Posted inଖେଳ

ଇଂଲଣ୍ଡ ଗସ୍ତ ପୂର୍ବରୁ ୧୦ ପାକିସ୍ତାନୀ କ୍ରିକେଟରଙ୍କୁ କରୋନା

ଇସ୍‌ଲାମବାଦ୍‌, ୨୩।୬- ଇଂଲଣ୍ଡ ଗସ୍ତ ପୂର୍ବରୁ ୧୦ ପାକିସ୍ତାନ କ୍ରିକେଟର୍‌ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ପୂର୍ବରୁ ୩ ଜଣ ଖେଳାଳି ସୋଏବ ଖାନ୍‌, ହାରିସ ରଫ୍‌ ଓ ହାଇଦର ଅଲି କରୋନା ଆକ୍ରାନ୍ତ ହୋଇଥିଲେ। ମଙ୍ଗଳବାର ଆଉ ୭ ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିଛି। ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ପକ୍ଷରୁ  ଏହା ସ୍ପଷ୍ଟ କରାଯାଇଛି। ମଙ୍ଗଳବାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଖେଳାଳିମାନେ ହେଲେ ଓ୍ବାହବ ରିଆଜ, ମହମ୍ମଦ ହାଫିଜ, ଫାକର ଜମାନ, ମହମ୍ମଦ ରିଜଓ୍ବାନ, କାଶିଫ୍‌ ଭଟ୍ଟି, ମହମ୍ମଦ ହସନଇନ ଓ ଇମ୍ରାନ ଖାନ୍‌। ସେହିଭଳି ସପୋର୍ଟ ଷ୍ଟାଫ୍‌ ମଲାଙ୍ଗ ଅଲି ଓ ଜଣେ ମାଲିସବାଲା ମଧ୍ୟ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପିସିବି ପକ୍ଷରୁ ସମସ୍ତ ଆକ୍ରାନ୍ତ ଖେଳାଳିଙ୍କୁ ଘରେ କଡ଼ାକଡ଼ି ଭାବେ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ଜୁନ୍‌ ୨୮ରେ ପାକିସ୍ତାନ କ୍ରିକେଟ୍‌ ଦଳ ଟେଷ୍ଟ ସିରିଜ ଖେଳିବା ଲାଗି ଇଂଲଣ୍ଡ ଗସ୍ତରେ ଯିବାର କାର୍ଯ୍ୟସୂଚୀ ରହିଥିଲା। କରୋନାକୁ ନଜରରେ ରଖି ବୋର୍ଡ ପକ୍ଷରୁ ୨୯ ଜଣିଆ ଖେଳାଳି ତାଲିକା ମଧ୍ୟ ନିକଟରେ ଘୋଷଣା କରାଯାଇଥିଲା। କିନ୍ତୁ ୧୦ ଜଣ ଖେଳାଳି କରୋନା ଆକ୍ରାନ୍ତ ହେବାପରେ ଏହି ସିରିଜ ଏବେ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମ୍ୟାଚ୍‌ ସମୟରେ ସିଗାରେଟ୍‌ ଟାଣିଲେ ଏହି ଅଷ୍ଟ୍ରେଲୀୟ ଖେଳାଳି

ଦୁବାଇ, ୧୮।୧୦: ଚଳିତ ଆଇପିଏଲ୍‌ର ଶନିବାର ଖେଳାଯାଇଥିବା ୩୩ତମ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ୭ ଉଇକେଟ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ସ୍ଥାନୀୟ...

‘ମୁର୍ଖଙ୍କ ଭଳି କାର୍ଯ୍ୟ କଲେ, ପରିଣାମ ଭୋଗିବାକୁ ପଡ଼େ’

ନୂଆଦିଲ୍ଲୀ,୧୭।୨: ମିଷ୍ଟର ଆଇପିଏଲ ଭାବେ ଜଣାଶୁଣା ସୁରେଶ ରାଇନା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଆଗାମୀ ସଂସ୍କରଣରେ ଖେଳିବେ ନାହିଁ। ଇତିହାସରେ ପ୍ରଥମ ଥର ପାଇଁ...

ତୁର୍କୀ ଫୁଟ୍‌ବଲ ଲିଗ୍‌ ଜୁନ୍‌୧୨ରୁ

ଇସ୍ତାନ୍‌ବୁଲ୍‌,୭ା୫ (ଏଏଫ୍‌ପି)-ତୁର୍କୀ ଫୁଟ୍‌ବଲ ଲିଗ୍‌ ଜୁନ୍‌ ୧୨ରୁ ଆରମ୍ଭ ହେବ। ଦେଶର ଫୁଟ୍‌ବଲ ମହାସଂଘ ବୁଧବାର ଘୋଷଣା କରିଛି। କରୋନାଭାଇରସ୍‌ ମହାମାରୀ ଯୋଗୁ ମାର୍ଚ୍ଚରେ ମ୍ୟାଚଗୁଡ଼ିକ...

ଅବସରରୁ ଫେରିପାରନ୍ତି ଡି’ଭିଲର୍ସ

କେପ୍‌ଟାଉନ, ୧୭।୪- ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି’ଭିଲର୍ସ ଅବସରରୁ ଫେରିପାରନ୍ତି। ଆସନ୍ତା ଟି୨୦ ବିଶ୍ୱକପରେ ତାଙ୍କୁ ପୁଣି ଦକ୍ଷିଣ ଆଫ୍ରିକା ଜର୍ସିରେ ଦେଖିବାକୁ...

ଟୋକିଓ ଫ୍ଲାଇଟ୍‌ ମିସ୍‌ କଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୨୭।୭: ଅଲିମ୍ପିକ୍ସରେ ଭାରତର ସବୁଠୁ ବଡ଼ ପଦକ ଆଶା କୁହାଯାଉଥିବା ରେସଲର ଭିନେଶ ଫୋଗଟ ବିଳମ୍ବରେ ପହଞ୍ଚିବେ ଟୋକିଓରେ। ତାଙ୍କୁ ମଙ୍ଗଳବାର ଫ୍ରାଙ୍କଫର୍ଟରୁ ଟୋକିଓ ଫ୍ଲାଇଟ୍‌...

ନେମାରଙ୍କ ପାଇଁ ବାଲେ, ଜେମ୍ସଙ୍କ ସହ ୧୦୦ ନିୟୁତ

ପ୍ୟାରିସ,୨୩।୮(ପିଟି): ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍‌ଜି) ଷ୍ଟାର ଷ୍ଟ୍ରାଇକର ନେମାର ଜୁନିୟରଙ୍କୁ ଦଳରେ ନେବା ପାଇଁ ବହୁ ଦଳ ଆଗଭର ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛି...

ସଚିନ ତେନ୍ଦୁଲକରଙ୍କୁ ସ୍ବପ୍ନରେ ଦେଖୁଥିଲେ ଏହି ମହାନ ଖେଳାଳି

ଅଷ୍ଟ୍ରେଲିଆର ମହାନ୍‌ ବୋଲର୍‌ ସେନ୍‌ ଓ୍ବାର୍ଣ୍ଣ ୫୧ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୯ ସେପ୍ଟେମ୍ବର ୧୩ ତାରିଖରେ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ସେ ଜନ୍ମଗ୍ରହଣ କରିଥିଲେ। ବିଶ୍ୱର ସର୍ବଶ୍ରେଷ୍ଠ...

ଧୋନୀଙ୍କ ନିଶ

ନୂଆଦିଲ୍ଲୀ, ୨୦।୭: ଭାରତୀୟ କ୍ରିକେଟ୍‌ର ସବୁଠାରୁ ସଫଳ ଅଧିନାୟକ ବିବେଚିତ ହୋଇଥିବା ମହେନ୍ଦ୍ର ସିଂ ଧୋନୀ ଗତ ଏକବର୍ଷ ଧରି କ୍ରିକେଟ୍‌ରୁ ଦୂରେଇ ରହିଛନ୍ତି। ଶେଷଥର...

Advertisement
Archives

Model This Week