ଆମେରିକାର ଉତ୍ପାଦ ଉପରେ ଭାରତର ଟାରିଫ୍‌ ବୃଦ୍ଧି ଗ୍ରହଣୀୟ ନୁହେଁ: ଟ୍ରମ୍ପ

ଓ୍ବାଶିଂଟନ,୯-୭: ଆମେରିକାର ବହୁ ଉତ୍ପାଦ ଉପରେ ଭାରତ ଟାରିଫ୍‌ ବୃଦ୍ଧି କରିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭାରତର ଟାରିଫ୍‌ ବୃଦ୍ଧି ଗ୍ରହଣୀଣ ନୁହେଁ ବୋଲି ସେ ଟୁଇଟ୍‌ କରି ଜଣାଇଛନ୍ତି। ସୂଚନାଥାଉ କି, ଆମେରିକା ପକ୍ଷରୁ ଭାରତର କେତେକ ଷ୍ଟିଲ୍‌ ଓ ଆଲୁମିନିୟମ ଉପରେ ଟାରିଫ୍‌ ବୃଦ୍ଧି କରାଯାଇଥିଲା। ଏହାର ପାଲ୍‌ଟା ଜବାବ ଦେବାକୁ ଯାଇ ଆମେରିକାର ୨୯ ସାମଗ୍ରୀ ଉପରେ ଭାରତ ଟାରିଫ୍‌ ବୃଦ୍ଧି କରିଛି। ତେବେ ଦୁଇ ଦେଶ ମଧ୍ୟରେ ଏଥିନେଇ ଆଲୋଚନା ଚାଲୁଥିବା କାରଣରୁ ଭାରତ ଉକ୍ତ ପଦକ୍ଷେପ ନେବାରେ ବିଳମ୍ବ କରିଚାଲିଥିଲା। ସୂଚନାଥାଉ କି, ଆମେରିକାରୁ ଆସୁଥିବା ଆଲମଣ୍ଡ, ଓ୍ବାଲ୍‌ନଟ, ଡାଲି ଆଦି ସାମଗ୍ରୀ ଉପରେ ଜୁନ୍‌ ୧୬ରୁ ଟାରିଫ୍‌ ବୃଦ୍ଧି କରାଯାଇଛି। ଏହାଦ୍ୱାରା ଆମେରିକାର କୃଷକ ଓ ରପ୍ତାନିକାରୀ ବେଶ୍‌ ପ୍ରଭାବିତ ହେଉଛନ୍ତି। ଆମେରିକାରୁ ଆସୁଥିବା ହାର୍ଲେ ଡାଭିଡସନ ବାଇକ ଉପରେ ଭାରତ ପୂର୍ବରୁ ଶତପ୍ରତ ଟାରିଫ୍‌ ଆଦାୟ କରୁଥିବା ନେଇ ଟ୍ରମ୍ପ ଭାରତ ବିରୋଧରେ ବର୍ଷିଥିଲେ। ଏହା ଚଳିବ ନାହିଁ ବୋଲି ସେ କହିଥିଲେ। ଭାରତରୁ ଆସୁଥିବା ସାମଗ୍ରୀ ଉପରେ ଆମେରିକା କୌଣସି ଟିକସ ନେଉ ନ ଥିବା ବେଳେ ଆମେରିକାର ସାମଗ୍ରୀ ଉପରେ ଭାରତ ଶତପ୍ରତିଶତ ଟିକସ ଆଦାୟ କରୁଛି ବୋଲି ସେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri