ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨୬-୪: ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ଏହାର କଲିକତାସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ୧୫୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବ୍ୟାଙ୍କର ଏମ୍‌ଡି ତଥା ସିଇଓ ସିଏଚ୍‌ ଏସ୍‌.ଏସ୍‌. ମଲ୍ଲିକାର୍ଜୁନ ରାଓ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅଲ୍‌ବ୍ୟାଙ୍କ କିଶୋର ଏବଂ ଅଲ୍‌ବ୍ୟାଙ୍କ ଜେନ୍‌ଏକ୍ସ ନାମରେ ଦୁଇ ପ୍ରଡକ୍ଟ ଏବଂ ବ୍ୟାଙ୍କର ପ୍ରାଜେକ୍ଟ ନବୋଦୟକୁ ରାଓ ଶୁଭାରମ୍ଭ କରିଥିଲେ। ଏହା ବ୍ୟାଙ୍କିଙ୍ଗ ଧାରାରେ ପରିବର୍ତ୍ତନ ଆଣିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ଟେକ୍ନୋଲୋଜି ଦ୍ୱାରା ଗ୍ରାହକ କୈନ୍ଦ୍ରିକ ସେବା ଯୋଗାଣ ଉପରେ ଏହି ଅବସରରେ ରାଓ ଗୁରୁତ୍ୱାରୋପ କରିଥିଲେ।

ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳନ ଅବସରରେ ରୋଡ ଶୋ’, ମାଗଣା ସ୍ବାସ୍ଥ୍ୟ ଶିବିର ଏବଂ ଗ୍ରାହକ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଆଞ୍ଚଳିକ ମୁଖ୍ୟ କେ.ମୂରଲୀ କ୍ରୀଷ୍ଣା ବ୍ୟାଙ୍କର ବିଭିନ୍ନ ଉଲ୍ଲେଖନୀୟ ସଫଳତା ଏବଂ ଲୋକପ୍ରିୟ ଉତ୍ପାଦ ଉପରେ ଲୋକମାନଙ୍କୁ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ ଆର୍‌ବିଆଇ କ୍ଷେତ୍ରୀୟ ପ୍ରବନ୍ଧକ ଏମ୍‌.କେ. ମଲ୍ଲ, ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ଏ.ଚନ୍ଦ୍ରଶେଖର, ପ୍ରଶାନ୍ତ ପଣ୍ଡା, ଗୁପ୍ତା ପାଓ୍ବାରର ଏମ୍‌ଡି ଏମ୍‌.ପି. ଗୁପ୍ତା ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ତାରିଖ ଯାଏ ମାଗଣାରେ ଅପଡେଟ୍‌ ହେବ ଅଧାରକାର୍ଡ, ବିଳମ୍ବ କଲେ ଦେବାକୁ ପଡିବ ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଲୋକଙ୍କ ପାଖରେ ଅନେକ ଡକ୍ୟୁମେଣ୍ଟ ଗୁରୁତ୍ୱପୂର୍ଣ୍ଣ ସମୟରେ ଆବଶ୍ୟକ ହୋଇଥାଏ। ସେଗୁଡ଼ିକ ମଧ୍ୟରେ ସର୍ବାଧିକ ବ୍ୟବହୃତ ଡକ୍ୟୁମେଣ୍ଟ ହେଉଛି ଆଧାର କାର୍ଡ। ଭାରତର...

ଭାରତ ଫେରୁଛନ୍ତି ବିଦେଶୀ ନିବେଶକ

ଭୁବନେଶ୍ୱର, ୯ା୧୨(ଅନୁରାଧା ମହାରଣା): ବିଦେଶୀ ନିବେଶକ ଭାରତ ଫେରୁଥିବାବେଳେ ଡିସେମ୍ବର ପ୍ରଥମ ସପ୍ତାହରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫପିଆଇ)ଙ୍କ ଦ୍ୱାରା ବୃହତ୍‌ ନିଟ୍‌ ନିବେଶ ଭାରତୀୟ ଷ୍ଟକ...

ସିଷ୍ଟମେଟିକ୍‌ ଇନ୍‌ଭେଷ୍ଟମେଣ୍ଟ ପ୍ଲାନ୍‌ରେ ନିବେଶକୁ ଗୁରୁତ୍ୱ

ନୂଆଦିଲ୍ଲୀ,୯।୧୨ (ଅଭୟ ଦାଶ): ବର୍ତ୍ତମାନ ସମୟରେ ଏକ ଉନ୍ନତ ଅବସର ପାଣ୍ଠି ଗଠନ କରିବା ପାଇଁ ଆଗୁଆ ପ୍ରସ୍ତୁତି ହେବା ସହିତ ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡ, ଡେବ୍‌ଟ...

ରାଜସ୍ବ ଆଦାୟରେ ରେଲୱେର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୮।୧୨ (ଅଭୟ ଦାଶ): ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ(ଆଇସିସି)ର ବହୁ ପ୍ରତୀକ୍ଷିତ ତଥା ୨ୟ ରେଳ ଇଣ୍ଡିଆ ସମ୍ମିଳନୀ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ନୂଆଦିଲ୍ଲୀଠାରେ...

PAN 2.0: ନୂଆ ପାନ କାର୍ଡରେ ଆଧାର ଲିଙ୍କ୍‌ କରିବା ଜରୁରୀ କି? ନହେଲେ କଟିଯିବ…

ନୂଆଦିଲ୍ଲୀ,୭।୧୨: PAN 2.0 ଆସିବା ପରେ PAN କୁ ଆଧାର ସହିତ ଲିଙ୍କ କରିବା ଆବଶ୍ୟକ କି? ଏହାକୁ ନେଇ ପୁଣି ଦ୍ୱନ୍ଦ୍ୱ ଦେଖାଦେଇଛି। ନୂଆ...

‘୬ଇ ଟ୍ରେଡ୍‌ମାର୍କ କାହାର’

ନୂଆଦିଲ୍ଲୀ,୭।୧୨:ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା (ମହିନ୍ଦ୍ରା) ଏବଂ ଇଣ୍ଟରଗ୍ଲୋବ୍‌ ଆଭିଏଶନ (ଇଣ୍ଡିଗୋ ଏୟାରଲାଇନ୍ସ) ମଧ୍ୟରେ ତିକ୍ତତା ବୃଦ୍ଧିପାଇଛି। ନିକଟରେ ମହିନ୍ଦ୍ରା ଅଟୋର...

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI, ଜାଣନ୍ତୁ ଆପଣଙ୍କ EMI ଉପରେ କ’ଣ ପଡିବ ପ୍ରଭାବ

ମୁମ୍ବାଇ,୬।୧୨: ରେପୋ ହାରକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥର ମଧ୍ୟ ରେପୋ...

ନଭେମ୍ବର ମାସରେ ମହଙ୍ଗା ହେଲା ନିରାମିଷ ଥାଳି, ବାଲାନ୍ସ ବିଗାଡିଲେ ଆଳୁ ଟମାଟର

ନୂଆଦିଲ୍ଲୀ,୫ା୧୨: ଟମାଟୋ ଏବଂ ଆଳୁର ମୂଲ୍ୟରେ ବୃଦ୍ଧି ହେତୁ ଘରୋଇ ଶାକାହାରୀ ଥାଳି ନଭେମ୍ବର ମାସରେ ଏକ ବର୍ଷ ପୂର୍ବ ତୁଳନାରେ ସାତ ପ୍ରତିଶତ ମହଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri