ଆମେରିକୀୟ ସୈନ୍ୟଙ୍କୁ ପୁଣି ଟାର୍ଗେଟ କଲା ଇରାନ: ଏୟାରବେସ୍‌ ଉପରେ ୮ ରକେଟ ମାଡ଼

ବାଗଦାଦ,୧୩ା୧: ପାରମ୍ପରିକ ଶତ୍ରୁ ଇରାନ ଓ ଆମେରିକା ମଧ୍ୟରେ ଚରମ ଉତ୍ତେଜନା ଲାଗି ରହିଥିବାବେଳେ ରବିବାର ରାତିରେ ବଡ଼ ଖବର ଆସିଛି। ଇରାକରେ ଆମେରିକା ସେନାକୁ ଟାର୍ଗେଟ କରିବାକୁ ଯାଇ ୮ ରକେଟ ମାଡ଼ କରିଛି ଇରାନ। ଏଥିରେ ଇରାକ ବାୟୁସେନାର ୪ ସୈନ୍ୟ ଆହତ ହୋଇଛନ୍ତି। ଇରାନ ପକ୍ଷରୁ ନିକ୍ଷେପ କରାଯାଇଥିବା ରକେଟ ଏୟାରବେସ୍‌ ରନ୍‌ଓ୍ବେରେ ମାଡ଼ ହୋଇଥିବାରୁ ବିଶେଷ କ୍ଷତି ହୋଇ ନ ଥିବା ଜଣାପଡିଛି। ଗତ ସପ୍ତାହରେ ଇରାନର ରକେଟ ମାଡ଼ ପରେ ଅନେକ ଆମେରିକୀୟ ସୈନ୍ୟ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତର ହୋଇଯାଇଥିବାରୁ ସଦ୍ୟ ଆକ୍ରମଣରୁ ସେମାନେ ବର୍ତ୍ତିଯାଇଥିବା କୁହାଯାଉଛି। ତେବେ ଆକ୍ରମଣ ପାଇଁ ଇରାନ ନିଜକୁ ଦାୟୀ କରିନାହିଁ।
ଇରାକ ରାଜଧାନୀ ବାଗଦାଦଠାରୁ ୮୦ କିଲୋମିଟର ଦୂର ସଲାହୁଦିନ ପ୍ରଦେଶରେ ଥିବା ଅଲ୍‌ ବଲାଡ ଏୟାରବେସ ଉପରେ ରବିବାର ୮ଟି କଟ୍ୟୁଶା ରକେଟ ମାଡ଼ ହୋଇଛି। ଏଥିରେ ଇରାକର ୪ ଜଣ ବାୟୁସେନା ସୈନ୍ୟ ଆହତ ହୋଇଛନ୍ତି। ଏଥିସହିତ ପାଖ ବିଲ୍ଡିଂଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିବା ଇରାକ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରିଛି। ଅଲ୍‌-ବଲାଡ ହେଉଛି ଇରାକର ମୁଖ୍ୟ ଏୟାରବେସ୍‌। ଏଠାରେ ଆମେରିକାରୁ ଇରାକ କିଣିଥିବା ଏଫ-୧୬ ଯୁଦ୍ଧବିମାନକୁ ରଖାଯାଇଛି। ପୂର୍ବରୁ ଏହି ବାୟୁସେନା ଘାଟିରେ ଆମେରିକୀୟ ଯବାନ ଓ ଠିକାଦାରମାନେ ରହୁଥିଲେ। ଗତ ମାସରେ ଇରାନ ଆକ୍ରମଣରେ ଆମେରିକାର ଜଣେ ଠିକାଦାରଙ୍କ ମୃତ୍ୟୁ ଘଟିଥିଲା। ଗତ ୩ ତାରିଖରେ ବାଗଦାଦ ବିମାନବନ୍ଦରରେ ଆମେରିକା ସେନା ଡ୍ରୋନ ଆକ୍ରମଣ କରିଥିଲା। ଏଥିରେ ଇରାନର ସେନା କମାଣ୍ଡର ଜେନେରାଲ କାସିମ ସୋଲେମାନୀଙ୍କ ସମେତ କେତେଜଣ ସେନା ଅଧିକାରୀ ନିହତ ହୋଇଥିଲେ।
ଏହା ପରେ ଆମେରିକା ଉପରେ ପ୍ରତିଶୋଧ ନେବା ପାଇଁ ଇରାନର ସୁପ୍ରିମ ଲିଡର ଆୟାତୋଲା ଖୋମିନି ଧମକ ଦେଇଥିଲେ। ୮ ତାରିଖରେ ଇରାକର ଦୁଇଟି ବାୟୁସେନା ଘାଟିକୁ ଟାର୍ଗେଟ କରି ଇରାନ ରକେଟ ମାଡ଼ କରିଥିଲା। ଏହାର କିଛି ଘଣ୍ଟା ପରେ ଇରାନ ଭୁଲ୍‌ବଶତଃ ୟୁକ୍ରେନର ଏକ ଯାତ୍ରୀବାହୀ ବିମାନକୁ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏଥିରେ ୧୭୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହି ଆକ୍ରମଣରେ କୌଣସି ଜଣେ ହେଲେ ଆମେରିକୀୟ ସୈନ୍ୟ ମୃତାହତ ହୋଇ ନ ଥିବା ଦୃଢ଼ୋକ୍ତି ବାଢ଼ିବା ସହ ଇରାନ ଉପରେ ଅତିରିକ୍ତ କଟକଣା ଲଗାଇଥିଲେ। ଦୁଇଦେଶ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଚରମ ସୀମାରେ ପହଞ୍ଚତ୍ଥିବାରୁ ଅଧିକାଂଶ ଆମେରିକା ସୈନ୍ୟ ସୁରକ୍ଷା ଦୃଷ୍ଟିରୁ ଉକ୍ତ ଏୟାରବେସ୍‌ ଛାଡ଼ି ଚାଲିଯାଇଥିଲେ। ସେଠାରେ ଆମେରିକାର ମାତ୍ର ଗୋଟିଏ ବିମାନ ଓ ୧୫ ସୈନ୍ୟ ଥିଲେ। ଆମେରିକା-ଇରାନ ମୁହାଁମୁହିଁ ହେବା ଫଳରେ ଇରାକ କ୍ଷତିଗ୍ରସ୍ତ ହେଉଛି। ଏଥିଯୋଗୁ ଇରାକ ପ୍ରଧାନମନ୍ତ୍ରୀ ଆଦିଲ ଅବଦୁଲ-ମହଦି ଆମେରିକା ପରରାଷ୍ଟ୍ର ସଚିବ ମାଇକ ପମ୍ପିଓଙ୍କୁ ସେନା ପ୍ରତ୍ୟାହାର ପାଇଁ କହିଛନ୍ତି। ତେବେ ଇରାକ ଭୂଖଣ୍ଡରେ ଆମେରିକା ସୈନ୍ୟଙ୍କ ଉପସ୍ଥିତି ଜରୁରୀ ଦର୍ଶାଇ ସୁରକ୍ଷାବଳ ପ୍ରତ୍ୟାହାର କରିବା ପାଇଁ ରୋକ୍‌ଠୋକ ମନା କରିଦେଇଛି ଓ୍ବାଶିଂଟନ।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ-ଶିଖ ସମ୍ପ୍ରଦାୟଙ୍କୁ ଅସ୍ଥିି ବିସର୍ଜନ ପାଇଁ ମିଳିଲା ନୂଆ ସ୍ଥାନ

ଲଣ୍ଡନ,୩ ।୮: ବ୍ରିଟେନର ୱେଲସରେ ହିନ୍ଦୁ ଓ ଶିଖ୍ ସମ୍ପ୍ରଦାୟ ସେମାନଙ୍କ ଆତ୍ମୀୟଙ୍କ ଅସ୍ଥି ବିସର୍ଜନ କରିବାକୁ ନୂଆ ସ୍ଥାନ ମିଳିଛି । ବର୍ଷ ବର୍ଷ...

୨୦୨୨ ଯାଏ ଜାରି ରହିପାରେ ସାମାଜିକ ଦୂରତ୍ୱ

ଓ୍ବାଶିଂଟନ,୧୭ା୪: କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ଅଦ୍ୟାବଧି ବିଶ୍ୱର କୌଣସି ରାଷ୍ଟ୍ର ଭାକ୍‌ସିନ ପ୍ରସ୍ତୁତ କରିପାରି ନାହାନ୍ତି। ସାମାଜିକ ଦୂରତ୍ୱ ବା ସୋସିଆଲ ଡିଷ୍ଟାନ୍ସିଂ...

ଭାରତ-ବ୍ରିଟେନ ମିଳିତ ସମରାଭ୍ୟାସ: ଅଜେୟ ଓ୍ବାରିଅର-୨୦୨୦

ଲଣ୍ଡନ,୧୮।୨: ଭାରତ ଏବଂ ବ୍ରିଟେନ ମଧ୍ୟରେ ୫ମ ଥର ପାଇଁ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ମିଳିତ ସମରାଭ୍ୟାସ ଅଜେୟ ଓ୍ବାରଅର-୨୦୨୦ ବ୍ରିଟେନର ସାଲିସବୁରୀ ସମତଳ...

ଫ୍ରାନ୍ସ୍‌ ପୁଣି କଲା ଏୟାର ଷ୍ଟ୍ରାଇକ୍‌: ଅଲ୍‌କାଇଦା କମାଣ୍ଡର ମୃତ

ବାମାକୋ,୧୪।୧୧: ମାଲିରେ ଫ୍ରାନ୍ସ୍‌ ପକ୍ଷରୁ ପୁଣି ଏୟାର ଷ୍ଟ୍ରାଇକ୍‌ କରାଯାଇଛି। ଫ୍ରାନ୍ସ୍‌ ସୈନ୍ୟ ବାହିନୀର ହେଲିକପ୍ଟରରୁ ଅଲ୍‌କାଇଦା ଶିବିର ଉପରେ ଆକ୍ରମଣ କରାଯାଇଥିଲା। ଏଥିରେ ଜଣେ...

ସପ୍ତାହକୁ ସାଢ଼େ ୪ ଦିନ କାମ

ଦୁବାଇ,୭।୧୨: ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ଏହାର କର୍ମଚାରୀଙ୍କ କାର୍ଯ୍ୟଦିବସ ସମ୍ପର୍କୀତ ନିୟମରେ ପରିବର୍ତ୍ତନ କରିଛି। ଏଣିକି ଦେଶରେ ସପ୍ତାହକୁ (ଉଭୟ ସରକାରୀ ଓ ବେସରକାରୀ)କର୍ମଚାରୀଙ୍କୁ...

ହର୍ଡ ଇମ୍ୟୁନିଟି ପାଇଁ ଲାଗିବ ସମୟ

ଜେନେଭା,୧୨।୧: ପୃଥିବୀରେ କେତେକ ଦେଶରେ କରୋନା ମହାମାରୀ ସଂକ୍ରମଣ ପାଇଁ ପ୍ରତିଷେଧକ ଟିକାକରଣ ଜାରି ରହିଛି। ଏବେ ଭାରତରେ ସାର୍ବଜନୀକ ଟିକାକରଣ ଆରମ୍ଭ ହେବାକୁ ଯାଉଛି।...

ମୋଦିଙ୍କ ‘ଅବ୍‌ କି ବାର୍‌ ଟ୍ରମ୍ପ୍‌ ସରକାର’ ମନ୍ତବ୍ୟ ସୋସିଆଲ୍‌ ମିଡ଼ିଆରେ ଭାଇରାଲ: ଆମେରିକାରେ ନିର୍ବାଚନୀ ପ୍ରଚାର କରିଥିବା ବିରୋଧୀ କହିିଲେ

ଓ୍ବାଶିଂଟନ,୨୩।୯: ଆମେରିକା ଟେକ୍ସାସ୍‌ର ହ୍ୟୁଷ୍ଟନ୍‌ରେ ହାଓ୍ବଡ଼ି ମୋଦି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କୁ ନେଇ ଦେଇଥିବା ମନ୍ତବ୍ୟ ଏବେ ସୋସିଆଲ୍‌...

ଆମେରିକାରେ ଛୋଟ ସହର ସହିତ ଗ୍ରାମାଞ୍ଚଳରେ ବ୍ୟାପିଲା କରୋନା: ସେପ୍ଟେମ୍ବର ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୨ ଲକ୍ଷ ଛୁଇଁବା ଆଶଙ୍କା

ଓ୍ବାଶିଂଟନ,୧୯।୪: କରୋନା ସଂକ୍ରମଣ ନେଇ ଆମେରିକାରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏବେ ଏହି ମହାମାରୀ ଏଠାରେ ଗୋଷ୍ଠୀ ସଂକ୍ରମଣର ରୂପ ନେଇଛି। ଧୀରେଧୀରେ କରୋନା...

Advertisement


Archives

Model This Week