Posted inଜାତୀୟ

ଆର୍‌ଏସ୍‌ଏସ୍‌ ନେତାଙ୍କୁ ଭେଟିଲେ ୟେଦୁରପ୍ପା: ଉପର ନିର୍ଦ୍ଦେଶକୁ ଅପେକ୍ଷା

ବେଙ୍ଗାଲୁରୁ,୨୫ା୭(ପି.ଟି.): ମୁଖ୍ୟମନ୍ତ୍ରୀ ହେବା ପାଇଁ ପାଗ ଭିଡ଼ିଥିବା ଭାଜପାର କର୍ନାଟକ ସଭାପତି ବି.ଏସ୍‌. ୟେଦୁରପ୍ପା ଉପର ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି। ଦଳର କେନ୍ଦ୍ରୀୟ ନେତାଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ ବିକଳ୍ପ ସରକାର ଗଠନ ନେଇ ରାଜ୍ୟପାଳଙ୍କ ନିକଟରେ ସେ ଦାବି ଜଣାଇବେ ବୋଲି ୟେଦୁରପ୍ପା ସୂଚନା ଦେଇଛନ୍ତି।
ଏଚ୍‌.ଡି. କୁମାରସ୍ବାମୀଙ୍କ ନେତୃତ୍ୱାଧୀନ ୧୪ ମାସିଆ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ମଙ୍ଗଳବାର ଆସ୍ଥାଭୋଟରେ ପରାଜିତ ହେବା ପରେ ୩ ସପ୍ତାହ ଧରି ଚାଲିଥିବା କ୍ଷମତାଯୁଦ୍ଧ ନାଟକର ଯବନିକା ପଡ଼ିଛି। ଏହାସହ ୟେଦୁରପ୍ପାଙ୍କ ନେତୃତ୍ୱରେ ଭାଜପା ସରକାର ଗଢ଼ିବା ପାଇଁ ପଥ ପରିଷ୍କାର ହୋଇଛି। ଏହି ପରିପ୍ରେକ୍ଷୀରେ ୟେଦୁରପ୍ପା ବେଙ୍ଗାଲୁରୁସ୍ଥିତ ଆର୍‌ଏସ୍‌ଏସ୍‌ ରାଜ୍ୟ ମୁଖ୍ୟାଳୟ ‘କେଶବ କୃପା’ରେ ସଂଘ ନେତାଙ୍କୁ ଭେଟିଛନ୍ତି। ସେ କହିଛନ୍ତି, ନୂଆଦିଲ୍ଲୀରୁ କେବେ ନିର୍ଦ୍ଦେଶ ଆସୁଛି ତାକୁ ଅପେକ୍ଷା କରିଛନ୍ତି। ନିର୍ଦ୍ଦେଶ ମିଳିବା ପରେ ବିଧାୟକ ଦଳ ବୈଠକ ଡାକି ରାଜଭବନକୁ ଯିବେ। ଆର୍‌ଏସ୍‌ଏସ୍‌ର ବିନା ଆଶୀର୍ବାଦ ଓ ସହଯୋଗରେ କିଛି ସମ୍ଭବ ନୁହେଁ। ତେଣୁ ପରବର୍ତ୍ତୀ ପଦକ୍ଷେପ ନେବା ପୂର୍ବରୁ ସେ ସଂଘ ପରିବାରର ଆଶୀର୍ବାଦ ନେବା ପାଇଁ ସେଠାକୁ ଯାଇଥିବା କହିଛନ୍ତି। ସେହିପରି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ନିର୍ଦ୍ଦେଶ ପରେ ହିଁ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଦଳର ବରିଷ୍ଠ ନେତା ଜେ.ସି. ମଧୁସ୍ବାମୀ କହିଛନ୍ତି।
ରାଜ୍ୟରେ ଭାଜପା ସରକାର ଗଠନ କଲେ ଏହା ସପକ୍ଷରେ ନାମମାତ୍ର ସଂଖ୍ୟାଗରିଷ୍ଠତା ରହିବ। କୌଣସି ସମୟରେ ଭାଜପା ବିଧାୟକ ଏପଟ ସେପଟ ହେଲେ ପୁଣି ସଙ୍କଟ ଦେଖାଦେବ। ତେଣୁ ସରକାର ଗଢ଼ି ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଯିବ ନା ରାଷ୍ଟ୍ରପତି ଶାସନ ଜାରି କରାଯିବ ସେନେଇ ଭାଜପାର ଶୀର୍ଷ ନେତାମାନେ ଚିନ୍ତା କରୁଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଶାସନ ଜାରି ହେଲେ ୬ ମାସ ମଧ୍ୟରେ ନିର୍ବାଚନ ହେବ। ଏଥିରେ ଭାଜପା ବୃହତ୍‌ ଜନାଦେଶ ପାଇ କ୍ଷମତାକୁ ଫେରିବ ବୋଲି ଆଶା କରୁଛି। ତେଣୁ ତରବରିଆ ଭାବେ କୌଣସି ନିଷ୍ପତ୍ତି ନେବାକୁ ଦଳ ଚାହୁଁନାହିଁ। ଅନ୍ୟପକ୍ଷରେ ଆସ୍ଥାଭୋଟରେ ପରାଜୟ ପରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟର ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି। ବିଦାୟୀ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ବିଧାୟକ ଦଳ ବୈଠକ ପରେ କହିଛନ୍ତି, ଏବେ ଉଭୟ କଂଗ୍ରେସ ଓ ଆମେ ମୁକ୍ତ। କଂଗ୍ରେସ ନେତାମାନେ ତାଙ୍କ ସହ କିଛି ଆଲୋଚନା କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଘଣ୍ଟାରେ ରାଜ୍ୟ ସଭା ଟିକେଟ

ନୂଆଦିଲ୍ଲୀ/ଭୋପାଳ,୧୨।୩(ପି.ଟି./ଆଇଏଏନ୍‌ଏସ୍‌) :ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବିରୋଧରେ କୁହୁଳୁଥିବା ଅସନ୍ତୋଷର ଧୂଆଁ ଶେଷରେ ନିଆଁର ରୂପ ନେଇ ତାଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରକୁ ଗାଦିଚ୍ୟୁତ କରିବାକୁ ବସିଛି।...

ଅକାଳୀ ଦଳ-ବିଏସ୍‌ପି ମଧ୍ୟରେ ମେଣ୍ଟ: ଆସନ ଭାଗବଣ୍ଟା ବି ଚୂଡ଼ାନ୍ତ

ଚଣ୍ଡିଗଡ଼,୧୨।୬: ବିଭିନ୍ନ ରାଜ୍ୟର ରାଜନୈତିକ ଦଳରେ ବର୍ତ୍ତମାନ ମିଶ୍ରଣ ପର୍ବ ଚାଲିଛି। ଏତଦ୍‌ ବ୍ୟତୀତ ଦଳକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ଦଳ ମଧ୍ୟରେ ମେଣ୍ଟ...

ବିବାଦରେ ପ୍ରଫେସରଙ୍କ ବିକିନି ଫଟୋ

କୋଲକାତା, ୧୧ା୮: କୋଲାକାତାରେ ଥିବା ସେଣ୍ଟ ଜାଭିୟର୍ସ ୟୁନିଭର୍ସିଟିର ଜଣେ ୩୦ ବର୍ଷୀୟା ମହିଳା ପ୍ରଫେସରଙ୍କୁ ଅଜବ କାରଣ ପାଇଁ ଚାକିରିରୁ ଇସ୍ତଫା ଦେବାକୁ ବାଧ୍ୟ...

ମୁଖ୍ୟମନ୍ତ୍ରୀଙ୍କ ରାକ୍ଷୀ ଉପହାର

ଭୋପାଳ,୨୭।୮: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିର୍ବାଚନ ବର୍ଷରେ ପ୍ରିୟ ଭଉଣୀମାନଙ୍କ ପାଇଁ ଉପହାରର ବାକ୍ସ ଖୋଲିଛନ୍ତି। ମୁଖ୍ୟମନ୍ତ୍ରୀ ରବିବାର ତାଙ୍କ ସରକାରଙ୍କ...

ଦିଲ୍ଲୀରେ ପୁଣି ବଢୁଛି ବାୟୁ ପ୍ରଦୂଷଣ : ସାନି କଟକଣା ଜାରି

ନୂଆଦିଲ୍ଲୀ,୪।୧୨ ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ବୃଦ୍ଧି ପାଇଛି। ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଲାଗି ଦିଲ୍ଲୀ କର୍ତ୍ତୃପକ୍ଷ ସାନି କଟକଣା ଜାରି କରିଛନ୍ତି। ରାଜଧାନୀରେ ସମସ୍ତ...

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ

ନୂଆଦିଲ୍ଲୀ, ୩୧।୮-ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସୋମବାର ପରଲୋକ ହୋଇଯାଇଛି। ଏ ନେଇ ତାଙ୍କ ପୁଅ ଅଭିଜିତ୍‌ ମୁଖାର୍ଜୀ ଟୁଇଟ କରି ସୂଚନା ଦେଇଛନ୍ତି।...

‘ପ୍ରଧାନମନ୍ତ୍ରୀ ମୋଦି ୧୦ ବର୍ଷରେ ପ୍ରେସ କନଫରେନ୍ସ ନ କରି ଖବରଦାତାଙ୍କୁ କଲେ ବହିଷ୍କାର’, ଭାଜପାକୁ ସିଦ୍ଦାରାମାୟାଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୧୬।୯: ବିରୋଧୀ ଦଳ ‘ଇଣ୍ଡିଆ’ ରେ ଅନ୍ତର୍ଭୁକ୍ତ ଦଳଗୁଡିକ ୧୪ ଜଣ ଗଣମାଧ୍ୟମ ଆଙ୍କର ଶୋ’ରେ ସେମାନଙ୍କ ପ୍ରତିନିଧୀଙ୍କୁ ନ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି...

ଡରାଇଲାଣି ଓମିକ୍ରନର ସବ ଭାରିଏଣ୍ଟ: ଇନ୍ଦୋରରେ ୬ ଶିଶୁ ସମେତ ୧୨ ସଂକ୍ରମିତ

ଇନ୍ଦୋର,୨୫ ।୧: ଇନ୍ଦୋରରେ ଓମିକ୍ରନ୍ ସହ ଏହାର ସବ ଭାରିଏଣ୍ଟ ବିଏ.୧ ଓ ବିଏ.୨ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି । ସହରରେ ଓମିକ୍ରନର ସବ ଭାରିଏଣ୍ଟ...

Advertisement
Archives

Model This Week