ଆରମ୍ଭ ହେଲା ଇ-ବସ୍‌ ‘ଡେମୋ ରନ୍‌’

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ଭୁବନେଶ୍ୱରରେ ଶନିବାରଠାରୁ ଇ-ବସ୍‌ର ଡେମୋ ରନ୍‌ ଆରମ୍ଭ ହୋଇଛି। କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ ଲିମିଟେଡ୍‌ (କ୍ରୁଟ) ଏହି ବସ୍‌ ସେବା ଯୋଗାଇବାକୁ ଥିବାବେଳେ ଏହା ପୂର୍ବରୁ ହାଇଦ୍ରାବାଦର ଜଣେ ବିଡ଼ର ଦ୍ୱାରା ପ୍ରଥମେ ଆସିଥିବା ଇ-ବସ୍‌ ଡେମୋ ମଡେଲକୁ ରାଜଧାନୀ ରାସ୍ତାରେ ଚଲାଯାଇଛି। ଅପରାହ୍ନ ୨ଟାରେ ମାଷ୍ଟର କ୍ୟାଣ୍ଟିନ୍‌ରୁ ଇ-ବସ୍‌ର ଡେମୋ ରନ୍‌ ଆରମ୍ଭ ହୋଇଥିବାବେଳେ ରୁଟ ନଂ.୨୦ରେ ବାଣୀବିହାର ଦେଇ ଏହା ଖୋର୍ଦ୍ଧା ଅଭିମୁଖେ ଯାଇଥିଲା। ଅନୁରୂପ ଭାବେ ରବିବାର ଉକ୍ତ ବସ୍‌ଟି ମାଷ୍ଟର କ୍ୟାଣ୍ଟିନ୍‌ରୁ ବାହାରି ରୁଟ୍‌ ନଂ. ୧୨ରେ ଜୟଦେବ ବିହାର ଦେଇ ନନ୍ଦନକାନନ ଯିବ। ଉକ୍ତ ବିଡର ଏହି ବସ୍‌କୁ ୧୦ ଦିନ ପାଇଁ ଡେମୋ ରନ୍‌ କରାଇବେ ବୋଲି କ୍ରୁଟ ପକ୍ଷରୁ ଜଣାପଡ଼ିଛି।

କ୍ରୁଟ ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର କହିଛନ୍ତି, ଇ-ବସ୍‌ଟି ସମ୍ପୂର୍ଣ୍ଣ ଭାବେ ପ୍ରଦୂଷଣ ମୁକ୍ତ। ଚାର୍ଜ ପାଇଁ ସେସୁ ସହ ଆଲୋଚନା ସରିଛି। ସିସିଟିଭି ବ୍ୟବସ୍ଥା ସହ ସମସ୍ତ ସିଟ୍‌ ନିକଟରେ ଚାର୍ଜିଂ ପଏଣ୍ଟ ରହିଛି। ବସ୍‌ରେ ଷ୍ଟପ୍‌ ବଟନ୍‌ ଦିଆଯାଇଛି। ବସ୍‌ଟି ଶୀତତାପ ନିୟନ୍ତ୍ରିତ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ମୋ’ ବସ୍‌ ପରିଚାଳନା କରୁଥିବା କ୍ରୁଟ ଦେଶର ନଂ .୧ ପବ୍ଲିକ୍‌ ଟ୍ରାନ୍ସପୋର୍ଟ ଭାବେ ପୁରସ୍କୃତ ହୋଇଛି। ତେଣୁ କେନ୍ଦ୍ର ସରକାରଙ୍କ ଦ୍ୱାରା ମିଳିବାକୁ ଥିବା ଇ-ବସ୍‌ର ଦାୟିତ୍ୱ ମଧ୍ୟ କ୍ରୁଟକୁ ଦିଆଯାଇଛି। ଏହି ବସ୍‌ ଚଳାଚଳ ପାଇଁ ଏବେ ବିଡିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଦେଶରୁ ବହୁ ଉଦ୍ୟୋଗୀ ଓ ସଂସ୍ଥା ନିଜର ଇ-ବସ୍‌ ମଡେଲକୁ ଡେମୋ ରନ୍‌ ଦ୍ୱାରା ଦେଖାଇବେ। ପ୍ରତିଦିନ ଉକ୍ତ ବସ୍‌ରେ କେବଳ ବାଲି ବସ୍ତା ରଖାଯାଇ ସହରରେ ବୁଲାଯିବ। ଆଗକୁ ଅନ୍ୟ ବିଡରମାନେ ସେମାନଙ୍କ ଇ-ବସ୍‌ ମଡ଼େଲକୁ ରାଜଧାନୀ ରାସ୍ତାରେ ଡେମୋ ରନ୍‌ କରାଇବେ। ଏହାପରେ ସବୁଠୁ ଭଲ ପ୍ରଦର୍ଶନ କରିଥିବା ବିଡର ୫୦ ଇ-ବସ୍‌ ଯୋଗାଇବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଷା ବିବାଦକୁ ନେଇ ଭୁବନେଶ୍ୱର ଏମ୍ସର ସ୍ପଷ୍ଟୀକରଣ: କେବଳ ପ୍ରଶାସନିକ କାର୍ଯ୍ୟ ପାଇଁ ହିନ୍ଦୀ

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ କେବଳ ପ୍ରଶାସନିକ କାର୍ଯ୍ୟ ପାଇଁ ହିନ୍ଦୀ ଭାଷା ବ୍ୟବହାର କରାଯିବ ବୋଲି ଏହାର ନିର୍ଦ୍ଦେଶିକା ଡକ୍ଟର ଗୀତାଞ୍ଜଳି...

ଗ୍ୟାଙ୍ଗଷ୍ଟର ଡି-ବ୍ରଦର୍ସଙ୍କ ଘରୁ ପୁଣି ମିଳିଲା ଗୁଳି ଓ ବନ୍ଧୁକ

ଭୁବନେଶ୍ୱର,୨୫।୧୨(ବ୍ୟୁରୋ)-ଗ୍ୟାଙ୍ଗଷ୍ଟର ଡି-ବ୍ରଦର୍ସଙ୍କ ଘରୁ ପୁଣି ମିଳିଲା ବନ୍ଧୁକ ଓ ଗୁଳି। ଶୁକ୍ରବାର କମିଶନରେଟ ପୋଲିସ ଚଢାଉ କରି ୩ଟି ବନ୍ଧୁକ ଓ ୧୭୦ ରାଉଣ୍ଡ ଗୁଳି...

ଅଟକାଇବାରୁ ଦଳିଦେଲା ଟ୍ରକ

ଚଣ୍ଡିଖୋଲ,୮ା୧୦(ଡି.ଏନ.ଏ.): ବଡ଼ଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ଛକଠାରେ ଶୁକ୍ରବାର ରାତିରେ ଟ୍ରକ୍‌ ମାଡ଼ିଯିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବାରିପଦା ଅଞ୍ଚଳର ସଞ୍ଜୟ କୁମାର...

ଯୁକ୍ତ ୨ ପାଠ୍ୟକ୍ରମ ୩୦ ପ୍ରତିଶତ ହ୍ରାସ

ଭୁବନେଶ୍ୱର,୨୭ା୮(ବ୍ୟୁରୋ):କରୋନା ମହାମାରୀ ଯୋଗୁ ଶିକ୍ଷା ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ତେଣୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଯୁକ୍ତ ୨ ପାଠ୍ୟକ୍ରମ (ସିଲାବସ୍‌)ରେ ୩୦...

ବସ୍‌-ଟ୍ରକ୍‌ ମୁହାଁମୁହିଁ, ୩ ଗୁରୁତର

ବରଗଡ଼ ଅଫିସ,୧୯ା୬: ବରଗଡ଼ ଜିଲା ବରପାଲି ମେହେରପଡ଼ା ନିକଟରେ ରବିବାର ଭୋର୍‌ ସମୟରେ ସରକାରୀ ବସ୍‌ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାହାର...

ଆଜି ରାଜ୍ୟରୁ ୮୧୬ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ଖସୁନି

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୮୧୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୪,୮୭୫ରେ ପହଞ୍ଚିଥିବା ରାଜ୍ୟ ସୂଚନା...

‘ପରିବର୍ତ୍ତନ ସହ ତାଳଦେଇ ପ୍ରଗତିଶୀଳ ହେବା’

ବଲାଙ୍ଗୀର ଅଫିସ, ୨୩ା୬ ସୋମବାର ଥିଲା ବଲାଙ୍ଗୀର ପାଇଁ ଏକ ଐତିହାସିକ ଦିନ। ବହୁ ପ୍ରତୀକ୍ଷିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ପ୍ରଫେସର ଡ....

ଉପାଧ୍ୟକ୍ଷ ପଦକୁ ବିଜେଡିର ୧୪ ଆଶାୟୀ

ଯାଜପୁର ରୋଡ,୪ା୪(ଡି.ଏନ୍‌.ଏ.): ନିର୍ବାଚନ ଫଳାଫଳ ଘୋଷଣା ପରେ ୨୬ଟି ୱାର୍ଡ ବିଶିଷ୍ଟ ବ୍ୟାସନଗର ମ୍ୟୁନିସିପାଲିଟିର ଉପାଧ୍ୟକ୍ଷ ନିର୍ବାଚନ ନେଇ ଛକାପଞ୍ଝା ଆରମ୍ଭ ହୋଇଛି। ଏହି ମ୍ୟୁନିସିପାଲିଟିର...

Advertisement
Archives

Model This Week