ଆମେରିକାରେ ଖାଦ୍ୟ ସଙ୍କଟ: କରୋନା ସଂକ୍ରମଣ ଯୋଗୁ କୋଟିଏ ୭୦ ଲକ୍ଷ ଭୋକିଲା

ଓ୍ବାଶିଂଟନ,୧୨।୫: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ଅଚଳାବସ୍ଥା ଦେଖାଦେଇଛି। ଦେଶର ଆର୍ଥିକ ସ୍ଥିତି ଖରାପ ହେବାକୁ ଲାଗିଛି। ସେହିପରି ଲକ୍‌ଡାଉନ୍‌ ଯୋଗୁ ବେରୋଜଗାର ହୋଇ ଲୋକେ ଖାଦ୍ୟ ଅଭାବରୁ ଭୋକିଲା ରହୁଛନ୍ତି। ଗତ ୨ ମାସ ଧରି ଏଠାରେ ଖାଦ୍ୟ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସମ୍ପ୍ରତି ଆମେରିକାର ସାଢ଼େ ୫ କୋଟି ଲୋକଙ୍କ ପାଖରେ ଖାଇବା ପାଇଁ ଖାଦ୍ୟ ନାହିଁ। ସେଥିମଧ୍ୟରୁ କେବଳ କରୋନା ସଂକ୍ରମଣ ଯୋଗୁ କୋଟିଏ ୭୦ ଲକ୍ଷରୁ ଅଧିକ ଲୋକ ଖାଦ୍ୟ ଅଭାବରୁ ଭୋକିଲା ରହିବାକୁ ବାଧ୍ୟ ହେଉଛନ୍ତି। ଏଭଳି ଲୋକଙ୍କ ସଂଖ୍ୟା ବର୍ତ୍ତମାନ ୪୬ ପ୍ରତିଶତରେ ପହଞ୍ଚିଛି। ରାଷ୍ଟ୍ରୀୟ ସଂଗଠନ ଫିଡ୍‌ ପକ୍ଷରୁ ଭୋକିଲାଙ୍କୁ ଖାଦ୍ୟ ଯୋଗାଇବା ଲାଗି ୨ ଲକ୍ଷ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ସେମାନେ ଦିନରାତି ଭୋକିଲାଙ୍କ ପାଖରେ ଖାଦ୍ୟ ପହଞ୍ଚାଇବାର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ୬୦ ହଜାର ଏଜେନ୍ସି ସହାୟତାରେ ଏହା ଜାରି ରହିଥିବା ଫିଡ୍‌ ପକ୍ଷରୁ କୁହାଯାଇଛି। ସେହିପରି ଫୁଡ୍‌ ବ୍ୟାଙ୍କ ସମ୍ମୁଖରେ ଲୋକଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି। ତେବେ ଆଗାମୀ ଦିନରେ ସ୍ଥିତିରେ ସୁଧାର ଆସିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଯୋଦ୍ଧାଙ୍କୁ ଅସମ୍ମାନ: ସଂକ୍ରମିତ ଡାକ୍ତରଙ୍କ ମୃତଦେହକୁ କବର ଦେବାକୁ ବିରୋଧ କଲେ ଲୋକେ

ଚେନ୍ନାଇ,୨୧।୪: ସାରା ବିଶ୍ୱ ଏବେ ଲଢୁଛି ଅଦୃଶ୍ୟ ଯୁଦ୍ଧରେ। ଆଉ ଏହାର ଯୋଦ୍ଧା ସାଜିଛନ୍ତି ଦ୍ୱିତୀୟ ଈଶ୍ୱର କୁହାଯାଉଥିବା ଡାକ୍ତର। ହେଲେ ଯେତେବେଳେ ଏହି ଯୋଦ୍ଧାଙ୍କ...

ରାଜ୍ୟରେ ୪ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ଗତ ୧୦ ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ପ୍ରତିଦିନ ନୂଆ ଦୈନିକ ସଂକମ୍ରଣ ହ୍ରାସ ପାଉଛି। ଶୁକ୍ରବାର ରାଜ୍ୟରେ ୫ହଜାରରୁ...

ଇମ୍ରାନ୍‌ଙ୍କ ତୃତୀୟ ସ୍ତ୍ରୀ ବୁଶାରାଙ୍କ ପ୍ରତିବିମ୍ବ ଦର୍ପଣରେ ହେଉନି ପ୍ରତିଫଳିତ: ପାକିସ୍ତାନ ମିଡ଼ିଆରେ ଚର୍ଚ୍ଚା

ଇସଲାମାବାଦ୍‌,୨୯।୯: ପାକିସ୍ତାନରେ ଏବେ ଏକ ଅନ୍ଧବିଶ୍ୱାସକୁ ନେଇ ଚର୍ଚ୍ଚା ଜାରି ରହିଛି। ପାକିସ୍ତାନ ମିଡ଼ିଆ ଅନୁସାରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ତୃତୀୟ ସ୍ତ୍ରୀ ବୁଶାରା ବିବିଙ୍କ...

ଡବ୍ଲୁଏଚ୍‌ଓ ଟିମ୍‌କୁ ଭେଟିବାକୁ ଚାହୁଁଛନ୍ତି ଜଣେ ଚାଇନା ଯୁବକ

ବେଜିଂ,୨୭।୧: କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ପୁଅ ଚାଇନାର ଉହାନ ସହରରେ ପହଞ୍ଚିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଦଳକୁ ଭେଟିବାକୁ ଚେଷ୍ଟା...

ଉତ୍ତପ୍ତ ଜଳବାୟୁ ଆତ୍ମହତ୍ୟା ବୃଦ୍ଧିର କାରଣ

ନ୍ୟୁୟର୍କ: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯେ କେବଳ ଅର୍ଥନୀତିକୁ ପ୍ରଭାବିତ କରିଛି ତାହା ନୁହେଁ, ଏହା ବି ଆତ୍ମହତ୍ୟା ବୃଦ୍ଧିର ଏକ କାରଣ ବୋଲି ଗବେଷଣାରୁ...

କଟକ ସହରରୁ ପୁଣି ୫୭ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨୬।୭-କଟକ ସହରରୁ ରବିବାର ପୁଣି ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪୯ ଜଣ କ୍ୱାରାଣ୍ଟାଇନ ଏବଂ ୮ ଜଣ ସ୍ଥାନୀୟ...

‘ଆମେରିକା ପାକିସ୍ତାନକୁ ଫୋନ୍‌ କରେନି, ଧମକ କାହିଁକି ଦେବ’

ଇସଲାମାବାଦ,୧।୪: ପାକିସ୍ତାନରେ ଏବେ ରାଜନୈତିକ ସଙ୍କଟ ଚାଲିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗାଦିରୁ ହଟାଇବା ପାଇଁ ବିରୋଧୀ ଲାଗିପଡିଛନ୍ତି। ଏହି ସଙ୍କଟ ମଧ୍ୟରେ ଇମ୍ରାନ ଏକ...

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍‌: ଆଜି ୩୮୭ ପଜିଟିଭ୍‌ ଚିହ୍ନଟ, ୪ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ୩୮୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨,୩,୦୨୯ରେ ପହଞ୍ଚିଥିବା ରାଜ୍ୟ ସୂଚନା...

Advertisement
Archives

Model This Week