ଆହୁରି ଜଟିଳ ହେବ ମାନ୍ଦାବସ୍ଥା

 

ନୂଆଦିଲ୍ଲୀ,୧୯।୫: ଦେଶର ଜିଡିପି ଗତ କିଛି ତ୍ରୈମାସ ହେବ ଲଗାତର ଭାବେ ଖସି ଚାଲିଥିବା ବେଳେ ଚଳିତ ବର୍ଷ ଏହା ପ୍ରାୟ ୧.୯% ରହିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଆକଳନରେ କହିଥିଲା। ବଜାର କ୍ଷତିଗ୍ରସ୍ତ ସ୍ଥିତିରେ ରହିଥିବା ବେଳେ କରୋନା ଏହାକୁ ସମ୍ପୂର୍ଣ୍ଣ ବିଗାଡ଼ିଦେଇଛି। କରୋନାଜନିତ ଲକ୍‌ଡାଉନର ପ୍ରଭାବ ଯୋଗୁ ସରକାର ସାରା ଦେଶକୁ ଲକ୍‌ଡାଉନ ଘୋଷଣା କରିଥିଲେ। ଏହା ମଧ୍ୟରେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ରହିବା ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ଅଣ୍ଟା ଭାଙ୍ଗିଯାଇଛି। ବଜାରରେ ଏବେ ଚାହିଦା ନ ଥିବା ବେଳେ ଦୀର୍ଘଦିନ ବନ୍ଦ ହୋଇ ରହିଥିବା ବଜାର ସ୍ଥିତାବସ୍ଥାକୁ ଫେରିବା ନେଇ କଷ୍ଟକର ହୋଇପଡୁଛି। ଲକ୍‌ଡାଉନ ଯୋଗୁ ଅର୍ଥ ବ୍ୟବସ୍ଥା ଲାଗି ଉପୁଜିଥିବା ସମସ୍ୟା କାରଣରୁ ଭାରତରେ ମାନ୍ଦାବସ୍ଥା ଆହୁରି ଜଟିଳ ହେବ ବୋଲି ଆଶଙ୍କା କରାଯାଇଛି। ମାନ୍ଦାବସ୍ଥାର ସବୁଠାରୁ ଭୟଙ୍କର ସ୍ଥିତି ଭାରତ ଦେଖିବ ବୋଲି ଗୋଲ୍ଡମ୍ୟାନ ସ୍ୟାଚ୍‌ ପକ୍ଷରୁ କୁହାଯାଇଛି।
ମାନ୍ଦାବସ୍ଥା ଯୋଗୁ ଜିଡିପି ବାର୍ଷିକ ଭିତ୍ତିରେ ପ୍ରାୟ ୨୦% ଖସିବ ବୋଲି ଗୋଲ୍ଡମ୍ୟାନ ପକ୍ଷରୁ ପୂର୍ବରୁ ଆକଳନ କରାଯାଇଥିଲା। ମାତ୍ର ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡିପି ପ୍ରାୟ ୪୫% ଖସିବ ବୋଲି ଏହା ଆଶଙ୍କା ପ୍ରକଟ କରିଛି। ସେହିଭଳି ତୃତୀୟ ତ୍ରୈମାସ ଲାଗି ଏହା ୨୦% ରହିଥିବା ବେଳେ ଚତୁର୍ଥ ତ୍ରୈମାସ ଏବଂ ଆସନ୍ତା ଆର୍ଥତ୍କ ବର୍ଷ ପ୍ରଥମ ଲାଗି ଯଥାକ୍ରମେ ୧୪% ଏବଂ ୬.୫% ପ୍ରଭାବିତ ରହିବା ନେଇ ପୂର୍ବାନୁମାନ କରାଯାଇଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ଦେଶର ରିୟଲ ଜିଡିପି ପ୍ରାୟ ୫% ଖସିବା ନେଇ ଆକଳନ କରାଯାଇଛି। ଭାରତ ପୂର୍ବରୁ ଯେତେ ବି ମାନ୍ଦାବସ୍ଥା ସାମ୍ନା କରିଛି ଏହା ସବୁଠାରୁ ଭୟଙ୍କର ବୋଲି ଗୋଲ୍ଡ ମ୍ୟାନର ଅର୍ଥନୀତିଜ୍ଞ ପ୍ରାଚୀ ମିଶ୍ର ଏବଂ ଆଣ୍ଡ୍ର୍ୟୁ ଟିଲ୍‌ଟନ କହିଛନ୍ତି।
ସରକାର ସାରା ଦେଶରେ ଲକ୍‌ଡାଉନକୁ ମେ ୩୧ ଯାଏ ବଢ଼ାଇଛନ୍ତି। କେତେକ କ୍ଷେତ୍ରରେ ଆର୍ଥତ୍କ କାର୍ଯ୍ୟକଳାପକୁ ବର୍ତ୍ତମାନ ଅନୁମତି ପ୍ରଦାନ କରାଯାଇଛି। ସାରା ଦେଶରେ କରୋନା ମାମଲା ଥମିବାର ନାଁ ନେଉ ନ ଥିବା ବେଳେ ଶିଳ୍ପଗୁଡିକର କାରବାର ଠପ୍‌ ହୋଇ ପଡିଛି। କୋଭିଡ୍‌-୧୯ ଲାଗି ହୋଇଥିବା ସମସ୍ୟା ସମାଧାନ ଏବଂ ବଜାରକୁ ପୁନର୍ଜୀବିତ କରିବା ଲାଗି ସରକାର ୨୦ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି, ଯାହା ମୋଟ ଜିଡିପିର ୧୦%। ବିଭିନ୍ନ କ୍ଷେତ୍ରକୁ ସମ୍ଭାଳିବା ତଥା ଆର୍ଥତ୍କ କାର୍ଯ୍ୟକଳାପକୁ ତ୍ୱରାନ୍ବିତ କରିବା ଲାଗି ଢାଞ୍ଚାଗତ ସଂସ୍କାର ପଦକ୍ଷେପ ହାତକୁ ନିଆଯାଇଛି। ଏହି ସଂସ୍କାରଗୁଡିକ ମଧ୍ୟମ ମିଆଦୀ ଭିତ୍ତିକ ହୋଇ ଥିବାରୁ ଅଭିବୃଦ୍ଧିକୁ ଫେରାଇ ଆଣିବାରେ ସହାୟକ ହେବନି ବୋଲି ଅର୍ଥନୀତିଜ୍ଞ କହିଛନ୍ତି। ଏହି ଯୋଜନାର ରୂପାୟନ କିଭଳି ହେଉଛି ଏବଂ ଏହାର ଲାଭ ଅର୍ଥ ବ୍ୟବସ୍ଥାକୁ କିଭଳି ମିଳୁଛି ତାହା ମଧ୍ୟ ତର୍ଜମା କରାଯିବ ବୋଲି ଗୋଲ୍ଡମ୍ୟାନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂଶୋଧିତ ହେବ ଆଇବିସି ନିୟମ; ଆସନ୍ତା ବର୍ଷ ଲାଗୁ କରାଯିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୨-୪: ଋଣପ୍ରଦାନକାରୀ ଏବଂ ଗ୍ରହିତାଙ୍କ ମଧ୍ୟରେ ବର୍ତ୍ତମାନ ପରିଦୃଶ୍ୟରେ ମତପାର୍ଥକ୍ୟ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି)ରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରାଯାଇଛି।...

ଅଭିବୃଦ୍ଧି ତ୍ୱରାନ୍ବିତ ଲାଗି ପଦକ୍ଷେପ; ରେପୋ ରେଟ୍‌ ୦.୨୫% ହ୍ରାସ କଲା ଆର୍‌ବିଆଇ

  ମୁମ୍ବାଇ,୫-୧୦: ଦେଶର ଜିଡିପି ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ରିଜର୍ଭ ବ୍ୟାଙ୍କ ଏହାର ସୁଧହାରରେ ଶୁକ୍ରବାର ହ୍ରାସ ଘୋଷଣା କରିଛି। ଗଭର୍ନର ଶକ୍ତିକାନ୍ତ ଦାସଙ୍କ...

ଭାରତ ବଜାର ଛାଡ଼ିବ ଏୟାର ଏସିଆ; ସମ୍ପୂର୍ଣ୍ଣ ଅଂଶଧନ ଟାଟାକୁ ବିକିପାରେ

ନୂଆଦିଲ୍ଲୀ: ସୁଲଭ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଏସିଆ ଭାରତ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି। କରୋନା ଯୋଗୁ ବିମାନ ଚଳାଚଳ କ୍ଷେତ୍ର...

୫ଜି ପ୍ରଭାବ: ଆମେରିକାକୁ ବହୁ ବିମାନ ବାତିଲ

ନ୍ୟୁୟର୍କ,୨୦ା୧: ଆମେରିକାରେ ଟେଲିକମ୍‌ କମ୍ପାନୀ ଏଟିଆଣ୍ଡଟି ଏବଂ ଭେରିଜନ୍‌ ପକ୍ଷରୁ ବୁଧବାର ନୂଆ ୫ଜି ସେବା ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ବିମାନ ଚଳାଚଳ କ୍ଷେତ୍ରରେ...

ମିଧାନୀରୁ ୧୦% ଅଂଶଧନ ବିକ୍ରି ଯୋଜନା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଉ ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ଅଂଶଧନ ବିକ୍ରି କରିବାକୁ ଯୋଜନା ରଖିଛନ୍ତି। ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମିଶ୍ର ଧାତୁ ନିଗମ ଲିମିଟେଡ(ମିଧାନୀ)ରୁ...

ଆଉ ୯୦ ଟ୍ରେନ୍‌ ବାତିଲ୍‌

ନୂଆଦିଲ୍ଲୀ,୨୧-୩: ଶୁକ୍ରବାର ରେଲଓ୍ବେ ଆଉ ୯୦ ଟ୍ରେନ ବାତିଲ କରିଛି। ଏଗୁଡିକ ମାର୍ଚ୍ଚ ୨୦ରୁ ୩୧ ଯାଏ ଚଳାଚଳ କରିବ ନାହିଁ। କରୋନା ପ୍ରଭାବରୁ ଯାତ୍ରୀ...

ସେନ୍‌ସେକ୍ସରେ ୧୦୧୬ ପଏଣ୍ଟ ବୃଦ୍ଧି

ମୁମ୍ବାଇ,୯।୧୨: ଓମିକ୍ରନ୍‌ର ଭୟ ମଧ୍ୟରେ ବୁଧବାର ଦାଲଲ ଷ୍ଟ୍ରିଟ୍‌ରେ ବେଶ୍‌ ଉସତ୍ାହ ଦେଖିବାକୁ ମିଳିଛି। ଗୋଟିଏ ପଟରେ ଭାରତୀୟ ରିର୍ଜଭ ବ୍ୟାଙ୍କ (ଆର୍‌ବିଆଇ) ର ନୂତନ...

ପ୍ଲାଟଫର୍ମ ଟିକେଟ ବିକି ରେଳଓ୍ବେର ୧୩୯ କୋଟି ଆୟ

ନୂଆଦିଲ୍ଲୀ,୨୯-୭: ଭାରତୀୟ ରେଲଓ୍ବେ ଯାତ୍ରୀ ଭଡ଼ା ନ ବଢ଼ାଇ ଆୟ କରିବା ଲାଗି ବିକଳ୍ପ ପନ୍ଥା ଆପଣାଇଛି। ଏହିକ୍ରମରେ ଏହା ପ୍ଲାଟଫର୍ମ ଟିକେଟ ବିକ୍ରି କରି...

Advertisement


Archives

Model This Week