ଆବାସ ଦୁର୍ନୀତି ନେଇ ପଞ୍ଚାୟତିରାଜ ସଚିବଙ୍କ ଚିଠି: ଯୋଗ୍ୟଙ୍କୁ ସାମିଲ କର, ଅଯୋଗ୍ୟଙ୍କୁ କାଟ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ବାତ୍ୟା ଫନୀ ପ୍ରଭାବରେ ରାଜ୍ୟର କେତେଗୁଡିଏ ଜିଲାରେ ବ୍ୟାପକ କ୍ଷତି ଘଟିଛି। କ୍ଷତିଗ୍ରସ୍ତ ଜିଲାର ଅନେକ ଲୋକଙ୍କ ଘର ଭାଙ୍ଗିବା ସହ ବହୁ ଗରିବଙ୍କୁ ବାସହରା ହେବାକୁ ମଧ୍ୟ ପଡିଛି। ସେହି ଅନୁଯାୟୀ କ୍ଷତିଗ୍ରସ୍ତଙ୍କୁ ପକ୍କାଘର ଯୋଗାଇ ଦେବାକୁ ଯୋଜନା ରଖିଥିବା ବେଳେ ଅଧିକାଂଶ ତାଲିକାରେ ସାମିଲ ହୋଇ ସହାୟତା ମଧ୍ୟ ପାଇସାରିଛନ୍ତି। ମାତ୍ର ତାଲିକାରେ ବହୁ ଅଯୋଗ୍ୟ ସାମିଲ ହୋଇ ଏକାଧିକ ଘର ହାତେଇଥିବା ନେଇ ଅଭିଯୋଗ ଉଠୁଥିବା ବେଳେ ଅନେକ ଯୋଗ୍ୟ ଏଥିରୁ ବାଦ୍‌ ପଡିଥିବା କୁହାଯାଉଛି। ପକ୍କାଘର ସହାୟତା ପାଇ ନ ଥିବା ବହୁ ଯୋଗ୍ୟ ହିତାଧିକାରୀ ଏଭଳି ଅଭିଯୋଗ ଆଣିବାପରେ ବିରୋଧୀଙ୍କ ପକ୍ଷରୁ ସରକାରକୁ ଘେରିବା ଲାଗି ଏକ ପ୍ରକାର ସୁଯୋଗ ମିଳିଯାଇଛି। କେବଳ ଫନୀ କ୍ଷତିଗ୍ରସ୍ତ ନୁହନ୍ତି କଚ୍ଚାଘରେ ବାସ କରୁଥିବା ଅନେକ ଲୋକ ମଧ୍ୟ ଏ ପର୍ଯ୍ୟନ୍ତ ସରକାରୀ ଯୋଜନାରେ ଘର ପାଇପାରି ନାହାନ୍ତି। ଏଭଳି କେଳେଙ୍କାରୀକୁ ନେଇ ଚାରିଆଡୁ ସମାଲୋଚନା ହେବାପରେ ପଞ୍ଚାୟତିରାଜ ବିଭାଗ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରେ ସାମିଲ କରିବା ଲାଗି ଜୋର୍‌ ଦିଆଯାଇଛି। ସବୁ ଜିଲାପାଳ, ପିଡି ଓ ଡିଆର୍‌ଡିଏଙ୍କୁ ଚିଠି ଲେଖି ପଞ୍ଚାୟତିରାଜ ସଚିବ ଦେଓରଞ୍ଜନ ସିଂ ନିର୍ଦ୍ଦେଶ ଦେଇଛନ୍ତି। ଚିଠିରେ କୁହାଯାଇଛି ଯେ, ଅତୀତରେ ଯେଉଁମାନେ ଆବାସ ଯୋଜନାରେ ଘର ପାଇଛନ୍ତି ସେମାନଙ୍କୁ ତାଲିକାରୁ ବାଦ୍‌ ଦିଆଯିବ। ସେମାନେ ଘର କରିଥାଆନ୍ତୁ ବା ନାହିଁ ତାଲିକାରୁ ତାଙ୍କୁ ବାଦ୍‌ ଦିଅ। ପୁରୁଣା ତାଲିକାର ସଂଶୋଧନ କର। ତାଲିକାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ ହେବା ଆବଶ୍ୟକ। ଯେଉଁ ଅଫିସରମାନେ ମୂଳ ସର୍ଭେ କରିଥିଲେ ସେମାନେ ପୁଣିଥରେ ସଂଶୋଧନ ଦାୟିତ୍ୱ ନେବେ।

ଅନ୍ୟ ବ୍ଲକର ଅଧିକାରୀଙ୍କୁ ୧୦ପ୍ରତିଶତ ସାମ୍ପୁଲ ତାଲିକା ଯାଞ୍ଚ କରିବାର ଦାୟିତ୍ୱ ଦିଆଯିବ। ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ(ପିଡି) ଏନେଇ ଖସଡା ପ୍ରସ୍ତୁତ କରିବେ। ନଭେମ୍ବର ୩୦ ସୁଦ୍ଧା ଚୂଡାନ୍ତ ତାଲିକା ପ୍ରକାଶ କରିବେ। ଡିସେମ୍ବର ୧୫ ସୁଦ୍ଧା ସାମ୍ପୁଲ ଯାଞ୍ଚ ପ୍ରକ୍ରିୟା ଶେଷ ହେବ। ଏଥିପାଇଁ ଜିଲାପାଳ ଏବଂ ପିଡି ଯୋଜନା ପ୍ରସ୍ତୁତ କରିବେ। ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ ତାଲିକା ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ବିଭାଗୀୟ ସଚିବ ଆହୁରି କହିଛନ୍ତି ଯେ, ଏସ୍‌ଇସିସି ତାଲିକା ଅନୁଯାୟୀ ପୂର୍ବରୁ ୨୭,୪୯,୬୧୭ ଘର ତିଆରି ପାଇଁ ତାଲିକା ପ୍ରସ୍ତୁତ ହୋଇଥିଲା। ସେଥିରୁ ୧୩, ୬୫, ୦୨୫ ବିଭିନ୍ନ କାରଣରୁ ଅଯୋଗ୍ୟ ବିବେଚିତ ହୋଇଥିଲେ। ସର୍ଭେ ତାଲିକାରେ ସେହି ହିତାଧିକାରୀ ଘର ହାତେଇବା ପାଇଁ ପ୍ରୟାସ କରିବେ। ସେହି ଅଯୋଗ୍ୟ ତାଲିକା ଉପରେ ନଜର ରଖିବା ପାଇଁ କୁହାଯାଇଛି। ଅନ୍ୟପଟେ ୨୦୧୬-୧୭ରୁ ବର୍ତ୍ତମାନ ସୁଦ୍ଧା ୧୭,୨୪,୭୭୬ ଘର ପାଇବା ପାଇଁ ଅପେକ୍ଷାକରି ତାଲିକାରେ ଥିଲେ। ସେମାନଙ୍କ ମଧ୍ୟରୁ ୧୦,୨୪,୮୪୧ଙ୍କୁ ଯୋଜନାରେ ସାମିଲ କରାଯାଇସାରିଛି। ଏହି ତାଲିକା ଅନୁଯାୟୀ ଯଦି କୌଣସି ଯୌଥ ପରିବାର ଅଲଗା ହୋଇଥିବେ ଏବଂ ସେମାନଙ୍କ ମଧ୍ୟରୁ କେହି ଘର ପାଇବା ପାଇଁ ଯୋଗ୍ୟ ଥିବେ ସେମାନଙ୍କ କ୍ଷେତ୍ରରେ ଗୁରୁତ୍ୱ ଦେବା ଲାଗି କୁହାଯାଇଛି। ସେହିପରି ଯଦି ପୂର୍ବରୁ କୌଣସି ପରିବାର ଆବାସ ଯୋଜନାରେ ଘର ପାଇଥିବେ ଏବଂ ସେମାନଙ୍କ ଘର ଅବସ୍ଥା ଖରାପ ହୋଇଯାଇଥିବ ତେବେ ସେ କ୍ଷେତ୍ରରେ କ’ଣ କରାଯିବ ସେନେଇ କିଛି ନିଷ୍ପତ୍ତି ହୋଇନାହିଁ। ସେମାନଙ୍କୁ କିନ୍ତୁ ଆବାସ ଯୋଜନାରୁ ବାଦ୍‌ ଦିଆଯିବ। ଏହି କାର୍ଯ୍ୟ ପାଇଁ ୩ଟି ମୋଡାଲିଟି ପ୍ରସ୍ତୁତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିଲେ ଜିଲାପାଳ, ତାଗିଦ୍‌ କରି ଅଧିକାରୀଙ୍କୁ କହିଲେ ଯଦି କିଛି ସମସ୍ୟା ଅଛି…

ଭଞ୍ଜନଗର,୧ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ସୋମବାର ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଉପଖଣ୍ଡର ବିଭିନ୍ନ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ। ଏହି ସମୟରେ କିଛି…

‘ଦୟାକରି ମୋତେ ସିଗାରେଟ୍ ପିଆଇ ଦିଅନ୍ତୁ..’ ଏନକାଉଣ୍ଟର ପରେ ପୋଲିସକୁ ଏଭଳି କହିଲେ ଅଭିଯୁକ୍ତ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୧।୬: ଉତ୍ତର ପ୍ରଦେଶ ପୋଲିସ ବର୍ତ୍ତମାନ ଆକ୍ସନ ମୋଡରେ ରହିବା ପରି ମନେ ହେଇଛି । ଏହି ପ୍ରୟାସ ଅନୁଯାୟୀ, ରବିବାର ବିଳମ୍ବିତ ସନ୍ଧ୍ୟାରେ ମୁଜାଫରନଗର ପୋଲିସ ଏବଂ…

କାର୍ଯ୍ୟଦକ୍ଷତା ବଢ଼ାଏ ପଢ଼ାପଢ଼ି

ଯଦି ଜଣେ ବ୍ୟକ୍ତି ପ୍ରତିଦିନ କିଛି ସମୟ ପଢ଼ାପଢ଼ି କରନ୍ତି ତେବେ ତାଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇପାରେ। ଏପରି ଆକଳନ କରିଛନ୍ତି ଟୋକିଓ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ। ଏକ…

ରାଜ୍ୟ ସଭା ଉପ-ନିର୍ବାଚନ ବିଜ୍ଞପ୍ତି ପ୍ରକାଶ, ନିଯୁକ୍ତ ହେଲେ ରିଟର୍ଣ୍ଣିଂ ଅଫିସର

ଭୁବନେଶ୍ୱର,୧।୬: ରାଜ୍ୟ ସଭା ଉପ-ନିର୍ବାଚନ ପାଇଁ ବିଧାନସଭା ସଚ୍ଚିବାଳୟ ପକ୍ଷରୁ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ ଉପନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କରାଯାଇଛି।…

ଆଇପିଏଲ ବ୍ୟାଟିଂର ପର୍ଦ୍ଦାଫାଶ: ଦୋକାନୀଙ୍କୁ ବାନ୍ଧିଲା ପୋଲିସ

ସୁନ୍ଦରଗଡ଼, ୧।୬ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଅନଲାଇନ୍ ମାଧ୍ୟମରେ ଚାଲୁଥିବା ଆଇପିଏଲ କ୍ରିକେଟ ବେଆଇନ ବ୍ୟାଟିଂ ଉପରେ ପୋଲିସର ଚଢ଼ାଉ ଅଭିଯାନ…

ଶିମିଳିପାଳରେ ମଣିଷଖିଆ ବାଘ; ଜଙ୍ଗଲକୁ ଯାଇ ଆଉ ଫେରିନଥିଲେ, ସକାଳୁ ମିଳିଲା କ୍ଷତାକ୍ତ ଦୁଇ ଗୋଡ଼ ସହ ଲୁଙ୍ଗି

କରଞ୍ଜିଆ,୧।୬(କବିତା ମହାନ୍ତ): ମଣିଷକୁ ଖାଇଗଲା ମହାବଳ ବାଘ ! କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅଧୀନ କୁମୁଡାବାଡ଼ି ଗାଁ ରାଜାମ୍ ସାହି ନିକଟ ଜଙ୍ଗଲରୁ ଛାତିଥରା ଘଟଣା…

ଟ୍ରଫିରେ ଏମିତି କ’ଣ ଲେଖାଥିଲା ଯାହାକୁ ଦେଖି ହସି ପକାଇଲେ ବିରୁଷ୍କା? ଜାଣନ୍ତୁ…

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତି ଲଗାତାର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଗୁଜରାଟ ଟାଇଟନ୍ସ…

ହରିହରପୁର ଗ୍ରାମରେ ପାନୀୟ ଜଳ ସମସ୍ୟା, ରାସ୍ତା ଅବରୋଧ କଲେ ହରିହରପୁର ହରିଜନ ପଡାର ମହିଳା

ଲାଞ୍ଜିଗଡ଼,୧।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ହରିହରପୁର ଗ୍ରାମର ହରିଜନ ପଡାରେ ଜଳସଙ୍କଟ ଦେଖାଦେଇଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ୪୫ ଡିଗ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri