ଆରୋଗ୍ୟ ନ ହେବା ଭଳି ରୋଗରେ ପୀଡିତ କଂଗ୍ରେସ: ମୋଦି

ସୋନିପଥ,୧୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରଚାରରେ ଯାଇଛନ୍ତି। ହରିୟାଣା ସୋନିପଥର ଗୋହାନାଠାରେ ସେ ଏକ ଜନସଭାକୁ ସମ୍ବୋଧନ ଦେବା ଅବସରରେ କଂଗ୍ରେସ ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ହରିୟାଣାବାସୀ କଂଗ୍ରେସର ଅହଂକାରକୁ ମାଟିରେ ମିଶାଇ ଦେଇଛନ୍ତି। ଏବେ ସଶକ୍ତ ହରିୟାଣା ଓ ସଶକ୍ତ ହିନ୍ଦୁସ୍ତାନ ଗଢିବାକୁ ଆମେ ଶପଥ ନେଇଛୁ। ଆଉ ଏଥିପାଇଁ ହରିୟାଣାର ଯୁବକଙ୍କ ଭୂମିକା ଅତୁଳନୀୟ ବୋଲି ସେ କହିଛନ୍ତି। ଏମାନେ କୁସ୍ତି ଯୋଦ୍ଧାଙ୍କ ସହ ଲଢିଛନ୍ତି, ଆତଙ୍କବାଦୀଙ୍କ ସହ ଲଢି ଶହୀଦ ମଧ୍ୟ ହୋଇଛନ୍ତି। ତେଣୁ ସୋନିପଥର ଅର୍ଥ ହେଉଛି, ‘କୃଷକ, ଯବାନ ଓ ପହିଲମାନ’। ଅନୁଚ୍ଛେଦ ୩୭୦କୁ ନେଇ ସେ କହିଛନ୍ତି କଂଗ୍ରେସକୁ ନା ଭାରତର ଏକତାର ଚିନ୍ତା ଅଛି ନା ସମ୍ବିଧାନର ଚିନ୍ତା ଅଛି। ଏବେ ସ୍ବଚ୍ଛ ଭାରତ ଓ ସର୍ଜିକାଲ ଷ୍ଟ୍ରାଇକର ନାଁ ଶୁଣିଲେ କଂଗ୍ରେସର ପେଟରେ ପୀଡା ଆରମ୍ଭ ହୋଇଯାଉଛି। ଆଉ ବାଲାକୋଟ କଥା ଶୁଣିଲେ ଯନ୍ତ୍ରଣାରେ କଂଗ୍ରେସ ଡେଇଁ ପଡୁଛି ବୋଲି ମୋଦି କହିଛନ୍ତି। ତେଣୁ ଏବେ କଂଗ୍ରେସ ଯେଉଁ ରୋଗରେ ପୀଡିତ ହୋଇଛି ତାହା ଆରୋଗ୍ୟ ହେବା କଷ୍ଟକର ବ୍ୟାପାର ବୋଲି ସେ କହିଛନ୍ତି। ଏବେ କଂଗ୍ରେସ ନେତାଙ୍କ ବୟାନକୁ ପାକିସ୍ତାନ ଆଧାର କରିଛି। ହେଲେ କଂଗ୍ରେସ ମୋଦିଙ୍କ ଉପରେ ଯେତେ ଅଭିଯୋଗ ଆଣୁଛି ଆଣୁ, ଯେତେ ବିରୋଧ କରୁଛି କରୁ, ଯେତେ ମିଛ କହୁଛି କହୁ ଯେ ପର୍ଯ୍ୟନ୍ତ ଜନତାଙ୍କ ଆଶୀର୍ବାଦ ରହିଛି ସେପର୍ଯ୍ୟନ୍ତ ମୋଦିଙ୍କୁ କିଛି ଚିନ୍ତା ନାହିଁ ବୋଲି ସେ କହିଛନ୍ତି। ମୋଦିଙ୍କୁ ଯାହା କହିବା କଥା କୁହ ହେଲେ ଅତିକମରେ ଭାରତ ମାତାର ମର୍ଯ୍ୟାଦା କଥା କଂଗ୍ରେସ ଥରେ ଚିନ୍ତା କରୁ ବୋଲି ମୋଦି ତାଙ୍କ ଉଦ୍‌ବୋଧନରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୟଲଳିତାଙ୍କ ଚିକିତ୍ସାରେ ହୋଇ ନ ଥିଲା କୌଣସି ଅବହେଳା, ବହୁ ଶାରୀରିକ ସମସ୍ୟା ଭୋଗୁଥିଲେ…

ଚେନ୍ନାଇ, ୨୧।୮ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଏମ୍ସ ପ୍ୟାନେଲ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଚିକିତ୍ସାରେ କୌଣସି ଅବହେଳା ହୋଇ ନଥିବା କହିଛନ୍ତି। ଏମ୍ସ...

କର୍ନାଟକ ନିର୍ବାଚନ: ୧୦ଟି ଗାଁ କରିବେ ଭୋଟ ବର୍ଜନ ନଚେତ ଦବାଇବେ ନୋଟା ବଟନ

ବେଙ୍ଗାଲୁରୁ,୨୦।୪: ଗତ ୧୦ ବର୍ଷ ହେବ ଅର୍କାବତି ନଦୀ ଘାଟିର ହ୍ରଦରେ ପ୍ରଦୂଷଣର ଗମ୍ଭିର ସମସ୍ୟାରେ ପେସି ହେଉଥିବା ଡୋଡ୍ଡାବଲ୍ଲାପୁର ବିଧାନସଭା ଅଞ୍ଚଳରେ ୧୦ରୁ ଅଧିକ...

ସୁସ୍ଥତା ହାର ବଢ଼ିଲା…

ନୂଆଦିଲ୍ଲୀ, ୨୦।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର...

ଶନିବାର ୩ କୋଭିଡ ଭାକ୍ସିନ କେନ୍ଦ୍ର ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୨୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର ୩ଟି ଭାକ୍ସିନ ବିକାଶ କେନ୍ଦ୍ରକୁ ଗସ୍ତ କରିବେ। ଏହି ସମୟରେ ସେ ପୁନେ, ଅହମ୍ମଦାବାଦ ଓ ହାଇଦ୍ରାବାଦ...

କଶ୍ମୀର ବିଶ୍ୱବିଦ୍ୟାଳୟରେ ପ୍ରଥମ ମହିଳା କୁଳପତି

ଶ୍ରୀନଗର,୧୯।୫: ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଗୁରୁବାର ହୋମ୍‌ ସାଇନ୍ସ ବିଭାଗର ପ୍ରୋଫେସର ଡା. ନିଲୋଫର ଖାନ୍‌ଙ୍କୁ କଶ୍ମୀର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି...

ପୋଲିସ-ଭାଜପା କର୍ମୀ ସଂଘର୍ଷ

କୋଲକାତା,୧୩ା୧୧(ପି.ଟି.): ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଡେଙ୍ଗୁ ମୃତ୍ୟୁକୁ ନେଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବୁଧବାର ବିକ୍ଷୋଭ ଚାଲିଥିଲାବେଳେ ଏହା ହିଂସାତ୍ମକ ରୂପ ନେଇଛି। ଭାଜପା ଯୁବମୋର୍ଚ୍ଚା...

ବଜେଟ ପୂର୍ବରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ,୨୯।୧: ବଜେଟ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଭାରତର ଉଜ୍ଜ୍ୱଳ ଭବିଷ୍ୟତ ଲାଗି ଚଳିତ ଦଶନ୍ଧି ଗୁରୁତ୍ୱପୂର୍ଣ୍ଣ ବୋଲି...

ସ୍କୁଲ ଫି ଛାଡ କରିବାକୁ ରକ୍ତରେ ଲେଖିଲେ ଚିଠି

ହଲଦ୍ୱାନୀ,୨୦।୮: କରୋନା ମହାମାରୀ ପାଇଁ ଦେଶରେ ଲାଗୁ କରାଯାଇଛି ଲକ୍‌ ଡାଉନ। ଏହି ସମୟରେ ଅଧିକାଂଶ ଘରୋଇ ସ୍କୁଲ ଅନ୍‌ଲାଇନ୍‌ ମାଧ୍ୟମରେ ପିଲାଙ୍କୁ ପାଠ ପଢାଉଛନ୍ତି।...

Advertisement
Archives

Model This Week