Posted inଫୁରସତ

ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ: ସଂଗ୍ରହାଳୟର ସୁରକ୍ଷା ଲୋଡ଼ା

ସାରା ବିଶ୍ୱରେ ମେ’ ୧୮ରେ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ପାଳନ କରାଯାଉଛି। ଅନ୍ତର୍ରାଷ୍ଟ୍ରୀୟ ସଂଗ୍ରହାଳୟ ପରିଷଦ(ଆଇସିଓଏମ୍‌) ସଂଯୋଜନାରେ ପାଳିତ ଏହି ଦିବସ ପ୍ରତିବର୍ଷ ଏକ ସ୍ଲୋଗାନ ନେଇ ଲକ୍ଷ୍ୟ ପୂରଣ କରିବା ଦିଗରେ ଅଗ୍ରସର ହେଉଛି। ଆଇସିଓଏମ୍‌ ବିପର୍ଯ୍ୟୟ ସମୟରେ ସଂଗ୍ରହାଳୟକୁ ସୁରକ୍ଷା ଓ ସହାୟତା ଯୋଗାଇଦେବାରେ ପ୍ରମୁଖ ଭୂମିକା ନିଭାଏ। ୧୯୭୭ରେ ଆଇସିଓଏମ୍‌ ଦ୍ୱାରା ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ପ୍ରଥମେ ଆରମ୍ଭ କରାଯାଇଥିଲା। ଲୋକମାନଙ୍କୁ ସଂଗ୍ରହାଳୟ ପ୍ରତି ଆକର୍ଷିତ କରିବା ଓ ଜୀବନରେ ଏହାର ଆବଶ୍ୟକତା ସମ୍ପର୍କରେ ସଚେତନ କରିବା ଏହି ଦିବସର ଉଦ୍ଦେଶ୍ୟ। ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଛାତ୍ର, ଗବେଷକ ତଥା ସାଧାରଣ ଲୋକଙ୍କୁ ସଂଗ୍ରହାଳୟରେ ଉପଲବ୍ଧ ସମୃଦ୍ଧ ସାଂସ୍କୃତିକ ଭଣ୍ଡାର ସମ୍ବନ୍ଧରେ ଅବଗତ କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ୨୦୦୯ରେ ଏହି ଦିବସରେ ବିଶ୍ୱର ୯୦ରୁ ଊର୍ଦ୍ଧ୍ୱ ଦେଶର ୨୦,୦୦୦ ମ୍ୟୁଜିୟମ ଅଂଶଗ୍ରହଣ କରିଥିଲେ। ୨୦୧୦ରେ ୯୮ ଓ ୨୦୧୧ରେ ୧୦୦ଟି ଦେଶ ଏଥିତ୍ରେ ଭାଗ ନେଇଥିଲେ। ୨୦୧୨ରେ ୧୨୯ଟି ଦେଶରୁ ୩୦, ୦୦୦ ମ୍ୟୁଜିୟମ ଏହି ଦିବସ ଅବସରରେ ଭାଗ ନେବା ଥିଲା ଏକ ଉଲ୍ଲେଖନୀୟ ଘଟଣା। ଉକ୍ତ ଦିବସ ଅବସରରେ ଏବେ ବିଶ୍ୱର ୩୮ଟି ଭାଷାରେ ପୋଷ୍ଟର ଅନୁବାଦ କରାଯାଇ ଲୋକମାନଙ୍କୁ ବିଭିନ୍ନ ସୂଚନା ପ୍ରଦାନ କରାଯାଉଛି। ଏହ ଅବସରରେ ସଂଗ୍ରହାଳୟ କର୍ମଚାରୀମାନେ ଲୋକମାନଙ୍କୁ ସାକ୍ଷାତ କରି ଏବକାର ସମୟରେ ସଂଗ୍ରହାଳୟ ଯେଉଁ ସବୁ ଆହ୍ବାନର ସମ୍ମୁଖୀନ ହେଉଛି ସେ ସମ୍ପର୍କରେ ଅବଗତ କରିଥାନ୍ତି। ସମାଜରେ ବିନା ଲାଭରେ ଏକ ସ୍ଥାୟୀ ସଂସ୍ଥା ଭାବେ ମ୍ୟୁଜିୟମ ସମାଜର ସେବା ତଥା ବିକାଶରେ ପ୍ରମୁଖ ଭୂମିକା ନେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଶିକ୍ଷା, ଗବେଷଣା, ଇତିହାସ ଆଦି କ୍ଷେତ୍ରରେ ସଂଗ୍ରହାଳୟ ଯେଉଁ ଭୂମିକା ନିର୍ବାହ କରିଆସୁଛି ତାହା ବଜାୟ ରଖିବାକୁ ହେଲେ ସଂଗ୍ରହାଳୟର ସୁରକ୍ଷା ଲୋଡ଼ା। ଏହି ଦିବସରେ ବିଶ୍ୱର ଅନେକ ଦେଶର ସଂଗ୍ରହାଳୟରେ ନିଃଶୁଳ୍କ ପ୍ରବେଶ ବ୍ୟବସ୍ଥା କରାଯାଏ। ଭାରତରେ ବି ଏଭଳି ବ୍ୟବସ୍ଥା କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri