ଆରୋଗ୍ୟ ସେତୁ: ଇଚ୍ଛାଧୀନରୁ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମିତଙ୍କଠାରୁ ଲୋକଙ୍କୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଗତ ଏପ୍ରିଲ୍‌ ୨ତାରିଖରେ କେନ୍ଦ୍ର ସରକାର ଆରୋଗ୍ୟ ସେତୁ ଆପ୍‌ ଆରମ୍ଭ କରିଥିଲେ। ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନ୍‌ଫରମେଶନ ଟେକ୍ନୋଲୋଜି ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାଶନାଲ ଇନ୍‌ଫରମେଟିକ୍ସ ସେଣ୍ଟର(ଏନ୍‌ଆଇସି) ଏହାକୁ ବିକଶିତ କରିଛି। ଏହାକୁ ଅଧିକରୁ ଅଧିକ ଲୋକ ବ୍ୟବହାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅନୁରୋଧ କରିଥିଲେ। ଏପରି କି ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିବାର ସପ୍ତାହ ମଧ୍ୟରେ ୭.୫କୋଟି ଲୋକ ଏହି ଆପ୍‌କୁ ଇନ୍‌ଷ୍ଟଲ କରିବା ସହିତ ନିଜର ବ୍ୟକ୍ତିଗତ ତଥ୍ୟ ଏଥିରେ ପ୍ରଦାନ କରିଥିଲେ। ଏହି ଆପ୍‌ ଇନ୍‌ଷ୍ଟଲ କରିବା ପ୍ରଥମେ ଇଚ୍ଛାଧୀନ ଥିଲା। ହେଲେ ଗତ ୧ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ନିର୍ଦ୍ଦେଶନାମା ଜାରି କରି କଣ୍ଟେନ୍‌ମେଣ୍ଟ ଅଞ୍ଚଳରେ ସମସ୍ତ ଲୋକ ଏହି ଆପ୍‌କୁ ଇନ୍‌ଷ୍ଟଲ କରିବାକୁ ବାଧ୍ୟତାମୂଳକ କରିଥିଲେ। ଏପରି କି ଏହି ଆପ୍‌କୁ ସରକାରୀ ଓ ଘରୋଇ ଉଦ୍ୟୋଗରେ କାମ କରୁଥିବା ସମସ୍ତ କର୍ମଚାରୀ ମଧ୍ୟ ଇନ୍‌ଷ୍ଟଲ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଥିଲା। କୋଭିଡ଼-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ରେଡ୍‌ ଜୋନ ଅଧୀନରେ ଆସୁଥିବା କିଛି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଅଞ୍ଚଳ ବୋଲି ଘୋଷଣା କରାଯାଉଛି। ଏବେ ଦେଶର ୭୩୩ ଜିଲା ମଧ୍ୟରୁ ୪୧୪ଟି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଘୋଷଣା କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୧୩୦ ଜିଲାକୁ ରେଡ ଜୋନ୍‌ ଏବଂ ୨୮୪ ଜିଲାକୁ ଅରେଞ୍ଜ ଜୋନ ଭାବେ ଚିହ୍ନଟ କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଆରୋଗ୍ୟ ସେତୁର ଇନ୍‌ଷ୍ଟାଲେଶନ ୧୦୦ପ୍ରତିଶତ ହେବା ଆବଶ୍ୟକ। କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ବାସ କରୁଥିବା ଲୋକଙ୍କ ପାଇଁ ଆରୋଗ୍ୟ ସେତୁ ଆପ୍‌ ଇନ୍‌ଷ୍ଟଲ କରିବା ବାଧ୍ୟତାମୂଳକ କହି ସରକାର ଗ୍ରୀନ୍‌ ଜୋନରେ ବାସ କରୁଥିବା ଲୋକଙ୍କୁ ମଧ୍ୟ ଏହି ଆପ୍‌ ଇନ୍‌ଷ୍ଟଲ କରିବାକୁ ଏକ ପ୍ରକାର ସଙ୍କେତ ମଧ୍ୟ ଦେଇଛନ୍ତି। କାରଣ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଆରୋଗ୍ୟ ସେତୁ ଆପ୍‌ ଇନ୍‌ଷ୍ଟଲକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଏହା ସମସ୍ତ ଅଞ୍ଚଳ ପାଇଁ ଲାଗୁ ହେବ ବୋଲି କୁହାଯାଇଛି। କଣ୍ଟେନ୍‌ମେଣ୍ଟ ଅଞ୍ଚଳରେ ରହୁଥିବା ସମସ୍ତ ଲୋକ ଏହି ଆପ୍‌କୁ ଇନ୍‌ଷ୍ଟଲ କରିବା ବାଧ୍ୟତାମୂଳକ। ଯେଉଁମାନେ ନ କରିବେ ସେମାନଙ୍କ ବିରୋଧରେ ଆଇପିସିର ଦଫା ୧୮୮(ସରକାରୀ ନିର୍ଦ୍ଦେଶନାମାର ଉଲ୍ଲଂଘନ) ଏବଂ ବିପର୍ଯ୍ୟୟ ପରିଚାଳନା ଆଇନ୍‌ର ଦଫା ୫୧(ବିପର୍ଯ୍ୟୟ ସମ୍ପର୍କିତ କୌଣସି ନିର୍ଦ୍ଦେଶର ଉଲ୍ଲଂଘନ)ରେ ମାମଲା ରୁଜୁ ହେବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

ଆରୋଗ୍ୟ ସେତୁ ଆପ୍‌ କ’ଣ
ଆରୋଗ୍ୟ ସେତୁ ଏକ ମୋବାଇଲ୍‌ ଆପ୍‌। ଏହା ବ୍ୟବହାରକାରୀଙ୍କୁ କରୋନା ସଂକ୍ରମଣ ସମ୍ପର୍କିତ ସୂଚନା ପ୍ରଦାନ କରିଥାଏ। ଯଦି କାୈଣସି କୋଭିଡ୍‌-୧୯ ସଂକ୍ରମିତ ବ୍ୟକ୍ତି ଏହି ଆପ୍‌ ବ୍ୟବହାରକାରୀଙ୍କ ନିକଟତର ହୁଅନ୍ତି ତେବେ ଏହା ତତ୍‌କ୍ଷଣାତ୍‌ ସୂଚନା ଦେଇଥାଏ। ଏହା ମୋବାଇଲ ଫୋନର ବ୍ଲୁ ଟୁଥ ଏବଂ ଜିପିଏସ୍‌(ଗ୍ଲୋବାଲ୍‌ ପୋଜିଶନିଂ ସିଷ୍ଟମ୍‌)ବ୍ୟବସ୍ଥା ଦ୍ୱାରା କାର୍ଯ୍ୟକାରୀ ହୋଇଥାଏ। ଏହି ଆପ୍‌ର ଗୋପନୀୟତା ନୀତି ଅନୁସାରେ ଏହା ବ୍ୟବହାରୀଙ୍କୁ ସବୁଜ ଏବଂ ହଳଦିଆ ରଙ୍ଗର କୋଡିଂ ମିଳିଥାଏ। ଯେଉଁ ବ୍ୟବହାରକାରୀମାନେ ହଳଦିଆ ବର୍ଗରେ ଆସିବେ ସେମାନଙ୍କ ତଥ୍ୟ ସର୍ଭରରେ ଅପ୍‌ଲୋଡ ହେବ ଏବଂ ସବୁଜ ରଙ୍ଗର ବର୍ଗରେ ଆସୁଥିବା ବ୍ୟବହାରକାରୀଙ୍କୁ କମ୍‌ ବିପଦ ଗ୍ରୁପ୍‌ରେ ରଖାଯିବ। ଆପ୍‌ ପଞ୍ଜୀକରଣ ସମୟରେ ଏହା ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଯଥା ନାମ, ଲିଙ୍ଗ, ବୟସ, ଫୋନ ନମ୍ବର, ବର୍ତ୍ତମାନର ଠିକଣା ଏବଂ ଟ୍ରାଭେଲ ହିଷ୍ଟ୍ରି ସଂଗ୍ରହ କରି ସରକାରୀ ସର୍ଭରରେ ଲୋଡ କରିଥାଏ। ଯେତେବେଳେ ଏହି ଆପ୍‌ ବ୍ୟବହାର କରୁଥିବା କୌଣସି ବ୍ୟକ୍ତି ପଜିଟିଭ ଚିହ୍ନଟ ହୁଅନ୍ତି, ତାଙ୍କ ନିକଟ ସଂସ୍ପର୍ଶରେ ଆସିଥିବା ଅନ୍ୟ ସମସ୍ତଙ୍କୁ ସଙ୍ଗେସଙ୍ଗେ ସୂଚନା ମିଳିଯିବ ଏବଂ ସେମାନଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌-କାର୍‌ ମୁହାଁମୁହିଁ ଧକ୍କା: ୪ ମୃତ

ଗୁରୁଗ୍ରାମ,୨୨।୮: ହରିୟାଣାର ଗୁରୁଗ୍ରାମ-ଫାରୁଖନଗର ରାସ୍ତାରେ ଥିବା ଖେଟାୱାସ ଗ୍ରାମ ନିକଟ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ବସ୍‌-କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ କାର୍‌ରେ...

ଚାଇନା ସହିତ ସମ୍ପର୍କ ଖରାପ ହେବାର କାରଣ କହିଲେ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ,୨୯ା୪: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଚାଇନା ସହ ଭାରତର ସମ୍ପର୍କ ବିଗିଡ଼ିବା ନେଇ ଏକ କଥା କହିଛନ୍ତି। ସେ କହିଛନ୍ତି, ଭାରତ ସମସ୍ତ...

ଛଟେଇ ଆଣିବ ଅର୍ଥନୀତିରେ ସୁନାମି

ନୂଆଦିଲ୍ଲୀ,୯ା୫: କରୋନା ଭାଇରସ୍‌ ବିରୋଧରେ ଲଢ଼େଇ ପାଇଁ ଦେଶବ୍ୟାପୀ ଜାରି କରାଯାଇଥିବା ଲକ୍‌ଡାଉନ୍‌ ଅନ୍‌ ଅଫ୍‌ ସୁଇଚ୍‌ ଭଳି ନୁହେଁ। କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଅବଧି...

ବଜ୍ରପାତରେ ୧୮ ହାତୀ ମୃତ

ଗୁଆହାଟୀ,୧୪ା୫:ଆସାମର ନଗାଓଁ ଜିଲା ପାର୍ବତ୍ୟାଞ୍ଚଳରେ ଯାଇଛି ୧୮ ହାତୀଙ୍କ ଜୀବନ। କୁଣ୍ଡୋଲି ପ୍ରପୋଜ୍‌ଡ ରିଜର୍ଭ ଫରେଷ୍ଟ (ପିଆର୍‌ଏଫ୍‌)ରେ ବୁଧବାର ରାତିରେ ଘଟିଛି ଏହି ଦୁଃଖଦ ଘଟଣା।...

ପଞ୍ଜାବରେ ଟୁଇଷ୍ଟ: ଏଏପି ସହ ମେଣ୍ଟ କରିବେ ବଲବୀର!

ଚଣ୍ଡିଗଡ଼,୨୫ ।୧୨: ପଞ୍ଜାବର କୃଷକ ସଙ୍ଗଠନ ବଳବୀର ସିଂ ରାଜେୱାଲଙ୍କୁ ୟୁନାଇଟେଡ ଫ୍ରଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଦେଇଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା...

ଆୟୁର୍ବେଦ ଶିକ୍ଷାର୍ଥୀଙ୍କ ପାଇଁ ବିଦେଶରେ ସୁଯୋଗ: ଜାପାନ-ଜର୍ମାନୀରେ ମିଳିବ ନିଯୁକ୍ତି…

ଡେରାଡୁନ,୬।୭ : ଜାପାନ ଏବଂ ଜର୍ମାନୀର ଭାରତୀୟ ଆୟୁର୍ବେଦ ଶିକ୍ଷାର୍ଥୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଉତ୍ତରାଖଣ୍ଡର ମେଡିକାଲ କାଉନସିଲ ଅଫ ଇଣ୍ଡିଆ, ପକ୍ଷରୁ କୁହାଯାଇଛି...

ଯଶବନ୍ତ ସିହ୍ନା ହେଲେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ, ୨୧।୬: ଟିଏମ୍‌ସି ନେତା ଯଶବନ୍ତ ସିହ୍ନା ହେଲେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ। ଏ ନେଇ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର...

କୁପଓ୍ବାଡା ଏନକାଉଣ୍ଟର: ୫ ଆତଙ୍କବାଦୀ ନିହତ

ଶ୍ରୀନଗର,୧୬।୬: ଉତ୍ତର କଶ୍ମୀରର ଏଲଓସିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ମୃତ ଆତଙ୍କବାଦୀଙ୍କ ନିକଟରୁ ବହୁ ପରିମାଣରେ...

Advertisement
Archives

Model This Week