ଆରମ୍ଭ ହେଲା ‘ମୋ ସରକାର’ ଯୋଜନା: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୧୦(ବ୍ୟୁରୋ): ଥାନା ଓ ଡାକ୍ତରଖାନାରେ ମିଳୁଥିବା ସେବାକୁ ନେଇ ସର୍ବଦା ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ରହୁଛି। ଅନେକ ସମୟରେ ଡାକ୍ତରଖାନା ଓ ଥାନାର କର୍ମଚାରୀମାନେ ଜନସାଧାରଣଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇ ଆସୁଛି। ଏହି ଦୁଇଟି ବ୍ୟବସ୍ଥାକୁ ସଜାଡିବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଣିକି ଥାନାରେ କିମ୍ବା ଡାକ୍ତରଖାନାରେ ଲୋକମାନେ କିଭଳି ସୁବିଧା ପାଉଛନ୍ତି ସେ ନେଇ ମତାମତ ଲୋଡାଯିବ। ସଚିବଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସିଧାସଳଖ ଲୋକମାନଙ୍କୁ ଯୋଗାଇ ଦିଆଯାଉଥିବା ସେବା ବିଷୟରେ ପଚାରି ବୁଝିବେ। ବୁଧବାର ଅପରାହ୍ନରେ କ୍ୟାପିଟାଲ ହସ୍ପିଟାଲ ଏବଂ ଶହୀଦନଗର ଥାନାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସରକାର’ କାର୍ଯ୍ୟକ୍ରମର ଶୁଭାରମ୍ଭ ଆରମ୍ଭ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୯ ଜଣଙ୍କ ସହ ଆଲୋଚନା କରିଛନ୍ତି। ସେ କହିଥିଲେ ଯେ ସ୍ବାସ୍ଥ୍ୟ ସେବା ବିଷୟରେ ମୁଁ ଆଜି ରୋଗୀ ଓ ଲୋକମାନଙ୍କ ସହ କଥା ହେଲି । ଆଲୋଚନା ସନ୍ତୋଷଜନକ ଥିଲା।
ରାଜ୍ୟର ୨୧ ଜିଲାର ମୁଖ୍ୟ ଚିକିତ୍ସାଳୟ ଏବଂ ୩ଟି ମେଡିକାଲ କଲେଜ ଓ ହସ୍ପିଟାଲରେ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କର ମୋବାଇଲ ନମ୍ବର ମୋ ସରକାର ପୋର୍ଟାଲରେ ପଞ୍ଜୀକୃତ କରାଯିବ। ପ୍ରତ୍ୟେକ ଦିନ ୧୦ ଜଣ ରୋଗୀ ଓ ସେମାନଙ୍କର ସମ୍ପର୍କୀୟଙ୍କ ସହ ଡାକ୍ତରଖାନା ଓ ଥାନାରେ ମିଳୁଥିବା ସେବା ସମ୍ପର୍କରେ ସିଧା ସଳଖ ଆଲୋଚନା ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ପଟ୍ଟନାୟିକିଆ ଟ୍ରିପଲ ମର୍ଡର ଘଟଣା ସହ ଲିଙ୍କ୍‌ ସନ୍ଦେହ : ଅଜୟ ମୃତ୍ୟୁ ମାମଲାର ପୁନଃ ତଦନ୍ତ ଆରମ୍ଭ

ପୁରୀ ଅଫିସ, ୧୯ା୭ : ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ସତ୍ୟବାଦୀ ଥାନା ଅଧୀନ ପଟ୍ଟନାୟିକିଆ ଛକରେ ଗତ ୧୫ତାରିଖ ଅପରାହ୍ନ ୪ଟାରେ ଟ୍ରିପଲ ମର୍ଡର ଘଟିଥିଲା।...

ରାଜ୍ୟରେ ଦୁଗ୍ଧ, ମାଂସ, ଅଣ୍ଡା ଉତ୍ପାଦନ ବଢ଼ିଛି

ଭୁବନେଶ୍ୱର, ୧।୫(ବ୍ୟୁରୋ): ରାଜ୍ୟରେ ଗତ ଦୁଇ ଦଶନ୍ଧି ମଧ୍ୟରେ ଦୁଗ୍ଧ ଉତ୍ପାଦନ ପ୍ରାୟ ତିନିଗୁଣ ବଢ଼ିଛି। ୨୦୦୦ ମସିହାରେ ଏହା ୮.୭୫ ଲକ୍ଷ ମେଟ୍ରିକ୍‌ ଟନ୍‌...

ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି

ନିରାକାରପୁର,୬ା୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଭୂଷଣ୍ଡପୁର ଜେଟିରେ ଦୋଳ ଉତ୍ସବ ପାଇଁ ସୋମବାର ବାଣ ଭିଡ଼ାଯାଉଥିବା ସମୟରେ ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ...

ପଣା ସଂକ୍ରାନ୍ତି-ରମ୍‌ଜାନ ପାଇଁ ଗାଇଡ୍‌ଲାଇନ୍‌; ଏସବୁ ଉପରେ ଲାଗିଲା କଟକଣା

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଓଡ଼ିଆ ନବବର୍ଷ ତଥା ପଣାସଂକ୍ରାନ୍ତି ଓ ରମଜାନ୍‌କୁ ନେଇ କଟକ ମ୍ୟୁନିସିପାଲ କର୍ପୋରେଶନ(ସିଏମ୍‌ସି) ଏବଂ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ନୂଆ ଗାଇଡଲାଇନ୍‌ ଜାରି...

କୋଟିଆରେ ଆନ୍ଧ୍ର ପାଳିଲା ପୁଷ୍ଟି ଦିବସ

ପଟ୍ଟାଙ୍ଗୀ,୨୩ା୯(ଡି.ଏନ୍‌.ଏ.): କୌଣସି ନୀତି ନିୟମ ମାନିବାକୁ ପ୍ରସ୍ତୁତ ନୁହେଁ ଆନ୍ଧ୍ର। କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଯେ ଓଡ଼ିଶାର ଏହା ସ୍ବୀକାର...

‘ରଥଯାତ୍ରା ବେଳେ ପୁରୀରେ ମାସ୍କ ବାଧ୍ୟତାମୂଳକ’

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ଆଉ କିଛିଦିନ ପରେ ପୁରୀରେ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ୨ ବର୍ଷ ପରେ ଚଳିତବର୍ଷ ଭକ୍ତମାନେ ମହାପ୍ରଭୁଙ୍କ ରଥ ଟାଣିବାର ସୁଯୋଗ ପାଇବେ।...

ପୂଜା ଦୋକାନ ଦେଇଛି ଋଷିବରଙ୍କୁ ଜିଇବାର ସାଧନ

କେନ୍ଦୁଝର,୨।୯(ସ୍ବ.ପ୍ର.)- ନିଷ୍ଠା ଓ ଦୃଢ ଆତ୍ମ ବିଶ୍ୱାସ ତାଙ୍କୁ ଆତ୍ମନିର୍ଭରଶୀଳ ହେବାର ବାଟ ଦେଖାଇଛି। ଚାକିରି ମୋହ ଛାଡି ସେ ତାଙ୍କ ବାପାଙ୍କ ପୂଜା ଦୋକାନକୁ...

ଅଠର ବର୍ଷର ଅପେକ୍ଷା

ବଇଣ୍ଡା,୨୮ା୧(ପରିକ୍ଷିତ ସାହୁ): କ୍ରୀଡ଼ାର ବିକାଶ ପାଇଁ ଯୋଜନା ପରେ ଯୋଜନା ହେଉଛି। କଳିଙ୍ଗ ଷ୍ଟାଡିୟମର ଆଧୁନିକୀକରଣ ଠାରୁ ଆରମ୍ଭ କରି ଜିଲା ଓ ବ୍ଲକସ୍ତରରେ ମିନି ଷ୍ଟାଡିୟମମାନ...

Advertisement
Archives

Model This Week