Posted inରାଜ୍ୟ

ଆସୁଛି ଲଘୁଚାପ: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା; ୧୧, ୧୨ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୯।୬(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏଥିସହିତ ଆଉ ଏକ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ଉପର ସ୍ତରରେ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ପାଗ ଅନୁକୂଳ କରିଛି। ମୌସୁମୀ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ତେଲେଙ୍ଗାନାର କିଛି ଅଂଶ ଏବଂ ଆନ୍ଧ୍ର ଉପକୂଳକୁ ପ୍ରବେଶ କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ଉତ୍ତର ପୂର୍ବ ରାଜ୍ୟ ସିକିମ୍‌, ଓଡ଼ିଶାର କିଛି ଅଞ୍ଚଳ ଓ ପଶ୍ଚିମବଙ୍ଗର ଗାଙ୍ଗେୟ ସମତଳ ଅଞ୍ଚଳରେ ପ୍ରବେଶ କରିବ। ମୌସୁମୀ ପ୍ରବେଶ କରୁଥିବାରୁ ଆସନ୍ତା ୫ ଦିନ ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବର୍ଷା ପୂର୍ବାନୁମାନ କରାଯାଇଛି। ଲଘୁଚାପ ଓ ମୌସୁମୀ ଯୋଗୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୋଳ, କଟକ, ଜଗତ୍‌ସିଂହପୁର, ଖୋର୍ଦ୍ଧା, ପୁରୀ, ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ ଏବଂ ଗଞ୍ଜାମ ଜିଲାର କେତେକ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିମି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। । ଏହାଛଡ଼ା ଗଞ୍ଜାମ, ଗଜପତି, କୋରାପୁଟ ଏବଂ ମୟୂରଭଞ୍ଜ ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କରାଯାଇଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ୧୦ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, କଳାହାଣ୍ଡି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୧୧ ତାରିଖରେ କୋରାପୁଟ, ମାଲକାନଗିରି, ଗଜପତି ଏବଂ ଗଞ୍ଜାମ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଏ ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଲଘୁଚାପ ଯୋଗୁ ଓଡ଼ିଶା ଉପକୂଳ ଅଶାନ୍ତ ରହିବ। ଘଣ୍ଟାକୁ ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ୧୦ରୁ ୧୨ ତାରିଖ ଯାଏ ମାଛ ଧରିବା ଲାଗି ସମୂଦ୍ରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି। ଯେଉଁମାନେ ଗଭୀର ସମୂଦ୍ରରେ ଅଛନ୍ତି ସେମାନେ ୯ ତାରିଖ ସୁଦ୍ଧା ଫେରିଆସିବା ପାଇଁ କୁହାଯାଇଛି। ଲଘୁଚାପକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜିଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ୟାସ୍‌’ ମୁକାବିଲା ସମୀକ୍ଷା କଲେ ୩ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର, ୨୫।୫(ବ୍ୟୁରୋ): ବାତ୍ୟା ‘ୟାସ୍‌’ ପରିସ୍ଥିତିର ମୁକାବିଲା ପ୍ରସ୍ତୁତି ନେଇ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୀୟୂଷ ଗୋଏଲ ଏବଂ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଭିଡିଓ...

ଆଇନଜୀବୀଙ୍କ ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ : ହାଇକୋର୍ଟ ବାର୍‌ ସଭାପତି, ଓଡ଼ିଶା ବାର୍‌ କାଉନସିଲ ଅଧ୍ୟକ୍ଷଙ୍କୁ ବ୍ୟକ୍ତିଗତ ହାଜର ନୋଟିସ

କଟକ ଅଫିସ,୨୫ା୧୦ : ଆଇନଜୀବୀ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି। ଗୁରୁବାର ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ସଞ୍ଜୟ...

ଆଜି ଶପଥ ନେବେ ହାଇକୋର୍ଟର ନୂତନ ବିଚାରପତି

କଟକ ଅଫିସ,୧୦।୨: ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ନିଯୁକ୍ତି ପାଇଥିବା ଆଇନଜୀବୀ ସଞ୍ଜୀବ କୁମାର ପାଣିଗ୍ରାହୀ ସୋମବାର ଶପଥ ଗ୍ରହଣ କରିବେ। ଅପରାହ୍ନ ୨ଟାରେ...

ତୁଳସୀକ୍ଷେତ୍ରରେ ଅବହେଳିତ ପର୍ଯ୍ୟଟନ ସ୍ଥଳ

କେନ୍ଦ୍ରାପଡ଼ା ଅଫିସ, ୨୭ା୯: ସୋମବାର ବିଶ୍ୱ ପର୍ଯ୍ୟଟନ ଦିବସ। ଏହି ଦିବସ ପାଳନ ପାଇଁ କେନ୍ଦ୍ରାପଡ଼ା ଜିଲା ପ୍ରଶାସକ ଓ ରାଜନେତା ଯେତେ ବ୍ୟଗ୍ରତା ଦେଖାନ୍ତି,...

ପୋଷ୍ଟ ଅଫିସ୍‌ ଜମା ଟଙ୍କା ଫେରସ୍ତ ଦାବି: ଅଧିକ୍ଷକଙ୍କୁ ଘେରିଲେ ଜମାକାରୀ

ଆସିକା,୨୫ା୭(ଡି.ଏନ୍‌.ଏ.)- ଆସିକା ଡାକ ମଣ୍ଡଳର କବିସୂର୍ଯ୍ୟନଗର ସବ୍‌ପୋଷ୍ଟ ଅଫିସ୍‌ ଶିଆଳିଆ ଶାଖା ଡାକଘରେ ଜମାକାରୀଙ୍କ ଟଙ୍କା ହେରଫେର୍‌ ହୋଇଥିବା ନେଇ ଜମାକାରୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି।...

୧୧ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗରି, ରାୟଗଡ଼ା, ପୁରୀ, ଜଗତ୍‌ସିଂହପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲାର କେତେକ...

ଖାକିକୁ କରୋନା ଚିନ୍ତା: ଭୟ, ଆଶଙ୍କାରେ ସାହସୀ ଯୋଦ୍ଧା

ଭୁବନେଶ୍ୱର,୧୯। ୭ (ବ୍ୟୁରୋ):କରୋନା ଲଢ଼େଇରେ ପ୍ରମୁଖ ଭୂମିକା ନେଉଛନ୍ତି ପୋଲିସ କର୍ମଚାରୀ। ଏମାନଙ୍କୁ ସାହସୀ ଯୋଦ୍ଧା କୁହାଯାଉଛି। ବିଶେଷକରି ରାଜଧାନୀରେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କର ଗୁରୁଦାୟିତ୍ୱ...

ଆଜି ଧନୁ ସଂକ୍ରାନ୍ତି

ଭୁବନେଶ୍ୱର,୧୬।୧୨ (ବ୍ୟୁରୋ): ଆଜି ଧନୁ ସଂକ୍ରାନ୍ତି । ଏହି ଦିନରେ ଓଡ଼ିଆଙ୍କ ଘରେ ଧନୁ ମୁଆଁ ପୂଜା ହୁଏ । ବହୁ ପୁରାତନ କାଳରୁ ଏହି...

Advertisement
Archives

Model This Week