ଆର୍‌ପିଏଫ୍‌ର ‘ସକ୍ଷମ’ ଟ୍ରେନିଂ: ଯାତ୍ରୀଙ୍କୁ କରିବ ମାର୍ଜିତ ବ୍ୟବହାର

ଭୁବନେଶ୍ୱର, ୨୯।୮ (ବ୍ୟୁରୋ): ରେଳ ସୁରକ୍ଷା ବଳ(ଆରପିଏଫ୍‌) ପକ୍ଷରୁ ସୋମବାରଠାରୁ ୫ଦିନିଆ ‘ସକ୍ଷମ’ ତାଲିମ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆରପିଏଫ୍‌ ଯାତ୍ରୀଙ୍କ ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ହେଉଛି ଏହି ତାଲିମର ମୂଳ ଲକ୍ଷ୍ୟ। ଏବେ ପୂର୍ବତଟ ରେଳପଥର ସବୁ ଆରପିଏଫ ଥାନାରେ ଏହି ତାଲିମ କାର୍ଯ୍ୟକ୍ରମ କରାଯାଉଛି। ବୁଧବାର ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେଶନରେ ‘ସକ୍ଷମ’ର ତୃତୀୟ ଦିନ ଥିଲା। ଭୁବନେଶ୍ୱର ଥାନାଧିକାରୀ କାଳୁ ସେଠୀ ପ୍ରଶିକ୍ଷକ ଭାବେ ପୋଷ୍ଟର କର୍ମକର୍ତ୍ତାମାନଙ୍କୁ ‘ସୂକ୍ଷ୍ମ କୌଶଳ’ ବିଷୟରେ ବୁଝାଇଥିଲେ। ଆରପିଏଫ ନିଯୁକ୍ତି ପାଇବା ଦିନଠାରୁ ‘କଠିନ କୌଶଳ’ ଶିଖି ଆସିଛି। ଯାହା ସାଧାରଣ ଯାତ୍ରୀ ପକ୍ଷେ ଗ୍ରହଣ କରିବା କଷ୍ଟକର। ବଦଳୁଥିବା ସମୟ ସହ ଆରପିଏଫକୁ ବି ଯାତ୍ରୀଙ୍କୁ ମାର୍ଜିତ ବ୍ୟବହାର ପ୍ରଦର୍ଶନ କରିବାର ଆବଶ୍ୟକ ପଡିଛି ବୋଲି ଥାନାଧିକାରୀ ସେଠୀ କହିଛନ୍ତି। ତାଲିମ୍‌ରେ ସୂକ୍ଷ୍ମ କୌଶଳ ସହ ଟ୍ରେନ ଏକ୍ସଟିଂ, ଲିଙ୍ଗଗତ ସମ୍ବେଦନଶୀଳତା, ଶିଶୁ, ବୟସ୍କ ଓ ନିରାଶ୍ରୟମାନଙ୍କ ଯତ୍ନ, ମାନବ ଅଧିକାର, ଉନ୍ନତ ସୁରକ୍ଷା ଉପକରଣର ବ୍ୟବହାର ଓ ଏନଡିପିଏସ ଆକ୍ଟ ବି ସାମିଲ ଅଛି। କାର୍ଯ୍ୟକ୍ରମରେ କାଳୁ ସେଠୀଙ୍କ ସହ ଭୋଗୁରାମ ଘୋଟିଆ ମଧ୍ୟ ତାଲିମ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କ ସମସ୍ୟା ବୁଝିଲେ ଗୃହ ବିଭାଗ ପ୍ରମୁଖ ସଚିବ

ଜି.ଉଦୟଗିରି,୧୧ା୧୨(ଡି.ଏନ.ଏ.)-ଗୃହ ବିଭାଗର ପ୍ରମୁଖ ସଚିବ ତଥା କନ୍ଧମାଳ ଜିଲା ନୋଡାଲ ଅଫିସର ସଞ୍ଜୀବ ଚୋପ୍ରା ମଙ୍ଗଳବାର ଜି.ଉଦୟଗିରି ବ୍ଲକର ବିଭିନ୍ନ ଗ୍ରାମ ଗସ୍ତକରି ଲୋକଙ୍କ ସମସ୍ୟା...

ହକି ବିଶ୍ୱକପ୍‌: ୧୮ ଜଣିଆ ଟିମ୍‌ ଘୋଷଣା, ହରମନ୍‌ପ୍ରୀତ ସିଂଙ୍କୁ ଅଧିନାୟକ ଦାୟିତ୍ୱ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ଆସନ୍ତା ଜାନୁୟାରୀ ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ୍‌। ଏହାପୂର୍ବରୁ ହକି ଇଣ୍ଡିଆ ଶୁକ୍ରବାର ୧୮ ଜଣିଆ ଟିମ୍‌ ଘୋଷଣା କରିଛି।...

ଦିନକରେ କରୋନା ନେଲା ୬୮ ଜୀବନ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନାରେ ୬୮ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭,୧୫୪ ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ...

ଖଜୁରିପଡ଼ା ଥାନାଧିକାରୀ ସସ୍‌ପେଣ୍ଡ

ଫୁଲବାଣୀ ଅଫିସ,୫ା୧୦-କନ୍ଧମାଳ ଜିଲା ଖଜୁରିପଡା ଥାନାଧିକାରୀ ରମାକାନ୍ତ ପାତ୍ରଙ୍କୁ ଡିଜିପି ଅଭୟ ମଙ୍ଗଳବାର ସସ୍‌ପେଣ୍ଡ କରିଛନ୍ତି। ଗତ ରବିବାର ସନ୍ଧ୍ୟାରେ ଥାନାଧିକାରୀ ପାତ୍ର ନିଜ କ୍ଷମତାର...

୧୦ବର୍ଷ ପରେ ଘରକୁ ଫେରି ଆତ୍ମହତ୍ୟା

ହିଞ୍ଜଳିକାଟୁ,୩ା୭(ଡି.ଏନ୍‌.ଏ.)- ୧୦ ବର୍ଷ ତଳେ ଘରୁ କେଉଁଆଡେ ଚାଲିଯାଇଥିଲେ। ୨ଦିନ ତଳେ ହଠାତ୍‌ ଘରକୁ ଫେରି ଜାଣିଲେ ୨ମାସ ତଳେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ଏଥିରେ...

ସତ ହେଲା ଭଉଣୀଭାଇଙ୍କ ସ୍ବପ୍ନ

ଅନୁଗୋଳ ଅଫିସ, ୧୫ା୧୧: ନହୁରାଣୀ ପୋଲ ଏବେ ଚଳଚଞ୍ଚଳ। ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହୋଇ ନ ଥିଲେ ମଧ୍ୟ ବ୍ରିଜ୍‌ ଦେଇ ଚଳାଚଳ କରୁଛି ଦୈନିକ ଶତାଧିକ...

୩ଦିନ ହେଲା ମଧ୍ୟାହ୍ନଭୋଜନ ବନ୍ଦ: ତାଲା ଭାଙ୍ଗି ସ୍କୁଲ କମିଟିକୁ ଦାୟିତ୍ୱ ଦେଲା ପ୍ରଶାସନ

ରଣପୁର,୭ା୩(ସ୍ବ.ପ୍ର.): ରଣପୁର ବ୍ଳକ ଚାନ୍ଦପୁରସ୍ଥିତ ରଘୁ ଦିବାକର ନୋଡାଲ ଉଚ୍ଚ ବିଦ୍ୟାଳୟରେ ୩ଦିନ ଧରି ମଧ୍ୟାହ୍ନଭୋଜନ ବନ୍ଦ ରହିଥିଲା। ଗଜଲକ୍ଷ୍ମୀ ସ୍ବୟଂ ସହାୟିକା ଗୋଷ୍ଠୀର ଜଣେ...

କ୍ଷତି ସହୁଛନ୍ତି ଶୀତଳଭଣ୍ଡାର ଉଦ୍ୟୋଗୀ

ଭୁବନେଶ୍ୱର,୧୬ା୪(ବ୍ୟୁରୋ): ରାଜ୍ୟରେ କିଛିବର୍ଷ ତଳେ ଆଳୁ ମିଶନ୍‌ ଆରମ୍ଭ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସେ ସମୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଶୀତଳଭଣ୍ଡାର ଖୋଲାଯିବାକୁ ଗୁରୁତ୍ୱ...

Advertisement
Archives

Model This Week