Posted inରାଜ୍ୟ

ଆସିଲା ବ୍ୟବଚ୍ଛେଦ ରିପୋର୍ଟ: ମୃତଦେହରୁ ଗାଏବ ହୋଇନି ଆଖି

ଅନୁଗୋଳ ଅଫିସ, ୨୬।୭-ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଶବ ସଂରକ୍ଷଣ ଗୃହରେ ଥିବା ଦୁଇଟି ମୃତଦେହରୁ ଆଖି ଗାଏବ ଅଭିଯୋଗ ଉପରୁ ପରଦା ହଟାଇଛନ୍ତି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତାପ କୁମାର ବେହେରା। ବ୍ୟବଚ୍ଛେଦ ରିପୋର୍ଟରେ ଆଖି କେହି ଚୋରାଇ ନ ଥିଲେ ବରଂ ନଷ୍ଟ ହୋଇ ଡୋଳା ଭିତରକୁ ପଶିଯାଇଥିବା କହିଛନ୍ତି ଜିଲା ମୁଖ୍ୟ ଚିକିତ୍ସାଧିକାରୀ। ଗୁରୁବାର ହସ୍ତଗତ ହୋଇଥିବା ଉକ୍ତ ରିପୋର୍ଟରେ ଏହା ସ୍ପଷ୍ଟ ଉଲ୍ଲେଖ ଥିବା ବେଳେ ତାହାକୁ ପୋଲିସକୁ ହସ୍ତାନ୍ତର କରାଯାଇଥିବା ସିଡିଏମ୍‌ଓ ସୂଚନା ଦେଇଛନ୍ତି।
ସିଡିଏମ୍‌ଓ ବେହେରା କହିଛନ୍ତି ଯେ, ମେଡିକାଲରୁ କୌଣସି ମୃତଦେହରୁ ଆଖି ଗାଏବ ହୋଇନାହିଁ। ବଅଁରପାଳ ନୂଆହତାର ୪ବର୍ଷର ଶିଶୁକନ୍ୟା ପ୍ରୀତି ଗୋଚ୍ଛାୟତର ଦୁଇଟି ଆଖି ଅତ୍ୟଧିକ ସଂକ୍ରମଣ କାରଣରୁ ନଷ୍ଟ ହୋଇଯାଇଥିଲା। ସେପଟିସେମିଆ ସଂକ୍ର୍ରମଣ ଏତେ ଭୟଙ୍କର ଥିଲା ଯେ, ଶିଶୁ କନ୍ୟାର କିଡ୍‌ନୀ ସହ ବିଭିନ୍ନ ଆଭ୍ୟନ୍ତର ଅଙ୍ଗ ଓ ଆଖିରେ ପୂଯ ହୋଇଯାଇଥିଲା। ତେଣୁ ଆଖି ଦୁଇଟି ଭିତରକୁ ପଶିଯାଇଥିଲା। ସେହିପରି ଛେଣ୍ଡିପଦା ବ୍ଲକ କୁଶକିଳା ଅଞ୍ଚଳର ଯୁବକ ଜମ୍ବେଶ୍ୱର ନାଏକଙ୍କ ଗୋଟିଏ ଆଖି ଦୁର୍ଘଟଣା କାରଣରୁ ନଷ୍ଟ ହୋଇଥିଲା। ତାଙ୍କ ଡାହାଣ ପାର୍ଶ୍ୱ ଗାଲରେ ମାଡ଼ ହୋଇଥିବାବେଳେ ନାକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଏପରି କି ଡାହାଣ ପାର୍ଶ୍ୱ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ଡାହାଣ ଆଖି ଭିତରକୁ ପଶିଯାଇଥିଲା। ତେଣୁ ଆଖି ନ ଥିବା ଭଳି ଦେଖାଯାଉଥିଲା। ଦୁଇଟିଯାକ ଘଟଣାରେ ଆଖିର ଡୋଳା ଥିବା ସିଡିଏମ୍‌ଓ କହିଛନ୍ତି। ଏ ନେଇ ରିପୋର୍ଟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଓ ପୋଲିସ ନିକଟକୁ ପଠାଯାଇଥିବା ସେ ପ୍ରକାଶ କରିଛନ୍ତି। ତେବେ ଶବ ସଂରକ୍ଷଣ ଗୃହ ଚାବି ଆଉ ଫାର୍ମାସିଷ୍ଟଙ୍କ ପାଖରେ ରଖା ନ ଯାଇ କାଜୁଆଲଟି ଡ୍ୟୁଟି କରୁଥିବା ଡାକ୍ତରଙ୍କ ପାଖରେ ରହିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏପରି କି ମରଶରୀର ଶବ ସଂରକ୍ଷଣ ଗୃହରେ ରଖାଯିବା ସମୟରେ କାର୍ଯ୍ୟରେ ଥିବା ଡାକ୍ତର ଉପସ୍ଥିତ ରହିବେ। ସେହିପରି ପଞ୍ଚନାମା ପାଇଁ ମୃତଦେହ ବାହାର କରାଯିବା ବେଳେ ପୋଲିସ ସହ ଡାକ୍ତର ସେଠାରେ ରହିବେ ବୋଲି ସ୍ଥିର କରାଯାଇଛି। ନୂତନ ଶବଗୃହ ଶୀଘ୍ର କାର୍ଯ୍ୟକାରୀ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଆବଶ୍ୟକ ହେଉଥିବା ଯନ୍ତ୍ରାଂଶ ତୁରନ୍ତ ଯୋଗାଇ ଦେବା ପାଇଁ ମେଡିସିନ୍‌ କର୍ପୋରେଶନ୍‌କୁ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଅନୁରୋଧ କରାଯାଇଥିବା ସିଡିଏମ୍‌ଓ ସୂଚନା ଦେଇଛନ୍ତି। ଅପରପକ୍ଷରେ ଆଖି ଗାଏବ ଘଟଣାର ତଦନ୍ତ ପୋଲିସ ଚଳାଇଛି। ଅନୁଗୋଳ ଥାନାର କେତେଜଣ ଅଧିକାରୀ ମେଡିକାଲ ପରିସରର ଏକ ମେଡିସିନ୍‌ ଷ୍ଟୋରରେ ଲାଗିଥିବା ୫ଟି ସିସିଟିଭି ଯାଞ୍ଚ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷିବ: ୧୬ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ୧୬ଟି ଜିଲାରେ ବର୍ଷା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେରଖି ଯାଜପୁର, କେନ୍ଦ୍ରାପଡ଼ା ଗଜପତି,...

ଡାକିଲା ଭଉଣୀର ସ୍ନେହ: ବନ୍ଧୁକ ଛାଡ଼ି ଫେରି ଆସିଲେ ଭାଇ, ଜାଣିଲେ ଆଖିରେ ରହିବନି ଲୁହ

କୋରୁକୋଣ୍ଡା,୩ା୮(ଡି.ଏନ୍‌.ଏ.): ଜଣେ ଭଉଣୀର ସ୍ନେହ ଓ ମମତା ଡାକିବାରୁ ବନ୍ଧୁକ ଛାଡ଼ି ଫେରି ଆସଛନ୍ତି ଭାଇ। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଭାଇ...

ତୋରଣରେ ‘କମିଶନରେଟ୍‌ ପୋଲିସ’

୧୯୭୮ରୁ ଆରମ୍ଭ ହୋଇଥିଲା ପୂଜା ମା’ ଦଶଭୁଜାଙ୍କ ଆବାହନ ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭିନ୍ନ ଭିନ୍ନ ତୋରଣ...

ମହର୍ଷି କଲେଜ ନିକଟରେ ନିଶାସକ୍ତଙ୍କ ଆତଙ୍କ ଘଟଣା: ୩ ଦିନ ପରେ ବି ପୋଲିସ ହାତ ଖାଲି

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ଶହୀଦନଗର ଥାନା ଅଧୀନ ମହର୍ଷି କଲେଜ ନିକଟରେ ଗତ ବୁଧବାର ସନ୍ଧ୍ୟାରେ ୧୫ରୁ ଊର୍ଦ୍ଧ୍ୱ ନିଶାସକ୍ତ ଯୁବକ ଆତଙ୍କ ଖେଳାଇଥିଲେ। ରାସ୍ତାରେ ଯାଉଥିବା ପଥଚାରୀଙ୍କୁ...

‘କିଟ୍‌’ରେ ହେବ ବାୟୋ-ଟେକ୍ନୋଲୋଜି ଉତ୍କର୍ଷ କେନ୍ଦ୍ର: ରାଜ୍ୟ ସରକାର ଦେବେ ୨ କୋଟି

ଭୁବନେଶ୍ୱର,୨୧ା୧୧(ବ୍ୟୁରୋ)-‘କିଟ୍‌’ର ସ୍କୁଲ ଅଫ୍‌ ବାୟୋ-ଟେକ୍ନୋଲୋଜିକୁ ଉତ୍କର୍ଷ କେନ୍ଦ୍ର (ସେଣ୍ଟର ଅଫ୍‌ ଏକ୍ସିଲେନ୍ସ)ରେ ପରିଣତ କରାଯିବ। ଏଥିପାଇଁ ସରକାରଙ୍କ ବିଜ୍ଞାନ ଓ କାରିଗରି ବିଭାଗ ୨ କୋଟି...

କେଶରୀ ମଲ୍‌ରେ ନିଆଁ

ଭୁବନେଶ୍ୱର,୧୬।୪ (ବ୍ୟୁରୋ): ଭୁବନେଶ୍ୱର ୟୁନିଟ୍‌-୨ ମାର୍କେଟ ବିଲ୍‌ଡିଂସ୍ଥିତ ବିଏମ୍‌ସି କେଶରୀ ମଲ୍‌ରେ ଶୁକ୍ରବାର ରାତି ୧୧ଟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମଲ୍‌ର ପ୍ରଥମ ମହଲାରେ ଥିବା...

କଂଗ୍ରେସରେ ରହିଛି, ରହିବି: ରଞ୍ଜୀବ

ଭୁବନେଶ୍ୱର, ୧୫ା୮(ବ୍ୟୁରୋ):ନିକଟରେ ରାଜ୍ୟ ସଭାରେ ତିନ୍‌ ତଲାକ ବିଲ୍‌ ପାସ୍‌ ହେବାବେଳକୁ ସମସ୍ତ ଦଳୀୟ ଏମ୍‌ପିଙ୍କୁ ଉପସ୍ଥିତ ରହିବା ପାଇଁ କଂଗ୍ରେସ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା।...

ଦିଲ୍ଲୀ ଗଲେ କୋଶଲ ରାଜ୍ୟ ସମନ୍ବୟ ସମିତି ପ୍ରତିନିଧି

ବରଗଡ଼ ଅଫିସ, ୨୩।୭: ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିନେଇ ମଙ୍ଗଳବାର ସକାଳୁ କୋଶଲ ରାଜ୍ୟ ସମନ୍ବୟ ସମିତିର ଏକ ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତ...

Advertisement
Archives

Model This Week