ଆଶାନୁରୂପ ହେଉନି ଜିଏସ୍‌ଟି ଆଦାୟ

ଭୁବନେଶ୍ୱର,୩ା୧(ବ୍ୟୁରୋ): ରାଜ୍ୟରେ ଦ୍ରବ୍ୟ ଓ ସେବା ଟିକସ(ଜିଏସ୍‌ଟି) ଆଦାୟ ଆଶାନୁରୂପ ହେଉନାହିଁ। ୨୦୧୯ ଡିସେମ୍ବରରେ ଜିଏସ୍‌ଟି ଆଦାୟରେ ମାତ୍ର ୨ ପ୍ରତିଶତ ଅଭିବୃଦ୍ଧି ହୋଇଛି। ଏହି ମାସରେ ରାଜ୍ୟରେ ୨୩୮୩ କୋଟି ଟଙ୍କା ଆଦାୟ କରାଯାଇଥିବା ବେଳେ ୨୦୧୮ରେ ୨୩୪୭ କୋଟି ଟଙ୍କା ଆଦାୟ ହୋଇଥିଲା। ଏହି ମାସରେ କେନ୍ଦ୍ର ଜିଏସ୍‌ଟି ରାଜସ୍ବ ଆଦାୟ ବାବଦରେ ୧୬ ପ୍ରତିଶତ ବୃଦ୍ଧି ହୋଇଛି। ଓଡିଶାରେ ଜିଏସ୍‌ଟି ରାଜସ୍ବ ଆଦାୟ ଆଦୌ ସନ୍ତୋଷଜନକ ନୁହେଁ ବୋଲି ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଜିଏସ୍‌ଟି ଆଦାୟରେ ପଶ୍ଚିମ ବଙ୍ଗରେ ୧୬ ପ୍ରତିଶତ ଅଭିବୃଦ୍ଧି ହୋଇଥିବା ବେଳେ ଆସାମ ୩୩ ପ୍ରତିଶତି, ଛତିଶଗଡ ୧୫ ଏବଂ ଆନ୍ଧ୍ର ପ୍ରଦେଶ ୧୧ ପ୍ରତିଶତ ଅଭିବୃଦ୍ଧି କରିଛି। ଡିସେମ୍ବର ମାସରେ ଜିଏସ୍‌ଟି ଆଦାୟ ୧,୦୩,୧୮୪ କୋଟି ଟଙ୍କା ହୋଇଥିବା ବେଳେ ୧୯,୯୬୨ କୋଟି ସିଜିଏସ୍‌ଟି; ୨୬,୭୯୨ କୋଟି ଏସଜିଏସଟି; ଆଇଜିଏସ୍‌ଟି ୪୮,୦୯୯ କୋଟି ଏବଂ ସେସ୍‌ ବାବଦରେ ୮,୩୩୧ କୋଟି ଆଦାୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଯାବତ୍‌ ଓଡ଼ିଶାକୁ ୧୦୯ ଟ୍ରେନ୍‌ରେ ଫେରିଲେଣି ୧, ୫୩,୭୩୮ଜଣ ପ୍ରବାସୀ, ଗଞ୍ଜାମକୁ ସର୍ବାଧିକ

ଭୁବନେଶ୍ୱର,୨୬।୫(ବ୍ୟୁରୋ): ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଏବେ ଓଡ଼ିଶା ମୁହାଁ। ଏହି କ୍ରମରେ ମଙ୍ଗଳବାର ସୁଦ୍ଧା ୧୦୯ ଟ୍ରେନ୍‌ରେ ୧,୫୩,୭୩୮ଜଣ ରାଜ୍ୟକୁ ଫେରିଲେଣି। ସେଥିରୁ...

ପ୍ରାଣୀମାନଙ୍କୁ ସେବା ଦେବା ଆବଶ୍ୟକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍‌ଲାଇନ ଜରିଆରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ରାଜ୍ୟସ୍ତରୀୟ ପ୍ରାଣୀସେବା ହେଲ୍‌ପଲାଇନ ସହିତ ଅନେକ ନୂଆ ଯୋଜନାର...

ସ୍ବଧର୍ମକୁ ଫେରିଲେ ୩ ପରିବାର

ପାପଡାହାଣ୍ଡି,୨୯।୮(ଡି.ଏନ୍‌.ଏ.): ନିଜ ଧର୍ମ ଛାଡି ଅନ୍ୟ ଧର୍ମ ଗ୍ରହଣ କଲେ। ସେହି ଧର୍ମର ପୂଜାର୍ଚ୍ଚନା କଲେ। ଏହାକୁ ନେଇ ଗ୍ରାମରେ ଦେଖାଦେଲା ବିବାଦ। ଗ୍ରାମବାସୀ ବୈଠକ...

ଆଜି ଭୁବନେଶ୍ୱରରୁ ମାତ୍ର ଜଣେ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୩।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶନିବାର ଜଣେ ମାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ଜଣକ ଲୋକାଲ କେସ ହୋଇଥିବା ବେଳେ ହଂସପାଳର ବୋଲି ଜଣାପଡ଼ିଛି।...

୬,୮୧୭ ଜଣ ସରକାରୀ ଅଫିସରଙ୍କ ନାଁରେ ଭିଜିଲାନ୍ସ ମାମଲା: ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ): ରାଜ୍ୟ ଭିଜିଲାନ୍ସ ବିଭାଗ ୬ ହଜାର ୮୧୭ ଜଣ ସରକାରୀ ଅଫିସରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ନେଇ ମାମଲା ରୁଜୁ କରିଛି। ୨୦୧୯...

ଅନ୍ତର୍ଜାତୀୟ ଧଳାବାଡ଼ି ଦିବସ:ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟା ସରଳୀକରଣ ହେବ

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ):ରାଜ୍ୟର ୩୦ଟି ଯାକ ଜିଲାରେ ସମନ୍ବିତ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା କରାଯିବା ସହ ଭିନ୍ନକ୍ଷମଙ୍କୁ ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟାକୁ ସରଳୀକରଣ କରାଯିବ। ଅନ୍ତର୍ଜାତୀୟ...

ଦୁଇଦିନ ବର୍ଷା, ସତର୍କ ରହିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ: ବଜ୍ରପାତ ନେଇ ଆଜି ୯ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୯ା୧(ବ୍ୟୁରୋ): ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ...

ନିର୍ମାଣ ନିଗମକୁ ବୁଡ଼ାଇବେ ଅଧିକାରୀ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ସରକାରୀ ସଂସ୍ଥା ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ(ଓସିସିଏଲ୍‌) ଡୁବିବାକୁ ବସିଲାଣି। ଦାୟିତ୍ୱରେ ଥିବା ଅଧିକାରୀ, କର୍ମଚାରୀ ମିଳିମିଶି ନିଗମକୁ ତଳିତଳାନ୍ତ କରିବାରେ ଲାଗିଛନ୍ତି। କେତେଜଣ...

Advertisement
Archives

Model This Week