ଆରମ୍ଭ ହେଲା ଏମ୍‌ପିସି ବୈଠକ;ରେପୋ ହାର ହ୍ରାସ ଆଶାରେ ଶିଳ୍ପ ଜଗତ

ନୂଆଦିଲ୍ଲୀ,୬-୮: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ( ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ମୁଦ୍ରା ନୀତି କମିଟି (ଏମ୍‌ପିସି) ବୈଠକ ସୋମବାରଠାରୁ ଆରମ୍ଭ ହୋଇଛି। ଏହା ଚଳିତ ଆର୍ଥତ୍କ ବର୍ଷର ତୃତୀୟ ଦ୍ୱିମାସିକ ସମୀକ୍ଷା ବୈଠକ। ଦେଶର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଏହାର ଅଭିବୃଦ୍ଧି ଲାଗି ରିଜର୍ଭ ବ୍ୟାଙ୍କ ରେପୋ ହାରକୁ ୨୫ ବେସିସ୍‌ ପଏଣ୍ଟ କମାଇବା ନେଇ ବଜାରର ଆଶା ରହିଛି। ପୂର୍ବର ୩ ଏମ୍‌ପିସି ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ହାରକୁ କମାଇଛି। ଚଳିତ ମାସ ୫ରୁ ୭ ତାରିଖ ଯାଏ ଏହି ବୈଠକ ବସୁଥିବା ବେଳେ ଅର୍ଥନୀତିର ବିଭିନ୍ନ ଦିଗ ଉପରେ ତର୍ଜମା ହେବ। ଅଗଷ୍ଟ ୭ ପୂର୍ବାହ୍ନ ୧୧.୪୫ ସମୟରେ ରିଜର୍ଭ ବ୍ୟାଙ୍କ ଓ୍ବେବସାଇଟରେ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି।
ଘରୋଇ ବଜାରରେ ନଗଦ ସମସ୍ୟା ଲାଗି ରହିଛି। ରେପୋ ହାର ହ୍ରାସ ବାଦ ନଗଦ ସମସ୍ୟା ସମାଧାନ ଦିଗରେ ଏମ୍‌ପିସି ସଦସ୍ୟମାନେ ବିଚାର କରିବେ ବୋଲି ଶିଳ୍ପ ଜଗତ ଆଶା ରଖିଛି। ସେହିଭଳି ସୁଧହାର ହ୍ରାସର ଲାଭ ବ୍ୟାଙ୍କଗୁଡିକ ଗ୍ରାହକଙ୍କୁ ପ୍ରଦାନ କରିବା ଉପରେ ଶିଳ୍ପ ମତ ରଖିଛି। ରେପୋ ହାର ହ୍ରାସ ସମ୍ପର୍କରେ ନିଜର ମତ ରଖି ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏମ୍‌ଡି ତଥା ସିଇଓ ରାଜକିରଣ ରାୟ ଜି କହିଛନ୍ତି, ଏମ୍‌ପିସି ୨୫ ବେସିସ ପଏଣ୍ଟ ସୁଧହାର ହ୍ରାସ କରିିପାରେ। ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ଏଭଳି ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି। ସୁଧହାର ହ୍ରାସ ଦିଗରେ ଏମ୍‌ପିସି ପଦକ୍ଷେପ ନେବ ବୋଲି ଆଶାବାଦୀ ଥିବା ସେ ପ୍ରକାଶ କରିଛନ୍ତି।
ଶିଳ୍ପ ସଂଘ କନଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି(ସିଆଇଆଇ) ଏକ ବିବୃତ୍ତିରେ କହିଛି, ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତିକୁ ନଜରରେ ରଖି ରିଜର୍ଭ ବ୍ୟାଙ୍କ ବିଭିନ୍ନ ପଦକ୍ଷେପ ନେଉଛି। ମୁଦ୍ରାସ୍ଫୀତିକୁ ୪%ରୁ ନିମ୍ନରେ ରଖିବା ଆର୍‌ବିଆଇର ଲକ୍ଷ୍ୟ। ସୁଧହାର ହ୍ରାସ କରାଯାଉଥିଲେ ମଧ୍ୟ ଏଣ୍ଡ କଞ୍ଜ୍ୟୁମରଙ୍କୁ ଠିକ୍‌ ଭାବେ ଏହାର ଲାଭ ମିଳୁ ନାହିଁ। ଏଭଳି ପ୍ରସଙ୍ଗକୁ ଧ୍ୟାନରେ ରଖାଯିବା ଆବଶ୍ୟକ। ସେହିଭଳି ରିଜର୍ଭ ବ୍ୟାଙ୍କ କ୍ୟାଶ ରିଜର୍ଭ ରେସିଓ(ସିଆର୍‌ଆର୍‌) ୫୦ ବେସିସ ପଏଣ୍ଟ କମ୍‌ କରିବା ଆବଶ୍ୟକ। ସେହିଭଳି କୋଟାକ ମହିନ୍ଦ୍ରା ବ୍ୟାଙ୍କର ଖାଉଟି ବ୍ୟାଙ୍କିଙ୍ଗ ସଭାପତି ଶାନ୍ତି ଏକମ୍ବାରମ ୨୫% ରେପୋ ହ୍ରାସ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡୁଛି ଅନ୍‌ଲାଇନରୁ ଖାଦ୍ୟ ମଗାଇବା

ନୂଆଦିଲ୍ଲୀ : ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସବୁ ବର୍ଗର ଲୋକ ମୋବାଇଲ ଜରିଆରେ ଅନ୍‌ଲାଇନରେ ଖାଦ୍ୟ ମଗାଇବାକୁ ଖୁବ୍‌ ପସନ୍ଦ କରୁଛନ୍ତି। ଏପରିକି ଦେଶର ପ୍ରମୁଖ...

‘ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମାନ୍ୟତା ରହିବ’

ନୂଆଦିଲ୍ଲୀ,୧୯-୧୧:ଜିଡ଼ିପି ଖସିବା ସତ୍ତ୍ୱେ ମଧ୍ୟ ଭାରତ ଦ୍ରୁତ ଅଭିବୃଦ୍ଧଶୀଳ ଅର୍ଥନୀତି ମାନ୍ୟତା ବଜାୟ ରଖିବାକୁ ସକ୍ଷମ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ଲୋକସଭାରେ...

ଭାରତ ଫ୍ୟାକ୍ଟ୍ରି ବନ୍ଦ କଲା ହାର୍ଲେ ଡାଭିଡ୍‌ସନ

ନୂଆଦିଲ୍ଲୀ: ଆମେରିକା ଭିତ୍ତିକ ଲକ୍‌ଜ୍ୟୁରି ବାଇକ ନିର୍ମାଣକାରୀ କମ୍ପାନୀ ହାର୍ଲେ ଡାଭିଡ୍‌ସନ ଭାରତରେ ଥିବା ଏହାର ଫ୍ୟାକ୍ଟ୍ରି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ହରିୟାଣାର ବଓ୍ବାଲସ୍ଥିତ...

କେୟର୍ନଠାରୁ ଟିକସ ଅସୁଲ କରିବେ ସରକାର

ନୂଆଦିଲ୍ଲୀ, ୫।୪:  ବେଦାନ୍ତର କେୟର୍ନ ଅଏଲ ଆଣ୍ଡ ଗ୍ୟାସ କମ୍ପାନୀଠାରୁ ଭାରତ ସରକାର ଟିକସ ଅସୁଲ କରିବେ। ଏ ଦିଗରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ବର୍ତ୍ତମାନ...

ଥେରି ଡେଲାପୋର୍ଟେ ଓ୍ବିପ୍ରୋର ନୂଆ ସିଇଓ

ବାଙ୍ଗାଲୋର,୩୦।୫ : ଦେଶର ପ୍ରମୁଖ ଆଇଟି ସେବା ପ୍ରଦାନକାରୀ କମ୍ପାନୀ ଓି୍ବପ୍ରୋ କାପ୍‌ଜେମିନୀ ଗ୍ରୁପ୍‌ର ବରିଷ୍ଠ କାର୍ଯ୍ୟନିର୍ବାହୀ ଥେରି ଡେଲାପୋର୍ଟେଙ୍କୁ ଏହାର ନୂଆ ଏମ୍‌ଡି ତଥା...

କୁଶଳୀ ହେବେ ୨୦ ହଜାର ନିର୍ମାଣ ଶ୍ରମିକ

ନୂଆଦିଲ୍ଲୀ, ୧୦-୯: ଦେଶର ୨୦ ହଜାର ନିର୍ମାଣ ଶ୍ରମିକଙ୍କୁ କୁଶଳୀ କରି ଗଢି ତୋଳିବା ଲାଗି ନ୍ୟାଶନାଲ ସ୍ମିଲ ଡେଭଲପମେଣ୍ଟ କାଉନସିଲ(ଏନ୍‌ଏସ୍‌ଡିସି) ଏବଂ ରିୟଲ ଇଷ୍ଟେଟ...

ପ୍ରମୋଶନ ଅନ୍‌ ହ୍ବିଲ ଆଣିବ ରେଲଓ୍ବେ

ନୂଆଦିଲ୍ଲୀ,୧୬-୧୦: ରାଜସ୍ବ ସଂଗ୍ରହ ଲାଗି ରେଲଓ୍ବେ ପକ୍ଷରୁ ନୂଆ ପଦକ୍ଷେପ ନିଆଯିବ। ଟ୍ରେନଗୁଡିକରେ ପ୍ରମୋଶନାଲ କାର୍ଯ୍ୟକଳାପ ଦ୍ୱାରା ରାଜସ୍ବ ଆଦାୟ ନେଇ ଯୋଜନା ରଖାଯାଇଛି। ଲୋକମାନେ...

୬୫ ଟୋଲ ପ୍ଲାଜାରେ ଫାଷ୍ଟାଗ୍‌ ନିୟମ କୋହଳ

ନୂଆଦିଲ୍ଲୀ,୧୬-୧: ଓଡ଼ିଶାର ମଙ୍ଗୁଳି ସମେତ ଅଧିକ କାରବାର କରୁଥିବା ଦେଶର ୬୫ ଟୋଲ୍‌ ପ୍ଲାଜାରେ ବୁଧବାରଠାରୁ ଆସନ୍ତା ଗୋଟିଏ ମାସ ଲାଗି ଫାଷ୍ଟାଗ ନିୟମ କୋହଳ...

Advertisement
Archives

Model This Week