Posted inଜାତୀୟ

ଇଦ୍‌ରେ ଆକ୍ରମଣ ଆଶଙ୍କା: ଆଲର୍ଟ ଜାରି କଲା ଗୋଇନ୍ଦା ବ୍ୟୁରୋ

ନୂଆଦିଲ୍ଲୀ/ଶ୍ରୀନଗର,୧୨ା୮,(ପି.ଟି./ଆଇଏଏନ୍‌ଏସ୍‌): ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ଭାରତ ବିରୋଧରେ ବିଷ ଓଗାଳୁଥିବା ପାକିସ୍ତାନ ରଚିଛି ଷଡ଼ଯନ୍ତ୍ର। ଇଦ୍‌-ଉଲ୍‌-ଜୁହା ପାଳନ ପାଇଁ ସୋମବାର ଉପତ୍ୟକା ସମେତ ଭାରତର ବିଭିନ୍ନ ସହର ଉତ୍ସବମୁଖର ହେବାକୁ ଥିବାବେଳେ ଆକ୍ରମଣ ପାଇଁ ଯୋଜନା କରିଛି ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌)। ଆଉ ଏହାକୁ ପାକିସ୍ତାନର କୁଖ୍ୟାତ୍‌ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ)ର ସମର୍ଥନ ମିଳିଛି। ଏନେଇ ଗୋଇନ୍ଦା ବ୍ୟୁରୋ (ଆଇବି) ପକ୍ଷରୁ ରିପୋର୍ଟ ମିଳିବା ପରେ ଦେଶର ରାଜ୍ୟ ପୋଲିସ ମୁଖ୍ୟାଳୟଗୁଡ଼ିକରେ ଆଲର୍ଟ ଜାରି କରାଯାଇଛି।
ମିଳିଥିବା ସୂଚନାନୁସାରେ ଆଇଏସ୍‌ ଏବଂ ପାକିସ୍ତାନ ସମର୍ଥତ୍ତ କଠୋରପନ୍ଥୀ ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ଦେଶର ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକୁ ଟାର୍ଗେଟ କରିପାରନ୍ତି। ସେମାନଙ୍କ ଟାର୍ଗେଟରେ ବସ୍‌ ଷ୍ଟପ୍‌, ରେଳ ଷ୍ଟେଶନ, ବିମାନବନ୍ଦର ଓ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଆଇଏସ୍‌ ଭାରତରେ ଆଖିଦୃଶିଆ କାୟାବିସ୍ତାର କରିପାରି ନ ଥିଲେ ହେଁ ଜମ୍ମୁ-କଶ୍ମୀର ସମ୍ପର୍କରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଏହାକୁ କ୍ରୋଧାନ୍ବିତ କରିଛି। ତେଣୁ ସୋମବାର ଆକ୍ରମଣ କରି ପ୍ରତିଶୋଧ ନେବା ପାଇଁ ଆଇଏସ୍‌ଆଇ ଏହାର ଜେହାଦୀଙ୍କୁ ଉସୁକାଉଥିବା ଆଇବି ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ତାଲିବାନ ପକ୍ଷରୁ କେତେକ ସ୍ଥାନରେ ଆକ୍ରମଣ କରାଯାଇପାରେ ବୋଲି ଆଶଙ୍କା କରାଯାଉଥିଲା। ତେବେ ଆଫଗାନିସ୍ତାନ ସ୍ଥିତି ସହ ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ନ ଯୋଡ଼ିବା ପାଇଁ ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହେଦ ଏକ ବିବୃତି ଜାରି କରି ପାକିସ୍ତାନକୁ ତାଗିଦ କରିବା ପରେ ଏଭଳି ଆଶଙ୍କା ଦୂର ହୋଇଛି।
ସେପଟେ ଉପତ୍ୟକାରେ ସ୍ବାଭାବିକ ସ୍ଥିତି ଫେରୁଥିବାବେଳେ ଇଦ୍‌ ପାଳନ ବେଳେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ କେନ୍ଦ୍ର ସରକାର ଓ ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଇଦ୍‌ ଅବସରରେ ମସ୍‌ଜିଦଗୁଡ଼ିକରେ ସାମୂହିକ ପ୍ରାର୍ଥନା ପାଇଁ ଉପତ୍ୟକାବାସୀଙ୍କୁ ସୁଯୋଗ ଦିଆଯିବ। ଗୁଜବ ରୋକିବା ପାଇଁ ମୋବାଇଲ୍‌ ଓ ଲ୍ୟାଣ୍ଡ ଲାଇନ୍‌ ଉପରେ କଟକଣା ଜାରି କରାଯାଇଥିବାବେଳେ ଏହି ସେବାକୁ ସ୍ବାଭାବିକ କରିବା ଲାଗି
ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ଆତଙ୍କବାଦୀ ସକ୍ରିୟ ଥିବା ଜମ୍ମୁ-କଶ୍ମୀରର ବିଭିନ୍ନ ଅଞ୍ଚଳ ଗସ୍ତ କରି ନିରାପତ୍ତା ସ୍ଥିତି ଅନୁଧ୍ୟାନ କରୁଥିବାବେଳେ ରାଜ୍ୟପାଳ ସତ୍ୟପାଲ ମଲିକ୍‌ ପ୍ରଶାସନିକ ଅଧିକାରୀଙ୍କୁ ନେଇ ମାରାଥନ୍‌ ବୈଠକ କରି ଉପଯୁକ୍ତ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ସ୍ବାଧୀନତା ଦିବସରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ସୁରକ୍ଷା ବ୍ୟବସ୍ଥାରେ ଯେପରି କୌଣସି ପ୍ରକାର ତ୍ରୁଟି ନ ହେବ ସେଥିପାଇଁ ସୁରକ୍ଷା ବଳର କଡ଼ା ନଜରରେ ରହିଛି ସମଗ୍ର ଉପତ୍ୟକା।


Enter your email to get our daily news in your inbox.

All Right Reserved By Dharitri.Com

ଇଂରାଜୀର ଗୋଟିଏ ପାରାଗ୍ରାଫ ପଢିପାରିଲେନି ଶିକ୍ଷକ

ଲକ୍ଷ୍ନୌ,୩୦।୧୧: ଉତ୍ତର ପ୍ରଦେଶ ଶିକ୍ଷା ବ୍ୟବସ୍ଥାର ସ୍ଥିତି ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଉନ୍ନାଓ ଜିଲା ସିକନ୍ଦରପୁର ସରଉସିରେ ଥିବା ସରକାରୀ ବିଦ୍ୟାଳୟର ସ୍ଥିତିକୁ ଦେଖି...

ଦିଲ୍ଲୀରେ ଆପ୍‌ ଲହରି: କେଜ୍‌ରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପୁଣି ଥରେ କ୍ଷମତାକୁ ଫେରିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିଓ୍ବାଲଙ୍କ ନେତୃତ୍ୱରେ ଦଳ ତୃତୀୟ ଥର...

ମହାଶିବରାତ୍ରି ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୧।୨: ପବିତ୍ର ମହାଶିବରାତ୍ରି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ମୋଦି ଟୁଇଟ କରି ଦେଶବାସୀଙ୍କୁ...

ଧର୍ମାଶକ୍ତୁଙ୍କୁ ଅନ୍ତର୍ଜାତୀୟ ଗାନ୍ଧୀ ପୁରସ୍କାର

ନୂଆଦିଲ୍ଲୀ,୬।୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଡ.ଏନ୍‌.ଏସ୍‌. ଧର୍ମାଶକ୍ତୁଙ୍କୁ ଅନ୍ତର୍ଜାତୀୟ ଗାନ୍ଧୀ ପୁରସ୍କାରରେ ସମ୍ମାନୀତ କରିଛନ୍ତି। ଲେପର୍ସି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଏହି...

୩ ହରିଣଙ୍କୁ ଲିଭିଂ ରୁମ୍‌କୁ ଡାକି ୩୯୦୦୦ ଜରିମାନା ଗଣିଲେ ମହିଳା

ଓ୍ବାଶିଂଟନ୍‌,୧୨ା୨: ଆମେରିକାର କଲରାଡୋରେ ରହୁଥିବା ଜଣେ ମହିଳା ୩ ହରିଣଙ୍କୁ ଲିଭିଂ ରୁମ୍‌କୁ ଡାକି ଜରିମାନା ଗଣିଛନ୍ତି। ମହିଳା ଜଣଙ୍କ ହରିଣଙ୍କୁ ଦେଖି ବିଭୋର ହୋଇଯାଇଥିଲେ।...

ଗୁରୁଦାସପୁର ବାଣ କାରଖାନାରେ ପ୍ରଚଣ୍ଡ ବିସ୍ଫୋରଣ

ଗୁରୁଦାସପୁର,୪।୯: ପଞ୍ଜାବର ଗୁରୁଦାସପୁରରେ ଥିବା ଏକ ବାଣ କାରଖାନାରେ ବୁଧବାର ଏକ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି। ଏଥିରେ ଅତିକମରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ...

ବ୍ୟାଣ୍ଡ୍‌ବାଜା ଧରି ଅପରାଧୀଙ୍କ ଘରେ ପହଞ୍ଚିଲା ପୋଲିସ, ଜାଣନ୍ତୁ କାହିଁକି

ପାଟନା, ୧୬।୭: ପୋଲିସ ବ୍ୟାଣ୍ଡବାଜା ଧରି ଅପରାଧୀଙ୍କ ଘରେ ପହଞ୍ଚିଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏଭଳି ଘଟଣା ବିହାରର ଭାଗଲପୁରର ମାଡୱା ଜିଲାରେ ଘଟିଛି।...

ଡିବିଟିରେ ୩୬,୬୫୯ କୋଟି

ନୂଆଦିଲ୍ଲୀ,୨୦।୪: ସୁବିଧାର ପ୍ରତ୍ୟକ୍ଷ ହସ୍ତାନ୍ତର(ଡିବିଟି) ଦ୍ୱାରା ଦେଶର ୧୬.୦୧ କୋଟି ଲୋକଙ୍କ ପାଖକୁ ସରକାର ୩୬,୬୫୯ କୋଟି ଟଙ୍କା ପଠାଇଛନ୍ତି। ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ(ପିଏଫ୍‌ଏମ୍‌ଏସ୍‌)ରେ...

Coronavirus Update

Archives

Model This Week

Why Dharitri