ନୂଆଦିଲ୍ଲୀ,୧-୫: ନିଜର ବକେୟା ଫେରସ୍ତ ପାଇଁ ରିଲାଏନ୍ସ କମ୍ୟୁନିକେଶନ୍ସ(ଆର୍କମ୍) ବିରୋଧରେ ଦୀର୍ଘ ଦିନ ଧରି ମାମଲା ଚଳାଇ ଆସିଥିବା ଏରିକସନକୁ ମଙ୍ଗଳବାର ଜୋରଦାର ଝଟ୍କା ଲାଗିଛି। ନ୍ୟାଶନାଲ କମ୍ପାନୀ ଲ’ ଆପେଲାଟ ଟ୍ରିବ୍ୟୁନାଲ(ଏନ୍ସିଏଲ୍ଏଟି) ଆର୍କମ୍ ବିରୋଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ କରିବା ନେଇ ଜାରି ହୋଇଥିବା ରହିତାଦେଶକୁ ପ୍ରତ୍ୟାହାର କରିନେଇଛନ୍ତି। ଫଳରେ ଆର୍କମ୍ଠାରୁ ନେଇ ୫୭୬ କୋଟି ଟଙ୍କା ଏରିକସନକୁ ଫେରାଇବାକୁ ହେବ। ସୁପ୍ରିମକୋର୍ଟ ରାୟ ପରେ ଜେଲ୍ ଯିବାରୁ ରକ୍ଷା ପାଇବା ଲାଗି ଆର୍କମ୍ ମାଲିକ ଅନିଲ ଅମ୍ବାନୀ ଏରିକସନକୁ ଉକ୍ତ ଅର୍ଥ ଦେଇଥିଲେ। ଏଥିରେ ମୂଳ ଅର୍ଥ ୫୫୦ କୋଟି ଟଙ୍କା ଏବଂ ସୁଧ ବାବଦରେ ୨୬ କୋଟି ଟଙ୍କା ଥିଲା। ବିଚାରପତି ଏସ୍.ଜେ. ମୁଖୋପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇ ସଦସ୍ୟବିଶିଷ୍ଟ ଖଣ୍ଡପୀଠ ମଙ୍ଗଳବାର କହିଥିଲେ ଯେ, ସୁପ୍ରିମକୋର୍ଟ ଦ୍ୱାରା ଜାରି ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଖଣ୍ଡପୀଠ ଆବେଦନକାରୀ(ଆର୍କମ୍)ଙ୍କୁ ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ଦେଉଛନ୍ତି। ଦେବାଳିଆ ପ୍ରକ୍ରିୟା(ଇନ୍ସଲଭେନ୍ସି ପ୍ରୋସିଡିଂ) ଉପରେ ଜାରି ହୋଇଥିବା ଅନ୍ତରୀଣ ରହିତାଦେଶକୁ ପ୍ରତ୍ୟାହାର କରି ନିଆଯାଉଛି। ଫଳରେ ଆର୍କମ୍ ବିରୋଧରେ ଏବେ ମୁମ୍ବାଇସ୍ଥିତ ରାଷ୍ଟ୍ରୀୟ କମ୍ପାନୀ ବିଧି ନ୍ୟାୟାଧିକରଣ(ଏନ୍ସିଏଲ୍ଟି) ଖଣ୍ଡପୀଠରେ ଶୁଣାଣି ହେବ। ସୂଚନାଥାଉ କି, ଏନ୍ସିଏଲ୍ଟିର ମୁମ୍ବାଇ ଖଣ୍ଡପୀଠ ଗତବର୍ଷ ମେ ୧୫ରେ ଆର୍କମ୍ ଏବଂ ଏହାର ଦୁଇ ସହାୟକ କମ୍ପାନୀ ରିଲାଏନ୍ସ ଇନ୍ଫ୍ରାଟେଲ ଏବଂ ରିଲାଏନ୍ସ ଟେଲିକମ୍ ବିରୋଧରେ ଏରିକସନର ଦେବାଳିଆ ଆବେଦନକୁ ଶୁଣିବା ଲାଗି ଗ୍ରହଣ କରିଥିଲେ। ନ୍ୟାୟାଧିକରଣ କମ୍ପାନୀ ପରିଚାଳନା ଲାଗି ଅନ୍ତରୀଣ ପେଶାଦାର ସମାଧାନକାରୀଙ୍କୁ ନିଯୁକ୍ତ କରିଥିଲେ। ତେବେ ଆର୍କମ୍ ଏହା ବିରୋଧରେ ଏନ୍ସିଏଲ୍ଏଟିଙ୍କ ଦ୍ୱାରସ୍ଥ ହେବା ପରେ ଏହା ଉପରେ ରହିତାଦେଶ ଜାରି କରାଯାଇଥିଲା। ଏଥିପୂର୍ବରୁ ଏନ୍ସିଏଲ୍ଏଟି କହିଥିଲେ ଯେ, ଆର୍କମ୍ ବିରୋଧରେ ଦେବାଳିଆ ପ୍ରକ୍ରିୟା ନେଇ ଜାରି ହୋଇଥିବା ରହିତାଦେଶ ପ୍ରତ୍ୟାହାର କରାଯିବା ମାତ୍ରେ ଏରିକସନ ପାଇଥିବା ବକେୟା ଅର୍ଥ ଫେରାଇବାକୁ ବାଧ୍ୟ ରହିବ। ତେବେ ମଙ୍ଗଳବାର ଶୁଣାଣି ବେଳେ ଏ ପ୍ରସଙ୍ଗ ଉଠି ନ ଥିଲା।
Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…
ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…
କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?
ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…
RBIର ବଡ଼ ଝଟକା: ୪ ବର୍ଷ ପରେ ବୃଦ୍ଧି ପାଇଲା ରେପୋ ରେଟ, ଜାଣନ୍ତୁ କେତେ ବଢ଼ିବ EMI
ନୂଆଦିଲ୍ଲୀ,୭।୧୦: ଅକ୍ଟୋବର ୨୦୨୬ରେ ଅନୁଷ୍ଠିତ ମୁଦ୍ରା ନୀତି କମିଟି (MPC) ବୈଠକରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ହାରକୁ ୨୫ ବେସିସ ପଏଣ୍ଟ (୦.୨୫%) ବୃଦ୍ଧି…
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!
ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…
କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…
ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…
ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…
ନୂଆଦିଲ୍ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…
ଓଏଚ୍ପିସି ଓ ବିଶ୍ୱ ଦକ୍ଷତା କେନ୍ଦ୍ର ମଧ୍ୟରେ ଏମ୍ଓୟୁ
ଭୁବନେଶ୍ୱର,୬।୧୦: ”ସବୁଜ ଶକ୍ତି ଉତ୍କର୍ଷ କେନ୍ଦ୍ର’ ସ୍ଥାପନ ପାଇଁ ଓଡ଼ିଶା ଜଳବିଦ୍ୟୁତ ଶକ୍ତି ନିଗମ ଲିମିଟେଡ୍ (ଓଏଚ୍ପିସି) ଓ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ମଧ୍ୟରେ ସୋମବାର…
କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ
ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

