ଆରସିରୋଡରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ଭଞ୍ଜନଗର,୧୭।୭(ଡି.ଏନ.ଏ) -ଭଞ୍ଜନଗର ସହର ଆର୍‌ସିରୋଡ଼କୁ ଅଧିକାଂଶ ଲୋକେ ବର୍ଷବର୍ଷ ଧରି ଜବରଦଖଲ କରି ରଖିଥିଲେ। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା। ବିଭିନ୍ନ ସମୟରେ ଜବରଦଖଲ ଉଚ୍ଛେଦ ପାଇଁ ଦାବି ହେଉଥିଲା। କିନ୍ତୁ ବିଭିନ୍ନ ଚାପରେ ଏନ୍‌ଏସି ପ୍ରଶାସନ ଏହାକୁ ଏଡାଇ ଦେଉଥିଲା। ମଙ୍ଗଳବାରଠାରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନ୍‌ଏସି, ପୂର୍ତ୍ତ ଏବଂ ରାଜସ୍ବ ବିଭାଗ ପକ୍ଷରୁ ମିଳିତ ଭାବେ ଜବରଦଖଲ ଅଞ୍ଚଳ ଚିହ୍ନଟ କରାଯାଇଛି। ଖୁବ୍‌ କମଦିନ ମଧ୍ୟରେ ଉଚ୍ଛେଦ ହେବ। ସ୍ଥାନ ଚିହ୍ନଟ ସମୟରେ ଲୋକଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖାଦେଇଥିଲା। ଅଧିକାଂଶ ଲୋକ ଜବରଦଖଲ ଉଚ୍ଛେଦକୁ ସ୍ବାଗତ କରୁଥିବା ବେଳେ କେତେକ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଜବରଦଖଲ ସ୍ଥାନ ଚିହ୍ନଟ ସମୟରେ ପୋଲିସ ମୁତୟନ ହୋଇଥିଲେ। ଅପରପକ୍ଷେ ଜବରଦଖଲ ସ୍ଥାନ ଚିହ୍ନଟ ଆରମ୍ଭ ହେଉହେଉ କିଛି ଲୋକେ ନିଜେନିଜେ ଜବରଦଖଲ ଅଞ୍ଚଳକୁ ଭାଙ୍ଗି ଦେଉଥିବା ଲକ୍ଷ୍ୟ କରାଯାଇଛି। ପ୍ରକାଶ ଯେ, ଆରସିରୋଡ଼ଟି ହେଉଛି ଜନଗହଳିପୂର୍ଣ୍ଣ ଅଞ୍ଚଳ। ତେଣୁ ଉକ୍ତ ରାସ୍ତାରେ ଅଧିକାଶଂ ସମୟ ଟ୍ରାଫିକ୍‌ ସେବା ବିପର୍ଯ୍ୟସ୍ତ ହେଉଥିଲା। ଡ୍ରେନ ଜବରଦଖଲ ଯୋଗୁ ସଫା ହୋଇ ନ ପାରି ବର୍ଷା ହେଲେ ରାସ୍ତାରେ ପାଣି ଭାସୁଥିଲା। ସୋମବାର ନାଗରିକ ସୁରକ୍ଷା କମିଟିର କର୍ମକର୍ତ୍ତା ମୁରଲି ପଣ୍ଡା ପ୍ରମୁଖ ସହରରୁ ଜବରଦଖଲ ମୁକ୍ତ ପାଇଁ ଜିଲାପାଳଙ୍କ ନିକଟରେ ଦାବି କରିଥିଲେ। ଆରସିରୋଡ଼ର ଚଉଡ଼ା ସର୍ବନିମ୍ନ ପ୍ରାୟ ୩୨ ଫୁଟ ଓ ସର୍ବାଧିକ ପ୍ରାୟ ୪୫ ଫୁଟ ଥିବା ଜଣାପଡ଼ିଛି। କେଉଁଠି କେତେ ଚଉଡ଼ା ଅଛି ମାପ କରିବା ସମୟରେ ଲୋକେ ବିଭିନ୍ନ ପ୍ରକାର ଅଭିଯୋଗ ଆଣୁଛନ୍ତି। ତେଣୁ ପ୍ରଶାସନ ସତର୍କତାର ସହ ପୁରୁଣା ନକ୍ସାକୁ ଧରି ସ୍ଥାନ ଚିହ୍ନଟ କରୁଛି। ଏନେଇ ନିର୍ବାହୀ ଅଧିକାରୀ ଭଜରାମ ବିଶ୍ୱାଳଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଭଞ୍ଜନଗର ସହରକୁ ଏକ ସୁନ୍ଦର ସହର ଭାବେ ଗଢ଼ି ତୋଳିବା ପାଇଁ ପଦକ୍ଷେପ ନିଆଯାଇଛି। ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ରମେଶ ପ୍ରସାଦ ସ୍ବାଇଁ ଏଠାରେ କହିଛନ୍ତି ଯେ, ପରିବା ମାର୍କେଟ ଛକରୁ ହାଇସ୍କୁଲ ଛକ ପର୍ଯ୍ୟନ୍ତ ଥିବା ୫୬୦ ମିଟର ପୂର୍ତ୍ତ ବିଭାଗ ରାସ୍ତାକୁ ଆଧୁନିକୀକରଣ କରାଯିବ, ଡ୍ରେନ୍‌ ମରାମତି ହେବ। ଏବାବଦରେ ୧ କୋଟି ୪୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଟେଣ୍ଡର ସରିଛି, ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ସରିବା ପରେ ତୁରନ୍ତ କାମ
ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ ପିନ୍ଧି ବିବାହ

ପାଟଣା,୧୯।୫(ସ୍ବ.ପ୍ର.)-କରୋନା ଭାଇରସ୍‌ ସଂକ୍ରମଣ ପାଇଁ ସାରା ଦେଶରେ କଟକଣା ଘୋଷଣା କରାଯାଇଛି। ମେ ୧୮ ତାରିଖରୁ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି। ଏହି ସମୟରେ...

ଚାକିରି ଦେବାକୁ କହି ଠକେଇ: ୫ ଗିରଫ

ଦାମନଯୋଡି,୪ା୪(ଡି.ଏନ.ଏ.): ନାଲକୋ ଠିକାଦାରଙ୍କ ଅଧୀନରେ ଚାକିରି ଦେବାକୁ କହି ଠକେଇ କରିବା ଅଭିଯୋଗରେ ୫ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ଭୁବନେଶ୍ୱରର ଅରୋଶ୍ରୀ ସ୍କିଲ ଡେଭଲପମେଣ୍ଟ...

ବୌଦ୍ଧ ଜିଲା ହେଲା କରୋନା ମୁକ୍ତ: ସମସ୍ତ ୩୩ ପଜିଟିଭ ସୁସ୍ଥ

ବୌଦ୍ଧ,୩୦ା୫ (ସ୍ବ.ପ୍ର.)- ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ବହୁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିବା ଆଶ୍ୱସ୍ତି ଆଣିଛି ା...

ଔଷଧ ଦୋକାନରୁ ହାଇଡ୍ରୋକ୍ସି କ୍ଲୋରୋକୁଇନ ଖାଲି

କଟକ ଅଫିସ, ୨୫ା୩: କରୋନା ରୋକିବା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ପାରିନାହିଁ। ଆଉ ଯଦି କୌଣସି ଔଷଧ ଏହା ଭଲ ହେବା ପାଇଁ...

ଅର୍ନ୍ତଲା ପ୍ରାଥମିକ ବିଦ୍ୟାଳୟରେ ରାତିରେ ତ୍ରିରଙ୍ଗା ଉଡିବା ଘଟଣା

ଜୁନାଗଡ,୨୭।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅର୍ନ୍ତଲା ପ୍ରାଥମିକ ବିଦ୍ୟାଳୟରେ ଗତ ୧୫ ତାରିଖ ସ୍ବାଧୀନତା ଦିବସରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଛି। ଉକ୍ତ ଘଟଣାରେ...

ନବ ଦାସ ହତ୍ୟା ମାମଲା: ୫-ଟି ସଚିବ, ବବି ଦାସ ସମ୍ପୃକ୍ତ ଥିବା ଅଭିଯୋଗ ଆଣିଲେ ଜୟନାରାୟଣ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଥିବା ବେଳେ ଗୃହରେ ବିରୋଧୀ ଦଳ ପକ୍ଷରୁ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ରାଜ୍ୟରେ...

ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ଝିଅ ବୈଶାଳୀ

ଭୁବନେଶ୍ୱର,୪।୭(ବ୍ୟୁରୋ): ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ଝିଅ। ପୁରୀରେ ଜନ୍ମିତ ତଥା ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଟପ୍ପର ବୈଶାଳୀ ମହାନ୍ତି ଜାତିସଂଘର ନୀତି ଅଧିକାରୀ ଭାବେ...

କରୋନା ଟିକା ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ବିଧାନସଭା ପରିସରସ୍ଥ ଚିକିତ୍ସାଳୟରେ କରୋନା ଟିକା ନେଇଛନ୍ତି। ଏ ସମ୍ପର୍କରେ ନବୀନ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି।...

Advertisement
Archives

Model This Week