରତା ପ୍ରକାଶ କରି ତାଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କର୍ମଚାରୀଙ୍କୁ ରାତି ତମାମ ଅଟକ ରଖିଲେ ଗ୍ରାମବାସୀ

ଜଗନ୍ନାଥପ୍ରସାଦ,୨୫।୪(ଡି.ଏନ.ଏ.): ବିଦ୍ୟୁତ୍‌କାଟ ଓ ଲୋ ଭୋଲ୍‌ଟେଜକୁ ନେଇ ଜଗନ୍ନାଥପ୍ରସାଦ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଶନିବାର ବିଳମ୍ବିତ ରାତିରେ ବିଦ୍ୟୁତ୍‌ କାର୍ଯ୍ୟାଳୟଠାରେ ଦୁଇ ଗ୍ରାମବାସୀ ଓ ବିଦ୍ୟୁତ୍‌ କର୍ମଚାରୀଙ୍କ...

ଗଜ ସୁରକ୍ଷା ପାଇଁ ଆକ୍ସନ ପ୍ଲାନ୍‌ : ହାତୀ ଗତିବିଧି ଜଗିବ ଡ୍ରୋନ୍‌

ଢେଙ୍କାନାଳ ଅଫିସ, ୨୩।୬ – ହାତୀ ପାଇଁ ସାରା ଦେଶରେ ନଁା କରିଛି ଢେଙ୍କାନାଳ। ରାଜ୍ୟରେ ସାତକୋଶିଆ ପରେ ହାତୀସଂଖ୍ୟାରେ ଜିଲାକୁ ମିଳିଛି ଦ୍ୱିତୀୟ ସ୍ଥାନ।...

ରକ୍ତଦାନ ନିଶାରେ ବାପି: କ୍ୟାନ୍‌ସର ଆକ୍ରାନ୍ତ ବାପାଙ୍କ ମୃତ୍ୟୁ ବଦଳାଇଦେଲା ଚିନ୍ତାଧାରା

କାମାକ୍ଷାନଗର, ୨୬।୮: ରକ୍ତଦାନ କରିବାକୁ ଆଗ୍ରହ ନ ଥିଲା। କ୍ୟାନ୍‌ସର ଆକ୍ରାନ୍ତ ବାପାଙ୍କ ପାଇଁ ବାଧ୍ୟବାଧକତାରେ ପ୍ରଥମ ଥର ଶରୀରରେ ଫୋଡ଼ା ହୋଇଥିଲା ରକ୍ତ ସଂଗ୍ରହ ଛୁଞ୍ଚତ୍।...

୫ ଦିନ ହେବ ନିଖୋଜ ଥିଲେ ପୁଅ :ମିଳିଲା ଝୁଲନ୍ତା ମୃତଦେହ

ପୋଲସରା,୨୩ା୬(ସୁବ୍ରତ ବେହେରା): ପୋଲସରା ଥାନା ଅନ୍ତର୍ଗତ ମାଳତେନ୍ତୁଳିଆ ପଞ୍ଚାୟତ ହଂସାରାଳି ଗ୍ରାମର ଜଣେ ଯୁବକଙ୍କ ମୃତଦେହ କାନକାଟି କାଜୁ ତୋଟାରୁ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଛି।...

କ୍ରୀଡା ପ୍ରତିଯୋଗିତା: ଜାତୀୟ ସ୍ତରରେ ସ୍ବର୍ଣ୍ଣ,ରୋପ୍ୟ ପଦକ ହାସଲ କଲେ କୁନି

ମାଲକାନଗିରି,୨୩ା୧୨ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ମାର୍କେଲଗୁଡାସ୍ଥିତ ଶିଶୁଗୃହର ଆଦିବାସୀ ଛାତ୍ରୀ କୁନି ମାଢି ଜାତୀୟ ସ୍ତରରେ କ୍ରୀଡାରେ କୃତିତ୍ୱ ଅର୍ଜନ କରିଛନ୍ତି। କେନ୍ଦ୍ର ସରକାରଙ୍କ...

୪ର୍ଥ ଦିନରେ ଲକ୍ଷ୍ମୀ ପୂଜାଉତ୍ସବ; ବଢୁଛି ଭିଡ଼, ଜମୁଛି ପୂଜା

ଢେଙ୍କାନାଳ ଅଫିସ, ୧୭।୧୦:  କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଛି ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜା। ଐତିହ୍ୟ, ପରମ୍ପରା ଏବଂ କିମ୍ବଦନ୍ତୀକୁ ଆଧାର କରି ହେଉଥିବା ଏହି ପୂଜା ଉତ୍ସବ...

ଅମରି ଲଟାରେ ପରିପୂର୍ଣ୍ଣ ମସିଣା ଡ୍ୟାମ

ଲାଠୋର,୩ା୧୨(ଡ଼ି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଝର ପଞ୍ଚାୟତ ଅଧୀନ ମସିଣା ଗ୍ରାମରେ ରହିଥିବା ଡ୍ୟାମ(ବନ୍ଧ) ବର୍ତ୍ତମାନ ମାଟି ଢିପ ଏବଂ ଅମରି ଲଟାରେ ପରିପୂର୍ଣ୍ଣ...

ବଦଳିନି କୁମ୍ବିଖାରି ଗ୍ରାମର ଚିତ୍ର

ବୈପାରିଗୁଡ଼ା,୧୭।୨ (ଡି.ଏନ୍‌.ଏ.) ପ୍ରତି ୫ ବର୍ଷରେ ଥରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେଉଛି। ନିର୍ବାଚନ ବେଳେ ବିଭିନ୍ନ ରାଜନୈତିକ ଦଳର ନେତା ପଞ୍ଚାୟତର ବିକାଶ ପାଇଁ ବହୁ...

Advertisement
Archives

Model This Week