Posted inଫୁରସତ

ଆରବ ସାଗରରେ ୩୫୦ ବର୍ଷର ପୁରୁଣା କିଲ୍ଲା: ମିଳୁଛି ମଧୁର ଜଳ

ମୁମ୍ବାଇ: ଭାରତର କେତେକ ସ୍ଥାନରେ ରହସ୍ୟମୟ ପୁରୁଣା କିଲ୍ଲା ରହିଛି। ସେଥିମଧ୍ୟରୁ ମହାରାଷ୍ଟ୍ରର ରାୟଗଡ଼ ଜିଲାର ଉପକୂଳବର୍ତ୍ତୀ ଗାଁ ମୁରୁଦଠାରେ ଏକ ରହସ୍ୟମୟ ୩୫୦ ବର୍ଷର ପୁରୁଣା କିଲ୍ଲା ରହିଛି। ଆରବ ସାଗର ମଧ୍ୟରେ ଥିବା ଏହି କିଲ୍ଲାକୁ ଲୋକେ ମୁରୁଦ ଜଞ୍ଜିରା କିଲ୍ଲା କହିଥାନ୍ତି। ଚାରିପଟେ ସମୁଦ୍ର ଥିଲେ ମଧ୍ୟ କିଲ୍ଲା ଭିତରେ ମଧୁର ଜଳ ମିଳିଥାଏ। ଏହା କିପରି ସମ୍ଭବ ହେଉଛି ତାହାର ରହସ୍ୟ ଏବେ ମଧ୍ୟ ବୈଜ୍ଞାନିକଙ୍କୁ ଅଜଣା। ବ୍ରିଟିଶ୍‌, ପର୍ତ୍ତୁଗାଲ୍‌, ମୋଗଲ, ଶିବାଜୀ ମହାରାଜ, କାହ୍ନୋଜୀ ଆଙ୍ଗ୍ରେ, ଚିମ୍ମାଜୀ ଆପ୍ପା ଏବଂ ସମ୍ଭାଜୀ ମହାରାଜ ଏହି କିଲ୍ଲା ଜୟ କରିବା ଲାଗି ପ୍ରୟାସ କରିଥିଲେ ମଧ୍ୟ ଅସଫଳ ରହିଥିବା ଲୋକେ କୁହନ୍ତି। ତେଣୁ ଏହାକୁ କେତେକ ଅଜେୟ କିଲ୍ଲା ମଧ୍ୟ କହିଥାନ୍ତି। ଏହାର ନିର୍ମାଣ ୧୫ ଶତାବ୍ଦୀରେ ଅହମ୍ମଦନଗର ରାଜା ମଲ୍ଲକ ଅମ୍ବରଙ୍କ ଦ୍ୱାରା ହୋଇଥିଲା। କିଲ୍ଲା ଚାରିପଟେ ୪୦ ଫୁଟ ଉଚ୍ଚା ପ୍ରାଚୀର ରହିଛି। ୨୨ ଏକର ଜମିରେ ନିର୍ମିତ ହୋଇଥିବା ଏହି କିଲ୍ଲା ନିର୍ମାଣ ପାଇଁ ୨୨ ବର୍ଷ ଲାଗିଥିଲା। କିଲ୍ଲା ଭିତରରେ ୨୨ଟି ସୁରକ୍ଷା କେନ୍ଦ୍ର ରହିଛି। ଏବେ ମଧ୍ୟ ଏଠାରେ କେତେକ ପୁରୁଣା ତୋପ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେବେ ଆରମ୍ଭ ହୋଇଥିଲା ଦୀପାବଳି

ଆଲୋକର ପର୍ବ ଦୀପାବଳି। ଦୀପାବଳି ଆସିଲେ ଘରେ ଘରେ ଖୁସିର ମାହୋଲ ଦେଖାଯାଇଥିବା ବେଳେ ଭିନ୍ନ ଭିନ୍ନ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନ ତିଆରି କରାଯାଇଥାଏ। ଲୋକେ...

ବୋତଲ ଦେଲେ ମିଳୁଛି ବସ୍‌ ଟିକେଟ

ଜାକର୍ତ୍ତା: ଲୋକେ ପ୍ଲାଷ୍ଟିକ ବୋତଲ ହେଉ ବି ଡିସ୍‌ପୋଜାଲ କପ୍‌ ଦେଇ ବସ ଟିକେଟ ନେଉଛନ୍ତି ଇଣ୍ଡୋନେସିଆରେ। ଦେଶରେ କେମିତି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ କମ୍‌ ହୋଇପାରିବ ସେଥିପାଇଁ...

ସର୍ବହରା ମା’ବାପା

ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତର ସ୍ବପ୍ନ ସବୁ ମା’ବାପା ଦେଖନ୍ତି। ତାକୁ ପୂରଣ କରିବାକୁ ଦିନରାତି ଏକାକାର କରି ପରିଶ୍ରମ କରନ୍ତି। ବେଳେବେଳେ ତ ନିଜର ସର୍ବସ୍ବ...

ସ୍ବାମୀ ଜୀବିତ ଥିଲେ ମଧ୍ୟ ବିଧବାଙ୍କ ଭଳି ଜୀବନ ଜିଅନ୍ତି ଏହି ସମ୍ପ୍ରଦାୟର ମହିଳା, କାରଣ ଜାଣିଲେ…

ଭାରତ ବିବିଧତାରେ ପରିପୂର୍ଣ୍ଣ ଦେଶ। ଏଠାରେ ବିଭିନ୍ନ ଧାର୍ମିକ ପରମ୍ପରା, ରୀତିନୀତି ଦେଖିବାକୁ ମିଳିଥାଏ। ସେଥିରୁ କିଛି ପରମ୍ପରା ବେଶ୍‌ ଅଜବ। ହେଲେ ପୁରାତନ କାଳରୁ...

ଆମ୍ବ କିଲୋ ୩ ଲକ୍ଷ ଟଙ୍କା

ଟୋକିଓ: କୁହାଯାଏ, ଆମ୍ବ ଫଳ ମଧ୍ୟରେ ରାଜା। ଏହା ଭାରତର ଜାତୀୟ ଫଳ। ବିଶେଷକରି ବିଶ୍ୱର ସବୁଠୁ ଅଧିକ ଆମ୍ବ ଭାରତୀୟମାନେ ଖାଇଥାନ୍ତି। କିନ୍ତୁ ଏମିତି...

ଥଣ୍ଡାରୁ ମୁକ୍ତି ଦିଏ ବିନା ବିଜୁଳିରେ ଚାଲୁଥିବା ହିଟର

କଶ୍ମୀରରେ ଶୀତଦିନେ ପ୍ରବଳ ଥଣ୍ଡାରୁ ରକ୍ଷା ପାଇବାକୁ ଲୋକେ ବିଭିନ୍ନ ଉପାୟ ଆଣାଇଥାଆନ୍ତି। ଏଠାରେ ବହୁଳ ମାତ୍ରାରେ ପ୍ରଚଳିତ ହୋଇଥାଏ ହାତ ତିଆରି ମାଟିର ହିଟର।...

ପୃଥିବୀ ମୁହାଁ ବିରାଟ ଗ୍ରହାଣୁପିଣ୍ଡ: ଜୁନ୍‌ ୨୫ରେ କରିବ ଅତିକ୍ରମ…

ଓ୍ବାଶିଂଟନ,୧୫।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଆଉ ଏକ ନୂଆ ବିପଦ ଆଶଙ୍କା ଦେଖାଦେଇଛି। ବିରାଟ ଗ୍ରହାଣୁପିଣ୍ଡ ୪୪୧୯୮୭...

ଏହି ୨ ଆପ୍‌ ଦେବ ମାଗଣା ଇଣ୍ଟରନେଟ୍‌ ସୁବିଧା, ନେଟ୍‌ ପ୍ୟାକ୍‌ ସରିଗଲେ ବି ନାହିଁ ଚିନ୍ତା…

ନୂଆଦିଲ୍ଲୀ,୩୦।୬: ଏବେ ସଭିଙ୍କ ପାଖରେ ସ୍ମାର୍ଟଫୋନ୍‌। ଧୀରେଧୀରେ ସୋସିଆଲ ମିଡ଼ିଆ ସହିତ ନିରନ୍ତର ସଂଯୋଗରେ ରହୁଥିବା ୟୁଜରଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ତେବେ ବେଳେବେଳେ...

Advertisement
Archives

Model This Week