ଆୟକର ରିଟର୍ନ ଅବଧି ବଢ଼ିଲା

ନୂଆଦିଲ୍ଲୀ,୧୪।୫: ଆର୍ଥତ୍କ ବର୍ଷ ୨୦୧୯-୨୦ ଲାଗି ସରକାର ଆୟକର ରିଟର୍ନ ପ୍ରଦାନ କରିବା ସୀମାକୁ ଚଳିତ ବର୍ଷ ୩୦ ନଭେମ୍ବର ଯାଏ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ଦେଶର ଅର୍ଥ ବ୍ୟବସ୍ଥା ପ୍ରଭାବିତ ସ୍ଥିତିରେ ରହିଥିବାରୁ ଉଭୟ ବାଣିଜ୍ୟ ଏବଂ ବ୍ୟକ୍ତି ବିଶେଷଙ୍କୁ ଫାଇଦା ଦେବା ଲାଗି ଅର୍ଥମନ୍ତ୍ରୀ ବିଭିନ୍ନ ଘୋଷଣା କରିଛନ୍ତି। ଟ୍ୟାକ୍ସ ଡିଡକସନ ଆଟ୍‌ ସୋର୍ସ(ଟିଡିଏସ୍‌) ଏବଂ ଟ୍ୟାକ୍ସ କଲେକଟେଡ୍‌ ଆଟ୍‌ ସୋର୍ସ(ଟିସିଏସ୍‌)୨୫% ହ୍ରାସ କରାଯାଇଛି। ନନ୍‌ ସାଲାରି ପେମେଣ୍ଟ ଟୁ ରେସିଡେଣ୍ଟ କ୍ଷେତ୍ରରେ ଏହା ଲାଗୁ ହେବ। କଣ୍ଟ୍ରାକ୍ଟ, ଇଣ୍ଟରେଷ୍ଟ, ଡିଭିଡେଣ୍ଡ, କିମଶନ ଏବଂ ବ୍ରୋକ୍‌ରେଜ ଭଳି କ୍ଷେତ୍ରରେ ୨୫% ଟିଡିଏସ୍‌ ହ୍ରାସ ହେବ ବୋଲି ଜଣାପଡ଼ିଛି। ଏଭଳି ପଦକ୍ଷେପ ଦ୍ୱାରା ଲୋକଙ୍କ ନିକଟକୁ ପ୍ରାୟ ୫୦ ହଜାର କୋଟି ଟଙ୍କାର ନଗଦ ଅର୍ଥ ଆସିପାରିବ। ଟିକସ ସମାଧାନ ସ୍କିମ୍‌ ବିବାଦ ସେ ବିଶ୍ୱାସର ଅବଧିକୁ ଚଳିତ ବର୍ଷ ଡିସେମ୍ବର ୩୧ ଯାଏ ବୃଦ୍ଧି କରାଯାଇଛି। ସୀତାରାମନ କହିଛନ୍ତି ଯେ, ଆୟକର ବିଭାଗ ପଡି ରହିଥିବା ଟିକସ ରିଫଣ୍ଡକୁ ତୁରନ୍ତ ସମାଧାନ କରିବ। ଏହି ଧାରାରେ ଦାତବ୍ୟ ଅନୁଷ୍ଠାନ, ଏଲ୍‌ଏଲ୍‌ପି, ଅଣ କର୍ପୋରେଟ ବାଣିଜ୍ୟ, ସ୍ବତ୍ୱାଧିକାରୀ ଫାର୍ମ ଏବଂ ଅନ୍ୟ ସଂସ୍ଥାଗୁଡିକ ଲାଭବାନ ହୋଇପାରିବେ। ଏହି ସମୟ ମଧ୍ୟରେ ଆୟକର ବିଭାଗ ପକ୍ଷରୁ ୧୮,୦୦୦ କୋଟି ଟଙ୍କାର ରିଫଣ୍ଡ ଜାରି କରାଯାଇଛି। ଅଣ ବେତନ ପେମେଣ୍ଟରେ ଟିସିଏସ୍‌, ଟିଡିଏସ୍‌ ୨୫% ହ୍ରାସ ହେବା ଦ୍ୱାରା ଭେଣ୍ଡରଙ୍କ ନିକଟକୁ ଅଧିକ ଅର୍ଥ ଆସିପାରିବ। ଲୋକଙ୍କ ନିକଟକୁ ଲିକ୍ୟୁଡିଟି ଆସିବା ଦ୍ୱାରା ଅର୍ଥ ବ୍ୟବସ୍ଥାକୁ ଏହା ସହାୟତା କରିବ ବୋଲି ନାଞ୍ଜିଆ ଆଣ୍ଡରସନ ଏଲ୍‌ଏଲ୍‌ପିର ନିର୍ଦ୍ଦେଶକ ସନ୍ଦୀପ ଝୁନ୍‌ଝୁନ୍‌ଓ୍ବାଲା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା…

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ‘ପ୍ଲାଟିନମ ଶୋ’

ଭୁବନେଶ୍ୱର, ୧୨ା୯(ସନ୍ତୋଷ କୁମାର ବେହେରା): ଅନ୍ୟତମ ପ୍ରତିଷ୍ଠିତ ଜୁଏଲେରି ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ସ୍ଥାନୀୟ ଶହୀଦନଗର ଷ୍ଟୋରରେ ‘ପ୍ଲାଟିନମ ଶୋ’ର ଶୁଭାରମ୍ଭ ହୋଇଛି…

ପେମେଣ୍ଟ ଲିଙ୍କ୍‌ ସହ ସ୍ଥାନୀୟ ମୁଦ୍ରାରେ କାରବାର କର

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସ୍ଥାନୀୟ ମୁଦ୍ରାରେ ବ୍ୟାପାର ଏବଂ ସେମାନଙ୍କର ତତ୍କାଳୀନ ପେମେଣ୍ଟ ସିଷ୍ଟମର ସଂଯୋଗୀକରଣ ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ…

Bank Strike Update: ୧୪ ଯାଏ ବ୍ୟାଙ୍କ ବନ୍ଦ! ଜରୁରୀ କାମ ଥିଲେ କଣ କରିବେ?

ନୂଆଦିଲ୍ଲୀ,୧୨।୯: ଯଦି ଆପଣଙ୍କ ବ୍ୟାଙ୍କରେ ଚେକ୍ କ୍ଲିୟରାନ୍ସ, କ୍ୟାସ, ଜମା କିମ୍ୱା ଉଠାଣ, ପାସବୁକ୍ ଅପଡେଟ୍ ଭଳି କୌଣସି ଜରୁରୀ କାମ ବାକି ଅଛି, ତେବେ ଆପଣଙ୍କୁ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଘରେ ଝିଅ ଜନ୍ମ ହେଲେ ଆପଣଙ୍କୁ ମିଳିବ ୨୭ ଲକ୍ଷ ଟଙ୍କା! କରିବାକୁ ହେବ କେବଳ ଏହି କାମ…

ନୂଆଦିଲ୍ଲୀ,୧୧।୯: ଯଦି ଆପଣଙ୍କ ଘରେ ଝିଅ ଜନ୍ମ ହୋଇଛି, ତେବେ ଏବେ ଆପଣ ୨୭ ଲକ୍ଷ ଟଙ୍କା ପାଇପାରିବେ। କେନ୍ଦ୍ର ସରକାରଙ୍କ ଏପରି ଏକ ଯୋଜନା ଅଛି,…

Pension: ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୮ମ ବେତନ ଆୟୋଗରେ ବଢ଼ିବ ପେନସନ, ଜାଣନ୍ତୁ ପୁରା ହିସାବ…

ନୂଆଦିଲ୍ଲୀ,୧୧।୯: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କ ମଧ୍ୟରେ ଅଷ୍ଟମ ବେତନ କମିଶନ ସମ୍ବନ୍ଧୀୟ ଆଲୋଚନା ଜୋର୍ ଧରିଛି । ଦରମା ଓ ପେନସନ୍ ସମ୍ପର୍କିତ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?