Posted inଖେଳ

ଆଶେସ ସିରିଜ ଆରମ୍ଭ: ବ୍ରଡ୍‌ଙ୍କୁ ୫ ଉଇକେଟ, ସ୍ମିଥଙ୍କ ଶତକ

ବର୍ମିଂହାମ, ୨।୮- ସ୍ଥାନୀୟ ଏଜବାଷ୍ଟନ ଗ୍ରାଉଣ୍ଡରେ ଗୁରୁବାର ଆରମ୍ଭ ହୋଇଛି ଇଂଲଣ୍ଡ-ଅଷ୍ଟ୍ରେଲିଆ ଆଶେସ ସିରିଜ-୨୦୧୯। ଘରୋଇ ପରିବେଶ ଏବଂ ଦର୍ଶକ ସମର୍ଥନରେ ଇଂଲଣ୍ଡ ବୋଲରମାନେ ଆରମ୍ଭରେ ପ୍ରଭାବୀ ପ୍ରଦର୍ଶନ କରିଥିବାବେଳେ ଲଢ଼ୁଆ ଶତକ ହାସଲ କରି ପ୍ରଥମ ଦିନର ସମ୍ମାନ ଭାଗ କରିଛନ୍ତି ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ। ଏକବର୍ଷ ବାସନ୍ଦ ପରେ ପ୍ରଥମଥରପାଇଁ ଟେଷ୍ଟ ଖେଳୁଥିବା ସ୍ମିଥଙ୍କ ଶତକୀୟ ଇନିଂସ ବଳରେ ଅଷ୍ଟ୍ରେଲିଆ ସମ୍ମାନଜନକ ସ୍କୋର କରିବାରେ ସକ୍ଷମ ହୋଇଛି। ଏକଦା ୧୨୨ ରନରେ ୮ ଉଇକେଟ ହରାଇ ବିପଦରେ ପଡ଼ିଥିବା ଅଷ୍ଟ୍ରେଲିଆ ସ୍ମିଥଙ୍କ ଶତକ ବଳରେ ୨୮୪ ରନ କରିବାକୁ ସକ୍ଷମ ହୋଇଛି। ପ୍ରଥମ ଦିବସ ଶେଷ ବେଳକୁ ଇଂଲଣ୍ଡ ୨ ଓଭରରେ କୌଣସି ଉଇକେଟ ନ ହରାଇ ୧୦ ରନ ସଂଗ୍ରହ କରିଛି।
ଆରମ୍ଭରେ ବୋଲର ପ୍ରଭାବୀ
ଏଠାରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌। ମାତ୍ର ତାଙ୍କ ନିଷ୍ପତ୍ତିକୁ ଭୁଲ ପ୍ରମାଣିତ କରିଥିଲେ ଇଂଲଣ୍ଡର ଷ୍ଟାର ଷ୍ଟ୍ରାଇକର କ୍ରିସ୍‌ ଓ୍ବକ୍ସ ଓ ଷ୍ଟୁଆର୍ଟ ବ୍ରଡ୍‌। ୩ ଓଭର ଶେଷ ବେଳକୁ ମାତ୍ର ୨ ରନ କରିଥିବା ଅଷ୍ଟ୍ରେଲିଆ ୪ର୍ଥ ଓଭରର ୫ମ ବଲ୍‌ରେ ଡେଭିଡ ଓ୍ବାର୍ନରଙ୍କ ଉଇକେଟ ହରାଇ ପ୍ରଥମ ଝଟ୍‌କା ଖାଇଥିଲା। ବ୍ରଡ୍‌ ନିଜ ଦ୍ୱିତୀୟ ଓଭରରେ ଇଂଲଣ୍ଡପାଇଁ ଏହି ସଫଳତା ଆଣିଥିଲେ। ଏହାପରେ ସ୍ବାଭାବିକଭାବେ ଦୃଢ଼ ମନୋବଳର ସହିତ ବୋଲିଂ କରିଥିଲେ ବ୍ରଡ୍‌। ଏହାର ଫାଇଦା ମଧ୍ୟ ତାଙ୍କୁ ମିଳିଥିଲା। ନିଜର ୪ର୍ଥ ଓଭରରେ ସେ ଅନ୍ୟତମ ଓପନର କାମେରନ ବ୍ୟାଙ୍କ୍ରଫ୍ଟଙ୍କୁ ପ୍ୟାଭିଲିୟନ ଫେରାଇ ସେ ଇଂଲଣ୍ଡ ଶିବିରରେ ଆନନ୍ଦ ଖେଳାଇ ଦେଇଥିଲେ। ଓ୍ବାର୍ନର ୨ ରନ କରିବାକୁ ସକ୍ଷମ ହୋଇଥିବାବେଳେ ବ୍ୟାଙ୍କ୍ରଫ୍ଟ ୮ ରନ କରି କ୍ରିଜ୍‌ ଛାଡ଼ିଥିଲେ। ଉସମାନ ଖ୍ବାଜାଙ୍କ ସହ କ୍ରିଜ୍‌ରେ ଯୋଗଦେଇ ଷ୍ଟିଭ୍‌ ସ୍ମିଥ ଇନିଂସ ସଜାଡ଼ିବାରେ ମନୋନିବେଶ କରିଥିଲେ। ମାତ୍ର ଓ୍ବକ୍ସ ତାହା ହେବାକୁ ଦେଇ ନ ଥିଲେ। ୧୩ ରନ କରିଥିବା ଖ୍ବାଜାଙ୍କୁ ଉଇକେଟ କିପର ଜନି ବେୟାରଷ୍ଟୋଙ୍କ ହାତରେ କ୍ୟାଚ କରାଇ ସେ ଇଂଲଣ୍ଡକୁ ତୃତୀୟ ସଫଳତା ଦେଇଥିଲେ। ପ୍ରଥମେ ଓ୍ବକ୍ସଙ୍କ ଆବେଦନ ଅମ୍ପାୟରଙ୍କ ଦ୍ୱାରା ନାକଚ ହୋଇଯାଇଥିଲେ ହେଁ ଇଂଲଣ୍ଡ ଡିଆରଏସର ସହାୟତା ନେଇ ଫାଇଦା ପାଇଥିଲା। ଏଥିସହ ୧୪.୨ ଓଭର ବେଳକୁ ଅଷ୍ଟ୍ରେଲିଆ ସ୍କୋର ୩୫/୩ ହୋଇ ଯାଇଥିଲା।
ସ୍ମିଥ, ସିଡଲଙ୍କ ଲଢ଼ୁଆ ବ୍ୟାଟିଂ
ଗୋଟିଏ ପଟରେ ଉଇକେଟ ପଡ଼ି ଚାଲିଥିଲେ ହେଁ ଅନ୍ୟପଟରେ ଦୃଢ଼ ବ୍ୟାଟିଂ ଜାରି ରଖିଥିଲେ ସ୍ମିଥ। ସେ ୪ର୍ଥ ଉଇକେଟରେ ଟ୍ରାଭିସ ହେଡ୍‌ଙ୍କ ସହ ୬୪ ରନର ଭାଗୀଦାରି ଗଢ଼ିଥିଲେ। ଭଲ ଆରମ୍ଭ କରିଥିବା ହେଡ୍‌ ୬୧ ବଲ୍‌ରୁ ୩୫ ରନ କରିଥିବାବେଳେ ଓ୍ବକ୍ସଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଅମ୍ପାୟର ଆଉଟ ଦେଇଥିଲେ ହେଁ ହେଡ୍‌ ରିଭ୍ୟୁ ନେଇ ବିଫଳ ହୋଇଥିଲେ। ପରବର୍ତ୍ତୀ ବ୍ୟାଟ୍ସମ୍ୟାନ ମାଥ୍ୟୁ ଓ୍ବାଡେ ୧, ଅଧିନାୟକ ଟିମ୍‌ ପେନ୍‌ ୫ ରନ କରିଥିବାବେଳେ ଜେମ୍ସ ପ୍ୟାଟିନସନ ଖାତା ଖୋଲିବାକୁ ସକ୍ଷମ ହୋଇ ନ ଥିଲେ। ପ୍ୟାଟ୍‌ କୁମିନ୍ସ ମଧ୍ୟ ୫ ରନ କରି ଆଉଟ ହୋଇଥିଲେ। ଫଳରେ ୯୯ ରନରେ ୪ର୍ଥ ଉଇକେଟ ହରାଇଥିବା ଅଷ୍ଟ୍ରେଲିଆ ପରବର୍ତ୍ତୀ ୨୩ ରନ ମଧ୍ୟରେ ଆଉ ୪ଟି ଉଇକେଟ ହରାଇ ବିପଦରେ ପଡ଼ିଥିଲା। ତେବେ ଏଥିରେ ବିଚଳିତ ହୋଇ ନ ଥିଲେ ସ୍ମିଥ। ସେ କ୍ୟାରିୟରର ୨୪ତମ ଶତକ ହାସଲ କରି ଦଳପାଇଁ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିଲେ। ସ୍ମିଥଙ୍କୁ ଉଚିତ ସହାୟତା କରିଥିଲେ ପିଟର ସିଡଲ। ଫଳରେ ଅଷ୍ଟ୍ରେଲିଆ ସ୍କୋର ୫୧.୧ ଓଭରରେ ୧୫୦ ଅତିକ୍ରମ କରିଥିଲା। ଚା’ ବିରତି ପୂର୍ବରୁ ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହୋଇଥିଲା। ବର୍ଷା ସମୟରେ ଚା’ ବିରତି ଶେଷ କରାଯାଇଥିଲା। ଏହାପରେ ସ୍ମିଥ ଓ ସିଡଲ ୯ମ ଉଇକେଟରେ ୮୮ ରନ ଯୋଗକରି ଦଳୀୟ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ସିଡଲ ୮୫ ବଲ୍‌ରୁ ୪ ଚୌକା ସହ ୪୪ ରନ କରି ଆଉଟ ହୋଇଥିଲେ। ସ୍ମିଥ କିନ୍ତୁ ଖେଳିଥିଲେ କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ଇନିଂସ। ୯ମ ଉଇକେଟ ପତନ ପରେ ଆକ୍ରମଣାତ୍ମକ ଖେଳିଥିବା ସ୍ମିଥ ୨୧୯ ବଲ୍‌ରୁ ୧୬ ଚୌକା ଓ ୨ ଛକା ସହାୟତାରେ ୧୪୪ ରନ କରି ଶେଷ ଖେଳାଳିଭାବେ ଆଉଟ ହୋଇଥିଲେ। ନାଥାନ ଲିୟନ ୧୨ ରନରେ ଅପରାଜିତ ରହିଥିଲେ। ସ୍ମିଥଙ୍କୁ ଆଉଟ କରି ୫ ଉଇକେଟ ସଫଳତା ପାଇଥିଲେ କ୍ରିସ ବ୍ରଡ୍‌। ଅଷ୍ଟ୍ରେଲିଆ ଇନିଂସ ଶେଷରେ ତାଙ୍କ ବୋଲିଂ ଫିଗର ୨୨.୪-୪-୮୬-୫ ରହିଥିଲା। ଟେଷ୍ଟ କ୍ରିକେଟରେ ଏହାଥିଲା ତାଙ୍କର ୧୭ତମ ୫ ଉଇକେଟ ସଫଳତା। ଅନ୍ୟ ବୋଲରଙ୍କ ମଧ୍ୟରେ କ୍ରିସ୍‌ ଓ୍ବକ୍ସ ୩ଟି ଏବଂ ବେନ୍‌ ଷ୍ଟୋକ୍ସ ଓ ମୋଇନ ଅଲୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଆଜି ଇଣ୍ଡିଆ ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଓ’ ପଦଯାତ୍ରା, ଫର୍ମ-୬ ପରିବର୍ତ୍ତନକୁ ନେଇ ରାହୁଲ କହିଲେ…

ନୂଆଦିଲ୍ଲୀ,୨।୧୦(ପି.ଟି.): ନୂତନ ଭୋଟର ପଞ୍ଜୀକରଣ ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ବ୍ୟବହୃତ ଅନ୍‌ଲାଇନ୍‌ ‘ଫର୍ମ-୬’ରେ ବେଆଇନ ଭାବେ ପରିବର୍ତ୍ତନ ପାଇଁ ଟାଟା କନ୍ସଲଟାନ୍ସି ସର୍ଭିସେସ୍‌…

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ CJP

ମୁମ୍ବାଇ, ୨।୧୦(ପି.ଟି.): ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା…

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?