Posted inଖେଳ

ଇଂଲଣ୍ଡ ପ୍ରଥମ ଇନିଂସ ଅଗ୍ରଣୀ

ବର୍ମିଂହାମ,୪।୮(ଏଏଫ୍‌ପି)- ଅଷ୍ଟ୍ରେଲିଆ ବିପକ୍ଷ ଆଶେସ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। ସ୍ଥାନୀୟ ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ଅଭିଜ୍ଞ ଷ୍ଟିଭ୍‌ ସ୍ମିଥ୍‌ଙ୍କ ୧୪୪ ରନର ଶତକ ସହାୟତାରେ ୮୦.୪ ଓଭରରେ ୨୮୪ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ତୃତୀୟ ଦିନ ଚା’ପାନ ବିରତି ସୁଦ୍ଧା ୧୩୫. ୫ ଓଭରରେ ୩୭୪ ରନ କରି ଅଲଆଉଟ ହୋଇ ୯୦ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରଥିଲା। ଦ୍ୱିତୀୟ ଇନିଂସ ଆରମ୍ଭ କରି ଅଷ୍ଟ୍ରେଲିଆ ଶନିବାର ଖେଳ ଶେଷ ସୁଦ୍ଧା ୩୧ ଓଭରରେ ୩ ଉଇକେଟ ହରାଇ ୧୨୪ ରନ ସଂଗ୍ରହ କରିଛି। ଫଳରେ ୭ ଉଇକେଟ ହାତରେ ରଖି ଅଷ୍ଟ୍ରେଲିଆ ୩୪ ରନରେ ଅଗ୍ରଣୀ ହାସଲ କରିଛି। ଓପନର କାମେରନ ବ୍ୟାଙ୍କ୍ରଫ୍ଟ ୭, ଡେଭିଡ ଓ୍ବାର୍ନର ୮, ଉସମାନ ଖ୍ବାଜା ୪୦ ରନ କରି ଆଉଟ ହୋଇଥିବା ବେଳେ ଷ୍ଟିଭ୍‌ ସ୍ମିଥ୍‌ ୪୬ ଓ ଟ୍ରାଭିସ୍‌ ହେଡ ୨୧ ରନ କରି ଅପରାଜିତ ରହିଛନ୍ତି। ବୋଲିଂରେ ଇଂଲଣ୍ଡ ତରଫରୁ ଷ୍ଟୁଆର୍ଟ ବ୍ରଡ, ମୋଇନ ଅଲି ଓ ବେନ୍‌ ଷ୍ଟୋକ୍ସ ଗୋଟିଏ ଲେଖାଏ ଉଇକେଟ ହାସଲ କରିଛନ୍ତି।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୬୭/୪ରୁ ଇଂଲଣ୍ଡ ଖେଳ ଆରମ୍ଭ କରି ଅଲଆଉଟ୍‌ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ବନର୍‌ସ ୧୨୫ରୁ ଖେଳ ଆରମ୍ଭ କରି ଆଉ ମାତ୍ର ୮ ରନ ଅଧିକ ସଂଗ୍ରହ କରି ଅଭିଜ୍ଞ ସ୍ପିନର ନାଥନ ଲିୟନଙ୍କ ବଲରେ ଉଇକେଟକିପର ଟିମ୍‌ ପେନ୍‌ଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ସେହିପରି ୩୮ ରନରୁ ଖେଳ ଆରମ୍ଭ କରି ବେନ୍‌ ଷ୍ଟୋକ୍ସ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳି ପ୍ୟାଟ୍‌ କୁମିନ୍ସଙ୍କ ବଲ୍‌ରେ ପେନ୍‌ଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ପାଖାପାଖି ୮ ଘଣ୍ଟା ବ୍ୟାଟିଂ କରି ବନର୍‌ସ ୩୧୨ଟି ବଲ୍‌ର ସମ୍ମୁଖୀନ ହୋଇ ୧୭ଟି ଚୌକା ମାରି ୧୩୩ ରନର ଶତକୀୟ ପାଳି ଖେଳିବା ସହ ଇଂଲଣ୍ଡର ଟପ୍‌ ସ୍କୋରର ସାବ୍ୟସ୍ତ ହୋଇଥିଲେ। ଏଥିସହିତ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ଅର୍ଜନ କରିଛନ୍ତି। ଲଞ୍ଚ୍‌ ପୂର୍ବରୁ ଇଂଲଣ୍ଡ ୪ ରନରେ ୩ ଉଇକେଟ ହରାଇଥିଲା। ନବମ ଉଇକେଟରେ ଷ୍ଟୁଆର୍ଟ ବ୍ରଡ ଓ କ୍ରିସ ଓ୍ବକ୍ସ ୬୫ ରନ ସଂଗ୍ରହ କରି ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ଓ୍ବକ୍ସ ୩୭ ରନ କରି ଶେଷପର୍ଯନ୍ତ ଅପରାଜିତ ରହିଥିଲେ। ବ୍ରଡ ଉପଯୋଗୀ ୨୯ ରନ ସଂଗ୍ରହ କରିଥିଲେ। ପୂର୍ବରୁ ରୁଟ୍‌ ୫୭ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ତେବେ ବାକି ବ୍ୟାଟ୍ସମ୍ୟାନ ଆଶାନୁରୂପ ପ୍ରଦର୍ଶନ କରି ନ ଥିଲେ। କାଫ୍‌ ଇଞ୍ଜୁରି ସତ୍ତ୍ୱେ ବ୍ୟାଟିଂ କରିବାକୁ ଆସିଥିବା ଜେମ୍ସ ଆଣ୍ଡରସନ ୩ ରନ କରିଥିବା ବେଳେ ଲିୟନଙ୍କ ବଲ୍‌ରେ ପ୍ୟାଟ କୁମିନ୍ସଙ୍କୁ କ୍ୟାଚ୍‌ ଦେଇ ଶେଷ ବ୍ୟାଟ୍ସମ୍ୟାନ ଭାବେ ପ୍ୟାଭିଲିୟନ ଫେରିଥିଲେ। ଏହାପୂର୍ବରୁ ଜନ୍ନି ବେୟାରଷ୍ଟୋ ୮ ରନ କରି ପିଟର ସିଡଲଙ୍କ ବଲ୍‌ରେ ଓ୍ବାର୍ନରଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ କୁମିନ୍ସ ଓ ଲିୟନ ୩ଟି ଲେଖାଏ, ପାଟିନସନ ଓ ସିଡଲ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୮୦.୪ ଓଭରରେ ୨୮୪ ଅଲଆଉଟ।
ଇଂଲଣ୍ଡ ପ୍ରଥମ ଇନିଂସ: ୧୩୫.୫ ଓଭରରେ ୩୭୪ ଅଲଆଉଟ
(ବନର୍‌ସ- ୧୩୩, ରୁଟ୍‌- ୫୭, ଷ୍ଟୋକ୍ସ- ୫୦, ଓ୍ବକ୍ସ- ୩୭*, ବ୍ରଡ୍‌-୨୯, କୁମିନ୍ସ- ୩/୮୪, ଲିୟନ- ୩/୧୧୨, ପାଟିନସନ- ୨/୮୨, ସିଡଲ- ୨/୫୨ )।
ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ: ୩୧ ଓଭରରେ ୧୨୪/୩।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡେଥ୍‌ ଓଭରରେ ପାରିଲେନି ବୋଲର, ଦକ୍ଷିଣ ଆଫ୍ରିକା ଛିଡ଼ା କଲା ୨୯୭ ରନ୍‌ ଟାଗେର୍ଟ

ପାର୍ଲ,୧୯।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଡେଥ୍‌ ଓଭରରେ ଭାରତୀୟ ବୋଲର ଉଇକେଟ ନେବାରେ ବିଫଳ ହୋଇଛନ୍ତି। ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର,...

ପ୍ଲେ-ଅଫ୍‌ରେ ଭିଲଓ୍ବାରା କିଙ୍ଗ୍ସ

ଯୋଧପୁର, ୧।୧୦: ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ଶୁକ୍ରବାର ଭିଲଓ୍ବାରା କିଙ୍ଗ୍ସ ୫ ଉଇକେଟରେ ଗୁଜରାଟ ଜାଏଣ୍ଟ୍ସକୁ ପରାସ୍ତ କରିଛି। କ୍ରିସ୍‌ ଗେଲ୍‌ ଓ ଯଶପାଲ...

ଆଫଗାନିସ୍ତାନ କ୍ରିକେଟ ମୁଖ୍ୟଙ୍କୁ ହଟାଇଲା ତାଲିବାନ୍‌, ନସିବୁଲ୍ଲାଙ୍କୁ ଦାୟିତ୍ୱ …

କାବୁଲ,୨୧।୯: ଆଫଗାନିସ୍ତାନ କ୍ରିକେଟ ମୁଖ୍ୟଙ୍କୁ ତାଲିବାନ ହଟାଇ ଦେଇଛି। ପୂର୍ବରୁ ହାମିଦ୍‌ ଶିନଓ୍ବାରି ଆଫଗାନିସ୍ତାନ କ୍ରିକେଟ ବୋର୍ଡର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଏବେ...

ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌: ଅମିତଙ୍କୁ ରୌପ୍ୟ ପଦକ

ଏକଟେରିନବର୍ଗ(ରୁଷିଆ), ୨୨।୯(ପି.ଟି.)- ପ୍ରଥମ ଭାରତୀୟ ବକ୍ସରଭାବେ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଥିବା ଅମିତ ପଙ୍ଘାଲ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ସେ ୫୨...

ବିରାଟଙ୍କ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମରେ ଅନୁଷ୍କା, ସ୍ବାମୀଙ୍କ ଇନିଂସ ଦେଖି ଦେଲେ ଫ୍ଲାଇଙ୍ଗ୍‌ କିସ୍‌

ଦୁବାଇ,୧୧ା୧୦: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗ୍‌ସ ମ୍ୟାଚ ଦେଖିବା ପାଇଁ ଅନୁଷ୍କା ଶର୍ମା ଷ୍ଟାଡିୟମରେ ଶନିବାର ପହଞ୍ଚିଥିଲେ। ଏହି ସମୟରେ ଅନୁଷ୍କା...

କିଟ୍‌ ମହିଳା ଭଲିବଲ ଦଳକୁ ସର୍ବଭାରତୀୟ ଯୋଗ୍ୟତା

ଭୁବନେଶ୍ୱର, ୮।୧୨ (କ୍ରୀଡ଼ା ପ୍ରତିନିଧି): ବାଲେଶ୍ୱରର ଫକିର ମୋହନ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଭଲିବଲ ଟୁର୍ନାମେଣ୍ଟରେ ପ୍ରଭାବୀ ପ୍ରଦର୍ଶନ କରି...

ଓ୍ବାର୍ମଅପ୍‌ ମ୍ୟାଚ୍‌: ୨୬୩ ରନ୍‌ରେ ଅଲଆଉଟ୍‌ ଭାରତ, ହନୁମାଙ୍କ ଶତକ

ହାମିଲଟନ,୧୪।୨(ପି.ଟି.)- ଭାରତୀୟ ଟେଷ୍ଟ ଦଳର ସଦସ୍ୟ ହନୁମା ବିହାରୀଙ୍କ ଶତକ ଓ ଚେତେଶ୍ୱର ପୂଜାରା(୯୩)ଙ୍କ ବ୍ୟତୀତ ଟିମ୍‌ ଇଣ୍ଡିଆର ସମସ୍ତ ବ୍ୟାଟ୍ସମ୍ୟାନ ନ୍ୟୁଜିଲାଣ୍ଡ ଏକାଦଶ ବିପକ୍ଷ...

ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୬୮ ରନ…

ମେଲବୋର୍ନ,୨୯।୧୦ : ଟି-୨୦ ବିଶ୍ୱକପରେ ଶନିବାର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍‌ ଖେଳାଯାଉଛି। ଦୁଇ ଦଳ ମଧ୍ୟରେ ପ୍ରଥମ ସ୍ଥାନ ପାଇଁ...

Advertisement
Archives

Model This Week