Posted inଜାତୀୟ

ଆର୍ଥିକ ପ୍ୟାକେଜର ତୃତୀୟ ପର୍ଯ୍ୟାୟରେ କୃଷିକୁ ଦିଆଗଲା ଗୁରୁତ୍ୱ

ନୂଆଦିଲ୍ଲୀ,୧୫।୫: କରୋନା ସଙ୍କଟ ସମୟରେ ବିଗିଡି ଯାଇଥିବା ଅର୍ଥ ବ୍ୟବସ୍ଥାକୁ ସଜାଡିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭରଶୀଳ ଭାରତ ଅଭିଯାନର ଘୋଷଣା କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିବା ବେଳେ ଅର୍ଥମନ୍ତ୍ରୀ ନିର୍ଭଳା ସୀତାରାମଣ ଶୁକ୍ରବାର ଏହି ପ୍ୟାକେଜର ତୃତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି। କୃଷି କ୍ଷେତ୍ରରେ ନିବେଶ ବୃଦ୍ଧି କରିବା ପାଇଁ ୧୯୫୫ ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମରେ ସଂଶୋଧନ ଅଣାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏହାଦ୍ୱାରା କୃଷକମାନଙ୍କର ଆୟ ବୃଦ୍ଧି ହୋଇପାରିବ। ମହୁମାଛି ଚାଷର ଭିତ୍ତିଭୂମିକୁ ମଜଭୂତ କରିବା ପାଇଁ ୫୦୦ କୋଟି ଟଙ୍କାର ଯୋଜନା ଆରମ୍ଭ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଏହାଦ୍ୱାରା ୨ ଲକ୍ଷ ମହୁମାଛି ଚାଷୀ ଉପକୃତ ହେବେ ଏବଂ ସେମାନଙ୍କର ଆୟ ବୃଦ୍ଧି ପାଇବ। ସେହିପରି ହର୍ବାଲ ବା ଆୟୁର୍ବେଦୀୟ ଔଷଧୀୟ ବୃକ୍ଷଲତା ଚାଷ କରିବାକୁ ୪୦୦୦କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯିବ। ୨ ବର୍ଷ ମଧ୍ୟରେ ୧୦ ହେକ୍ଟର ଜମିରେ ଏହା ଚାଷ କରାଯିବ। ପଶୁପାଳନର ଭିତ୍ତିଭୂମି ସୁଦୃଢ଼ କରିବାକୁ ୧୫ ହଜାର କୋଟି ଟଙ୍କାର ଫଣ୍ଡ ବଣ୍ଟାଯାଇଥିବା ସେ କହିଛନ୍ତି। ଯାହାର ଲାଭ କୃଷକମାନଙ୍କୁ ମିଳିବ। ନ୍ୟାଶନାଲ ଆନିମଲ ଡିଜିଜ କଣ୍ଟ୍ରୋଲ୍‌ ପ୍ରୋଗ୍ରାମ ଅଧିନରେ ଶହେ ପ୍ରତିଶତ ଗାଈ, ମଇଁଷି, ମେଣ୍ଢା, ଛେଳି ଆଦି ପଶୁଙ୍କ ଟୀକାକରଣ କରାଯିବ। ଏଥିରେ ମୋଟ ୧୩,୩୪୩ କୋଟି ଟଙ୍କା ଖର୍ଚ୍ଚ ହେବ। ଆଗାମୀ ପାଞ୍ଚ ବର୍ଷରେ ୭୦ ଲକ୍ଷ ଟନ ମାଛ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ୫୫ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ସେହିପରି ମାଇକ୍ରୋ ଫୁଡ ଏଣ୍ଟରପାଇପ୍ରାଇଜେସ ପାଇଁ ୧୦ ହଜାର କୋଟି ଟଙ୍କାର ପାଣ୍ଠି ପ୍ରଦାନ କରାଯିବ। କୃଷିର ଭିତ୍ତିଭୂମି ବିକାଶ ପାଇଁ ସରକାର ୧ଲକ୍ଷ କୋଟି ଟଙ୍କା ଦେବେ ବୋଲଇ କହିଛନ୍ତି ଅର୍ଥମନ୍ତ୍ରୀ। ସୂଚନାଯୋଗ୍ୟ, ଏହା ପୂର୍ବରୁ ଅର୍ଥମନ୍ତ୍ରୀ ଏମଏସଏମଇ,ପ୍ରବାସୀ ଶ୍ରମିକ ଓ କୃଷକଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜର ଘୋଷଣା କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ପାଇଁ ପ୍ରସ୍ତୁତ ଥିଲା ସେନା

ନୂଆଦିଲ୍ଲୀ,୨୦ା୮(ପି.ଟି.): ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଭିତରେ ପଶି ପାରମ୍ପରିକ ଯୁଦ୍ଧ ପାଇଁ ଭାରତୀୟ ସେନା ପୂରା ଦମ୍‌ରେ ପ୍ରସ୍ତୁତ ଥିଲା। ସେନାଧ୍ୟକ୍ଷ ଜେନେରାଲ ବିପିନ...

ରତନ ଟାଟା ୨୭ ବର୍ଷୀୟ ଯୁବକଙ୍କୁ ଫୋନ୍‌ କରି ପଚାରିଲେ, ମୋ ଆସିଷ୍ଟାଣ୍ଟ୍‌ ହେବେ କି

ବମ୍ବେ,୨୧।୧୧: ଦେଶର ଜଣାଶୁଣା ଉଦ୍ୟୋଗପତି ରତନ ଟାଟାଙ୍କ ସହ କାମ କରିବା ଅନେକଙ୍କ ପାଇଁ ଏକ ସ୍ବପ୍ନ ଥାଏ। କିନ୍ତୁ ଟାଟା ନିଜେ ଯଦି ଫୋନ୍‌...

ଅମିତ ଶାହାଙ୍କ ଆରୋଗ୍ୟ କାମନା କରି ଉପବାସ ରଖିବେ ଏହି ମୁସଲମାନ ବ୍ୟକ୍ତି

ଶ୍ରୀନଗର,୩।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରୋନା ଆକ୍ରାନ୍ତ ହୋଇ ଏବେ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଚିକତ୍ସିତ ହେଉଛନ୍ତି । ତାଙ୍କ ଆରୋଗ୍ୟ କାମନା କରି...

କ୍ଷୀର ତୁଳନାରେ ଗୋମୂତ୍ରରେ ରହିଛି ଅଧିକ ପୋଷକ ତତ୍ତ୍ୱ

ଇନ୍ଦୋର,୮।୨: ମଧ୍ୟପ୍ରଦେଶ ଜୁନାଗଡ଼ସ୍ଥିତ କୃଷି ବିଶ୍ୱ ବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି। ଗାଈ କ୍ଷୀର ତୁଳନାରେ ଗୋମୂତ୍ରରେ...

ଭାରତର ପ୍ରଥମ ଓସ୍କାର ବିଜେତାଙ୍କ ପରଲୋକ

ମୁମ୍ବାଇ, ୧୫।୧୦: କଷ୍ଟ୍ୟୁମ ଡିଜାଇନର୍‌ ତଥା ଭାରତର ପ୍ରଥମ ଓସ୍କାର ବିଜୟିନୀ ଭାନୁ ଅଥେୟାଙ୍କ ଗୁରୁବାର ପରଲୋକ ଘଟିଛି। ୯୧ ବର୍ଷୀୟ ଭାନୁ ଦୀର୍ଘ ଦିନ...

ଆଇଆଇଟି ଦିଲ୍ଲୀର ନୂଆ ଆବିଷ୍କାର: ମାତ୍ର ୬୫୦ ଟଙ୍କାରେ ହେବ କରୋନା ଯାଞ୍ଚ

ନୂଆଦିଲ୍ଲୀ,୧୫।୭: ଆଇଆଇଟି ଦିଲ୍ଲୀ ପକ୍ଷରୁ କରୋନା ଯାଞ୍ଚ ପାଇଁ ଏକ ନୂଆ କିଟ୍‌ର ଆବିଷ୍କାର କରାଯାଇଛି। ଏହି କିଟ୍‌ ଉନ୍ନତ ଧରଣର ହୋଇଥିବା ବେଳେ କରୋନା...

ଗେହଲଟଙ୍କ ପାଖରେ ବସିବେ ନାହିଁ ପାଇଲଟ, ଜାଣନ୍ତୁ କାହିଁକି

ଜୟପୁର,୧୪।୮: ରାଜସ୍ଥାନ କଂଗ୍ରେସରେ ଯଦିଓ ସବୁ ସ୍ବାଭାବିକ ହୋଇଛି କିନ୍ତୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କୁ ଆଗକୁ ମଧ୍ୟ ତିକ୍ତ ବାସ୍ତବତାକୁ ସାମ୍ନା କରିବାକୁ ପଡିବ।...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ମେଣ୍ଢର ସେକ୍ଟରରେ ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୨୯।୮: ପାକିସ୍ତାନ ଗୁରୁବାର ପୂର୍ବାହ୍ନ ୧୧ଟା ୩୦ରେ ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାର ପୁଞ୍ଚ୍‌ ଜିଲାରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସ୍ଥାନୀୟ ମେଣ୍ଢର ସେକ୍ଟରରେ ପାକିସ୍ତାନ...


Coronavirus Update

Archives

Model This Week

Why Dharitri