ଆସିଲା ହୋଣ୍ଡାର ନୂଆ ଆମେଜ୍‌ ଭିଏକ୍ସ ସିଭିଟି

ନୂଆଦିଲ୍ଲୀ,୨୪-୪:ପ୍ରମୁଖ ଅଟୋମୋବାଇଲ ମାନୁଫାକ୍‌ଚରର ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ(ଏଚ୍‌ସିଆଇଏଲ୍‌) ପକ୍ଷରୁ ନୂଆ ଆମେଜ୍‌ ଭିକ୍ସ ସିଭିଟି ବଜାରକୁ ଆସିଛି। ହୋଣ୍ଡା ଆମେଜ୍‌ ଫ୍ୟାମିଲି ସେଡାନ୍‌ ବର୍ଗରେ କମ୍ପାନୀର ଏକ ଲୋକପ୍ରିୟ ବ୍ରାଣ୍ଡ ହୋଇଥିବା ବେଳେ ଏଥିରେ ଏକ ନୂଆ ଗ୍ରେଡ ଯୋଡି ହୋଇଛି। ଉଭୟ ପେଟ୍ରୋଲ ଏବଂ ଡିଜେଲ ଭାରିଆଣ୍ଟରେ ଏହା ଉପଲବ୍ଧ। ଏସ୍‌ ଏବଂ ଭି ଗ୍ରେଡ୍‌ରେ ସିଭିଟି ଭାରିଆଣ୍ଟ ଉପଲବ୍ଧ ହେବ ବୋଲି କମ୍ପାନୀ ପ୍ରକାଶ କରିଛି। ଏହି ସେଗ୍‌ମେଣ୍ଟରେ ଦ୍ୱିତୀୟ ପିଢି ହୋଣ୍ଡା ଆମେଜ ଏକ ଲୋକପ୍ରିୟ ମଡେଲ ହୋଇ ପାରିଛି ବୋଲି କମ୍ପାନୀର ବିକ୍ରି ଓ ମାର୍କେଟିଂ ନିର୍ଦ୍ଦେଶକ ତଥା ବରିଷ୍ଠ ଉପସଭାପତି ରାଜେଶ ଗୋଏଲ ସୂଚନା ଦେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ ବର୍ଗରେ ଗ୍ରାହକମାନେ ଅତ୍ୟାଧୁନିକ ସିଭିଟି ମଡେଲ ପ୍ରତି ଆଗ୍ରହ ଦେଖାଉଛନ୍ତି। ଏଭଳି ପ୍ରସଙ୍ଗକୁ ଧ୍ୟାନରେ ରଖି ନୂଆ ମଡେଲଟିକୁ ବଜାରକୁ ଆଣିଛୁ ବୋଲି ଗୋଏଲ କହିଛନ୍ତି। ନୂଆ ମଡେଲଟିରେ ଅତ୍ୟାଧୁନିକ ଇନଫୋଟେନମେଣ୍ଟ ସିଷ୍ଟମ, ସାଟେଲାଇଟ ସଂଯୁକ୍ତ ହୋଇଥିବା ଟର୍ନ ସିଷ୍ଟମ, ଅଗ୍ରଣୀ ସ୍ମାର୍ଟଫୋନ କନେକ୍ଟିଭିଟି, ଆଇଆର୍‌ ରିମୋଟ କଣ୍ଟ୍ରୋଲ, ଅତିରିକ୍ତ ୟୁଏସ୍‌ବି ଇନ୍‌ପୋର୍ଟ, ରିୟର କ୍ୟାମେରା ଗାଇଡ୍‌ ଭଳି ବୈଶିଷ୍ଟ୍ୟ ଗ୍ରାହକ ଏଥିରେ ଲାଭ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ଆସିବ PM Kisan ୨୦ତମ କିସ୍ତିର ୨୦୦୦ ଟଙ୍କା! ଜାଣନ୍ତୁ ଜରୁରୀ ସୂଚନା

ନୂଆଦିଲ୍ଲୀ,୧୪।୬: ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୦ତମ କିସ୍ତି ଜୁନ ମାସରେ ଅର୍ଥାତ ଚଳିତ ମାସରେ ଜାରି ହୋଇପାରେ। ଏହାଦ୍ୱାରା କୋଟି କୋଟି ଚାଷୀଙ୍କୁ ଏକ ବଡ଼...

ଇରାନ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ ପରେ ଧସିଲା ସେନସେକ୍ସ, ନିଫ୍ଟି; ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି

ନୂଆଦିଲ୍ଲୀ,୧୩।୬: ଶୁକ୍ରବାର କାରବାର ଆରମ୍ଭ ହେବା ପରେ ଶେୟାର ବଜାର ସୂଚକାଙ୍କ ତଳକୁ ଖସିଛି, କାରଣ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କରିବା ଯୋଗୁଁ...

ଖୁଚୁରା ମୁଦ୍ରାସ୍ଫୀତି ମେ ମାସରେ ୨.୮୨%କୁ ହ୍ରାସ, ଛଅ ବର୍ଷର ସର୍ବନିମ୍ନ ସ୍ତରରେ ଦରଦାମ୍

ନୂଆଦିଲ୍ଲୀ,୧୩ା୬: ଭାରତର ଖୁଚୁରା ମୁଦ୍ରାସ୍ଫୀତି ମେ ୨୦୨୫ରେ ହ୍ରାସ ପାଇ ୨.୮୨%ରେ ପହଞ୍ଚିଛି, ଯାହା ଫେବୃଆରୀ ୨୦୧୯ ପରେ ସର୍ବନିମ୍ନ ବାର୍ଷିକ ମୁଦ୍ରାସ୍ଫୀତି ହାର ଅଟେ।...

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଟାଟା ଗ୍ରୁପ୍‌ର ଶେୟାର ଧରାଶାୟୀ, ଗୋଟିଏ ପରେ ଗୋଟିଏ…

ଗୁଜରାଟ,୧୨।୬: ଗୁରୁବାର ଗୁଜୁରାଟର ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ୨୪୨ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।...

UPI ପେମେଣ୍ଟ ଉପରେ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ କି? ସ୍ପଷ୍ଟ କଲା ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୧।୬: ଅର୍ଥ ମନ୍ତ୍ରଣାଳୟ ବଡ଼ UPI କାରବାର ଉପରେ MDR ଚାର୍ଜ ଲାଗୁ କରିବାର ରିପୋର୍ଟକୁ ମିଥ୍ୟା ଏବଂ ଭ୍ରାମକ ବୋଲି କହିଛି। ଅନଲାଇନରେ କରାଯାଉଥିବା...

ଭାରତରେ ଅଛନ୍ତି ୮୫,୦୦୦ ରୁ ଅଧିକ କୋଟିପତି, ବିଶ୍ୱରେ ବାଜିଲା ଭାରତର ବିଗୁଲ୍

ନୂଆଦିଲ୍ଲୀ,୧୧।୬: ନାଇଟ୍ ଫ୍ରାଙ୍କ ଗ୍ଲୋବାଲ୍ ୱେଲଥ୍ ରିପୋର୍ଟ ୨୦୨୫ ଅନୁଯାୟୀ, ଭାରତ ବିଶ୍ୱରେ ଚତୁର୍ଥ ବୃହତ୍ତମ କୋଟିପତି ବ୍ୟକ୍ତିଙ୍କ (HNWIs) କେନ୍ଦ୍ର ଭାବେ ଉଭା ହୋଇଛି।...

ମାତ୍ର ୨୦ ଟଙ୍କାରେ ୨ ଲକ୍ଷର ବୀମା, ଜାଣନ୍ତୁ କିଭଳି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍ଲୀ,୧୦।୬: ଭାରତ ସରକାର ସାଧାରଣ ଲୋକଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ ଅନେକ ଯୋଜନା ଚଳାଇଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା...

ରେକର୍ଡ ସ୍ତରରେ ରୁପା ଦର

ଭୁବନେଶ୍ୱର,୧୦।୬: ସାରା ଦେଶରେ ବିବାହ ଓ ଶୁଭ କାର୍ଯ୍ୟ ଜାରି ରହିଥିଲା ବେଳେ ରୁପା ଦର ରେକର୍ଡ ସ୍ତରରେ ପହଞ୍ଚିଛି। ରୁପା ଓ ସୁନା ଦର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri