Posted inଜାତୀୟ

ଆର୍ଥିକ ପ୍ରସଙ୍ଗଠାରୁ ଲୋକଙ୍କ ଦୃଷ୍ଟି ହଟାଇବାକୁ ଯୋଜନା କରୁଛନ୍ତି ମୋଦି ସରକାର: ଆଣ୍ଟୋନୀ

ନୂଆଦିଲ୍ଲୀ,୨୮।୧୨: ଦେଶର ଆର୍ଥିକ ସ୍ଥିତି ସଙ୍କଟ ଦେଇ ଗତି କରୁଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଲୋକଙ୍କ ଦୃଷ୍ଟି ଏହି ପ୍ରମୁଖ ପ୍ରସଙ୍ଗଠାରୁ ହଟାଇବା ପାଇଁ ଯୋଜନା କରୁଛନ୍ତି। ଏନେଇ କଂଗ୍ରେସ ନେତା ଏ.କେ. ଆଣ୍ଟୋନୀ ଅଭିଯୋଗ କରିଛନ୍ତି। ଦେଶରେ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ଅପରପକ୍ଷରେ ଦରଦାମ୍‌ ବୃଦ୍ଧି ଯୋଗୁ ଖାଉଟିମାନେ ହନ୍ତସନ୍ତ ହେଉଛନ୍ତି। ଜାଣିଶୁଣି ଅନ୍ୟ ପ୍ରସଙ୍ଗରେ ଲୋକଙ୍କୁ ବ୍ୟସ୍ତ ରଖିବାର ଉଦ୍ୟମ ମୋଦି ସରକାର କରୁଥିବା ସେ କହିଛନ୍ତି। ଗତ ୪୦ ବର୍ଷ ମଧ୍ୟରେ ଦେଶର ଆର୍ଥିକ ସ୍ଥିତି ସଙ୍କଟ ଜନକ ହୋଇଥିବା ଆଣ୍ଟୋନୀ କହିଛନ୍ତି। ଅଯଥାରେ ଲୋକଙ୍କୁ ସିଏଏ, ଏନ୍‌ଆର୍‌ସି ଏବଂ ଏନ୍‌ପିଆର୍‌ରେ ଭଳି ପ୍ରସଙ୍ଗରେ ବ୍ୟସ୍ତ ରଖିବା ଲାଗି ମୋଦି ସରକାର ପ୍ରୟାସ ଜାରି ରଖିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବର ନେଲା ୬ବର୍ଷ ଛାତ୍ରର ଜୀବନ

ହାଇଦ୍ରାବାଦ୍‌,୧୫।୧୧: ଆନ୍ଧ୍ର ପ୍ରଦେଶ କୁରନୁଲର ଏକ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି। ଗରମ ସନ୍‌ମ୍ବରରେ ପଡି ଜଣେ ୬ ବର୍ଷ ଛାତ୍ରର ମୃତ୍ୟୁ ଘଟିଛି। ମୃତ...

ଏଏପିକୁ ଟାର୍ଗେଟ କଲେ କପିଲ

ନୂଆଦିଲ୍ଲୀ,୩।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ନେତାମାନେ ପରସ୍ପର ମଧ୍ୟରେ ସେତେ ଦୋଷ ଲଦାଲଦି ହେଉଛନ୍ତି। ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରାର୍ଥୀ କପିଲ...

ବିଭିନ୍ନ ବିଭାଗରୁ ହଜାରେ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ଯୋଗୀ ସରକାର

ଲକ୍ଷ୍ନୌ,୨୬।୧୧: ଉତ୍ତର ପ୍ରଦେଶରେ ଅଯୋଗ୍ୟ ଓ ଭ୍ରଷ୍ଟାଚାର ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ବିଭିନ୍ନ ବିଭାଗରୁ ପ୍ରାୟ ୧ହଜାରରୁ ଊର୍ଦ୍ଧ୍ୱ...

୩ ଶ୍ରମିକଙ୍କୁ ବିମାନରେ ଘରକୁ ପଠାଇଲେ ୧୨ ବର୍ଷର ଝିଅ

ନୋଏଡା,୨।୬: କରୋନା ମହାମାରୀ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଅନ୍ୟ ରାଜ୍ୟକୁ ଦାଦନ ଖଟିବା ଲାଗି ଯାଇଥିବା ପ୍ରବାସୀ ଶ୍ରମିକମାନେ ଏଥିପାଇଁ ନାହିଁ ନ ଥିବା...

ଅର୍ଥନୀତିରେ ଚାଇନାଠାରୁ ବହୁ ପଛରେ ଭାରତ

ନୂଆଦିଲ୍ଲୀ,୧୨ା୧୦: ଭାରତ ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଶନିବାର ଆଞ୍ଚଳିକ ରାଜନୀତିଠାରୁ ଆରମ୍ଭ କରି ବାଣିଜ୍ୟ...

କରନ ଜୋହର ସମାପ୍ତ କରିଛନ୍ତି ସୁଶାନ୍ତଙ୍କ କ୍ୟାରିୟର: କଙ୍ଗନା

ମୁମ୍ବାଇ, ୧୮।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଏବେ ପୁଣି ଥରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ...

ମୁଖ୍ୟମନ୍ତ୍ରୀ ଦୌଡ଼ରେ ତୋମର, ଶିବରାଜ, ନରୋତ୍ତମ

ଭୋପାଳ,୨୧।୩: ମଧ୍ୟପ୍ରଦେଶରେ କମଲନାଥ ସରକାର ଭାଙ୍ଗିଯିବା ପରେ ଏବେ ସେଠାରେ ସରକାର ଗଠନକୁ ନେଇ ଲାଗି ରହିଛି ରାଜନୈତିକ ଆଲୋଚନା। ଭାରତୀୟ ଜନତା ପାର୍ଟି(ଭାଜପା)ସରକାର ଗଠନ...

୪୧ ବର୍ଷ ମଧ୍ୟରେ ବିଭିନ୍ନ ରାଜ୍ୟରେ ଗଠିତ ହୋଇଛି ୪୦ ମେଣ୍ଟ ସରକାର: ହାରାହାରି କାର୍ଯ୍ୟକାଳ ୨୬ ମାସ

ନୂଆଦିଲ୍ଲୀ,୩।୧୧: ଦେଶର ବିଭିନ୍ନ ରାଜ୍ୟରେ ଗତ ୪୧ ବର୍ଷ ମଧ୍ୟରେ ୧୯୭୭ଠାରୁ ୪୦ ମେଣ୍ଟ ସରକାର ଗଠନ ହୋଇଛି। ତେବେ ଏସବୁ ସରକାରଙ୍କ ହାରାହାରି କାର୍ଯ୍ୟକାଳ...

Coronavirus Update


Archives

Model This Week

Why Dharitri