ଆବେଙ୍କ ଭାରତ ଗସ୍ତ ସ୍ଥଗିତ

ନୂଆଦିଲ୍ଲୀ,୧୪ା୧୨: ସିଏଏକୁ ନେଇ ବିବାଦ ପ୍ରରିପ୍ରେକ୍ଷୀରେ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ଭାରତ ଗସ୍ତକୁ ସ୍ଥଗିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରତିପକ୍ଷ ଆବେଙ୍କ ମଧ୍ୟରେ ଡିସେମ୍ବର ୧୫ରୁ ୧୭ ପର୍ଯ୍ୟନ୍ତ ଆସାମ ରାଜଧାନୀ ଗୁଆହାଟୀରେ ବାର୍ଷିକ ସମ୍ମିଳନୀ ହେବାର ଥିଲା। ସିଏବିକୁ ନେଇ ଗୁଆହାଟୀରେ ହିଂସାମତ୍କ ଆନ୍ଦୋଳନ ଚାଲିଥିବାରୁ ବର୍ତ୍ତମାନ ପାଇଁ ଆବେଙ୍କ ଗସ୍ତକୁ ସ୍ଥଗିତ ରଖାଯାଇଛି। ଦୁଇଦେଶର ସୁବିଧା ଅନୁସାରେ ତାଙ୍କ ଗସ୍ତ ପାଇଁ ଭବିଷ୍ୟତରେ ନୂଆ ତାରିଖ ଧାର୍ଯ୍ୟ କରାଯିବ। ଆବେଙ୍କ ଗସ୍ତ କାର୍ଯ୍ୟକ୍ରମ ନୂଆବର୍ଷରେ ହେବ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର ସୂଚନା ଦେଇଛନ୍ତି। ଏହା ପୂର୍ବରୁ ବାଂଲାଦେଶ ବହିର୍ବ୍ୟାପାର ମନ୍ତ୍ରୀ ଏ.କେ. ଅବ୍‌ଦୁଲ ମୋମେନ୍‌ ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅସାଦୁଜ୍ଜାମନ୍‌ ଖାନ୍‌ ମଧ୍ୟ ନିଜ ନିଜ ଭାରତ ଗସ୍ତକୁ ବାତିଲ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୁମ୍ବନ ଯୋଗୁ ପଦ ହରାଇଲେ ସ୍ବାସ୍ଥ୍ୟମନ୍ତ୍ରୀ

ଲଣ୍ଡନ,୨୮।୬: ବ୍ରିଟେନର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ମ୍ୟାଟ ହନ୍‌କକ୍‌ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। ସହଯୋଗୀଙ୍କ ସହ ନିଜର ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥିବା ମ୍ୟାଟ ଏବେ...

ସ୍ବାମୀଙ୍କ ଭଲ ପାଇବାରେ ଅତିଷ୍ଠ ହୋଇ ସ୍ତ୍ରୀ ଛାଡ଼ପତ୍ର ପାଇଁ କୋର୍ଟର ହେଲେ ଦ୍ୱାରସ୍ଥ

ଆବୁଧାବି, ୨୫।୮: ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ଭଲ ପାଇବା ରହିବା ସ୍ବାଭାବିକ କଥା। ତେବେ ସ୍ବାମୀଙ୍କ ଭଲ ପାଇବାରେ ଅତିଷ୍ଠ ହୋଇ ଜଣେ ମହିଳା ଛାଡ଼ପତ୍ର...

କରୋନାକୁ ହରାଇ ଘରକୁ ଫେରିଲେ ବୋରିସ୍‌ ଜନସନ୍‌: କିଛି ଦିନ ବିଶ୍ରାମ ପରେ କାର୍ଯ୍ୟରେ ଦେବେ ଯୋଗ

ଲଣ୍ଡନ,୧୨।୪: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ କରୋନାକୁ ପରାଜିତ କରି ସୁସ୍ଥ ହୋଇ ରବିବାର ଘରକୁ ଫେରିଛନ୍ତି। କିଛି ଦିନ ବିଶ୍ରାମ ପରେ ସେ କାର୍ଯ୍ୟରେ...

ସବୁଜ ଉଦ୍‌ଜାନ ଚୁକ୍ତି ସ୍ବାକ୍ଷରିତ

ବର୍ଲିନ, ୩।୫: ୟୁକ୍ରେନ୍‌ ସଙ୍କଟ ଭିତରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ୟୁରୋପ ଗସ୍ତରେ ସୋମବାର ଜର୍ମାନୀରେ ପହଞ୍ଚିଛନ୍ତି। ବର୍ଲିନରେ ପହଞ୍ଚିବା ପରେ...

ସରିଲା ମହାକାଶରେ ଫିଲ୍ମ ଶୁଟିଂ

ମସ୍କୋ,୧୭।୧୦: ମହାକାଶରେ ପ୍ରଥମ ଫିଲ୍ମ ‘ଦ ଚ୍ୟାଲେଞ୍ଜ’ର ଶୁଟିଂ ରବିବାର ଶେଷ ହୋଇଛି। ଏହି ଫିଲ୍ମର ଶୁଟିଂ ପାଇଁ କଳାକାରମାନେ ମହାକାଶକୁ ୧୨ ଦିନ ଯାତ୍ରା...

ଇରାନ ଚକ୍ରାନ୍ତର ନିପୁଣ କାସିମ ସୋଲେମାନୀ: ମଧ୍ୟପ୍ରାଚ୍ୟରେ ଗଢ଼ିଥିଲେ ଏକ ଶିୟା କ୍ଷମତା କକ୍ଷ

ନ୍ୟୁୟର୍କ,୪ା୧: ଇରାନ ସେନାର ଶକ୍ତିଶାଳୀ କମାଣ୍ଡର ଜେନେରାଲ କାସିମ ସୋଲେମାନୀ ଇରାକ, ସିରିଆ, ଲେବାନନ ଓ ୟେମେନ ସହ ପ୍ରତ୍ୟକ୍ଷ ଯୁଦ୍ଧ ପାଇଁ ସହାୟକ ହୋଇଥିଲେ।...

ରକେଟ ପରୀକ୍ଷଣ ସମୟରେ ବିସ୍ଫୋରଣ: ୫ ବୈଜ୍ଞାନିକଙ୍କ ମୃତ୍ୟୁ;ବିକିରଣ ଆଶଙ୍କାରେ ଆତଙ୍କିତ ଲୋକେ

ମସ୍କୋ,୧୦।୮: ରୁଷିଆରେ ରକେଟ ପରୀକ୍ଷଣ ସମୟରେ ବିସ୍ଫୋରଣ ଘଟି ୫ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଛି। ଏଥିରେ ୯ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ...

ଆଫଗାନିସ୍ତାନରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ

ଫରହା,୯।୧: ଆଫଗାନିସ୍ତାନର ଫରହା ଅଞ୍ଚଳରେ ଥିବା ପୋରଚାମାନ ଜିଲାରେ ଏକ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଏଥିରେ ଥିବା ୨ ସେନା ପାଇଲଟଙ୍କ ମୃତ୍ୟୁ...

Advertisement
Archives

Model This Week