ଆସନ୍ତା ବର୍ଷ ସୁଦ୍ଧା ଆସିବ କରୋନା ପ୍ରତିଷେଧକ ଟୀକା: ଭାରତ ପାଇଁ ଆବଶ୍ୟକ ୬୦ କୋଟି ଟୀକା

ନୂଆଦିଲ୍ଲୀ,୨୭।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ପାଇଁ ବିଭିନ୍ନ ଦେଶର ଗବେଷକମାନେ ଦିନରାତି ଉଦ୍ୟମ ଜାରି ରଖିଛନ୍ତିି। କରୋନା ପ୍ରତିଷେଧକ ଟୀକା ଆସନ୍ତା ବର୍ଷ ସୁଦ୍ଧା ଆସିବାର ସମ୍ଭାବନା ରହିଛି। ଏନେଇ ହାବାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଶିଷ ଝା ମତପୋଷଣ କରିଛନ୍ତି। ବୁଧବାର ରାହୁଲ ଗାନ୍ଧୀଙ୍କ ସହିତ କରୋନା ସଂକ୍ରମଣ ସମ୍ପର୍କରେ ଆଲୋଚନ ସମୟରେ ସେ ଏଭଳି କହିଛନ୍ତି। ପ୍ରତିଷେଧକ ଟୀକା ପ୍ରସ୍ତୁତି ପରେ ଭାରତ ପାଇଁ ୫୦ରୁ ୬୦ କୋଟି ଟୀକାର ଆବଶ୍ୟକତା ରହିବ ବୋଲି ସେ କହିଛନ୍ତି। ଟୀକା ପ୍ରସ୍ତୁତିରେ ଚାଇନା ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଏଥିରୁ ସୁଫଳ ମଧ୍ୟ ମିଳୁଥିବା କୁହାଯାଉଛି। ହଟ୍‌ସ୍ପଟ୍‌ ଅଞ୍ଚଳରେ ନମୁନା ପରୀକ୍ଷା ଅଧିକ ସଂଖ୍ୟାରେ କରାଗଲେ କରୋନା ଲଢ଼େଇରେ ସୁଫଳ ମିଳିବ ବୋଲି ଆଲୋଚନାରେ ଯୋଗଦେଇ ସ୍ବିଡେନ୍‌ କେରୋଲିସଙ୍କା ଇନଷ୍ଟିଚ୍ୟୁଟ୍‌ର ପ୍ରଫେସର ଜୋହାନ୍‌ ଗିସେକ୍‌ କହିଛନ୍ତି। ରାହୁଲଙ୍କ କରୋନା ସମ୍ପର୍କରେ ଚର୍ଚ୍ଚା କାର୍ଯ୍ୟକ୍ରମ ଏପ୍ରିଲ୍‌ ୩୦ରୁ ଆରମ୍ଭ ହୋଇଥିଲା। ପ୍ରଥମେ ରାହୁଲ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନଙ୍କ ସହିତ କରୋନା ସଂକ୍ରମଣ ଉପରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାକୁ ୩୦ ବର୍ଷ ତଳେ ଦେଇଥିଲେ କଥା ‘ ଦିନେ ମୁଖ୍ୟମନ୍ତ୍ରୀ ହେବି ’

ଗୁଆହାଟି, ୧୦।୫- ‘ ଦିନେ ମୁଁ ମୁଖ୍ୟମନ୍ତ୍ରୀ ହେବି ’। ୩୦ ବର୍ଷ ତଳେ ପ୍ରେମିକାଙ୍କୁ ଏଭଳି କଥା ଦେଇଥିଲେ ଆସାମର ନୂଆ ମୁଖ୍ୟମନ୍ତ୍ରୀ ହିମନ୍ତ...

ପାଓ୍ବାରଙ୍କ ଘରେ ଭାଜପା ସାଂସଦ

ମୁମ୍ବାଇ,୨୪।୧୧: ରବିବାର ସକାଳୁ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ଘରେ ପହଞ୍ଚିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ନେତା ସଞ୍ଜୟ କାକଡେ। ସେ କ’ଣ ପାଇଁ ପାଓ୍ବାରଙ୍କ...

ରାଜ୍ୟପାଳଙ୍କୁ ଭେଟିବାକୁ ଗଲେ ୟେଦୁରପ୍ପା, ଆଜି ନେଇପାରନ୍ତି ଶପଥ

ବେଙ୍ଗାଲୁରୁ, ୨୬।୭: କର୍ନାଟକରେ ଏଚଡି କୁମାରସ୍ବାମୀ ସରକାର ଭାଙ୍ଗିବା ପରେ ଏବେ ନୂଆ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭାଜପା ନେତା ବିଏସ୍‌...

ମାର୍ଚ୍ଚ ୨ରେ ହେବ ନିର୍ଭୟା ଦୋଷୀ ପବନଙ୍କ କ୍ୟୁରେଟିଭ୍‌ ପିଟିଶନର ଶୁଣାଣି

ନୂଆଦିଲ୍ଲୀ,୨୯।୨: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ପବନ କୁମାରଙ୍କ କ୍ୟୁରେଟିଭ୍‌ ପିଟିଶନ୍‌ର ଶୁଣାଣି ମାର୍ଚ୍ଚ ୨ରେ କରାଯିବ। ୫ଜଣିଆ ଖଣ୍ଡପୀଠ ବନ୍ଦ କୋଠରୀରେ ଏହି ଆବେଦନର...

ରାଜ୍ୟରେ ଆଉ ୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ରାଜ୍ୟରେ ରବିବାର କରୋନା ଆଉ ୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୩୦୯ କୁ ବୃଦ୍ଧି...

୪୬୮ ଟ୍ରେନ୍‌ରେ ଫେରିଲେଣି ୫ ଲକ୍ଷ ଶ୍ରମିକ

ନୂଆଦିଲ୍ଲୀ,୧୨ା୫ (ପି.ଟି.): ଲକ୍‌ଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇ ଆଣିବା ଲାଗି ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ ଚଳାଚଳ...

ପିଏମ୍‌-କେୟାର୍ସ ପାଣ୍ଠିକୁ ୧୫୧ କୋଟି ଦେବ ରେଲଓ୍ବେ

ନୂଆଦିଲ୍ଲୀ,୩୦ା୩(ପି.ଟି.): କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଗଠନ କରିଥିବା ପିଏମ୍‌-କେୟାର୍ସ ପାଣ୍ଠିକୁ ରେଲଓ୍ବେ ୧୫୧ କୋଟି ଟଙ୍କା ଦାନ କରିବ। ରେଳମନ୍ତ୍ରୀ ପୀୟୂଷ ଗୋୟଲ ରବିବାର...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୨୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୩ା୭(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୪୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୮୨,୬୯୦ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

Advertisement
Archives

Model This Week