Posted inଫୁରସତ

ଆମ୍ବ କିଲୋ ୩ ଲକ୍ଷ ଟଙ୍କା

ଟୋକିଓ: କୁହାଯାଏ, ଆମ୍ବ ଫଳ ମଧ୍ୟରେ ରାଜା। ଏହା ଭାରତର ଜାତୀୟ ଫଳ। ବିଶେଷକରି ବିଶ୍ୱର ସବୁଠୁ ଅଧିକ ଆମ୍ବ ଭାରତୀୟମାନେ ଖାଇଥାନ୍ତି। କିନ୍ତୁ ଏମିତି ଆମ୍ବ ଅଛି ଯାହାର ଦାମ୍‌ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ତାଇୟୋ ନୋ ତାମାଗେ(ଏଗ୍‌ ଅଫ୍‌ ଦ ସନ୍‌) ନାମକ ଏକ କିସମ ଆମ୍ବ ଅଛି। ଯାହା ଜାପାନର ମିୟାଜାକି ଜିଲାରେ ଦେଖିବାକୁ ମିଳିଥାଏ। ସମଗ୍ର ଜାପାନରେ ଏହା ବିକ୍ରି ହୋଇଥାଏ। ଏଠାରେ ଏହି ଆମ୍ବର ଦାମ୍‌ ଆକାଶଛୁଆଁ। ଏହି ଆମ୍ବ ଦେଖିବାକୁ ଅଧା ଲାଲ୍‌ ଏବଂ ଅଧା ହଳଦିଆ। ଜାପାନରେ ଗ୍ରୀଷ୍ମ ଏବଂ ଶୀତ ଋତୁରେ ଏହା ମିଳିଥାଏ। ତେଣୁ ଏହାର ଦାମ୍‌ ଢେର୍‌ ଅଧିକ। ଏଠାରେ ଆମ୍ବ ଯୋଡ଼ାର ଦାମ୍‌ ୩୬୦୦ ଡଲାର ଅର୍ଥାତ୍‌ ୭୨ ହଜାର ଟଙ୍କାରେ ବିକ୍ରି ହୋଇଥାଏ। ପ୍ରତ୍ୟେକ ଆମ୍ବର ଓଜନ ୩୫୦ ଗ୍ରାମ୍‌। ଏକ କିଲୋଗ୍ରାମ୍‌ ଆମ୍ବ କିଣିଲେ ହାରାହାରି ୩ ଲକ୍ଷରୁ ଅଧିକ ଟଙ୍କା ଦେବାକୁ ପଡ଼ିଥାଏ।
ମନରେ ପ୍ରଶ୍ନ ଉଠେ ଏହି ଆମ୍ବର ଦାମ୍‌ କ’ଣ ପାଇଁ ଏତେ ଅଧିକ। କାରଣ ଏହି କିସମର ଆମ୍ବଗଛ ଲଗାଇବାକୁ ବହୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। ଜାପାନର କୃଷକ ପ୍ରତ୍ୟେକ ଆମ୍ବ ଫଳିବା ପରେ ଏକ ଛୋଟ ଜାଲ ଦ୍ୱାରା ଘେରାଉ କରିଥାନ୍ତି। ଏପରିକି ପ୍ରତ୍ୟେକ ଆମ୍ବରେ ଯେପରି ସୂର୍ଯ୍ୟାଲୋକ ପଡ଼ିବ ସେପରି ବ୍ୟବସ୍ଥା କରାଯାଇଥାଏ। ଯେତେବେଳେ ଆମ୍ବ ପୂରା ପାଚିଥାଏ ସେତେବେଳେ ଏଥିରୁ ଜାଲ୍‌ କଢ଼ାଯାଇଥାଏ। ପରେ ଏହାକୁ ତୋଳା ଯାଇ ବଜାରରେ ଉଚ୍ଚା ଦର୍‌ରେ ବିକ୍ରି କରାଯାଇଥାଏ। ଏହି ଆମ୍ବ ଖାଇବାକୁ ବହୁ ସ୍ବାଦିିଷ୍ଟ୍‌ ହୋଇଥିବାରୁ ଦର ମଧ୍ୟ ଉଚ୍ଚ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁଠି ରାତିରେ ଟଏଲେଟ୍‌ ଯିବା ଅପରାଧ

ଟଏଲେଟ୍‌ ଯିବା ସେଠାରେ ଏକ ଅପରାଧ। ସ୍ବିଜରଲାଣ୍ଡର ଏହି ଅଜବ ନିୟମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ତେବେ ଏହା ସେଠାକାର ସ୍ବୀକୃତିପ୍ରାପ୍ତ ନିୟମ ବା ପରମ୍ପରା...

୬ ଲକ୍ଷ ଟଙ୍କାର ୧୦ ଟଙ୍କିଆ କଏନ ଦେଇ କିଣିଲେ କାର୍‌; ଗଣିବା ବେଳେ…

ଧର୍ମପୁରୀ,୧୯।୬: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ପକ୍ଷରୁ ବିଭିନ୍ନ ମୁଦ୍ରା ଚଳୁ ନ ଥିବା ନେଇ ଘୋଷଣା ହୋଇନାହିଁ। ହେଲେ ଆଜିର ସମୟରେ ଅନେକ ସ୍ଥାନରେ...

୭୦ ହଜାର ବର୍ଷ ତଳେ ମଧ୍ୟ ଅନ୍ତିମ ସଂସ୍କାର କରୁଥିଲା ମଣିଷ

ବାଗଦାଦ୍‌,୧୯।୨: ମଣିଷ ଅନ୍ତିମ ସଂସ୍କାର କରିବା ପରମ୍ପରା କେତେ ପୁରାତନ ସେ ନେଇ ତର୍କ ଜାରି ରହିଛି। ସମ୍ପ୍ରତି ଇରାକରୁ ମିଳିଥିବା ନିଅନଡର୍ଥାଲ୍‌ ଯୁଗର ଏକ...

ଏମିତି ମନ୍ଦିର, ଯେଉଁଠି ପାଣିରେ ଜଳେ ଦୀପ

ଆମ ଦେଶରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ତେଲ ନୁହେଁ, ପାଣିରେ ଜଳିଥାଏ ଦୀପ। ଗାଦିଆଘାଟ ମାତାଜୀ ମନ୍ଦିର ଏହି ଚମତ୍କାର ପାଇଁ ଜଣାଶୁଣା।...

ଦଉଡି ଉପରେ ଚାଲିପାରନ୍ତି ପୂରା ଗାଁ

ବିଭିନ୍ନ ମେଳା ମହୋତ୍ସବରେ ବହୁ ଉଚ୍ଚତାରେ ବନ୍ଧା ଯାଇଥିବା ଦଉଡି ଉପରେ ଚାଲୁଥିବା କୁନି କୁନି ଝିଅ, ପୁଅ, ମହିଳାଙ୍କୁ ଦେଖିବାର ମଜା ଅଲଗା। ବଡ...

ପ୍ରସ୍ତର ଯୁଗ ରହସ୍ୟ ଖୋଲିଲା ‘ଚୁଇଂଗମ୍‌’

କୋପେନହେଗେନ: ଡେନ୍‌ମାର୍କର ସିଲ୍‌ଥୋଲମ୍‌ରେ ଉତ୍‌ଖନନ ସମୟରେ ୫୭୦୦ ବର୍ଷର ପୁରୁଣା ଏକ ଚୁଇଂଗମ୍‌ ମିଳିଛି। ବିଶେଷଜ୍ଞମାନେ ଏହା ଉପରେ ଅଧିକ ଗବେଷଣା କରି ପ୍ରସ୍ତର ଯୁଗ...

ଅଧା ପୃଥିବୀ ବୁଲି ରେକର୍ଡ କଲା ଗ୍ରେ ହ୍ବେଲ୍‌…

ଓ୍ବିଣ୍ଡ୍‌ହୋକ୍‌,୧୦।୬: ପୃଥିବୀର ବୃହତ୍‌ ସ୍ତନ୍ୟପାୟୀ ପ୍ରାଣୀ ଅଧା ପୃଥିବୀ ବୁଲି ଏବେ ରେକର୍ଡ କରିଛି। ଏହି ହେଉଛି ଏକ ଗ୍ରେ ହ୍ବେଲ୍‌(ଧୂସର ତିମି)। ଇତିମଧ୍ୟରେ ତିମିଟି...

୧୩୨ ବର୍ଷ ପରେ ସର୍ବସାଧାରଣଙ୍କ ପାଇଁ ଖୋଲିଲା ମଧ୍ୟପ୍ରଦେଶର ପଚମଢ଼ୀ ରାଜଭବନ

ମଧ୍ୟପ୍ରଦେଶର ଗ୍ରୀଷ୍ମକାଳୀନ ପଚମଢ଼ୀ ରାଜଭବନ ଦୀର୍ଘ ୧୩୨ ବର୍ଷ ପରେ ସାଧାରଣ ଜନତାଙ୍କ ପାଇଁ ଖୋଲିଛି। ଲୋକେ ଏହାର ପୁରୁଣା ବିଲିଡିଂ ଏବଂ ସାମଗ୍ରୀ ଦେଖି...

Advertisement
Archives

Model This Week