ଆର୍‌ବିଆଇ ଗଭର୍ନରଙ୍କୁ ସମନ କରିବ ସଂସଦୀୟ କମିଟି

ନୂଆଦିଲ୍ଲୀ,୧୧-୧୦: ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ଏବଂ ଅର୍ଥ ମନ୍ତ୍ରଣାଳୟ ବରିଷ୍ଠ ଅଧିକାରୀଙ୍କୁ ସଂସଦୀୟ କମିଟି ସମନ କରିବ। ଦେଶର ଅର୍ଥନୈତିକ ମାନ୍ଦାବସ୍ଥା ସମ୍ପର୍କରେ ପକ୍ଷ ରଖିବାକୁ ଏଭଳି ସମନ ଜାରି ହେବ ବୋଲି ସୂଚନା ରହିଛି। ନୂଆ କରି ଗଠନ ହୋଇଥିବା ଉକ୍ତ କମିଟି ପ୍ରଥମ କରି ବସିବାକୁ ଥିବା ବେଳେ ଅଡିଟର, ରେଟିଂ ଏଜେନ୍ସି ଏବଂ ଅଂଶୀଦାରଙ୍କ ଭୂମିକା ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ପର୍ଯ୍ୟାଲୋଚନା କରିବ। ବିରୋଧୀ ଦଳ ସଦସ୍ୟମାନେ ଦେଶର ମାନ୍ଦାବସ୍ଥା, ରିଜର୍ଭ ବ୍ୟାଙ୍କର ମୁଦ୍ରା ଭଣ୍ଡାର, ଜିଏସ୍‌ଟି କାର୍ଯ୍ୟକାରିତା ଭଳି ପ୍ରସଙ୍ଗ ଉଠାଇବା ନେଇ ପ୍ରସ୍ତାବ ରଖିଛନ୍ତି। ସୁଧହାର ହ୍ରାସ ଏବଂ ମୁଦ୍ରା ଭଣ୍ଡାର ଭଳି ପ୍ରସଙ୍ଗରେ ରିଜର୍ଭ ବ୍ୟାଙ୍କ ଗଭର୍ନର ପକ୍ଷ ରଖିବେ। ଏହାବାଦ୍‌ ପୁଞ୍ଜି ବଜାର ନିୟମ, ଅଣବ୍ୟାଙ୍କିଙ୍ଗ୍‌ ବିତ୍ତ ପ୍ରତିଷ୍ଠାନଗୁଡିକର ଦୃଢୀକରଣ ପଦକ୍ଷେପ ଆଲୋଚନା ପରିସରରେ ଆସିବାର ପ୍ରସ୍ତାବ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହୋଇଯିବ ଆଦିତ୍ୟ ବିର୍ଲା ଆଇଡିଆ ପେମେଣ୍ଟସ ବ୍ୟାଙ୍କ

ନୂଆଦିଲ୍ଲୀ,୨୧-୭: ନୂଆ ଯୁଗର ପେମେଣ୍ଟ ବ୍ୟାଙ୍କ ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି। ଭୋଡ଼ାଫୋନର ଏମ୍‌ ପୈସା ପରେ ଆଦିତ୍ୟ ବିର୍ଲା ଆଇଡିଆ ପେମେଣ୍ଟସ ବ୍ୟାଙ୍କ ବନ୍ଦ...

ଜମ୍ମୁରେ ରେଲ୍‌ଓ୍ବେ ତିଆରି କରୁଛି ଦେଶର ପ୍ରଥମ କେବଲ ବ୍ରିଜ୍‌

ନୂଆଦିଲ୍ଲୀ,୨୯।୭: ଭାତତୀୟ ରେଲ୍‌ଓ୍ବେ ପକ୍ଷରୁ ଜମ୍ମୁରେ ଦେଶର ପ୍ରଥମ କେବଲ ବ୍ରିଜ୍‌ ନିର୍ମାଣ କରାଯାଉଛି। କଟ୍‌ରା ଏବଂ ରିୟାସୀ ମଧ୍ୟରେ କେବଲ ଉପରେ ଏହି ରେଳ...

ଦିଓ୍ବାଲିରେ ହୋମ୍‌ ଟାଉନର ଆକର୍ଷଣୀୟ ଅଫର

ଭୁବନେଶ୍ୱର,୨୦-୧୦(ବ୍ୟୁରୋ): ଫ୍ୟୁଚର ଗ୍ରୁପର ହୋମ୍‌ ସେଗ୍‌ମେଣ୍ଟ ଲାଇଫ ଷ୍ଟାଇଲ ଷ୍ଟୋର ‘ହୋମ୍‌ ଟାଉନ’ ପକ୍ଷରୁ ଦିଓ୍ବାଲି ପାଇଁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। ସ୍ଥାନୀୟ ସତ୍ୟନଗର...

ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଉତ୍ତର: ଦେଶରେ ନାହିଁ ମାନ୍ଦାବସ୍ଥା

ନୂଆଦିଲ୍ଲୀ,୨୮-୧୧: ଅର୍ଥନୈତିକ କାର୍ଯ୍ୟକଳାପ ମନ୍ଥର ହୋଇଥାଇପାରେ ମାତ୍ର ଦେଶ ଉପରେ ମାନ୍ଦାବସ୍ଥାର ବିପଦ ନ ଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବୁଧବାର କହିଛନ୍ତି। ରାଜ୍ୟ ସଭାରେ ଅର୍ଥନୀତିରେ...

ଅନ୍ତର୍ଜାତୀୟ ଉଡାଣ ବାତିଲ କଲା ଭିସ୍ତାରା

ନୂଆଦିଲ୍ଲୀ,୧୯-୩: କରୋନା ପ୍ରଭାବକୁ ନଜରରେ ରଖି ବିମାନ କମ୍ପାନୀଗୁଡିକ ଅନ୍ତର୍ଜାତୀୟ ଉଡାଣକୁ ବାତିଲ କରୁଛନ୍ତି। ମଙ୍ଗଳବାର ଗୋଏୟାର ଏଭଳି ନିଷ୍ପତ୍ତି ନେଇଥିବା ବେଳେ ବୁଧବାର ଏହି...

ବିଏସ୍‌ଏନ୍‌ଏଲ୍‌-ଏମ୍‌ଟିଏନ୍‌ଏଲ୍‌ କର୍ମଚାରୀଙ୍କ ଧର୍ମଘଟ ଚେତାବନୀ

ନୂଆଦିଲ୍ଲୀ,୧୧-୧୦: ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଏବଂ ମହାନଗର ଟେଲିକମ୍‌ ନିଗମ(ଏମ୍‌ଟିଏନ୍‌ଏଲ୍‌)ର କର୍ମଚାରୀ ସଂଘ ପକ୍ଷରୁ ଦିପାବଳୀ ପରେ ଦେଶବ୍ୟାପି ଧର୍ମଘଟ ନେଇ ଚେତାବନୀ ଦିଆଯାଇଛି।...

୫ହଜାରରୁ ଊର୍ଦ୍ଧ୍ୱ ଏଟିଏମ୍‌ ଉଠାଣରେ ଲାଗିପାରେ ଚାର୍ଜ

ମୁମ୍ବାଇ,୧୯।୬: ଏଟିଏମ୍‌ରୁ ଏକାଥରକେ ୫ହଜାର ଟଙ୍କାରୁ ଉର୍ଦ୍ଧ୍ୱ ଉଠାଣ ଉପରେ ଗ୍ରାହକଙ୍କୁ ଚାର୍ଜ ଲାଗିପାରେ। ଏହି ପ୍ରସଙ୍ଗ ଉପରେ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ବିଚାରବିମର୍ଷ କରୁଛି।...

ଆସିଲା ମାରୁତି ସୁଜୁକି ଏକ୍ସଏଲ୍‌୬

ଭୁବନେଶ୍ୱର, ୨୪-୮(ବ୍ୟୁରୋ): ମାରୁତି ସୁଜୁକି ପକ୍ଷରୁ ନୂଆ ଏକ୍ସଏଲ୍‌୬ ମଡେଲ ଓଡ଼ିଶା ବଜାରରେ ପ୍ରବେଶ କରିଛି। ସ୍ଥାନୀୟ ରାଜଭବନ ରୋଡ ସ୍ଥିତ ନେକ୍ସା ଶୋ’ରୁମରେ ଏହାର...

Coronavirus Update


Archives

Model This Week

Why Dharitri