ନୂଆଦିଲ୍ଲୀ,୧୨।୬ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ବାଣିଜି୍ୟକ କୋଇଲା ଖଣିର ନିଲାମ ପ୍ରକ୍ରିୟାକୁ ଶୁଭାରମ୍ଭ କରିବେ। ଭିଡିଓ କନଫରେନ୍ସିଂ ଯୋଗେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଜଣାପଡିଛି। ଆତ୍ମନିର୍ଭର ଭାରତ କ୍ଷେତ୍ରରେ କୋଇଲା କ୍ଷେତ୍ରର ଯୋଗଦାନ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହି ଲକ୍ଷ୍ୟକୁ ହାସଲ କରିବା ଦିଗରେ ଭାରତ ସକ୍ଷମ ହୋଇପାରିବ ବୋଲି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଳାଦ ଜୋଷୀ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ନିକଟରେ ଘୋଷଣା ହୋଇଥିବା ଆତ୍ମନିର୍ଭର ଭାରତ ଯୋଜନାରେ କୋଇଲା ଏବଂ ଖଣି କ୍ଷେତ୍ରରେ ବିଭିନ୍ନ ସଂସ୍କାର ଧାରା ସରକାର ହାତକୁ ନେଇଛନ୍ତି। କୋଇଲା କ୍ଷେତ୍ରରେ ରହିଥିବା କଟକଣାକୁ ସରକାର କୋହଳ କରିବା ସହ ଘରୋଇ କ୍ଷେତ୍ରକୁ ସୁଯୋଗ ଦେବା ଲାଗି ନୂଆ ନିୟମ ଆଣିଛନ୍ତି। ଅଟୋମେଟିକ ରୁଟ୍ରେ ୧୦୦% ଏଫ୍ଡିଆଇ, ରେଭିନ୍ୟୁ ଶେୟାରିଂ ମଡେଲ ଭଳି ସୁବିଧା କରାଯିବାକୁ ପ୍ରସ୍ତାବ ରହିଛି। କମର୍ସିଆଲ କୋଲ ମାଇନିଂ ଲାଗି ୫୦ ବ୍ଲକ ନିଲାମ କରାଯିବାକୁ ଯୋଜନା ରଖାଯାଇଛି।

ମାଲେସିଆରୁ ପାମ୍ ତେଲ ଆମଦାନୀ ବୃଦ୍ଧିର ଯାଞ୍ଚ ଆରମ୍ଭ
ନୂଆଦିଲ୍ଲୀ,୧୭ -୮: ମାଲେସିଆର ସ୍ବତନ୍ତ୍ର ଧରଣର ପାମ୍ ତେଲର ଆମଦାନୀ ଅହେତୁକ ବୃଦ୍ଧି ପାଇଛି। ସଲଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏଶନ ଅଫ୍ ଇଣ୍ଡିଆର ଅଭିଯୋଗ କ୍ରମେ କେନ୍ଦ୍ର...

କଠିନ ପରିଶ୍ରମ, ଧର୍ଯ୍ୟ, ନିଷ୍ଠା ଦେଇଛି ସଫଳତା; ରୁଚି ମସଲା ପ୍ରତିଷ୍ଠାତା
ଓଡ଼ିଶା ବାଣିଜ୍ୟ ଇତିହାସରେ ମସଲା ରପ୍ତାନି ବହୁ ପୁରାତନ। ଦେଶ ବିଦେଶରେ ଓଡ଼ିଶା ମସଲାର ଖୁବ ଆଦର ରହି ଆସିଛି। ଓଡିଶା ମସଲାକୁ ଦେଶ ବିଦେଶରେ...

ଦଶ ହଜାର ନିଯୁକ୍ତି ଦେବ ଟେସ୍ଲା
ନୂଆଦିଲ୍ଲୀ,୫।୪: ବିଶ୍ୱର ପ୍ରମୁଖ କମ୍ପାନୀ ଟେସ୍ଲା ୧୦ ହଜାର ଲୋକଙ୍କୁ ନିଯୁକ୍ତି ଦେବ। କମ୍ପାନୀର ସିଇଓ ଏଲନ ମସ୍କ ରବିବାର ଟୁଇଟର ଯୋଗେ ଏହି ସୂଚନା...
୧୭ ଯାଏ ରିମାଣ୍ଡରେ ରହିବେ ପିଏମ୍ସି ପୂର୍ବତନ ଏମ୍ଡି
ମୁମ୍ବାଇ,୬-୧୦: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ (ପିଏମ୍ସି) ବ୍ୟାଙ୍କର ପୂର୍ବତନ ଏମ୍ଡି ଜୟ ଥୋମାସଙ୍କୁ ଚଳିତ ମାସ ୧୭ ଯାଏ ପୋଲିସ ହାଜତରେ ରଖିବ। ୪,୩୫୫...

ଆର୍ଥିକ ଅଭିବୃଦ୍ଧି ବୃଦ୍ଧି ଚିନ୍ତା; ଅର୍ଥନୀତିଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମାନସ ମନ୍ଥନ
ନୂଆଦିଲ୍ଲୀ,୨୩-୬: ବଜେଟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର ପ୍ରମୁଖ ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞଙ୍କ ସହିତ ଦେଶର ଆର୍ଥିକ ପରିସ୍ଥିତି ଉପରେ ମାନସ ମନ୍ଥନ...

ବଜେଟ: କାହାକୁ ଫାଇଦା, କାହାର କ୍ଷତି
ନୂଆଦିଲ୍ଲୀ,୨ା୨: ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ କହିଥିଲେ, ଲୋକଙ୍କ ଆୟ ବଢ଼ାଇବା, ସେମାନଙ୍କ କ୍ରୟଶକ୍ତି ବଢ଼ାଇବା ଏବଂ ଆର୍ଥିକ ମୂଳଦୁଆକୁ ମଜଭୂତ କରିବା...

୫୪,୫୩୮ ଟଙ୍କା ଛୁଇଁଲା ସୁନା
ନୂଆଦିଲ୍ଲୀ,୩୧।୭ : ଅନ୍ତର୍ଜାତୀୟ ବଜାରରେ ସୁନା ଚାହିଦା ଲାଗି ରହିବାରୁ ସୁନା ଦରରେ ବୃଦ୍ଧି ଘଟିଥିବା ଜଣାପଡିଛି। ଶୁକ୍ରବାର ଦିଲ୍ଲୀରେ ୧୦ ଗ୍ରାମ ପିଛା ସୁନା...

ବଜେଟକୁ ନେଇ ବଜାର ବିଶେଷଜ୍ଞଙ୍କ ମତ: ବିକଳ୍ପ ଉପରେ ଫୋକସ କରିପାରନ୍ତି ସୀତାରାମନ
ମୁମ୍ବାଇ,୧୩-୧: ଦେଶର ଅର୍ଥ ବ୍ୟବସ୍ଥା ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି। ଫେବୃୟାରୀ ପହିଲାରେ ଆସିବାକୁ ଥିବା ବଜେଟରେ ସରକାର ମାନ୍ଦାବସ୍ଥା ବିରୋଧରେ ଲଢେଇ ଲାଗି...