ଆର୍‌ଡି ବିଭାଗରେ ଡିଏମ୍‌ଏଫ୍‌ ଚଳୁ

ଯାଜପୁର ଅଫିସ,୧୩।୯: ଯାଜପୁର ଜିଲାରେ ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ)ର ଉପଯୁକ୍ତ ବିନିଯୋଗ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷକରି କାଳିଆପାଣି ଖଣି ଅଞ୍ଚଳର ରାସ୍ତାଘାଟ ଓ ବିଭିନ୍ନ ସରକାରୀ ଗୃହ ନିର୍ମାଣ ଦାୟିତ୍ୱରେ ଥିବା ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ(ଆର୍‌ଡି) ଏହି ପାଣ୍ଠିକୁ ଠିକ୍‌ ଭାବେ ବିନିଯୋଗ କରୁ ନ ଥିବା ଅଭିଯୋଗ ହେଉଛି। ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ଅଧିକ ଲାଭଖୋର ମନୋବୃତ୍ତି ଯୋଗୁ ପାଣ୍ଠିର ଦୁରୂପଯୋଗ ହେବା ସହିତ ନିମ୍ନମାନର କାର୍ଯ୍ୟ ପ୍ରକଳ୍ପର ଦୀର୍ଘସ୍ଥାୟୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ପାଣ୍ଠିରୁ ଗତ ୩ ବର୍ଷ ମଧ୍ୟରେ ୨୨ଟି ବିଭିନ୍ନ ପ୍ରକଳ୍ପ ପାଇଁ ଯାଜପୁର ଡିଭିଜନକୁ ୨୭କୋଟି ୯୮ଲକ୍ଷ ୧୮ହଜାର ୪୦୦ ଟଙ୍କା ଅନୁଦାନ ମଞ୍ଜୁର ହୋଇଛି। ହେଲେ ସେଥିରୁ ୩କୋଟି ୬୬ଲକ୍ଷ ୭୩ହଜାର ୯୨୪ଟଙ୍କାର ବିନିଯୋଗ ପତ୍ର(ୟୁସି) ଦାଖଲ କରିବାରେ ବିଭାଗ ବିଫଳ ହୋଇଛି। ଏହାବାଦ ଦୁଇଟି ପ୍ରକଳ୍ପ ପାଇଁ ଅନୁଦାନ ଆବଣ୍ଟିତ ହୋଇ ନ ଥିଲେ ହେଁ ୧କୋଟି ୨୧ଲକ୍ଷ ଟଙ୍କାର ୟୁସି ଦାଖଲ ହୋଇଛି।
ନେଇ ଖଣି ଖାଦାନ ଭରା ଅଞ୍ଚଳର ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ବିଦ୍ରୋହକୁ ପ୍ରଶମିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଏକ ରଣକୌଶଳ ପ୍ରସ୍ତୁତ କରିଛନ୍ତି।
ଖଣି ଓ ଖଣିଜ ପଦାର୍ଥ ପ୍ରଶାସନିକ ପରିଚାଳନା ପାଇଁ ମାଇନ୍ସ ଓ ମିନେରାଲସ୍‌ ଡେଭଲପ୍‌ମେଣ୍ଟ ଆଣ୍ଡ ରେଗୁଲେଶନ ଆକ୍ଟ ୧୯୫୭ କୁ ୨୦୧୫ ମସିହାରେ ସଂଶୋଧନ କରାଯାଇଛି। ଏହି ଆଇନର ସବ୍‌ସେକ୍ସନ ୧ ଧାରା ୯(ବି)ରେ ଜିଲାସ୍ତରରେ ଡିଏମ୍‌ଏଫ ଗଠିତ ହୋଇଛି।
ହେଲେ ଏହି ଆଇନ ଯାଜପୁର ଜିଲାର ଗ୍ରାମ୍ୟ ନିର୍ମାଣ ବିଭାଗ ପାଇଁ କିଛି ମହତ୍ୱ ରଖିନାହିଁ। ପୁଷ୍ଟିହୀନତା ଯୋଗୁ ଶିଶୁ ମୃତ୍ୟୁ ଘଟଣାରେ ବହୁ ଚର୍ଚ୍ଚିତ ନଗଡ଼ା ଗ୍ରାମକୁ ପ୍ରଥମେ ରାସ୍ତା ନିର୍ମାଣ ପାଇଁ ପ୍ରାଧାନ୍ୟ ଦିଆଯାଇଥିଲା। ଗମନାଗମନ ବିନା ବିକାଶ ଅସମ୍ଭବ ବୋଲି ସେତେବେଳେ ମତପ୍ରକାଶ ପାଇଥିଲା। ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅଶୋକଝରଠାରୁ ତଳ ନଗଡ଼ା ପର୍ଯ୍ୟନ୍ତ ରାସ୍ତାନିର୍ମାଣ ପାଇଁ ୧୨କୋଟି ୮୧ ଲକ୍ଷ ୬୦ ହଜାର ଟଙ୍କା ଡିଏମ୍‌ଏଫ ପାଣ୍ଠିରୁ ମଞ୍ଜୁର ହୋଇଥିଲା। ହେଲେ ସେଥିରୁ ମାତ୍ର ୧୦ କୋଟି ୯୬ ଲକ୍ଷ ୮୫ ହଜାର ୧୯୩ ଟଙ୍କାର ୟୁସି ଦାଖଲ ହୋଇ ପାରିଛି। ସବୁଠାରୁ ମୁଖ୍ୟକଥା ହେଲା ଯେ,ଉକ୍ତ ରାସ୍ତା ନିର୍ମାଣର ୨ବର୍ଷ ନ ପୁରୁଣୁ ମେଟାଲ ଉଠି ଗଲାଣି। ଯାହା ଫଳରେ ଜୁଆଙ୍ଗ ଆଦିବାସୀଙ୍କ ପାଇଁ ଯିବାଆସିବା କଷ୍ଟକର ହୋଇପଡିଛି।।
ରାସ୍ତା କଡ଼ରେ ଖୋଳା ଯାଇଥିବା ଡ୍ରେନ ମଧ୍ୟ ପୋତି ହେବାକୁ ବସିଛି। ଆଗାମୀ ଦିନରେ ରାସ୍ତା ସମ୍ପୂର୍ଣ୍ଣ ଭାବେ ନିର୍ମାଣ କରା ନ ଗଲେ ସମ୍ପୂର୍ଣ୍ଣ ଧୋଇ ହୋଇଯିବାର ସମ୍ଭାବନା ମଧ୍ୟ ରହିଛି। ରାସ୍ତା ଉପରେ ମେଟାଲ ପଡ଼ିଥିବା ସହ ବିପଦପୂର୍ଣ୍ଣ ରାସ୍ତା ଯୋଗୁ କୌଣସି ମାଲିକ ଗାଡ଼ି ଚଳାଚଳ କରିବାକୁ ସାହାସ ଜୁଟାଇ ପାରୁ ନାହାନ୍ତି। ତେଣୁ କୋଟିକୋଟି ଟଙ୍କାର ଏହି ରାସ୍ତା ନିର୍ମାଣ ଉପରେ ନିରପେକ୍ଷ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି। ସେହିପରି ଏହି ପାଣ୍ଠିରୁ ସୁକିନ୍ଦା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ପିଏଚ୍‌ସି)ର ୱାର୍ଡ ବିଲଡିଂ, ଡୁବୁରୀରେ ନିଉ ପିଏଚ୍‌ସିର କୋଠା, ଗୋବର୍ଦ୍ଧନପୁର ନିଉ ପିଏଚ୍‌ସି କୋଠାଘର, ମଙ୍ଗଳପୁର-ଆମ୍ପୋଲୋବା ରାସ୍ତା, ଦେଓଗାଁ, ଚିଙ୍ଗୁଡିପାଳରେ ସବସେଣ୍ଟର ନିର୍ମାଣ, ଟିସ୍କୋ ଗେଟରୁ ଦେଓଗାଁ ରାସ୍ତା ନିର୍ମାଣ, କୁସୁମଡିଆ ଗ୍ରାମରେ ମାଙ୍କେଡିଆ ଆଦିବାସୀଙ୍କ ପାଇଁ କଲୋନୀ ନିର୍ମାଣ, ଦାମୋଦରପୁର ମଠ ଛକରୁ ନାଟିସାହି ଆରଡି ରାସ୍ତା, ପିଡବ୍ଲ୍ୟୁଡିରୁ ପାଟନା ରାସ୍ତା, କାଦୁଅବନ୍ଦିରୁ ପିମ୍ପୁଡିଆ ଚଟକିପଶି ଆରଡି ରାସ୍ତା, ପାଟନାରୁ ଚିଙ୍ଗୁଡିପାଳ ରାସ୍ତା, ମୂଳଖମ୍ବ ଗ୍ରାମର କଂକ୍ରିଟକରଣ ପ୍ରଭୃତି ରାସ୍ତା ନିର୍ମାଣ ହୋଇଛି। ସେଥିମଧ୍ୟରୁ ମାଙ୍କଡିଆ ବସ୍ତି ପାଇଁ କଲୋନୀ ନିର୍ମାଣ ବାବଦକୁ ହୋଇଥିବା ଅନୁଦାନ ୧ କୋଟି ୫୯ ଲକ୍ଷ ୬୦୦ ଟଙ୍କାରୁ ଗୋଟିଏ ବି ଟଙ୍କାର ୟୁସି ଦାଖଲ ହୋଇନାହିଁ। ଅନ୍ୟପକ୍ଷେ ଅନୁଦାନ ଆବଣ୍ଟିତ ହୋଇ ନ ଥିଲେ ହେଁ ଆର ଆଣ୍ଡ ବି ରାସ୍ତାରୁ ବରତଣ୍ଡା ନିର୍ମାଣରେ ୯୧ଲକ୍ଷ ୪୮ହଜାର ୬୦ଟଙ୍କା ଏବଂ ଆର୍‌ ଆଣ୍ଡ ବି ରାସ୍ତାରୁ ବରବାଙ୍କି ରାସ୍ତା ନିର୍ମାଣରେ ୨୯ଲକ୍ଷ ୮୨ ହଜାର ୬୯୩ଟଙ୍କା ଖର୍ଚ୍ଚ ହୋଇ ୟୁସି ଦାଖଲ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏ ସଂକ୍ରାନ୍ତରେ ଗ୍ରାମ୍ୟ ନିର୍ମାଣ ବିଭାଗ ଯାଜପୁର ଡିଭିଜନର ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ମହାରଣାଙ୍କୁ ପଚାରିବାରେ ସେ କହିଛନ୍ତି ଡିଏମ୍‌ଏଫ୍‌ ପାଣ୍ଠିର ଦୁରୂପଯୋଗ ହେବା ଅଭିଯୋଗରେ କୌଣସି ସତ୍ୟତା ନାହିଁ। ବ୍ୟୟ ଅଟକଳ ଅନୁସାରେ କାର୍ଯ୍ୟ ସମ୍ପାଦିତ ହେଉଛି ା ତେବେ ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ମୃତଦେହ ନିକଟରେ ୪ ଘଣ୍ଟା ଲୁହ ଝରାଇଲା ହନୁ

ଏରସମା,୫।୩(ସ୍ବ.ପ୍ର.): ଜଣେ ମହିଳାଙ୍କ ମୃତ ଦେହ ନିକଟରେ ଏକ ବୁଲା ବାନର ଦୀର୍ଘ ୪ଘଣ୍ଟା ବସି ରହି ଲୁହ ଝରାଇଛି। ଏରସମା ବ୍ଳକ ଅନ୍ତର୍ଗତ ନୂଆଗାଁରେ...

ରଘୁରାଜପୁରରେ ଡିଜାଇନ ଦେଖିଲା ଟିମ୍‌

ପୁରୀ ଅଫିସ, ୧୧ା୧୧: ଶ୍ରୀମନ୍ଦିରର ୮ ଦ୍ୱାର ରୁପା ଛାଉଣି ହେବ। ଜୟ ବିଜୟ, କଳାହାଟ, ବେହେରଣ, ସାତପାହାଚ, ପଶ୍ଚିମ ଭୋଗ ମଣ୍ଡପ, ନୃସିଂହ ମନ୍ଦିର,...

ବାଲିଗରିରେ ଭାଗବତଙ୍କ ଜନ୍ମଉତ୍ସବ

ଚଣ୍ଡିଖୋଲ,୧୨ା୯(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ବାଲିଗରି ଗ୍ରାମସ୍ଥିତ କୋଠଘର (ଗଣେଶ ଘରେ) ଶନିବାର ଅତିବଡି ଜଗନ୍ନାଥ ଦାସଙ୍କ ଭାଗବତ ଜନ୍ମ ଉତ୍ସବ...

ବରଗଡ଼ରେ ଯୋଗ ଦେଲେ ନୂଆ ଏସ୍‌ପି

ବରଗଡ଼ ଅଫିସ,୬ା୫: ବରଗଡ଼ ଜିଲାର ନୂତନ ଏସ୍‌ପି ଭାବେ ଶୁକ୍ରବାର ପରମାର୍‌ ସ୍ମିତ୍‌ ପୁରୁଷୋତ୍ତମ ଦାଶ ଯୋଗଦାନ କରିଛନ୍ତି। ୨୦୧୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ପରମାର୍‌...

ଚିଲିକାରେ ପକ୍ଷୀ ସଂଖ୍ୟା ୫ ପ୍ରତିଶତ ବୃଦ୍ଧି

ଖୋର୍ଦ୍ଧା ଅଫିସ୍‌/ବାଲୁଗାଁ,୫ା୧(ଡି.ଏନ୍‌.ଏ.): ବୁଧବାର ଚିଲିକାରେ ପକ୍ଷୀଗଣନା ଶେଷ ହୋଇଛି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)ର ମିଳିତ ଆନୁକୂଲ୍ୟରେ ପକ୍ଷୀ ଗଣନା କରାଯାଇଥିଲା।...

କେନ୍ଦୁଝରରେ ସାବିତ୍ରୀ ବ୍ରତ ପାଳିଲେ ଶତାଧିକ ମହିଳା

କେନ୍ଦୁଝର,୩।୬ (ସ୍ବ.ପ୍ର.): କେନ୍ଦୁଝର ଜିଲା ପୁରପଲ୍ଲୀରେ ସାବିତ୍ରୀ ବ୍ରତ ପାଳିତ ହେଉଛି। ବିଭିନ୍ନ ଦେବଦେବୀ ପୀଠରେ ବିବାହିତ ମହିଳାମାନେ ସ୍ବାମୀଙ୍କ ଶୁଭମନାସୀ, ଦୀର୍ଘ ଜୀବନ କାମନା...

ଭଦ୍ରକ ପୌରପାଳିକା, ଧାମନଗର ଏନ୍‌ଏସିରେ ଲକ୍‌ଡାଉନ କଟକଣା କଡ଼ାକଡ଼ି

ଭଦ୍ରକ ଅଫିସ, ୨୨।୭: ଭଦ୍ରକ ପୌରପାଳିକା ଓ ଧାମନଗର ଏନ୍‌ଏସି ଅଞ୍ଚଳରେ ବୁଧବାର ଠାରୁ ଲକ୍‌ଡାଉନ କଟକଣା କଡାକଡ଼ି କରାଯାଇଛି। ପ୍ରଶାସନ ପକ୍ଷରୁ ଜାରି ହୋଇଥିବା...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ନେଇ ଘର କରୁ ନାହାନ୍ତି ହିତାଧିକାରୀ: ପ୍ରଶାସନ ପକ୍ଷରୁ ଧାରଣା

ଚନ୍ଦାହାଣ୍ଡି,୨୭।୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ୧୪ ପଞ୍ଚାୟତବାସୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ନେଇ ଘର କରୁ ନ ଥିବାବେଳେ ଏ ନେଇ ସୋମବାର...

Advertisement
Archives

Model This Week