Posted inଖେଳ

ଆଶେସ ତୃତୀୟ ଟେଷ୍ଟ :ଇଂଲଣ୍ଡ ୬୭ରେ ଅଲ୍‌ଆଉଟ୍‌

ଲିଡ୍ସ,୨୪।୮- ଇଂଲଣ୍ଡ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟ ମ୍ୟାଚ୍‌ ମାତ୍ର ଦ୍ୱିତୀୟ ଦିନରେ ରୋମାଞ୍ଚକ ମୋଡ଼ରେ ପହଞ୍ଚିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଅଷ୍ଟ୍ରେଲିଆ ପ୍ରଥମ ଦିବସରେ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ୫୨.୧ ଓଭରରେ ୧୭୯ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଦ୍ୱିତୀୟ ଦିନରେ ଇଂଲଣ୍ଡ ତା’ର ପ୍ରଥମ ଇନିଂସ ଆରମ୍ଭ କରି ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୨୭.୫ ଓଭରରେ ଦଳ ମାତ୍ର ୬୭ ରନ କରି ଅଲଆଉଟ ହୋଇଥିଲା। ଫଳରେ ଇଂଲଣ୍ଡ ପ୍ରଥମ ଇନିଂସରେ ବୃହତ୍‌ ୧୧୨ ରନ୍‌ ପଛରେ ପଡିଥିଲା।
ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୫୭ ଓଭରରେ ୬ ଉଇକେଟ ହରାଇ ୧୭୧ ରନ ସଂଗ୍ରହ କରିଛି। ଫଳରେ ଅଷ୍ଟ୍ରେଲିଆ ୪ ଉଇକେଟ ହାତରେ ରଖି ମୋଟ ୨୮୩ ରନର ଅଗ୍ରଣୀ ହାସଲ କରି ସ୍ଥିତି ଦୃଢ଼ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ମାର୍ନସ ଲାବୁସେନ ୫୩ ଓ ଜେମ୍ସ ପାଟିନସନ ୨ ରନ କରି ଅପରାଜିତ ରହିଛନ୍ତି। ଅଭିଜ୍ଞ ଓପନର ଡେଭିଡ ଓ୍ବାର୍ନର ଖାତା ଖୋଲିବା ପୂର୍ବରୁ ପ୍ରଥମେ ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାର୍କସ ହାରିସ ୧୯, ଉସ୍‌ମାନ ଖ୍ବାଜା ୨୩, ଟ୍ରାଭିସ୍‌ ହେଡ ୨୫, ମାଥ୍ୟୁ ଓ୍ବେଡ ୩୩ ରନ କରି ଆଉଟ ହୋଇଥିବା ବେଳେ ଅଧିନାୟକ ଟିମ୍‌ ପେନ୍‌ ବିନା ସ୍କୋରରେ ପ୍ୟାଭିଲିୟନ ଫେରିଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଷ୍ଟୁଆର୍ଟ ବ୍ରଡ ଓ ବେନ୍‌ ଷ୍ଟୋକ୍ସ ୨ଟି ଲେଖାଏ, କ୍ରିସ୍‌ ଓ୍ବକ୍ସ ଓ ଜ୍ୟାକ ଲିଚ୍‌ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି।
ଶୁକ୍ରବାର ସକାଳୁ ଇଂଲଣ୍ଡ ପ୍ରଥମ ଇନିଂସ ଆରମ୍ଭ କରିଥିଲା। ଅଷ୍ଟ୍ରେଲୀୟ ବୋଲରଙ୍କ ସମ୍ମୁଖୀନ ହୋଇ ନ ପାରି ଇଂଲଣ୍ଡ ସ୍ବଳ୍ପ ରନରେ ଅଲଆଉଟ ହୋଇଥିଲା। ଘରୋଇ ମାଟିରେ ଏହା ଇଂଲଣ୍ଡର ଚତୁର୍ଥ ସର୍ବନିମ୍ନ ସ୍କୋର ସାବ୍ୟସ୍ତ ହୋଇଛି। ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଜୋ ଡେନଲି ମାତ୍ର ୧୨ ରନ କରି ଆଉଟ ହୋଇଥିବା ବେଳେ ଇଂଲଣ୍ଡର ବାକି ୧୦ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁପାରି ନାହାନ୍ତି। ଅଧିନାୟକ ଜୋ ରୁଟ୍‌ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓପନର ରୋରି ବନର୍‌ସ ୯, ଜାସନ ରୟ ୯, ବେନ୍‌ ଷ୍ଟୋକ୍ସ ୮, ଉଇକେଟକିପର ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ୪, ଜୋସ ବଟଲର ୫, କ୍ରିସ୍‌ ଓ୍ବକ୍ସ ୫, ଜୋଫ୍ରା ଆର୍ଚର ୭, ଜ୍ୟାକ ଲିଚ୍‌ ୧ ରନ କରି ଆଉଟ ହୋଇଥିଲେ। କ୍ରିସ୍‌ ବ୍ରଡ ୪ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ଜୋଶ ହାଜେଲଉଡ୍‌ ୫, ପ୍ୟାଟ କୁମିନ୍ସ ୩, ଜେମ୍ସ ପାଟିନସନ ୨ଟି ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୫୨.୧ ଓଭରରେ ୧୭୯ ରନରେ ଅଲଆଉଟ୍‌।
ଇଂଲଣ୍ଡ ପ୍ରଥମ ଇନିଂସ- ୨୭.୫ ଓଭରରେ ୬୭ ଅଲଆଉଟ୍‌
(ଡେନ୍‌ଲି- ୧୨, ହାଜଲେଉଡ- ୫/୩୦, କୁମିନ୍ସ-୩/୨୩, ପାଟିନସନ- ୨/ ୯)
ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ- ୫୭ ଓଭରରେ ୧୭୧/୬
(ଲାବୁସେନ- ୫୩ *, ଓ୍ବେଡ- ୩୩, ହେଡ- ୨୫, ଖ୍ବାଜା- ୨୩, ହାରିସ- ୧୯, ବ୍ରଡ- ୨/୩୪, ଷ୍ଟୋକ୍ସ- ୨/୩୩, ଓ୍ବକ୍ସ- ୧/୩୪, ଲିଚ୍‌- ୧/୪୬)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓ୍ବେଷ୍ଟଇଣ୍ଡିଜ ରିଜର୍ଭ ଲିଷ୍ଟରେ ବ୍ରାଭୋ, ପୋଲାର୍ଡ

ସେଣ୍ଟ ଜୋନ୍ସ (ଆଣ୍ଟିଗୁଆ), ୨୦।୫(ପି.ଟି.)- ଆଇସିସି ବିଶ୍ୱକପ୍‌ ଲାଗି କ୍ରିକେଟ୍‌ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ) ପକ୍ଷରୁ ରବିବାର ୧୦ ରିଜର୍ଭ ଖେଳାଳିଙ୍କ ନାମ ପ୍ରକାଶ ପାଇଛି। ଏହି...

ଓସିଏ ଆନ୍ତଃଜିଲା ୧୯ ବର୍ଷରୁ କମ୍‌ କ୍ରିକେଟ: ଶଶାଙ୍ଗ, ଆୟୂଷଙ୍କ ଶତକ, ଶ୍ରେଷ୍ଠଙ୍କୁ ୬

ଭୁବନେଶ୍ୱର, ୨୨।୧(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକରେ ଚାଲିଥିବା ୧୯ ବର୍ଷରୁ କମ୍‌ ଆନ୍ତଃଜିଲା ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟରେ ଗୁରୁବାର ୬ଟି ମ୍ୟାଚ...

ରୋହିତ ଶର୍ମାଙ୍କୁ କୋଳାଗ୍ରତ କରି ସ୍ବାଗତ କଲେ ସାଥୀ ଖେଳାଳି, କିନ୍ତୁ କୋଚ୍‌ ମାରିଲେ ଏମିତି କମେଣ୍ଟ

ସିଡନୀ,୩୧।୧୨: ହିଟ୍‌ମ୍ୟାନ୍‌ ରୋହିତ୍‌ ଶର୍ମା ସୁସ୍ଥ ହୋଇ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ସେ ଭାରତୀୟ ଦଳ ସହ...

ଓସିଏ ସମ୍ବିଧାନ ସଂଶୋଧନ ଘଟଣା: ଆମିକସ୍‌ କ୍ୟୁରିଙ୍କୁ ଭେଟିଲେ ଆଶୀର୍ବାଦ, ଧୀରେନ, ଦୀପକ

କଟକ ଅଫିସ,୧୩ା୫- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସମ୍ବିଧାନ ସଂଶୋଧନକୁ ନେଇ ଏବେ ବି ଅଡୁଆ ରହିଛି। ପୂର୍ଣ୍ଣ ସଦସ୍ୟତା ଦେବା କ୍ଷେତ୍ରରେ ଟାଳଟୁଳ ନୀତି ଆପଣାଯାଇଛି...

ଆଇପିଏଲ୍‌ : ପ୍ରସ୍ତୁତି ସମୀକ୍ଷା ପାଇଁ ଦୁବାଇରେ ଗାଙ୍ଗୁଲି

ନୂଆଦିଲ୍ଲୀ,୧୦।୯(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ରସ୍ତୁତି ନେଇ ସମୀକ୍ଷା କରିବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଦୁବାଇରେ ପହଞ୍ଚିଛନ୍ତି।...

ଧୋନୀଙ୍କୁ ପଛରେ ପକାଇବେ ରୋହିତ

ନୂଆଦିଲ୍ଲୀ,୩।୧୧- ସ୍ଥାନୀୟ ଅରୁଣ ଜେଟଲି ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷରେ ରବିବାର ଖେଳାଯିବାକୁ ଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ କାମଚଳା ଭାରତୀୟ ଅଧିନାୟକ ରୋହିତ ଶର୍ମା ନିଜ...

ଗୁଜରାଟ ଫର୍ଚୁନ୍‌ଜିଆଣ୍ଟ୍ସର ବିଜୟ

ଚେନ୍ନାଇ, ୨୪ା୮ (ପି.ଟି.)- ଚଳିତ ପ୍ରୋ-କବାଡ଼ି ଲିଗ୍‌ ସିଜନ-୭ରେ କ୍ରମାଗତ ୬ଟି ମ୍ୟାଚରେ ପରାଜିତ ହେବା ପରେ ବିଜୟ ଲାଭ କରିଛି ଗୁଜରାଟ ଫର୍ଚୁନ୍‌ଜିଆଣ୍ଟ୍ସ୍ସ। ସ୍ଥାନୀୟ...

ସିତ୍‌ପାସ୍‌ଙ୍କୁ ଏଟିପି ଫାଇନାଲ୍ସ ଟାଇଟଲ

ଲଣ୍ଡନ,୧୮।୧୧(ଏଏଫ୍‌ପି)- ଗ୍ରୀସ୍‌ର ଷ୍ଟିଫାନୋସ ସିତ୍‌ସିପାସ୍‌ ପ୍ରଥମ ସେଟ୍‌ ହରିବା ପରେ ମଧ୍ୟ ଡୋମିନିକ ଥିଏମଙ୍କୁ ପରାସ୍ତ କରି ଚଳିତ ଏଟିପି ଫାଇନାଲ୍ସ ଟାଇଟଲ ହାତେଇଛନ୍ତି। ୨୧...

Advertisement
Archives

Model This Week