ଆମେରିକାର ସରକାରୀ ସିକ୍ୟୁରିଟିଜରେ ଭାରତର ନିବେଶ ୬ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୧୯-୮: ଆମେରିକାରେ ଭାରତର ନିବେଶ ଧୀରେ ଧୀରେ ବଢ଼ିବାରେ ଲାଗିଛି। ସେ ଦେଶର ସରକାରୀ ସିକ୍ୟୁରିଟିଜରେ ଭାରତର ନିବେଶ ୬ ବିଲିୟନ ଡଲାର ବୃଦ୍ଧି ପାଇ ଜୁନ୍‌ ଶେଷ ସୁଦ୍ଧା ୧୬୨.୭୦ ବିଲିୟନ ଡଲାରରେ ପହଞ୍ଚତ୍ଛି। ଏହା ଅତିକମ୍‌ରେ ଗୋଟିଏ ବର୍ଷର ସର୍ବାଧିକ ସ୍ତର ରହିଛି। ଆମେରିକା ଅର୍ଥ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ ସରକାରୀ ପ୍ରତିଭୂତି(ସିକ୍ୟୁରିଟିଜ)ରେ ଜାପାନ ସର୍ବାଧିକ ନିବେଶ କରିଛି। ଜୁନ୍‌ ଶେଷ ସୁଦ୍ଧା ଏହି ଦେଶ ୧,୧୨୨ ବିଲିୟନ ଡଲାର ନିବେଶ କରିଛି। ଏହାପରେ ଚାଇନା ରହିଛି। ଏହି ଦେଶ ୧୧୧୨ ବିଲିୟନ ଡଲାର ନିବେଶ କରିଛି। ସରକାରୀ ତଥ୍ୟ ଅନୁଯାୟୀ ଭାରତ ଏହି ଦୃଷ୍ଟିରୁ ୧୩ତମ ସ୍ଥାନରେ ରହିଛି। ଆମେରିକା ସିକ୍ୟୁରିଟିଜରେ ବ୍ରିଟେନ(୩୪୧.୧୦ ବିଲିୟନ ଡଲାର),ବ୍ରାଜିଲ(୩୧୧.୭୦ ବିଲିୟନ ଡଲାର), ଆୟରଲାଣ୍ଡ(୨୬୨.୧୦ ବିଲିୟନ ଡଲାର), ସୁଇଜରଲାଣ୍ଡ(୨୩୨.୯୦ ବିଲିୟନ ଡଲାର), ଲକ୍ଜମବର୍ଗ(୨୩୧ ବିଲିୟନ ଡଲାର), କ୍ୟାମେନ ଆଇଲ୍ୟାଣ୍ଡସ(୨୨୬.୬୦ ବିଲିୟନ ଡଲାର), ହଂକଂ(୨୧୫.୬୦ ବିଲିୟନ ଡଲାର), ବେଲ୍‌ଜିୟମ(୨୦୩.୬୦ ବିଲିୟନ), ସଉଦି ଆରବ(୧୭୯.୬୦ ବିଲିୟନ ଡଲାର) ଏବଂ ତାଇଓ୍ବାନ(୧୭୫.୧୦ ବିଲିୟନ ଡଲାର) ନିବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବଜାର ସ୍ଥିତି ସହ ଖାପଖୁଆଇ ଚଳିବାକୁ ହେବ’

ଭୁବନେଶ୍ୱର,୨୫ା୧: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ଏବଂ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌(ହିସାର)ର ନିର୍ଦ୍ଦେଶକ ମଣ୍ଡଳଙ୍କ ନିଷ୍ପତ୍ତି ଅନୁଯାୟୀ ମଙ୍ଗଳବାର ଚଳିତ ଆର୍ଥତ୍କ ବର୍ଷର ତୃତୀୟ ତ୍ରୈମାସିକ...

ଆଇଓବି ସ୍ଥାନାନ୍ତରିତ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୯।୧୧:ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ (ଆଇଓବି) ର ସ୍ଥାନାନ୍ତରିତ ଶାଖା ନିକଟରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ...

ସ୍ବୟଂସହାୟକ ଗୋଷ୍ଠୀରୁ ସଫଳ ଉଦ୍ୟୋଗୀ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ତୃତୀୟ ଦିବସରେ ମିଶନ ଶକ୍ତି ବିଭାଗ ଦ୍ୱାରା ମହିଳା ଉଦ୍ୟୋଗୀ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଶନିବାର ପୂର୍ବାହ୍ନରେ ଏହାର...

ନିବେଶକଙ୍କ କ୍ଷତି ୫.୫୫ ଲକ୍ଷ କୋଟି

ମୁମ୍ବାଇ,୧୮ା୩:  ଗତ ୪ ଦିନ ହେବ ଭାରତୀୟ ପୁଞ୍ଜିବଜାର ପ୍ରଭାବିତ ସ୍ଥିତିରେ ରହିଛି। ଫଳରେ ନିବେଶକଙ୍କ ସମ୍ପତ୍ତି ୫.୫୫ ଲକ୍ଷ କୋଟି ଟଙ୍କା ହ୍ରାସ ହୋଇଛି। କୋଭିଡ୍‌-୧୯...

ସେପ୍ଟେମ୍ବର ୫ରୁ ଜିଓ ଗିଗାଫାଇବର ସେବା;ମାଗଣାରେ ମିଳିବ ଏଚ୍‌ଡି ଟିଭି, ସେଟ୍‌ଟପ୍‌ ବକ୍ସ

ମୁମ୍ବାଇ,୧୩-୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌) ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସୋମବାର କମ୍ପାନୀର ୪୨ତମ ବାର୍ଷିକ ସାଧାରଣ ବୈଠକ(ଏଜିଏମ୍‌)ରେ ବ୍ରଡ୍‌ବ୍ୟାଣ୍ଡ ସେବା ଜିଓ ଗିଗା ଫାଇବର ଆରମ୍ଭ...

ଡା. ଅର୍ଥୋ ଭାରତର ଶ୍ରେଷ୍ଠ ବ୍ରାଣ୍ଡ୍‌

ନୂଆଦିଲ୍ଲୀ,୪।୫: ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ଦିଭିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଲୋକପ୍ରିୟ ବ୍ରାଣ୍ଡ୍‌ ଡା. ଅର୍ଥୋକୁ ନିକଟରେ ଭାରତର ଶ୍ରେଷ୍ଠ ବ୍ରାଣ୍ଡ୍‌ ସମ୍ମାନରେ ସମ୍ମାନିତ...

୨୦ହଜାରଙ୍କୁ ନିଯୁକ୍ତି ଦେବ ଆମାଜନ୍‌

ନୂଆଦିଲ୍ଲୀ,୨୯।୬: ପ୍ରମୁଖ ଇ-କର୍ମସ କମ୍ପାନୀ ଆମାଜନ ଇଣ୍ଡିଆ ପକ୍ଷରୁ ୨୦ ହଜାର କର୍ମଚାରୀଙ୍କୁ ସାମୟିକ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଦାନ କରାଯିବ। ଏ ନେଇ କମ୍ପାନୀ ରବିବାର...

ରପ୍ତାନି କ୍ଷେତ୍ରକୁ ୧୦୦୦ କୋଟିର ପାଣ୍ଠି ଯୋଗାଇବ ଏସ୍‌ବିଆଇ

ଭୁବନେଶ୍ୱର,୧୭।୯: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ସରକାର ସହ ସୁସମ୍ପର୍କକୁ ଅଗ୍ରାଧିକାର ଦେଇ ଆସୁଛି। ବିଶେଷକରି ‘ମେକ୍‌ ଇନ୍‌ ଓଡ଼ିଶା’ କାର୍ଯକ୍ରମକୁ ସଫଳ କରିବା ପାଇଁ...

Advertisement
Archives

Model This Week