Posted inଜାତୀୟ

ଆସାମରେ କୋହଳ କରାଗଲା କର୍ଫ୍ୟୁ

ଗୁଆହାଟୀ,୧୩।୧୨: ନାଗରିକତ୍ୱ ସଂଶୋଧନ ବିଲା ପାର୍ଲାମେଣ୍ଟରେ ଗୃହୀତ ହେବା ପରେ ଉତ୍ତର-ପୂର୍ବ ଭାରତରେ ସ୍ଥିତି ଏମିତି ହୋଇଥିଲା ଯେ ସେଠାରେ କୁର୍ଫ୍ୟୁ ଜାରି କରାଯାଇଥିଲା। ଗୁରୁବାର ଏହା ଆଣାୟତ୍ତ ଥିଲା। ହେଲେ ଶୁକ୍ରବାର ଦିବ୍ରୁଗଡରେ ସକାଳ ୮ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ବିବାଦୀୟ ନାଗରିକତ୍ୱ ସଂଶୋଧନ ବିଲ, ୨୦୧୯ ସୋମବାର ଲୋକ ସଭାରେ ଗୃହୀତ ହେବା ପରେ ବୁଧବାର ରାଜ୍ୟ ସଭା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲା। ଗୁରୁବାର ମଧ୍ୟରାତ୍ରିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନକ୍ରମେ ଏହି ବିଧେୟକ ଆଇନରେ ପରିଣତ ହୋଇଛି। ସେପଟେ ବିଲ୍‌କୁ ନେଇ ସମଗ୍ର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ କ୍ରମାଗତ ଚାରି ଦିନ ଧରି ବିଭିନ୍ନ ଛାତ୍ର ସଙ୍ଗଠନ, ରାଜନୈତିକ ଦଳ ଓ ଏନ୍‌ଜିଓ ପକ୍ଷରୁ ବିରୋଧ କରାଯାଇଛି। ଆସାମରେ ବିକ୍ଷୋଭକାରୀମାନେ ବୁଧବାର ରାତିରେ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ହୋଇଥିବା କର୍ଫ୍ୟୁକୁ ଅମାନ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ଆଉ ମିଳିବନି ସିଙ୍ଗଡ଼ା-ପିଜା-ବର୍ଗର-କୋଲ୍ଡଡ୍ରିଙ୍କ୍ସ୍‌

ନୂଆଦିଲ୍ଲୀ, ୧୦।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଜାରି ରହିଛି। ଅନ୍‌ଲକ୍‌ର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲେ ମଧ୍ୟ ସମସ୍ତ ସ୍କୁଲ କଲେଜ...

ବସ୍‌-ଟ୍ରକ୍‌-ଅଟୋରେ ଅଶ୍ଳୀଳ ଗୀତ ବଜାଇଲେ ପରିମିଟ୍‌ ହେବ ରଦ୍ଦ

ପାଟନା,୧୬।୩: ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସରକାର ଏକ ଆଇନ ଜାରି କରିଛନ୍ତି। ଏଣିକି ବସ୍‌, ଟ୍ରକ୍‌ ଅଟୋ ଆଦି ଯାନରେ ଅଶ୍ଳୀଳ ଗୀତ ବଜାଇଲେ...

୨୦ ମିନିଟ୍‌ରେ ୨୦ ଟୁଇଟ୍‌

ମୁମ୍ବାଇ,୨୫ା୧୧: ଏନ୍‌ସିପି ବିଧାୟକ ଦଳ ନେତା ପଦରୁ ହଟିବା ପରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ରବିବାର ୨୦ ମିନିଟ୍‌ ମଧ୍ୟରେ ୨୦ଥର ଟୁଇଟ୍‌ କରିଛନ୍ତି।...

ଶରଜିଲ୍‌ଙ୍କ ପରିବାରକୁ ମିଳୁଛି ଧମକ

ପାଟନା,୨୭।୧: ଦିଲ୍ଲୀର ସାହିନ ବାଗରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ଏନ୍‌ଆର୍‌ସିକୁ ନେଇ ବିରୋଧ ପ୍ରଦର୍ଶନର ସୂତ୍ରଧର କୁହାଯାଉଥିବା ତଥା ଆପତ୍ତିଜନକ ବୟାନ ଦେଉଥିବା ଶରଜିଲ୍‌...

ସରକାର ଗଠନ ଦାବି ଜଣାଇଲେ ଜଗନ୍‌ମୋହନ

ହାଇଦ୍ରାବାଦ,୨୬ା୫(ପି.ଟି.): ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ଅଧ୍ୟକ୍ଷ ଓ୍ବାଇ.ଏସ୍‌. ଜଗନ୍‌ମୋହନ ରେଡ୍ଡୀ ଶନିବାର ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ରାଜ୍ୟପାଳ ଇଏସ୍‌ଏଲ୍‌ ନରସିଂହଙ୍କୁ ଭେଟି ଆନ୍ଧ୍ରରେ ସରକାର ଗଠନ...

୧୪ ବର୍ଷ ପରେ ଆସିଲା ଅଯୋଧ୍ୟା ଆତଙ୍କବାଦୀ ଆକ୍ରମଣର ରାୟ: ୪ଜଣଙ୍କୁ ଆଜୀବନ କାରାଦଣ୍ଡ, ଜଣେ ନିର୍ଦ୍ଦୋଷ

ପ୍ରୟାଗରାଜ,୧୮।୬: ଆଯୋଧ୍ୟାର ରାମ ଜନ୍ମଭୂମି ପରିସରରେ ୨୦୦୫ ଜୁଲାଇ ୫ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଶୁଣାଣି ହୋଇଛି। ମଙ୍ଗଳବାର ପ୍ରୟାଗରାଜର ସ୍ବତନ୍ତ୍ର କୋର୍ଟ ଏହି ମାମଲାର...

ମୋଦିଙ୍କ ଜନ୍ମଦିନକୁ ‘ସେବା ସପ୍ତାହ’ ଭାବେ ପାଳନ କରିବ ଭାଜପା

ନୂଆଦିଲ୍ଲୀ,୨୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ଚଳିତ ବର୍ଷ ଭାରତୀୟ ଜନତା ପାର୍ଟି(ଭାଜପା) ଏକ ନିଆରା ଢଙ୍ଗରେ ପାଳନ କରିବାକୁ ପ୍ରସ୍ତୁତ ହେଉଛି। ଆସନ୍ତା ସେପ୍ଟେମ୍ବର...

ଭାରତରେ ୬ କମ୍ପାନୀଙ୍କୁ ସ୍ପୁଟନିକ୍‌-ଭି ଉତ୍ପାଦନ ଦାୟିତ୍ୱ…

ନୂଆଦିଲ୍ଲୀ, ୨୭।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ଆବଶ୍ୟକ ଟିକା ଅଭାବରୁ ସାର୍ବଜନକୀ ଟିକାକରଣ କାର୍ଯ୍ୟକ୍ରମ ଧିମା ପଡ଼ିଯାଇଛି। ତେବେ...

Advertisement


Archives

Model This Week