Posted inଜାତୀୟ

ଆର୍ବିଟ୍ରେଶନ୍‌ ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୧୧ା୭(ପି.ଟି.): ଆନୁଷ୍ଠାନିକ ଘରୋଇ ତଥା ଅନ୍ତର୍ଜାତୀୟ ମଧ୍ୟସ୍ଥତା ପାଇଁ ଏକ ସ୍ବାଧୀନ ତଥା ସ୍ବୟଂଚାଳିତ ସଂସ୍ଥା ଗଠନ ଲାଗି ଅଣାଯାଇଥିବା ବିଲ୍‌ ଲୋକ ସଭାରେ ବୁଧବାର ଗୃହୀତ ହୋଇଯାଇଛି। ନୂଆଦିଲ୍ଲୀ ଅନ୍ତର୍ଜାତୀୟ ଆର୍ବିଟ୍ରେଶନ୍‌ ସେଣ୍ଟର (ଏନ୍‌ଡିଆଇଏସି) ବିଲ୍‌, ୨୦୧୯ ଆଇନରେ ପରିଣତ ହେଲେ ଗତ ମାର୍ଚ୍ଚରେ ଜାରି ହୋଇଥିବା ଅଧ୍ୟାଦେଶ ସ୍ଥାନରେ କାର୍ଯ୍ୟକାରୀ ହେବ। ବିଲ୍‌ ସମ୍ପର୍କିତ ବିତର୍କରେ ଭାଗନେଇ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ, ବର୍ତ୍ତମାନର ଆର୍ବିଟ୍ରେଶନ ସଂସ୍ଥା ୨୫ ବର୍ଷ ମଧ୍ୟରେ ୫୫ରୁ ୪୫ଟି ମାମଲାର ସମାଧାନ କରିଛି। ୧୦ଟି ମାମଲା ବିଚାରାଧୀନ ରହିଛି। ବିଲ୍‌କୁ ବିଜୁ ଜନତା ଦଳ (ବିଜେଡି) ସମର୍ଥନ ଦେବା ସହ ଆଇନରେ ସଂଶୋଧନ ଆଣିବା ଲାଗି ଦାବି କରିଥିଲା। ଯଦି ଭାରତୀୟ ଆଇନ ଏବଂ ଆର୍ବିଟ୍ରେଶନ୍‌ ପ୍ରକ୍ରିୟାରେ ସଂଶୋଧନ ନ ହୁଏ ତେବେ ଦୀର୍ଘଦିନର ବିବାଦ ସେହିଭଳି ଗଡ଼ିଚାଲିଥିବ ବୋଲି ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର କହିଥିଲେ। ଉକ୍ତ ଆଇନରେ କଠୋର ସଂଶୋଧନ ଫଳରେ ଆର୍ବିଟ୍ରେଶନ୍‌ ସହଜ ହୋଇପାରିବ। ଲୋକ ସଭା ଭଙ୍ଗ ସହ ଏଥିରେ ପାସ୍‌ ବିଲ୍‌ଗୁଡିକ ରଦ୍ଦ ହୋଇଯାଉଛି। ଏଭଳି ବ୍ୟବସ୍ଥା ବନ୍ଦ ହେବା ଆବଶ୍ୟକ। କାରଣ ଏହା ଦ୍ୱାରା ଜନସାଧାରଣଙ୍କ ଅର୍ଥର ଅପଚୟ ହେଉଛି ବୋଲି ପିନାକୀ କହିଥିଲେ। ଷୋଡ଼ଶ ଲୋକ ସଭାରେ ଆର୍ବିଟ୍ରେଶନ୍‌ ବିଲ୍‌ ସମେତ ୨୮ଟି ବିଲ୍‌ ପାସ୍‌ ହୋଇଥିଲେ ହେଁ ତାହା ରାଜ୍ୟ ସଭାରେ ଗୃହୀତ ହୋଇ ନ ପାରି ରଦ୍ଦ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୪।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ପାର୍ବଣ ଯୋଗୁ ବୃଦ୍ଧି...

ହରିୟାଣା ନିର୍ବାଚନ: କରନାଲରେ ପ୍ରାର୍ଥିପତ୍ର ଦାଖଲ କଲେ ଖଟ୍ଟର

ଚଣ୍ଡିଗଡ଼,୧।୧୦: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରନାଲ ବିଧାନସଭା ଆସନ ପାଇଁ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ସେକ୍ଟର-୧୨ ସ୍ଥିତ...

ମଦ ଦୋକାନୀଙ୍କୁ ପିଟି ପିଟି ମାରିଦେଲେ

ଗୋରଖପୁର(ୟୁପି), ୧।୧୦: ଉତ୍ତରପ୍ରଦେଶର ଗୋରଖପୁରରେ ୭୨ ଘଣ୍ଟା ବ୍ୟବଧାନରେ ଦୁଇଟି ହତ୍ୟାକାଣ୍ଡ ଘଟିଯାଇଛି। କାନପୁରର ଜଣେ ବ୍ୟବସାୟୀଙ୍କୁ ହତ୍ୟା କରାଯିବାର ୭୨ ଘଣ୍ଟା ପରେ ଏକ...

ରାସ୍ତାରେ ଉଡ଼ିଲା ୫୦୦ ଟଙ୍କିଆ ନୋଟ୍‌

ଭୋପାଳ, ୨।୨: ଜାତୀୟ ରାଜପଥରେ ହଠାତ୍‌ ୫୦୦ ଟଙ୍କିଆ ନୋଟ୍‌ ଉଡ଼ିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏଭଳି ଘଟଣା ରବିବାର ମଧ୍ୟପ୍ରଦେଶର...

ଧର୍ମାନ୍ତରୀକରଣ ପ୍ରସଙ୍ଗରେ ରାଜନୀତି ନ ହେଉ

ନୂଆଦିଲ୍ଲୀ,୧୦ା୧: ଧର୍ମାନ୍ତରୀକରଣ ଏକ ଗମ୍ଭୀର ପ୍ରସଙ୍ଗ। ଏଥିରେ ରାଜନୈତିକ ରଙ୍ଗ ଦିଅ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ସୋମବାର କହିଛନ୍ତି। ଡରାଇ, ଧମକାଇ, ପ୍ରଲୋଭନ ଦେଖାଇ କରାଯାଉଥିବା...

କେଜରିଓ୍ବାଲଙ୍କ କ୍ୟାବିନେଟରେ ସାମିଲ ହେବେ ସୌରଭ-ଆତିଶି: ଉପରାଜ୍ୟପାଳଙ୍କ ପାଖକୁ ପଠାଗଲା ନାମ…

ନୂଆଦିଲ୍ଲୀ,୧।୩ : ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କ୍ୟାବିନେଟକୁ ପୁଣି ସମ୍ପ୍ରସାରଣ କରିବାକୁ ଯାଉଛନ୍ତି। କ୍ୟାବିନେଟରେ...

ଦିଲ୍ଲୀରେ ସ୍ଥାନେ ସ୍ଥାନେ ଲଗାଯାଇଛି ଆତଙ୍କବାଦୀଙ୍କ ପୋଷ୍ଟର

ନୂଆଦିଲ୍ଲୀ,୨୫।୧: ରାଜଧାନୀର କନଟ ଅଞ୍ଚଳରେ ହନୁମାନ ମନ୍ଦିର ପାଖରେ ୪ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ପୋଷ୍ଟର ମଙ୍ଗଳବାର ଲଗାଯାଇଛି। ଦିଲ୍ଲୀ ପୋଲିସ ପକ୍ଷରୁ ଲଗାଯାଇଥିବା ୪ଟି ପୋଷ୍ଟରରେ...

ବାଣ କାରଖାନାରେ ବିସ୍ଫୋରଣ ଘଟି ୩ ମୃତ: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆନ୍ଧ୍ରପ୍ରଦେଶ,୧୧।୧୧: ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାର ତାଡେପାଲିଗୁଡେମ ମଣ୍ଡଳର କାଦିୟାଡ୍ଡା ଗ୍ରାମରେ ଗୁରୁବାର ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ...

Advertisement
Archives

Model This Week