ଆଳୁ ୧୦, ପିଆଜ କିଲୋ ୫୦

କଟକ ସଦର,୨୮ା୧୨(ଡି.ଏନ୍‌.ଏ.): ରାଜ୍ୟରେ ଆଳୁ ଓ ପିଆଜ ଦର ଆକାଶଛୁଅଁ। ଥିବା ବେଳେ ଶୁକ୍ରବାର କଟକ ସଦର ବ୍ଲକ ଅନ୍ତର୍ଗତ କିଶୋରନଗର ହାଟରେ ଜଣେ ବେପାରୀ ଆଳୁ କିଲୋ ୧୦ଟଙ୍କା ଓ ପିଆଜ କିଲୋ ୫୦ଟଙ୍କା ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ପ୍ରାୟ ୧ଘଣ୍ଟା ମଧ୍ୟରେ ୫କୁଇଣ୍ଟାଲ ପିଆଜ ଓ ୨୫କୁଇଣ୍ଟାଲ ଆଳୁ ବିକ୍ରି କରିଥିଲେ। ଫଳରେ ଅନ୍ୟ ବ୍ୟବସାୟୀଙ୍କ ବେପାର ଏକ ପ୍ରକାର ଠପ୍‌ ହୋଇଯାଇଥିଲା। ଏହି ସମୟରେ ପଞ୍ଚାୟତର ଆଦାୟକାରୀ ମାହାସୁଲ ପାଇଁ ଜଣେ ବ୍ୟବସାୟୀଙ୍କ ନିକଟରେ ପହଞ୍ଚିଥିଲେ। ମାତ୍ର କୌଣସି ଜିନିଷ ବିକ୍ରି ହୋଇ ନ ଥିବା ସେ କହିଥିଲେ। ପରେ ଅନ୍ୟ ବ୍ୟବସାୟୀମାନେ ଏକତ୍ରିତ ହୋଇ କମ୍‌ ମୂଲ୍ୟରେ ବିକ୍ରି କରୁଥିବା ବେପାରୀଙ୍କୁ ତାଗିଦ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିଏଜି ରିପୋର୍ଟ ପ୍ରକାଶ: ଅଯୋଗ୍ୟ କାଳିଆ ହିତାଧିକାରୀ ନେଇଗଲେ ୭୮୨ କୋଟି ଟଙ୍କା, ଡାଟାବେସ୍‌ ବିଶ୍ଳେଷଣ ବେଳେ ଆଉ…

ଭୁବନେଶ୍ୱର,୧୧ା୯: କାଳିଆ ଯୋଜନା ନେଇ ସିଏଜି ରିପୋର୍ଟରେ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ପ୍ରକାଶ ପାଇଛି। ୨୦୧୯ରୁ ୨୧ ମଧ୍ୟରେ ୬୫.୬୪ ଲକ୍ଷ ହିତାଧିକାରୀଙ୍କୁ କାଳିଆ...

କେସିଙ୍ଗା ରେଳଷ୍ଟେଶନର ବିଭିନ୍ନ ସମସ୍ୟା ସମାଧାନ ଦାବି ନେଇ ଦାବିପତ୍ର ପ୍ରଦାନ

କେସିଙ୍ଗା,୧୧ା୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳଷ୍ଟେଶନ ସମସ୍ୟାକୁ ନେଇ ରେଲଓ୍ବେ ବିଭାଗ ଦ୍ୱାରା ମନୋନୀତ ରେଲଓ୍ବେ କନ୍‌ସଲ୍‌ଟିଭ୍‌ କମିଟିର ମନୋନୀତ ସମସ୍ତ...

ସୁଭଦ୍ରା ଯୋଜନା ଆବେଦନ ହେବ ସହଜ, ଲୋକଙ୍କୁ ସମସ୍ତ ପ୍ରକାର…

ଦାରିଙ୍ଗବାଡ଼ି,୧୧ା୯(ଅରୁଣ ସାହୁ): ସାରା ରାଜ୍ୟରେ ଏବେ ସୁଭଦ୍ରା ଯୋଜନାକୁ ନେଇ ଅନେକ ଚର୍ଚ୍ଚା ହେଉଛି। ଏହି ଯୋଜନାକୁ ନେଇ ଲୋକଙ୍କ ମନରେ ବିଭିନ୍ନ ଆଶଙ୍କା ରହିଥିବା...

Featured Video Play Icon

ସମୁଦ୍ର ତଟରେ ମଦ କୁଡ଼ିଆ ଯୋଜନାକୁ ଶଙ୍କରାଚାର୍ଯ୍ୟଙ୍କ ବିରୋଧ

ରାଜ୍ୟ ସରକାର ବିଭିନ୍ନ ସମୁଦ୍ର କୁଳରେ ମଦ ବିକ୍ରୟ ପାଇଁ ଯୋଜନା କରୁଥିବା ବେଳେ ପୁରୀ ମହୋଦଧୀ ତଟରେ ମଦ କୁଡିଆକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ...

ଯାତ୍ରାରେ ଧାର୍ମିକ ଭାବନାକୁ ଆଘାତ ଅଭିଯୋଗ: ମଞ୍ଚରେ ଦର୍ଶକଙ୍କ ଭଙ୍ଗାରୁଜା, କଳାକାରଙ୍କୁ ଆକ୍ରମଣ

ସମ୍ବଲପୁର, ୧୧।୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ସଦରଥାନା ଅନ୍ତର୍ଗତ ନକ୍ସାପାଲି ଠାରେ ଚାଲିଥିବା ଯାତ୍ରା ମଞ୍ଚକୁ ଚଢ଼ି ଦର୍ଶକଙ୍କ ଭଙ୍ଗାରୁଜା ସହ କଳାକାରଙ୍କୁ ଆକ୍ରମଣ କରାଯାଇଥିବା...

ଗାଁକୁ ରାସ୍ତା ନାହିଁ, ବ୍ଲକ ଘେରାଉ କଲେ ଗ୍ରାମବାସୀ

ଆନନ୍ଦପୁର,୧୧ା୯(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ବ୍ଲକ କୋଡ଼ପଡ଼ା ପଞ୍ଚାୟତ ଗୋଳାବନ୍ଧ ଗ୍ରାମକୁ ଆସିଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ରାସ୍ତା ପାଣି...

ଜଙ୍ଗଲ ଭିତରେ ଗଞ୍ଜେଇ ବସ୍ତା, ପାଟ୍ରୋଲିଂ ବେଳେ ଜବତ କଲା ପୋଲିସ

ଦାରିଙ୍ଗବାଡ଼ି,୧୧ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କୁମ୍ଭାରୀଗାଁ ପଞ୍ଚାୟତ ପାଡ଼ିକିଆ ଜଙ୍ଗଲରୁ ଗଞ୍ଜେଇ ଭର୍ତ୍ତି ବସ୍ତାକୁ ପୋଲିସ ଜବତ କରିଛି। ଗଞ୍ଜେଇର...

ଟ୍ବିନ୍‌ ସିଟି ସହ ପ୍ରମୁଖ ସହରରେ ହୋଇପାରେ କୁକୁର, ବିଲେଇଙ୍କ ଲାଗି ଶ୍ମଶାନ

ଭୁବନେଶ୍ୱର,୧୧।୯: ଗୃହପାଳିତ ପଶୁମାନେ ଜଣେ ମଣିଷ ଭଳି ଶେଷ ସମୟରେ ସମ୍ମାନ ପାଇବେ। ଅନେକ ଲୋକେ କୁକୁର, ବିଲେଇ କିମ୍ବା ଅନ୍ୟ କୌଣସି ପ୍ରାଣୀ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri