ଆମେରିକାର ୮୦ ଧନୀ ମହିଳାଙ୍କ ମଧ୍ୟରେ ୩ ଭାରତୀୟ

ନ୍ୟୁୟର୍କ,୮।୬: ନିଜର ଦକ୍ଷତା ବଳରେ ସଫଳତା ହାସଲ କରିଥିବା ୮୦ ସବୁଠାରୁ ଧନୀ ମହିଳାଙ୍କ ମଧ୍ୟରେ ୩ ଜଣ ପ୍ରବାସୀ ଭାରତୀୟ ରହିଛନ୍ତି। ଫୋବର୍‌ସ ପକ୍ଷରୁ ଆମେରିକାର ସବୁଠାରୁ ଧନୀ ସେଲ୍ଫମେଡ୍‌ ମହିଳା-୨୦୧୯ ତାଲିକା ଜାରି କରାଯାଇଛି। ଏହି ୩ ପ୍ରବାସୀ ଭାରତୀୟ(ଏନ୍‌ଆର୍‌ଆଇ) ହେଲେ କମ୍ପ୍ୟୁଟର ନେଟ୍‌ଓ୍ବର୍କିଂ କମ୍ପାନୀ ଅରିଷ୍ଟା ନେଟ୍‌ଓ୍ବର୍କ୍ସର ଅଧ୍ୟକ୍ଷା ତଥା ସିଇଓ ଜୟଶ୍ରୀ ଉଲାଲ୍‌, ଆଇଟି କନସଲ୍‌ଟିଙ୍ଗ ଓ ଆଉଟସୋର୍ସିଂ କମ୍ପାନୀ ସିଣ୍ଟେଲର ସହ ପ୍ରତିଷ୍ଠାତା ନିରଜା ସେଠୀ ଓ ଷ୍ଟ୍ରିମିଙ୍ଗ ଡାଟା ଟେକ୍ନୋଲୋଜି କମ୍ପାନୀ କମ୍ଫ୍ଲୁଏଣ୍ଟର ସହ ପ୍ରତିଷ୍ଠାତା ନେହା ନରଖେଡେ। ସେମାନେ ନିଜ ଯୋଗ୍ୟତା ବଳରେ ନିଜର ବ୍ୟବସାୟ ଆରମ୍ଭ କରି ଅଚଳାଚଳ ସମ୍ପତ୍ତିର ଅଧିକାରୀଣୀ ହୋଇପାରିଛନ୍ତି।
୫୮ ବର୍ଷୀୟା ଜୟଶ୍ରୀ ଏହି ତାଲିକାର ୧୮ତମ ସ୍ଥାନରେ ରହିଛନ୍ତି। ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୧୪୦ କୋଟି ଡଲାର(୯୬୬୦ କୋଟି ଟଙ୍କା)। ତାଙ୍କ ନିକଟରେ ଅରିଷ୍ଟାର ୫% ଶେୟାର ରହିଛି। ଫୋବର୍‌ସ ପକ୍ଷରୁ କୁହାଯାଇଛି ଯେ, ଲଣ୍ଡନରେ ଜନ୍ମିତ ଏବଂ ଭାରତରେ ପାଳିତ ଉଲାଲ ଏବେ ଆମେରିକାର ସବୁଠାରୁ ଧନୀ ମହିଳାଙ୍କ ମଧ୍ୟରେ ସାମିଲ ହୋଇପାରିଛନ୍ତି। ସେହିପରି ନିରଜା ତାଲିକାର ୨୩ତମ ସ୍ଥାନରେ ରହିଛନ୍ତି। ତାଙ୍କର ସମ୍ପତ୍ତିର ପରିମାଣ ୧୦୦ କୋଟି ଡଲାର(୬୯୦୦ କୋଟି ଟଙ୍କା)। ସ୍ବାମୀ ଭାରତ ଦେଶାଇଙ୍କ ସହ ମିଶି ନିରଜା ୧୯୮୦ରେ ୨୦୦୦ ଡଲାର ନିବେଶ କରି ସିଣ୍ଟେଲକୁ ପ୍ରତିଷ୍ଠା କରିଥିଲେ। ଫ୍ରାନ୍ସର ଆଇଟି କମ୍ପାନୀ ଆଣ୍ଟୋସ୍‌ ଗତ ବର୍ଷ ୩୪୦ କୋଟି ଡଲାରରେ ଏହି କମ୍ପାନୀକୁ କିଣି ନେଇଛି। ଏହି ଡିଲ୍‌ରୁ ନିରଜାଙ୍କୁ ତାଙ୍କର ଅଂଶଧନ ବିକ୍ରି ବାବଦରେ ୫୧ କୋଟି ଡଲାର(୩୫୧୯ କୋଟି ଟଙ୍କା) ମିଳିଥିଲା।
ଅପରପକ୍ଷରେ ନେହା ତାଲିକାର ୬୦ତମ ସ୍ଥାନରେ ରହିଥିବା ବେଳେ ତାଙ୍କର ସମ୍ପତ୍ତିର ପରିମାଣ ୩୬ କୋଟି ଡଲାର(୨୪୮୪ କୋଟି ଟଙ୍କା) ରହିଛି। ତେବେ ଏହି ତାଲିକାର ଶୀର୍ଷରେ ରହିଛନ୍ତି ଏବିସି ସପ୍ଲାଇ କମ୍ପାନୀର ପ୍ରମୁଖ ଡିଏନ ହେଣ୍ଡରିକ୍ସ। ତାଙ୍କ ନିକଟରେ ୭୦୦ କୋଟି ଡଲାର(୪୮୩୦୦ କୋଟି ଟଙ୍କା) ସମ୍ପତ୍ତି ରହିଛି। ଦ୍ୱିତୀୟ ସ୍ଥାନରେ ଇ-ଓ୍ବେର ସିଇଓ ମ୍ୟାଗ୍‌ ଓ୍ବାଇଟମ୍ୟାନ ରହିଛନ୍ତି। ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୩୮୦ କୋଟି ଡଲାର(୨୬୨୨୦ କୋଟି ଟଙ୍କା)। ୩୭୦ କୋଟି ଡଲାର(୨୫୫୩୦ କୋଟି ଟଙ୍କା) ସମ୍ପତ୍ତି ସହ ଲିଟିସ୍‌ ସିଜର୍ସ ପିଜାର ସହ ପ୍ରତିଷ୍ଠାତା ମାରିୟନ ଇଲିଚ୍‌ ତୃତୀୟ ସ୍ଥାନରେ ରହିଛନ୍ତି। ଫେସ୍‌ବୁକ୍‌ ସିଇଓ ସେରିଲ ସାଣ୍ଡବର୍ଗ ତାଲିକାର ୧୨ତମ ସ୍ଥାନରେ ରହିଛନ୍ତି। ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୧୭୦ କୋଟି ଡଲାର(୧୧,୭୩୦ କୋଟି ଟଙ୍କା)।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଲାଗୁ ହେଲା ସିଲିଣ୍ଡର ବୁକିଂ, ଡେଲିଭରିର ନୂଆ ସିଷ୍ଟମ, ଜାଣିରଖନ୍ତୁ ନଚେତ୍‌ ହେବେ ହଇରାଣ

ନୂଆଦିଲ୍ଲୀ,୧।୬: ଭାରତର ରନ୍ଧନ ଗ୍ୟାସ ଏବଂ ପାଇପ ଲାଇନ ଗ୍ୟାସ (PNG) ଗ୍ରାହକଙ୍କ ପାଇଁ ଆଜି ଏକ ନୂତନ ଡିଜିଟାଲ ଏବଂ ଆଇନଗତ ସକାଳ ଆସିଛି। କେନ୍ଦ୍ର…

କନଫର୍ମ ଟିକେଟ ଥାଇ ବି ମିଳିଲାନି ସିଟ୍‌: ଏବେ ରେଳବାଇ ଦେବ ୨୦,୦୦୦ କ୍ଷତିପୂରଣ

ନୂଆଦିଲ୍ଲୀ,୧।୬: ନିକଟରେ ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଅଧିକାର ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବିହାରର ଏକ ଗ୍ରାହକ ଅଦାଲତ ଏକ ଐତିହାସିକ…

ଗୁଗଲକୁ ବଡ଼ ଝଟକା: ହାଇକୋର୍ଟ ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୩୧।୫: ଗୁଗଲ (Google) ଏବେ ଭାରତରେ ବଡ଼ ଆଇନଗତ ଅସୁବିଧାରେ ପଡ଼ିଛି। ଟ୍ରେଡମାର୍କ ଉଲ୍ଲଂଘନ ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁଗଲ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା…

ଖୁସି ଖବର, ପେଟ୍ରୋଲ-ଡିଜେଲ ଉପରେ ଟିକସ ହ୍ରାସ କଲେ ସରକାର: ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶନିବାର, ୩୦ ମଇରେ ଜାରି ଏକ ବିବୃତ୍ତି ଅନୁଯାୟୀ,…

୨୫ ଦିନ ପୂର୍ବରୁ ସରିଯାଉଛି କି LPG ସିଲିଣ୍ଡର? ବ୍ୟସ୍ତ ନ ହୋଇ ଆପଣାନ୍ତୁ ଏହି ୩ ଉପାୟ, ବୁକିଂ ନିୟମ…

ନୂଆଦିଲ୍ଲୀ,୨୯।୫: ଘରୋଇ ଏଲ୍‌ପିଜି (LPG) ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର। ସାଧାରଣତଃ ଏକ ୧୪.୨ କିଲୋଗ୍ରାମର ଗ୍ୟାସ ସିଲିଣ୍ଡର ଏକ ମଧ୍ୟବିତ୍ତ ପରିବାରରେ…

ବନ୍ଦ ହୋଇଯିବ କାଗଜ ଟଙ୍କା! ଜାରି ହେବ ୫୦, ୧୦୦, ୫୦୦ ଟଙ୍କାର ନୂଆ ପ୍ଲାଷ୍ଟିକ ନୋଟ! ଜାଣନ୍ତୁ କଣ ରହିଛି RBIର ବଡ଼ ପ୍ଲାନ୍‌

ମୁମ୍ବାଇ,୨୯।୫: ଦେଶରେ କ୍ୟାଶ (ନଗଦ ଟଙ୍କା)ର ଚାହିଦା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ୟୁପିଆଇ (UPI) ପେମେଣ୍ଟ ଏବଂ ଅନଲାଇନ ଟ୍ରାଞ୍ଜାକସନ ପାଇଁ ମଧ୍ୟ କ୍ୟାଶର…

ଗ୍ୟାସ ଠାରୁ ବ୍ୟାଙ୍କିଙ୍ଗ ପର୍ଯ୍ୟନ୍ତ ବଦଳିବ ୭ ନିୟମ, ଆପଣଙ୍କ ଉପରେ ପଡିପାରେ ଅଧିକ ବୋଝ

ନୂଆଦିଲ୍ଲୀ,୨୯।୫: ମେ ମାସ ଶେଷ ହେବାକୁ ଯାଉଛି, ଏବଂ ଜୁନ 1, 2026 ଠାରୁ ସାରା ଦେଶରେ ଅନେକ ବଡ଼ ଆର୍ଥିକ ପରିବର୍ତ୍ତନ ଆସିବାକୁ ଯାଉଛି। ଏହି…

ATM ଟଙ୍କା ଉଠାଇବା ଫେଲ୍‌ ହେଲେ ଦୈନିକ ୧୦୦ ଟଙ୍କା କ୍ଷତିପୂରଣ: RBI ବଦଳାଇଲା ୫ଟି ବଡ଼ ନିୟମ

ମୁମ୍ବାଇ,୨୮।୫: ଯଦି ଆପଣ ବ୍ୟାଙ୍କ ଋଣର ଇଏମଆଇ (EMI) ପରିଶୋଧ କରୁଛନ୍ତି, ଏଟିଏମ (ATM) ବ୍ୟବହାର କରୁଛନ୍ତି କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଜରିଆରେ ଅନଲାଇନ କାରବାର କରୁଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri