Posted inଜାତୀୟ

ଆବଶ୍ୟକତା, ଯୋଗାଣ ଯୋଗୁ ବଢ଼ୁଛି ପିଆଜ ଦର: ପାଶ୍‌ଓ୍ବାନ

ନୂଆଦିଲ୍ଲୀ,୬।୧୧: ଦେଶରେ ପିଆଜ ଦର ଆକାଶଛୁଆଁ ହୋଇଥିବା ବେଳେ ଏହା ସିଧା ଗ୍ରାହକଙ୍କ ଉପରେ ପ୍ରଭାବ ପକାଉଛି। ଦିଲ୍ଲୀ-ଏନ୍‌ସିଆରରେ ପିଆଜ ଦର କିଲୋପ୍ରତି ୮୦ରୁ ୧୦୦ ଟଙ୍କା ବିକ୍ରି ହେଉଥିବା ଜଣାପଡ଼ିଛି। ଫଳରେ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ଏନେଇ କେନ୍ଦ୍ର ଖାଉଟି, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମ ବିଳାସ ପାଶ୍‌ଓ୍ବାନ ମତ ରଖିଛନ୍ତି। ସେ କହିଛନ୍ତି, ଆବଶ୍ୟକତା ଓ ଯୋଗାଣ ଭିତରେ ସନ୍ତୁଳନ ନ ରହିବା ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହେଉଛି। ଚଳିତ ମାସର ଶେଷ ଆଡକୁ ଏହି ସମସ୍ୟା ଦୂର ହେବା ସହ ପିଆଜ ଦର ମଧ୍ୟ ନିୟନ୍ତ୍ରଣକୁ ଆସିବ ବୋଲି ପାଶ୍‌ଓ୍ବାନ କହିଛନ୍ତି। ଏଥିସହ ରାଜ୍ୟରେ ଏଭଳି ସମସ୍ୟା ସୃଷ୍ଟି ହେବାର ପ୍ରମୁଖ କାରଣ ହେଉଛି ରାଜ୍ୟରେ ଅତ୍ୟଧିକ ବର୍ଷା ଓ ବନ୍ୟା। କାରଣ ଏହା ପିଆଜ ଆମଦାନୀ ଉପରେ ପ୍ରଭାବ ପକାଉଛି। ପିଆଜ ଯୋଗାଣରେ ଉତ୍କଟ ସଙ୍କଟ ଏବଂ ଖୁଚୁରା ବଜାରରେ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ପଦକ୍ଷେପ ନେବା ସହ ଇରାନ, ତୁର୍କୀ, ଇଜିପ୍ଟ ଓ ଆଫଗାନିସ୍ତାନରୁ ଏହା ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଘରୋଇ ବଜାରରେ ମିଳୁଥିବା ପିଆଜ ଓ ତା’ର ମୂଲ୍ୟ ସମୀକ୍ଷା ନିମନ୍ତେ ମଙ୍ଗଳବାର ବସିଥିବା ଆନ୍ତଃ-ମନ୍ତ୍ରଣାଳୟ କମିଟି ବୈଠକରେ ସ୍ଥିର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଣବଳାତ୍କାର ପରେ ହତ୍ୟା

ଲକ୍ଷ୍ନୌ, ୭।୧(ପି.ଟି.): ଉତ୍ତରପ୍ରଦେଶର ବୁଦାଉଁ ଜିଲାରେ ଜଣେ ୫୦ ବର୍ଷୀୟ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ଗଣବଳାତ୍କାର କରାଯିବା ସହ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଏହି ଘଟଣାରେ...

ଚିଦାମ୍ବରମ ଗିରଫ

ନୂଆଦିଲ୍ଲୀ,୨୧ା୮:  ଦୁଇଦିନର ଡ୍ରାମାବାଜି ପରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ଗିରଫ ହୋଇଛନ୍ତି। ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ବୁଧବାର ରାତିରେ ସିବିଆଇ ଓ ଇଡି...

ମୃତ୍ୟୁକୁ ହରାଇ ହସି ହସି ଘରକୁ ଫେରିଲେ ୧୦୩ ବର୍ଷୀୟ ବୃଦ୍ଧ

ପାଲଘର, ୯ା୫ : ମହାରାଷ୍ଟ୍ରର ପାଲଘରରୁ ଆସିଛି ଏକ ଭଲ ଖବର। ଦ୍ୱିତୀୟ ଲହରରେ ସ୍ବଳ୍ପ ବୟସ୍କଙ୍କ ମୃତ୍ୟୁ ହେଉଥିବାବେଳେ କୋଭିଡ୍‌-୧୯କୁ ହରାଇ ହସି ହସି...

ମାଇନସ୍‌ ଡିଗ୍ରୀ ତାପମାତ୍ରାରେ ତପସ୍ୟା କଲେ ଯୋଗୀ

ନୂଆଦିଲ୍ଲୀ,୧୬।୨: କୁହାଯାଏ ତପସ୍ୟାର ଶକ୍ତି ଖୁବ୍‌ ଅଧିକ। ଏବେ ଭାଇରାଲ ହୋଇଥିବା ଏକ ଭିଡିଓ ଏହାର ସତ୍ୟତା ସମ୍ପର୍କରେ ସୂଚନା ଦେଉଛି ବୋଲି ଆଲୋଚନା ହେଉଛି।...

ଦିଲ୍ଲୀର ଜନତା ଏଥର କେବଳ ‘ଝାଡୁ’କୁ ହିଁ ଭୋଟ ଦେବେ: ସୁନୀତା କେଜରିଓ୍ବାଲ

ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ଏଥର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପାଇଁ ତାଙ୍କ ପରିବାର ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ନୂଆଦିଲ୍ଲୀ...

କରୋନା ମୁକାବିଲା: ଦେଶରେ ୫୨ ଯାଞ୍ଚ୍‌ କେନ୍ଦ୍ର, ୫୭ ସହାୟକ ନମୂନା ସଂଗ୍ରହ କେନ୍ଦ୍ର

ନୂଆଦିଲ୍ଲୀ,୭।୩: କରୋନା ମୁକାବିଲା ପାଇଁ ଭାରତ ସରକାର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ଦେଶରେ ଦେଶରେ ୫୨ ଯାଞ୍ଚ୍‌ କେନ୍ଦ୍ର ସ୍ଥାପନ କରାଯାଇଛି। ସେହିପରି ୫୭ଟି...

ଏସବୁ ରାଜ୍ୟରେ ହୋଇଛି କରୋନା ଗୋଷ୍ଠୀ ସଂକ୍ରମଣ…

ନୂଆଦିଲ୍ଲୀ,୨।୮: ଦେଶରେ କରୋନା ମହାମାରୀ ଥମୁନି। ଦେଶରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖିଲେ ଜଣାପଡୁଛି ଯେ, କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ...

ଲକ୍‌ଡାଉନ୍‌ ଉଦ୍ଦେଶ୍ୟ ହୋଇନି ସଫଳ: ପ୍ରତିଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା !

ନୂଆଦିଲ୍ଲୀ, ୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେତେକ ସଂସ୍ଥା ଭାରତରେ କରୋନା...

Advertisement
Archives

Model This Week