ଆଶୀର୍ବାଦଙ୍କ ଜାମିନ ଆବେଦନ ପୁଣି ଖାରଜ: ଓସିଏ ନିର୍ବାଚନରେ ମତଦାନ ପାଇଁ ଚିଠି ଲେଖିଲେ

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ଜେଲ୍‌ ହାଜତରେ ଥିବା ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜାମିନ ଆବେଦନ ବୁଧବାର ଖାରଜ ହୋଇଯାଇଛି। ଜିଲା ଦୌରା ଜଜ୍‌ ତାଙ୍କ ଜାମିନ ଆବେଦନକୁ ଖାରଜ କରିବା ପରେ ଆଶୀର୍ବାଦଙ୍କୁ ପୁଣି ନିରାଶ ହେବାକୁ ପଡିଛି। ଅପରପକ୍ଷରେ ଆଗାମୀ ଓସିଏ ନିର୍ବାଚନରେ ମତଦାନ କରିବା ପାଇଁ ସୁଯୋଗ ଦେବାକୁ ସେ ଜେଲ ବିଭାଗକୁ ଚିଠି ଲେଖି ଅନୁରୋଧ କରିଛନ୍ତି।
ସୂଚନାଯାଗ୍ୟ, ଆଶୀର୍ବାଦଙ୍କୁ ସିବିଆଇ ଗିରଫ କରିବା ପରେ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରିଥିଲା। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ଜାମିନ ଆବେଦନ କରିଥିଲେ। ମାତ୍ର କୋର୍ଟ ଏହାକୁ ଖାରଜ କରିଦେବା ସହ ଆଶୀର୍ବାଦଙ୍କୁ ଅକ୍ଟୋବର ୧ ପର୍ଯ୍ୟନ୍ତ ବିଚାର ବିଭାଗୀୟ ଜେଲ୍‌ ହାଜତରେ ରଖାଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ତାଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ତ୍ତର୍ତ୍ତି କରାଯାଇଥିଲା। ଏବେବି ସେ ସେଠାରେ ଚିକିତ୍ସିତ ହେଉଛନ୍ତି। ଆସନ୍ତା ୨୭ ତାରିଖରେ ଓସିଏ ନିର୍ବାଚନ ହେବ। ଏଥିରେ ୬ ପଦ ପାଇଁ ମୋଟ ୧୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ସଭାପତି ପଦ ପାଇଁ ୨ ଜଣ, ଉପସଭାପତି ପଦ ପାଇଁ ୨ ଜଣ, ସମ୍ପାଦକ ପଦ ପାଇଁ ୨ ଜଣ ଓ ଟ୍ରେଜରର ପାଇଁ ୩ ଜଣ ନାମାଙ୍କନ ପତ୍ର ଦାଖଲ କରି ନିର୍ବାଚନ ଲଢୁଛନ୍ତି। ସେହିପରି ସମ୍ପାଦକ ପଦ ପାଇଁ ଆଶୀର୍ବାଦଙ୍କ ପୁଅ ସଞ୍ଚୟ ବେହେରା ଥିବାବେଳେ ବିପକ୍ଷରେ ଅଛନ୍ତି ନବ ରଞ୍ଜନ ପଟ୍ଟନାୟକ। ଆଶୀର୍ବାଦ ଏବେ ଓସିଏ ସଦସ୍ୟ ଥିବାରୁ ଓ ନିର୍ବାଚନରେ ତାଙ୍କ ପୁଅ ଲଢ଼ୁଥିବାରୁ ମତଦାନ ପାଇଁ ଜେଲ ବିଭାଗକୁ ସେ ଚିଠି ଲେଖିଛନ୍ତି। ବ୍ୟକ୍ତିଗତ ଭାବେ ବାଲଟ ଅଣାଯିବା ପରେ ସେ ଭୋଟଦେଇ ପାରନ୍ତି ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଆଖି ବୁଜିଲେ ୬୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୮।୮(ବ୍ୟୁରୋ): ରାଜ୍ୟରେ କରୋନାଜନିତ ସଂକ୍ରମଣ ପୂର୍ବାପେକ୍ଷା ସାମାନ୍ୟ କମିଥିଲେ ହେଁ ମୃତକଙ୍କ ସଂଖ୍ୟାରେ ପରିବର୍ତ୍ତନ ଆସୁନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୬୯ ପ୍ରାଣ...

ବିବାହ ବନ୍ଧନରେ ବାନ୍ଧିହେଲେ ଦୁଇ ମହିଳା ମାଓବାଦୀ

ଫୁଲବାଣୀ ଅଫିସ,୪ା୧୨: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ମହିଳା ମାଓବାଦୀ। କନ୍ଧମାଳ ଜିଲା ପୋଲିସ ରିଜର୍ଭ କାର୍ଯ୍ୟାଳୟରେ ଥିବା ରାଧାକୃଷ୍ଣ ମନ୍ଦିରରେ ସେମାନଙ୍କ ବିବାହ...

ଡ୍ରୋନ୍‌ ପଞ୍ଜୀକରଣ ପାଇଁ ଶେଷ ସୁଯୋଗ:୩୧ ପରଠାରୁ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୧୪-୧(ବ୍ୟୁରୋ):ଏଣିକି ମନଇଚ୍ଛା ଆଉ ଉଡ଼ିପାରିବନି ଡ୍ରୋନ୍‌।ଏପରି କି ବିନା ପଞ୍ଜୀକରଣରେ ବେଆଇନ ଭାବେ ଡ୍ରୋନ୍‌ ପାଖରେ ରଖିଲେ ଓ ବିନାନୁମତିରେ ଉଡ଼ାଣ କଲେ ହେବ...

ଶୋଭାରାମପୁର ବ୍ରିଜ୍‌ ଗାର୍ଡ଼ର ଭାଙ୍ଗିବା ଘଟଣା: ସୋମବାର ଚାଲିଲା ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ବାଲେଶ୍ୱର ଶୋଭାରାମପୁରଠାରେ ରେଳ ଟ୍ରାକ୍‌ ଉପରେ ବ୍ରିଜ୍‌ ଗାର୍ଡ଼ର ଭାଙ୍ଗିବାରୁ ରବିବାର ହାଓଡ଼ା-ଚେନ୍ନାଇ ମୁଖ୍ୟ ଲାଇନ୍‌ରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଅଧିକାଂଶ...

ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ପାଇଁ ୨୦ରୁ ଦୂରଦର୍ଶନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧୦।୧ (ବ୍ୟୁରୋ): ଆସନ୍ତା ୨୦ ତାରିଖରୁ ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର (ଓଆର୍‌ଏସ୍‌ଏସି) ଦ୍ୱାରା ପ୍ରସ୍ତୁତ ଶିକ୍ଷାଭିତ୍ତିକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଦୂରଦର୍ଶନ ମାଧ୍ୟମରେ ପ୍ରସାରିତ...

ବାତ୍ୟାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ: ଏସ୍‌ଆର୍‌ସି

ଭୁବନେଶ୍ୱର, ୫।୧୧(ବ୍ୟୁରୋ) : ଉତ୍ତର ଆଣ୍ଡାମାନରେ ସୃଷ୍ଟି ଲଘୁଚାପ ବାତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି। ଏପରିକି ଉପକୂଳ ଓଡ଼ିଶାରେ ବାତ୍ୟା ମାଡ଼ ହେବ...

ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କଲେ ମାଓବାଦୀ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୧୧ା୫: କନ୍ଧମାଳ ଜିଲାରେ ରକ୍ତମୁଖା ହୋଇ ଉଠିଛନ୍ତି ମାଓବାଦୀ। ପୋଲିସ ଇନ୍‌ଫର୍ମର ସନ୍ଦେହରେ ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ପଞ୍ଚାୟତର ପ୍ରଥମ ସରପଞ୍ଚଙ୍କୁ ରାତିରେ...

ଚାର୍ଜଶିଟ୍‌, ତଦନ୍ତରେ ସନ୍ତୁଷ୍ଟ ନୁହନ୍ତି ସୌମ୍ୟଙ୍କ ବାପା, ଓକିଲ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବିଦ୍ୟାଭାରତୀ ହିଁ ଅଭିଯୁକ୍ତ ବୋଲି କ୍ରାଇମବ୍ରାଞ୍ଚ ଦର୍ଶାଉଛି। ୮୧ ଜଣ ସାକ୍ଷୀଙ୍କ ବୟାନକୁ ଆଧାରକରି ପାରଳାଖେମୁଣ୍ଡି...

Advertisement
Archives

Model This Week