Posted inଖେଳ

ଇଂଲଣ୍ଡ ୨୭୧/୮

ଲଣ୍ଡନ, ୧୩|୯-ସ୍ଥାନୀୟ କେନିଙ୍ଗଟନ୍‌ ଓଭାଲଠାରେ ୫ମ ଆଶେସ ଟେଷ୍ଟ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏଥିରେ ଟସ୍‌ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ଇଂଲଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଜୋସ୍‌ ବଟଲର (୬୪*) ଏବଂ ଅଧିନାୟକ ଜୋ ରୁଟ୍‌(୫୭)ଙ୍କ ଅର୍ଦ୍ଧ ଶତକ ସହାୟତାରେ ପ୍ରଥମ ଦିନ ଖେଳ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ୮ ଉଇକେଟ ବିନିମୟରେ ୨୭୧ରନ କରିଛି। ଅନ୍ୟତମ ବ୍ୟାଟ୍ସମ୍ୟାନ ରୋରି ବନର୍‌ସ ୪୭ ରନ କରିଥିବାବେଳେ ଜନି ବେୟାରଷ୍ଟୋ (୨୨) ଏବଂ ବେନ୍‌ ଷ୍ଟୋକ୍ସ (୨୦) ଶୀଘ୍ର ପ୍ୟାଭିଲିୟନ ଫେରିଛନ୍ତି। ବଟଲରଙ୍କ ସହିତ ଜ୍ୟାକ୍‌ ଲିଚ୍‌ ୧୦ ରନ କରି ଅପରାଜିତ ଅଛନ୍ତି। ଭ୍ରମଣକାରୀ ଦଳ ପକ୍ଷରୁ ସଫଳ ବୋଲର ମିଚେଲ ମାର୍ଶ ୪ ଏବଂ ପ୍ୟାଟ୍‌ କୁମିନ୍ସ ଓ ଜୋଶ ହାଜ୍‌ଲେଉଡ ୨ଟି ଲେଖାଏଁ ଉଇକେଟ ନେଇଛନ୍ତି। ୨୦୦୧ ପରେ ଇଂଲଣ୍ଡରେ ପ୍ରଥମ ସିରିଜ ବିଜୟ ଲକ୍ଷ୍ୟରେ ରହିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌। ଅନ୍ୟପକ୍ଷରେ ନିକଟରେ ବିଶ୍ୱକପ୍‌ ଜିତିଥିବା ଇଂଲଣ୍ଡ ସିରିଜକୁ ୨-୨ରେ ବରାବର ଭାବେ ଶେଷ କରିବା ଯୋଜନାରେ ରହିଛି। ଫର୍ମ ଫେରିପାଇବା ଲାଗି ସଂଘର୍ଷ ଚଳାଇଥିବା ଘରୋଇ ଦଳର ଅଧିନାୟକ ରୁଟ୍‌ ତାଙ୍କ ପୂର୍ବ ୫ଟି ଇନିଂସରେ ୩ ଥର ବିନା କୌଣସି ରନରେ ଆଉଟ ହୋଇଥିଲେ। ଗତ ଇନିଂସରେ ମାତ୍ର ୫ରନ କରିଥିଲେ। ଗୁରୁବାର ଏଠାରେ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ସେ ୩ ଥର ଜୀବନଦାନ ପାଇଥିଲେ। ସେ ୨୪ ରନ କରି ଖେଳୁଥିବାବେଳେ ପ୍ୟାଟ କୁମିନ୍ସଙ୍କ ଏକ ବଲ୍‌ ତାଙ୍କ ବ୍ୟାଟ୍‌ ଧାରରେ ବାଜି ଡିପ୍‌ ଫାଇନ୍‌ଲେଗ୍‌ ଅଞ୍ଚଳକୁ ଚାଲିଯାଇଥିଲା। ସେଠାରେ ପିଟର ସିଡଲ ଏକ ସହଜ କ୍ୟାଚ ହାତଛଡ଼ା କରିଥିଲେ। କୁମିନ୍ସଙ୍କ ପରବର୍ତ୍ତୀ ଓଭରରେ ରୁଟ୍‌ ପୁଣି ଏକ ବିପଦରୁ ବର୍ତ୍ତିଯାଇଥିଲେ। ପ୍ରଥମ ସ୍ଲିପ୍‌ରେ ଫିଲ୍ଡିଂ କରୁଥିବା ଡେଭିଡ୍‌ ଓ୍ବାର୍ନରଙ୍କ ସାମ୍ନାରେ ଉଇକେଟକିପର ପେନ୍‌ ଗୋଟିଏ ହାତରେ କ୍ୟାଚ ଧରିବା ଲାଗି ଉଦ୍ୟମ କରି ବିଫଳ ହୋଇଥିଲେ। ମଧ୍ୟାହ୍ନଭୋଜନର ଅଳ୍ପ ସମୟ ପରେ ଇଂଲଣ୍ଡ ଅଧିନାୟକ ଆଉ ଏକ ଜୀବନଦାନ ପାଇଥିଲେ। ସିଡଲଙ୍କ ବୋଲିଂରେ ଷ୍ଟିଭ୍‌ ସ୍ମିଥ୍‌ ଦ୍ୱିତୀୟ ସ୍ଲିପ୍‌ରେ ଡାଇଭ ମାରି ଏକ କ୍ୟାଚ ଧରିବାକୁ ଉଦ୍ୟମ କରି ଫେଲ୍‌ ହୋଇଥିଲେ। ତେବେ ଜୋସ୍‌ ହାଜଲେଉଡ୍‌ଙ୍କ ବଲ୍‌ରେ ରୁଟ୍‌ ଏକ ସ୍କ୍ବୋୟାର ଡ୍ରାଇଭ୍‌ ଖେଳି ସହ ୧୫୮ତମ ଇନିଂସରେ ୭,୦୦୦ ଟେଷ୍ଟ ରନ ପୂରଣ କରିଥିଲେ। କମ୍‌ ଇନିଂସ ଖେଳି ଏହି ସଫଳତା ହାସଲ କରିବାରେ ସେ ଦେଶର ତୃତୀୟ ଖେଳାଳି। ଏହି ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ବ୍ୟାଟ୍ସମ୍ୟାନ ଟ୍ରାଭିସ୍‌ ହେଡ୍‌ ଏବଂ ପେସ୍‌ ବୋଲର ମିଚେଲ ଷ୍ଟାର୍କଙ୍କ ସ୍ଥାନରେ ଅଲରାଉଣ୍ଡର ମାର୍ଶ ଏବଂ ସିମର ସିଡଲଙ୍କୁ ସାମିଲ କରାଯାଇଛି। ଅନ୍ୟପକ୍ଷରେ ଇଂଲଣ୍ଡ ଦଳରେ କାନ୍ଧରେ ଯନ୍ତ୍ରଣା ଯୋଗୁ ବେନ୍‌ ଷ୍ଟୋକ୍ସ ଜଣେ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ ଭାବେ ଖେଳୁଛନ୍ତି। ଜାସନ ରୟ ଏବଂ କ୍ରେଗ୍‌ ଓଭରଟନଙ୍କ ସ୍ଥାନରେ କ୍ରିସ୍‌ ଓକ୍ସ ଏବଂ ଅଲରାଉଣ୍ଡର ସାମ୍‌ କୁରାନଙ୍କୁ ସାମିଲ କରାଯାଇଛି।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୨୭୧/୮ (ଜୋ ରୁଟ୍‌-୫୭, ରୋରି ବନର୍‌ସ-୪୭, ଜୋସ୍‌ ବଟଲର-୬୪*, ମିଚେଲ ମାର୍ଶ-୪/୩୫, ପ୍ୟାଟ୍‌ କୁମିନ୍ସ-୨/୭୩, ଜୋସ୍‌ ହାଜ୍‌ଲେଉଡ୍‌-୨/୭୬, )।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଟିକେ ମୋହନବାଗାନ ବିଜୟୀ

ମାର୍ଗାଓ, ୧୦ା୨: ସ୍ଥାନୀୟ ଫାତୋର୍ଡା ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଇଣ୍ଡିଆ ସୁପର ଲିଗ୍‌ (ଆଇଏସ୍‌ଏଲ) ଫୁଟ୍‌ବଲ ଟୁର୍ନାମେଣ୍ଟର ଏକ ମ୍ୟାଚରେ ଏଟିକେ ମୋହନବାଗାନ ୨-୦ ଗୋଲରେ...

ରେକର୍ଡ ବ୍ରେକିଂ ପ୍ରଦର୍ଶନ ସତ୍ତ୍ୱେ ଦଳରୁ ବାଦ୍‌ ପଡିଲେ ଏହି ଖେଳାଳି

ଖ୍ରୀଷ୍ଟଚର୍ଚ୍ଚ,୨୩।୧୨: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ପାଇଁ ନ୍ୟୁଜିଲାଣ୍ଡ ୧୩ ଜଣିଆ ଦଳ ଘୋଷଣା କରିଛି। ହେଲେ ଆଶ୍ଚର୍ଯ୍ୟନକ ଭାବେ ସ୍ପିନର ଏଜାଜ ପଟେଲ...

ଫାଇନାଲ୍‌ରେ ନୀରଜ: ଭାରତ ପାଇଁ ସ୍ବର୍ଣ୍ଣ ପଦକ ଆଶା ବଢିଲା

ଟୋକିଓ,୪।୮: ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତର ତାରକା ଆଥଲେଟ ନୀରଜ ଚୋପ୍ରା ଏକ ପଦକ ଆଶା ରଖିଛନ୍ତି। ସେ ବୁଧବାର ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲରେ...

ପାକିସ୍ତାନ ଦଳରେ ରାଜନୀତି ଯୋଗୁ କ୍ରିକେଟ ଛାଡ଼ିବାକୁ ଚିନ୍ତା କରିଥିଲେ ଆଫ୍ରିଦୀ

ଇସଲାମାବାଦ,୧୬।୫: ପାକିସ୍ତାନ ଦଳରେ ଆନ୍ତଃ ରାଜନୀତି ଯୋଗୁ ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦୀ ୨୦୦୯ରେ ଅନ୍ତର୍ଜାତୀୟ କ୍ରିକେଟରୁ ସମ୍ପୂର୍ଣ୍ଣ ସନ୍ନ୍ୟାସ ନେବାକୁ ଚିନ୍ତା କରିଥିଲେ। ପାକିସ୍ତାନର...

କ୍ରିକେଟ ଇତିହାସରେ ଆଜି ଏକ ବିଶେଷ ଦିନ: ଜାଣନ୍ତୁ କାହିଁକି

ଜୁଲାଇ ୧୮।୭, ଅର୍ଥାତ୍‌ ଆଜିର ଦିନ କ୍ରିକେଟ ଇତିହାସରେ ଏକ ବିଶେଷ ମହତ୍ତ୍ୱ ରହିଛି। କ୍ରିକେଟ ଜଗତରେ ‘ଦ ଡକ୍ଟର’ ଭାବରେ ଜଣାଶୁଣା ଡବ୍ଲୁ ଗ୍ରେସ...

ଆର୍‌ସିବି ବିଜୟୀ…

ମୁମ୍ବାଇ, ୧୬।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୨୭ ତମ ମ୍ୟାଚ୍‌ରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ବିପକ୍ଷରେ ବିଜୟ ହାସଲ...

ସର୍ବଭାରତୀୟ ବନବିଭାଗ କ୍ରୀଡ଼ା ଉଦ୍‌ଘାଟିତ

ଭୁବନେଶ୍ୱର, ୪।୩(କ୍ରୀଡ଼ା ପ୍ରତିନିଧି)- ସର୍ବଭାରତୀୟ ବନବିଭାଗ କ୍ରୀଡ଼ା(ଏଆଇଏଫଏସଏମ)ର ୨୫ତମ ସଂସ୍କରଣ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ...

ପ୍ରତ୍ୟେକ ଛକା ପିଛା ୧୨ ହଜାର ଟଙ୍କା ଦାନ କରିବେ ଖେଳାଳି

ମେଲ୍‌ବୋର୍ନ,୪।୧- ଜଙ୍ଗଲରେ ଲାଗିଥିବା ନିଆଁ ଅଷ୍ଟ୍ରେଲିଆରେ ଆତଙ୍କ ଖେଳାଇ ଦେଇଛି। ହଜାର ହଜାର ହେକ୍ଟର ଜଙ୍ଗଲ ନିଆଁ ଯୋଗୁ ବହୁ ଜୀବନ ଓ ସମ୍ପତ୍ତି କ୍ଷତିଗ୍ରସ୍ତ...

Advertisement
Archives

Model This Week