ଆସନ୍ତା ୨୨ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ଦିନିକିଆ: କାଉଣ୍ଟରରେ ଚାଲିଛି ଟିକେଟ ବିକ୍ରି, ରାତିରୁ ଲାଗିଛି ଲମ୍ବା ଲାଇନ

କଟକ ଅଫିସ,୧୯।୧୨: ଆସନ୍ତା ୨୨ ତାରିଖରେ ବାରବାଟୀରେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୩ୟ ଏକଦିବସୀୟ ତଥା ନିର୍ଣ୍ଣାୟକ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିପାଇଁ ଉଭୟ ଦଳ ଗୁରୁବାର ମଧ୍ୟାହ୍ନରେ ଭୁବନେଶ୍ୱରରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ଅପରପକ୍ଷେ ସକାଳୁ ଷ୍ଟାଡିୟମର କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଛି। ମୋଟ ୧୨ଟି କାଉଣ୍ଟରରେ ୧୦ହଜାର ୩୯ଟି ଟିକେଟ୍‌ ବିକ୍ରି କରାଯାଉଥିବା ବେଳେ ବୁଧବାର ରାତିରୁ ଲମ୍ବା ଲାଇନ୍‌ ଲାଗିଥିବା ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି।

ଖେଳାଳିମାନେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଏକ ତାରକା ହୋଟେଲକୁ ନିଆଯିବ। ପରେ ଉଭୟ ଦଳ ପର୍ଯ୍ୟାୟକ୍ରମେ ଶୁକ୍ରବାର ଓ ଶନିବାର ଅଭ୍ୟାସ ପାଇଁ ବାରବାଟୀ ଷ୍ଟାଡିୟମ ଯିବେ।

ପ୍ରକାଶଯୋଗ୍ୟ, ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ପ୍ରଥମ ମ୍ୟାଚ୍‌ ଚେନ୍ନାଇଠାରେ ଖେଳାଯାଇଥିଲା। ଏଥିରେ ଓ୍ବେଷ୍ଟଇଣ୍ଡିଜ ୮ ଉଇକେଟରେ ବିଜୟୀ ହୋଇଥିଲା। ସେହିଭଳି ବିଶାଖାପାଟଣାରେ ଆୟୋଜିତ ଦ୍ୱିତୀୟ ଦିନିକିଆରେ ଭାରତ ୧୦୭ ରନରେ ବିଜୟ ହାସଲ କରିଛି। ଏଣୁ ବାରବାଟୀ ମ୍ୟାଚର ଗୁରୁତ୍ୱ ବଢ଼ିଯାଇଛି। ମ୍ୟାଚ ଜିତିଥିବା ଦଳ ସିରିଜ ହାତେଇବାରେ ସଫଳ ହେବ। ଏଣୁ ଭାରତୀୟ କ୍ରିକେଟ ପ୍ରେମୀଙ୍କ ନଜର ବାରବାଟୀ ମ୍ୟାଚ ଉପରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବି ନେଇ ଖବରଦାତା ସମ୍ମିଳନୀ

ଅନୁଗୋଳ ଅଫିସ,୨୪।୧: ବିଭିନ୍ନ ଦାବି ନେଇ ଅନୁଗୋଳ ଜିଲା ଗୋପବନ୍ଧୁ ପାର୍କ ପରିସରରେ ଜନ ଜୀବନ ସୁରକ୍ଷା କମିଟି ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ...

ଏପ୍ରିଲ ୨୯ରେ ହାଜର ହେବାକୁ ଜିଲାପାଳ,ତହସିଲଦାରଙ୍କୁ ନିର୍ଦ୍ଦେଶ

କେନ୍ଦୁଝର,୧୮ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ତହସିଲ ଅଧୀନ ମଦନପୁର ମାଙ୍କଡ଼ାପଥର ଖଣିରୁ ବେଆଇନ ଖନନ ଓ ଚୋରା ଚାଲାଣ ମାମଲାର ବିଚାର କରି ଜାତୀୟ ଗ୍ରୀନ...

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଟିଣ୍ଡିବାଲି ପାହାଡ଼: ପଥରକୁ ପିଟିଲେ ଶୁଭୁଛି ଘଣ୍ଟ ଶବ୍ଦ

ଦାରିଙ୍ଗବାଡି,୧୯।୧(ଡି.ଏନ.ଏ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ରାଜ୍ୟ ତଥା ରାଜ୍ୟ ବାହାରେ ଜଣାଶୁଣା। ଅନେକ ପର୍ଯ୍ୟଟନସ୍ଥଳୀ ତଥା ମିଡିୟୁନ୍ଦା ଜଳ ପ୍ରପାତ ସମେତ ନେଚର ଲଭର୍ସ...

ଜୟନ୍ତୀଙ୍କୁ ତୃତୀୟ ସ୍ବର୍ଣ୍ଣ, ସୁଚିତ୍ରା ରୌପ୍ୟ

ଭୁବନେଶ୍ୱର, ୨୧।୩ (କ୍ରୀଡ଼ା ପ୍ରତିନିଧି): ପୁଣେର ବାଲଓ୍ବୋଡ଼ିସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନଶିପ୍‌ ସୋମବାର ଶେଷ ହୋଇଛି। ଅନ୍ତିମ...

ଗୁଳୁଗୁଳି, ରୌଦ୍ରତାପରେ ଜନଜୀବନ ଅସ୍ତବ୍ୟସ୍ତ

ପଟ୍ଟାମୁଣ୍ଡାଇ,୨୦ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତଥା ଏହାର ଆଖପାଖ ଅଞ୍ଚଳରେ କିଛିଦିନ ହେଲା ପ୍ରବଳ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଦୈନିକ...

ଜିଲା ଶ୍ରମ ଅଫିସ ଆଗରେ ବିକ୍ଷୋଭ ସମାବେଶ

ବ୍ରହ୍ମପୁର ଅଫିସ,୧୭ା୯-ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ୟୁନିୟନ ଗଞ୍ଜାମ ଜିଲା ଶାଖା ପକ୍ଷରୁ ସୋମବାର ବ୍ରହ୍ମପୁରସ୍ଥ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ...

ଓ୍ବାର୍ନରଙ୍କ ଝିଅଙ୍କୁ ଖାସ୍‌ ଉପହାର ଦେଲେ ବିରାଟ

ସିଡନୀ,୩୧।୧: ଅଷ୍ଟ୍ରେଲିଆ ଓପନର୍‌ ଡେଭିଡ୍‌ ଓ୍ବାର୍ନରଙ୍କ ଝିଅ ଇଣ୍ଡି ଭାରତୀୟ ଅଧୀନାୟକଙ୍କ ବଡ଼ ପ୍ରଶଂସକ। ଏହାକୁ ନେଇ ତାଙ୍କୁ ବିରାଟଙ୍କଠାରୁ ଏକ ଖାସ ଉପହାର ମିଳିଛି।...

ଭଦ୍ରକରେ ୩ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଘୋଷଣା

ଭଦ୍ରକ ଅଫିସ,୨୮।୪: ଭଦ୍ରକ ଜିଲାରେ ମଙ୍ଗଳବାର ଆଉ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୯ରେ ପହଞ୍ଚିଛି। ମଙ୍ଗଳବାର ଚିହ୍ନଟ...

Advertisement
Archives

Model This Week