ଆରଟିଓଙ୍କ ଚଢାଉ: ୨ବସ୍‌, ୨ଟ୍ରକ ଜବତ

ଚଣ୍ଡିଖୋଲ,୨୧।୧୧(ଡି.ଏନ.ଏ): ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ଅଧିକାରୀ ଲାଲମୋହନ ସେଠୀଙ୍କ ନେତୃତ୍ୱରେ ମଙ୍ଗଳବାର ରାତ୍ରିରେ ଜାତୀୟ ରାଜପଥ ଉପରେ ତନଖି କରାଯାଉଥିଲା। ଏହି ସମୟରେ ଓଡିଶାରୁ କଲିକତା ଅଭିମୁଖେ ଯାଉଥିବା ଦୁଇଟି ବସକୁ ସେ ଜବତ କରିଛନ୍ତି। ସେମାନଙ୍କର ଆନ୍ତଃ ରାଜ୍ୟ ପରିମିଟ ନ ଥିଲାବେଳେ ଦୀର୍ଘଦିନ ହେବ କଲିକତା ଯାତାୟାତ କରୁଥିଲେ। ଜବତ ବସ୍‌ ୨ଟି ହେଲା ଲୋକନାଥ (ଓଆର୧୭ କେ ୯୮୫୫) ଓ ଦାଶ ବସ (ଡବ୍ଳୁ ବି ୭୬ଏ ୪୩୨୪)। ସେହିଭଳି ଓଭରଲୋଡ କରି ଯାଉଥିବା ଓଡି୦୧ଏକ୍ସ୩୨୫୧ ଓ ଓଡି୦୧ଏଏ୨୯୧୭ ନାମକ ଦୁଇଟି ଟ୍ରକକୁ ଆରଟିଓ ଜବତ କରିଛନ୍ତି। ଜବତ ଟ୍ରକ୍‌ ଓ ବସ୍‌କୁ ମଙ୍ଗଳବାର ରାତ୍ରିରୁ ଆଣି ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ରଖା ଯାଇଥିଲାବେଳେ ୨ଲକ୍ଷ ୭୬ହଜାର ଟଙ୍କାର ଜରିମାନା ହୋଇପାରେ ବୋଲି ଆରଟିଓ ସେଠୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାପ କାମୁଡ଼ାରେ ଛାତ୍ରୀଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ, ୩୧।୭ (ଡି.ଏନ.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଫତେପୁର ଗ୍ରାମର ୯ ବର୍ଷର ଛାତ୍ରୀ ଶୁଭଶ୍ରୀ ଥାଟେଇ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି।...

ସ୍ବାଭିମାନ ଅଞ୍ଚଳରେ ପାଓ୍ବାର ଚାଳିତ ଆମ୍ବୁଲାନ୍ସ ଲଞ୍ଚ ଉଦ୍‌ଘାଟନ କଲେ ଗଣଶିକ୍ଷା ମନ୍ତ୍ରୀ

ମାଲକାନଗିରି,୧୮।୧୨(ଡି.ଏନ୍‌.ଏ.): ସ୍ବାଭିମାନ ଅଞ୍ଚଳ ପାଇଁ ପାୱାର ଚାଳିତ ଆମ୍ବୁଲାନ୍ସ ଲଞ୍ଚ ଉଦ୍‌ଘାଟନ ହୋଇଛି। ସେହିପରି ଶିକ୍ଷକ କ୍ଲଷ୍ଟରର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମାନ୍ୟବର ଗଣଶିକ୍ଷା...

ରାସ୍ତାରେ ଅସଦାଚରଣ କରି ଛେଚା ଖାଇଲେ କନ୍‌ଷ୍ଟେବଳ

ଭୁବନେଶ୍ୱର, ୧୬ା୨(ବ୍ୟୁରୋ): ରାଜଧାନୀରେ ଖାକି ବାବୁଙ୍କୁ ପ୍ରେମ ରୋଗ ଛାଡୁନି। ମାସକ ଭିତରେ ୩ ପୋଲିସ କର୍ମଚାରୀ ପ୍ରେମ ଓ ବଳାତ୍କାର ମାମଲାରେ ଗିରଫ ହୋଇଥିବାବେଳେ...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ନ ରହିବାରୁ ଥାନାରେ ମାମଲା

ହିଞ୍ଜିଳିକାଟୁ,୨୪ା୩(ଡି.ଏନ୍‌.ଏ.)- ରାଜ୍ୟ ସରକାର କରୋନାକୁ ନେଇ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏହାକୁ ଅବମାନନା କରିବା ଅଭିଯୋଗରେ ଜଣେ ବିଦେଶ ଫେରନ୍ତା ଯୁବକଙ୍କ ବିରୋଧରେ ହିଞ୍ଜିଳିକାଟୁ ତହସିଲଦାର...

ବାତ୍ୟା ପାଇଁ ତୁରନ୍ତ ଆର୍ଥିକ ସହାୟତା ମାଗିଲେ ନାହିଁ ରାଜ୍ୟ ସରକାର; ଏବେ ଟୁଇଟ୍‌ କରି କାରଣ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ଗସ୍ତରେ ଆସି ବାତ୍ୟା ‘ୟାସ୍‌’ଜନିତ କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ...

ମାର୍ଚ୍ଚ ପହିଲାରୁ ଗାଡିଯାଞ୍ଚ କଡ଼ାକଡ଼ି: ପରିବହନ କାର୍ଯ୍ୟାଳୟରେ ଭିଡ଼

ବ୍ରହ୍ମପୁର ଅଫିସ,୨୯ା୨: ମୋଟରଯାନ ଆଇନ କୋହଳ ସମୟସୀମାର ଶନିବାର ଶେଷ ଦିନ। ମାର୍ଚ୍ଚ ୧ ତାରିଖ ଅର୍ଥାତ୍‌ ରବିବାରଠାରୁ ଏହି ନିୟମ କଡ଼ାକଡି କରାଯିବ। ଗଞ୍ଜାମ...

୧୪ ଶ୍ରମିକଙ୍କୁ ବସ୍‌ରେ କଟକ ପଠାଇଲା ପୋଲିସ

ବାରଙ୍ଗ,୧୬ା୫(ଡି.ଏନ.ଏ): ଝାଡ଼ଖଣ୍ଡ ଯିବା ପାଇଁ ଶୁକ୍ରବାର ରାତିରେ ଚାଲିଚାଲି ଷ୍ଟେଶନ ଯାଉଥିବା ୧୪ଜଣ ପ୍ରବାସୀ ଶ୍ରମିକଙ୍କୁ ବାରଙ୍ଗ ଅଧୀନ ଗୋଡ଼ିସାହି ଫାଣ୍ଡି ପୋଲିସ ଅଟକ ରଖି...

୪ ମାସ ତଳେ କରିଥିଲେ ପ୍ରେମ ବିବାହ, ମିଳିଲା ଝୁଲନ୍ତା ମୃତଦେହ

ଗୋପାଳପୁର,୨ା୧୦(ଡି.ଏନ.ଏ.): ଗୋପାଳପୁର ଥାନା ପୋଲିସ ଶନିବାର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ସେ ହେଲେ ମଦନମୋହନପୁର ଗ୍ରାମର ଏମ୍‌. ଶାନ୍ତି (୨୭)। ଗୋଳନ୍ଥରା...

Advertisement
Archives

Model This Week