ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ରିଞ୍ଜା ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କର୍ଲାମୁଣ୍ଡା,୨।୮ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ ସରପଞ୍ଚ ଭୋଜବନ୍ତୀ ସାହୁଙ୍କ ବାସଭବନରେ ଶୁକ୍ରବାର ଭୋରରୁ କଳାହାଣ୍ଡି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ୍‌ ମହାନନ୍ଦଙ୍କ ନେତୃତ୍ୱରେ ସରପଞ୍ଚଙ୍କ ନିଜ ବାସଭବନ ଟକାରୁମାଲ ଓ ପୈତୃକ ଘର କୁଶୁର୍ଲା ତଥା ଟକାରୁମାଲ ସ୍କୁଲ ନିକଟରେ ଥିବା ମାର୍କେଟ କମ୍ପେକ୍ସ ଠାରେ ଥିବା ଦୋକାନଘରକୁ ଏକକାଳୀନ ତିନୋଟି ଟିମ୍‌ ଚଢ଼ାଉ କରୁଥିବା ଜଣାପଡିଛି। ଏ ନେଇ ଭିଜିଲାନ୍ସ ସତ୍ୟବାନ୍‌ ମହାନନ୍ଦଙ୍କୁ ପଚାରିବାରୁ ରିଞ୍ଜା ସରପଞ୍ଚଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା। ଉକ୍ତ ଅଭିଯୋଗକୁ ଭିତ୍ତିକରି ଆମେ ତଦନ୍ତ କରୁଛୁ। ତଦନ୍ତରେ ୩ ଟ୍ରାକ୍ଟର, ୨ମୋଟରସାଇକେଲ, ଗୋଟିଏ କାର ଓ ମାର୍କେଟ କମ୍ପ୍ଲେକ୍ସ ରହିଥିବା ଜଣାପଡିଛି। ବର୍ତ୍ତମାନ ତଦନ୍ତ ଜାରି ରହିଥିବା ସେ କହିଛନ୍ତି। ସରପଞ୍ଚ ଭୋଜବନ୍ତୀ ସାହୁଙ୍କୁ ପଚାରିବାରୁ ରାଜନୈତିକ ଉଦ୍ଦେଶ୍ୟରଖି କିଛି ବ୍ୟକ୍ତି ମୋତେ ବଦନାମ କରିବାକୁ ଷଡ଼ଯନ୍ତ୍ର କରିଛନ୍ତି। ଭିଜିଲାନ୍ସ ତଦନ୍ତକୁ ମୁଁ ସ୍ବାଗତ କରୁଛି ଯାହା ସତ୍ୟ ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି। ଖବର ଲେଖା ହେବା ବେଳକୁ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରପ୍‌ ଆଉଟ୍‌ରେ ରାଜ୍ୟରେ ଦ୍ୱିତୀୟ କେନ୍ଦୁଝର

କେନ୍ଦୁଝର,୮ା୧୨(ସ୍ବ.ପ୍ର.): ଖଣିଖାଦାନ ଭରା କେନ୍ଦୁଝର ଜିଲାରେ ଶିକ୍ଷକ ଅଭାବ ସାଙ୍ଗକୁ ଉତ୍ତମ ଶିକ୍ଷା ବ୍ୟବସ୍ଥାର ଅଭାବ ଯୋଗୁ ଡ୍ରପ୍‌ ଆଉଟ୍‌ ସଂଖ୍ୟା ବଢୁଛି। ୨୦୧୯-୨୦ ତଥ୍ୟ...

ମହାପ୍ରଭୁଙ୍କ ମାମୁଘର ବିବାଦ: ଶାସ୍ତ୍ର, ପୁରାଣ, ସ୍ବତ୍ବଲିପିରେ ଉଲ୍ଲେଖ ନାହିଁ

ପୁରୀ ଅଫିସ, ୨୧।୧୧: ମହାପ୍ରଭୁଙ୍କ ମାମୁଘର ନେଇ ସୃଷ୍ଟି ହୋଇଛି ନୂଆ ବିବାଦ। ପ୍ରଥମାଷ୍ଟମୀ ଅବସରରେ ମଙ୍ଗଳବାର ନିଆଳି ମାଧବରୁ ପୋଢୁଅଁ। ଭାର ମହାପ୍ରଭୁଙ୍କ ପାଇଁ...

ମାଡ଼ ମାରିବା ଅଭିଯୋଗରେ ମୌଲବୀ ଅଟକ ଘଟଣା: ଆପୋସ ବୁଝାମଣା ପରେ ଛାଡ଼ିଦେଲା ପୋଲିସ

କେନ୍ଦ୍ରାପଡା ଅଫିସ, ୧୧।୭ ଟାଉନ ଥାନାରେ ଅଟକ ଥିବା ସ୍ଥାନୀୟ ଏକ ମଦ୍ରାସାର ମୌଲବୀଙ୍କୁ ଗୁରୁବାର ଆପୋସ ବୁଝାମଣା ପରେ ଛାଡ଼ି ଦେଇଛି ପୋଲିସ। ହେଲେ...

ଆଜି ବିଷୁବ ମିଳନ, ରାୟଗଡ଼ା ଉତ୍ସବମୁଖର

ରାୟଗଡ଼ା,୧୪।୪(ସ୍ବ.ପ୍ର.): ରାୟଗଡ଼ାରେ ଓଡ଼ିଆ ନବବର୍ଷ ଧୁମଧାମରେ ପାଳନ କରାଯିବ। ନୂଆବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପାଳନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଏଠାରେ...

ଦୁରଦିନ୍‌ରେ ବିତୁଛେ ମା’ପୁଓର ଜୀବନ୍‌

ଲୋଇସିଂହା, ୪।୧୧(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଟେନପାଲି ପଁଚେତ୍‌ ଅଧୀନ ଦୁମଦୁମି ଗଁାର ବିଧବା ମହିଲା ଉଷା ଡାଙ୍ଗ(୭୫)। ଗୁଟେବଲି ପୁଓ ଶ୍ରୀରାମ(୫୦) ଆଏଜ୍‌କେ...

ଲୁଟେରାଙ୍କ ଟାର୍ଗେଟରେ ଫାଇନାନ୍ସ କର୍ମଚାରୀ: ବନ୍ଧୁକ ଦେଖାଇ ନେଇଗଲେ ଲକ୍ଷେ ଟଙ୍କା

ପରଜଙ୍ଗ, ୩।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ପୁଣିଥରେ ଲୁଟେରା ଆତଙ୍କ ଦେଖାଦେଇଛି। ଭାଲୁମୁଣ୍ଡା-ପରଜଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ଗଣ୍ଡତଇଲା ଗ୍ରାମ ନିକଟରୁ ମଙ୍ଗଳବାର ଅପରାହ୍ନରେ...

ଗୋଶାଳାରେ ପହଞ୍ଚିଲା ଗୋଖାଦ୍ୟ

ଅନୁଗୋଳ ଅଫିସ୍‌, ୨୩ା୪: ଡ୍ରିମ୍‌ ଫାଉଣ୍ଡେଶନ ତରଫରୁ ଅନୁଗୋଳ ଆଦିତ୍ୟ ବାହିନୀ ମାଧ୍ୟମରେ ଗୋବର୍ଦ୍ଧନ ପୀଠ ଗୋଶାଳାକୁ ଗୋଖାଦ୍ୟ ପ୍ରଦାନ କରାଯାଇଛି। ଆଦିତ୍ୟ ବାହିନୀ ମହାସଚିବ ପଣ୍ଡିତ...

ରଥକୁ ବିଜେ ହେଲା ଆଜ୍ଞାମାଳ

ପୁରୀ ଅଫିସ,୧୧ା୭: ସୋମବାର ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଭକ୍ତଙ୍କୁ ଦର୍ଶନ ଦେବାକୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାବାହୁ। ଏନେଇ ରବିବାର ଶ୍ରୀମନ୍ଦିରରୁ ତିନି ରଥକୁ...

Advertisement
Archives

Model This Week