ଆରମ୍ଭ ହେବ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ

ଅଯୋଧ୍ୟା,୮।୬: ବହୁ ପ୍ରତିକ୍ଷୀତ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟକୁ ନେଇ ସୋମବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ବୁଧବାର କୁବେର ଟିଲା ମନ୍ଦିରରେ ରୀତିନୀତି ଅନୁସାରେ ରୁଦ୍ରାଭିଷେକ ସମାରୋହ ଆୟୋଜନ କରାଯିବା ପରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। କିନ୍ତୁ ଏହି ସମାରୋହରେ ସୀମିତ ସଂଖ୍ୟାରେ ଲୋକ ସାମିଲ ହେବେ ବୋଲି ଜଣାପଡ଼ିଛି। ପୂର୍ବରୁ ବହୁ ଆଡ଼ମ୍ବରରେ ଭୂମିପୂଜା ସମାରୋହ ଆୟୋଜନ ପାଇଁ ଯୋଜନା କରାଯାଇଥିଲା। କିନ୍ତୁ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏହି ଯୋଜନାକୁ ସ୍ଥଗିତ ରଖାଯାଇଥିବା ନେଇ ସୂଚନା ରହିଛି। ଏନେଇ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ମୁଖପାତ୍ର ମହନ୍ତ କମଳ ନୟନ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମନ୍ଦିର ନିର୍ମାଣ କାର୍ଯ୍ୟ ଜୁନ ୧୦ରେ ରୁଦ୍ରାଭିଷେକ ପରେ ଆରମ୍ଭ ହେବ। ସୂଚନାଯୋଗ୍ୟ, କରୋନା ଲକ୍‌ଡାଉନ ଯୋଗୁ ସବୁ ମନ୍ଦିର ବନ୍ଦ ରହିଥିବା ବେଳେ ଦୀର୍ଘ ୭୭ଦିନ ପରେ ରାମ ଜନ୍ମଭୂମିରେ ଥିବା ଅସ୍ଥାୟୀ ମନ୍ଦିରମାନ ସୋମବାର ଖୋଲିଛି। ସକାଳ ୮ଟାରୁ ଦ୍ୱିପ୍ରହର ୧ଟା ପର୍ଯ୍ୟନ୍ତ ଏବଂ ଅପରାହ୍ନ ୩ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ମନ୍ଦିର ଖୋଲିଯିବ ବୋଲି ସୂଚନା ମିଳିଛି। ଏହି ସମୟରେ ଭକ୍ତମାନେ ଭଗବାନ ରାମଙ୍କ ଆରାଧନା କରିପାରିବେ। ହେଲେ ଏଥିପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ କେତେକ ଗାଇଡ୍‌ଲାଇନ୍ସ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡକାଯାଉ: ସଞ୍ଜୟ ରାଉତ

ମୁମ୍ବାଇ, ୨୦।୪: ସାରା ଦେଶରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ବଢ଼ିଚାଲିଛି। କୋଭିଡ୍‌ ସ୍ଥିତି ଉପରେ ଆଲୋଚନା ଲାଗି କେନ୍ଦ୍ର ସରକାର ପାର୍ଲାମେଣ୍ଟର ଦୁଇଦିନିଆ ସ୍ବତନ୍ତ୍ର...

ବିଧାୟକଙ୍କ ବୁଝାଇବା ପାଇଁ ମୁମ୍ବାଇରେ ପହଞ୍ଚିଲେ କଂଗ୍ରେସର ସଙ୍କଟମୋଚକ ଶିବକୁମାର

ବେଙ୍ଗାଲୁରୁ, ୧୦।୭: କର୍ନାଟକରେ ସୃଷ୍ଟି ହୋଇଥିବା କ୍ଷମତା ଯୁଦ୍ଧ ଥମିବାର ନାଁ ନେଉନି। ସରକାର ବଞ୍ଚାଇବା ପାଇଁ କଂଗ୍ରେସ ଓ ଜେଡିଏସ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲେ...

ଦିଲ୍ଲୀ ନ୍ୟୁ ଅଶୋକ ନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧୯।୭: ଦିଲ୍ଲୀର ନ୍ୟୁ ଅଶୋକ ନଗର ଅଞ୍ଚଳରେ ମଙ୍ଗଳବାର ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ନ୍ୟୁ ଅଶୋକ ନଗରରେ ଥିବା ଏକ ୪ମହଲା ବିଶିଷ୍ଟ କୋଠାଘରେ...

ମହାରାଷ୍ଟ୍ର ରାୟ ପୂର୍ବରୁ ୩ ଦଳର ଶକ୍ତି ପ୍ରଦର୍ଶନ: ୧୬୨ ବିଧାୟକଙ୍କୁ ପରେଡ୍‌ କରାଇଲେ

ମୁମ୍ବାଇ,୨୬ା୧୧(ପି.ଟି.): ମହାରାଷ୍ଟ୍ର ସରକାରଙ୍କୁ ଆସ୍ଥାଭୋଟ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପୂର୍ବରୁ ତିନି ବିରୋଧୀ ଦଳ ଶିବସେନା, କଂଗ୍ରେସ ଏବଂ ଏନ୍‌ସିପି ଶକ୍ତି ପ୍ରଦର୍ଶନ କରିଛନ୍ତି।...

ଡିଫେନ୍ସ ଏକ୍ସପୋରେ ବନ୍ଧୁକ ଉଠାଇଲେ ମୋଦି

ଲକ୍ଷ୍ନୌ,୫।୨: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ବୁଧବାର ଡିଫେନ୍ସ ଏକ୍ସପୋ ଆୟୋଜିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଆଧୁନିକ ଅସ୍ତ୍ରଶସ୍ତ୍ରର ଅନୁଧ୍ୟାନ କରିଥିଲେ। ସେଠାରେ...

ରାହୁଲ କଲେଜ ଛାତ୍ରଙ୍କ ସହିତ ଖେଳିଲେ କ୍ରିକେଟ୍‌: ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଭାଇରାଲ

ରଓ୍ବୋରି,୧୯।୧୦: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହରିୟାଣାରେ ବିଧାନସଭା ନିର୍ବାଚନ ପଚାର କରିବାକୁ ଯାଇଥିବା ସମୟରେ ନେଟ୍‌ରେ କିଛି ଛାତ୍ରଙ୍କ ସହିତ କ୍ରିକେଟ ଖେଳୁଥିବାର ଭିଡ଼ିଓ...

ସ୍କୁଲରେ ପିଲା ପଢିବେ ଗୀତା,ରାମାୟଣ: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୋପାଳ,୨୪।୧: ବିଦ୍ୟାଳୟରେ ଗୀତା, ରାମାୟଣ ସହିତ ହିନ୍ଦୁ ଧର୍ମର ସମସ୍ତ ପବିତ୍ର ଗ୍ରନ୍ଥର ଶିକ୍ଷା ଦିଆଯିବ। ସୋମବାର ଭୋପାଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ...

ଶପଥ ନେବେ ହେମନ୍ତ ସୋରେନ

ରାଞ୍ଚତ୍,୨୯ା୧୨(ଆଇଏଏନ୍‌ଏସ୍‌): ଝାଡ଼ଖଣ୍ଡର ଏକାଦଶ ମୁଖ୍ୟମନ୍ତ୍ରୀ ଭାବେ ଜେଏମ୍‌ଏମ୍‌ ନେତା ହେମନ୍ତ ସୋରେନ ରବିବାର ଶପଥ ଗ୍ରହଣ କରିବେ। ଏହି ଅବସରରେ ବିରୋଧୀ ଦଳ ଶକ୍ତିପ୍ରଦର୍ଶନ କରିବା...

Advertisement
Archives

Model This Week